ETV Bharat / state

ଓଡ଼ିଶାରେ ବଢୁଛି କୃଷ୍ଣସାର ମୃଗଙ୍କ ସଂଖ୍ୟା, ସୁରକ୍ଷା ପାଇଁ ବନ ବିଭାଗର ପଦକ୍ଷେପ - BLACKBUCK POPULATION IN ODISHA

କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବନ ବିଭାଗର ପଦକ୍ଷେପ । ରାଜ୍ୟରେ ବଢ଼ିବାରେ ଲାଗିଛନ୍ତି କୃଷ୍ଣସାର । ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ ବଢୁଛନ୍ତି ।

BLACKBUCK
BLACKBUCK (ETV Bharat Odisha)
author img

By ETV Bharat Odisha Team

Published : April 8, 2025 at 3:17 PM IST

3 Min Read

Blackbuck population in Odisha ଭୁବନେଶ୍ବର: ରାଜ୍ୟରେ ସ୍ଵତନ୍ତ୍ର କୁହାଯାଉଥିବା କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଦେଖାଯାଉଛନ୍ତି ଶହ ଶହ କୃଷ୍ଣସାର ମୃଗ । ଯାହା ଭାରତରେ ଦ୍ୱିତୀୟ ସର୍ବବୃହତ କୃଷ୍ଣସାର ମୃଗଙ୍କ ବାସସ୍ଥାନ । ଏପରିକି ସାରା ରାଜ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ପାଇଁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି ।

କୃଷ୍ଣସାର ମୃଗର ସୁରକ୍ଷା:

ଏନେଇ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, "ପ୍ରାକୃତିକ ଭାବରେ କୃଷ୍ଣସାର ମୃଗ ଓଡିଶାରେ ବିଶେଷ ଭାବରେ ଗଞ୍ଜାମ ଜିଲ୍ଲାରେ ଦେଖାଯାଇଥାନ୍ତି । ସେଠାକାର ଗ୍ରାମବାସୀମାନେ କୃଷ୍ଣସାର ମୃଗଙ୍କୁ ରକ୍ଷା କରିଥାନ୍ତି । ବିଭାଗ ପକ୍ଷରୁ କୃଷ୍ଣସାର ମୃଗଙ୍କ ପାଇଁ ବିଭିନ୍ନ ସ୍ଥାନରେ ମୁଗ ଏବଂ ଡାଲି ଆଦି ଜାତୀୟ ଶସ୍ୟ ଚାଷ କରାଯାଇଥାଏ । ଦେଖାଯାଉଛି ଯେ, ରାଜ୍ୟରେ ବିଭିନ୍ନ ସ୍ଥାନରେ କୃଷ୍ଣସାର ମୃଗାଙ୍କ ସଂଖ୍ୟା ବଢିଯାଇଛି । ଏପରିକି ନୂଆ ନୂଆ ସ୍ଥାନମାନଙ୍କରେ ମଧ୍ୟ ଏହି କୃଷ୍ଣସାର ମୃଗଙ୍କ ସଂଖ୍ୟା ଦେଖିବାକୁ ମିଳୁଛି । କେବଳ ଗଞ୍ଜାମର ଜଗନ୍ନାଥ ପ୍ରସାଦ ନୁହେଁ ଏପରିକି ଖୋର୍ଦ୍ଧା ଆଦି ସ୍ଥାନରେ ମଧ୍ୟ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢିଛି । ରାଜ୍ୟରେ କୃଷ୍ଣସାର ମୃଗର ଶିକାର ବହୁତ କମ ଶୁଣିବାକୁ ମିଳୁଥିବା ବେଳେ ବିଶେଷ ଭାବରେ କୃଷ୍ଣସାର ମୃଗମାନେ ଦୁର୍ଘଟଣା ଜନିତ ଅଧିକ ମୃତ୍ୟୁବରଣ କରିଥାନ୍ତି । ବିଭାଗ ପକ୍ଷରୁ ଯେଉଁ ସ୍ଥାନମାନଙ୍କରେ ଖାଲି ଜଙ୍ଗଲ ରହିଛି ସେଠାରେ ଚାଷ କରାଯାଉଛି । ଯାହା ଫଳରେ ମୃଗମାନେ ବାହାରକୁ ବା ଜନବସତି ଆଡକୁ ନଯାଇ ଜଙ୍ଗଲ ମଧ୍ୟରେ ଚାଷ କରାଯାଉଥିବା ଶସ୍ୟ ଆଦିକୁ ଖାଇଥାଆନ୍ତି ।"

The Number Of Blackbucks Increasing in Odisha (ETV Bharat Odisha)

