ETV Bharat / state

ବନ୍ଧା ହେଲେ କୁବେର ଯନ୍ତ୍ରୀ ସୁଶାନ୍ତ ସେଠୀ, ଆୟଠାରୁ ରଖିଥିଲେ 347 ପ୍ରତିଶତ ଅଧିକ ସମ୍ପତ୍ତି - NUAPADA JE SUSANTA SETHI ARRESTED

ସ୍ୱାମୀଙ୍କ ଦୁର୍ନୀତି ଅର୍ଜିତ ସମ୍ପତ୍ତି ଅର୍ଜନରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ପତ୍ନୀ ଲିପି ସେଠିଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

NUAPADA JE SUSANTA SETHI ARRESTED
NUAPADA JE SUSANTA SETHI ARRESTED (Etv Bharat)
author img

By ETV Bharat Odisha Team

Published : May 24, 2025 at 10:24 PM IST

1 Min Read

କଟକ: ବନ୍ଧା ହେଲେ କୁବେର ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଆର୍‌ ଆଣ୍ଡ ବି ବିଭାଗର ଖରିଆର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜବତ ହୋଇ ଥିବା ସମ୍ପତ୍ତି ସୁଶାନ୍ତଙ୍କ ମୂଳ ରୋଜଗାର ଠାରୁ 347 ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ସ୍ୱାମୀଙ୍କ ଦୁର୍ନୀତି ଅର୍ଜିତ ସମ୍ପତ୍ତି ଅର୍ଜନରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ପତ୍ନୀ ଲିପି ସେଠିଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ଏମ ରାଧା କୃଷ୍ଣନ ।

ଭଡ଼ାଟିଆଙ୍କ ଘରେ ଟଙ୍କା ଓ ସୁନା ଲୁଚାଇଥିଲେ ଜେଇ ସୁଶାନ୍ତ କୁମାର:

ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତ କୁମାର ସେଠୀଙ୍କ 8 ସ୍ଥାନରେ ରେଡ କରି ତିନୋଟି ବହୁମହଲା ବିଲ୍ଡିଂ, ଏକ ଫାର୍ମହାଉସ୍‌, ନଅଟି ମୂଲ୍ୟବାନ ପ୍ଲଟ୍‌, ଦୁଇଟି ଦାମୀ ଚାରିଚକିଆ ଗାଡ଼ି, ସେଥିମଧ୍ୟରୁ ଗୋଟିଏ ବେନାମୀ ଗାଡ଼ି ମଧ୍ୟ ରହିଛି । ସେହିପରି 55 ଲକ୍ଷ ଟଙ୍କାର ଜମା ଏବଂ 14 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘରୋଇ ସାମଗ୍ରୀ ଆଦି ଜବତ କରିଛନ୍ତି ଭିଜିଲାନ୍ସ । ବଡ଼ କଥା ହେଉଛି କି ସୁଶାନ୍ତ ସେଠୀ ଭିଜିଲାନ୍ସ ଚଢ଼ାଉରୁ ବଞ୍ଚିବା ପାଇଁ 55 ଲକ୍ଷ ଟଙ