ଲୋକଙ୍କ ଫସଲ ନଷ୍ଟ ହେଲେ ସେମାନଙ୍କୁ କ୍ଷତିପୂରଣ ଆବଶ୍ୟକ:
ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ଵଜିତ ମହାନ୍ତି କହିଛନ୍ତି, "ରାଜ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର କାରଣ ସେମାନଙ୍କୁ ଶିକାର କରିବା ପାଇଁ ରାଜ୍ୟରେ ସେହି ତୁଳନାରେ ବାଘ ନାହାନ୍ତି । ଯାହା ଫଳରେ ସେମାନଙ୍କର ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଛି । କେବଳ ଗଞ୍ଜାମରେ ନୁହେଁ ଏପରିକି ରାଜ୍ୟରେ ଅନେକ ସ୍ଥାନରେ ସେମାନଙ୍କର ସଂଖ୍ୟା ବୃଦ୍ଧି ପାଉଛି । ସେମାନଙ୍କର ସୁରକ୍ଷା ପାଇଁ ଲୋକଙ୍କର ସହଯୋଗ ଓ ସୁରକ୍ଷା ଆବଶ୍ୟକ । ଅନେକ ସମୟରେ ଦେଖାଯାଉଛି ଜଙ୍ଗଲ ନିକଟରେ ଥିବା ଚାଷ ଜମିରୁ କୃଷ୍ଣସାର ମୃଗମାନେ ଆସି ଖାଦ୍ୟ ନଷ୍ଟ କରିଦିଅନ୍ତି । ଏନେଇ ଚାଷୀମାନଙ୍କୁ ବିଭାଗ ପକ୍ଷରୁ କ୍ଷତି ପୂରଣ ଦିଆଯାଉନାହିଁ । ଆସ୍କା ସହର ଧୀରେ ଧୀରେ ଜଙ୍ଗଲ ଆଡକୁ ମାଡି ଚାଲିଛି । ଯାହା ଫଳରେ କୃଷ୍ଣସାର ମୃଗଙ୍କ ସୁରକ୍ଷା ପାଇଁ ବିପଦ ରହିଛି । ଯାହା ବିଭାଗ ଆଗ୍ରହ ଦେଖାଯାଉ ନାହିଁ । କୃଷ୍ଣସାର ମୃଗ ଫସଲ ଖାଇବା ପରେ ଅଭିଯୋଗ ମୁତବକ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଆବଶ୍ୟକ । ଫଳରେ ଲୋକମାନେ ସେମାନଙ୍କ ପ୍ରତି ଭଲ ପାଇବା ଆଗ୍ରହ ବଢାଇବେ । ଏମିତିରେ ରାଜ୍ୟରେ ଅନେକ ସ୍ଥାନରେ କୃଷ୍ଣସାର ମୃଗାଙ୍କ ସଂଖ୍ୟା ବଢିଛି ।"

BLACKBUCK
BLACKBUCK (ETV Bharat Odisha)

ଜଗନ୍ନାଥ ପ୍ରସାଦ କୃଷ୍ଣସାର ମୃଗ ସଂରକ୍ଷଣରେ ଦ୍ୱିତୀୟ:
ଏନେଇ ପିସିସିଏଫ୍ ପ୍ରେମ କୁମାର ଝା କହିଥିଲେ ଯେ, ଓଡ଼ିଶାର ସଂରକ୍ଷଣ ଯାଦୁ ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହା ସାରା ଭାରତରେ ଦ୍ୱିତୀୟ ବୃହତ୍ତମ କୃଷ୍ଣସାର ମୃଗ ବାସସ୍ଥାନ ଭାବରେ ପରିଚିତ ଲାଭ କରିଛି । ଜଗନ୍ନାଥ ପ୍ରସାଦରେ ପାଖାପାଖି ୪୦୦ରୁ ଅଧିକ କୃଷ୍ଣସାର ମୃଗ ରହିଛନ୍ତି । ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ସଂରକ୍ଷଣର ଏକ ପ୍ରମାଣ । କୃଷ୍ଣସାର ମୃଗକୁ ନେଇ କିଭଳି ସଂରକ୍ଷଣ ସୁରକ୍ଷା କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ତେବେ କୃଷ୍ଣମୃଗଙ୍କ ପାଇଁ ଭାରତର ପ୍ରଥମ ବୃହତ୍ତମ ଅଭୟାରଣ୍ୟ ହେଉଛି ଗୁଜୁରାଟର ବଳଭଦ୍ର ଜାତୀୟ ଉଦ୍ୟାନ ।

କୃଷ୍ଣସାର ମୃଗଙ୍କ ସଂଖ୍ୟା:

  • ୨୦୧୭-୧୮ ମସିହାରେ ୪୦୮୨ଟି କୃଷ୍ଣସାର ମୃଗ ରହିଥିବା ବେଳେ ୨୦୧୮-୧୯ ମସିହାରେ ଏହାର ଗଣନା କରାଯାଇନଥିଲା ।
  • ୨୦୧୯-୨୦ ମସିହାରେ ଏହି ସଂଖ୍ୟା ଥିଲା ୬୮୭୫ ।
  • ୨୦୨୦-୨୧ ମସିହାରେ ୭୩୫୮ ଟି କୃଷ୍ଣସାର ମୃଗ ଚିହ୍ନଟ କରାଯାଇଥିଲା ।
  • ସେହିପରି ଭାବରେ କୋଣାର୍କ ପୁରୀ ବାଲୁଖଣ୍ଡ ୨୦୨୧-୨୨ ମସିହାରେ ଦେଖାଯାଉଥିଲା ୧୫୧ ଟି କୃଷ୍ଣସାର ମୃଗ । ପୁରୀଠୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ।

କୃଷ୍ଣସାର ମୃଗ କାହିଁକି ସ୍ଵତନ୍ତ୍ର:
କୃଷ୍ଣସାର ମୃଗ ବର୍ତ୍ତମାନ ସମୟରେ ଏକ ସ୍ବତନ୍ତ୍ର ପ୍ରଜାତିର ମୃଗ ଅଟନ୍ତି । ଏହା ବିଶେଷ ଭାବରେ ଭାରତ ଓ ନେପାଳରେ ଦେଖାଯାଆନ୍ତି । ଅବାଧ ଶିକାର, ଜଙ୍ଗଲ କ୍ଷୟ ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହା ବିଲୁପ୍ତ ହେବାରେ ଲାଗିଛନ୍ତି । ଏହାର ବଂଶବୃଦ୍ଧି ପାଇଁ ସରକାର ଅନେକ ଯୋଜନା ଜାରି ରଖିଛନ୍ତି । ଦେଶର ଅନେକ ପ୍ରାଣୀ ଉଦ୍ୟାନ, ଅଭୟାରଣ୍ୟରେ ଏମାନଙ୍କୁ ରଖାଯାଇ ବଂଶବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । ଏହା ଏକ ଶାକାହାରୀ ପ୍ରାଣୀ । ବିଶେଷ ଭାବରେ ଏମାନଙ୍କର ଜୀବନ କାଳ ୧୦ରୁ ୧୫ ବର୍ଷ । ଏମାନେ ବିଶେଷ ଭାବରେ ଖୋଲା ଘାସ ଥିବା ଅଞ୍ଚଳ ଓ କମ ଜଙ୍ଗଲ ଅଞ୍ଚଳରେ ବିଚରଣ କରିଥାନ୍ତି ।

BLACKBUCK
BLACKBUCK (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ଭାରତର ଦ୍ଵିତୀୟ ସର୍ବବୃହତ କୃଷ୍ଣସାରଙ୍କ ବାସସ୍ଥାନ ଜଗନ୍ନାଥ ପ୍ରସାଦ !

୨ ମାସରେ ଗଲାଣି ୯ କୃଷ୍ଣସାର ମୃଗଙ୍କ ଜୀବନ, ଆଶା-ଆଶଙ୍କାରେ ବଂଶବୃଦ୍ଧି ଯୋଜନା ?

ଦେଶରେ ଅନ୍ୟ କେଉଁ ସ୍ଥାନରେ ଅଧିକ ଦେଖାଯାଇଥାନ୍ତି:

କୃଷ୍ଣସାର ମୃଗ ଅତ୍ୟଧିକ ଥଣ୍ଡା ସହ୍ୟ କରିପାରନ୍ତି ନାହିଁ । ଯାହା ଫଳରେ ଏମାନେ ରାଜସ୍ଥାନର ମରୁଭୂମି ଓ ଉପକୂଳ ଅଞ୍ଚଳରେ ଦେଖାଯାଆନ୍ତି । ବିଶେଷ ଭାବରେ ଭାରତର ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଓଡ଼ିଶାର କିଛି ଅଞ୍ଚଳରେ ଦେଖାଯାଆନ୍ତି । ବିରଳ କୃଷ୍ଣସାର ମୃଗ ବଂଶବୃଦ୍ଧି ପାଇଁ ପୁରୀ ବନ ବିଭାଗ ପକ୍ଷରୁ କୋଣାର୍କ ବନଖଣ୍ଡ ଅଭୟାରଣ୍ୟରେ ୨ଟି ଏନକ୍ଲୋଜର ନିର୍ମାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.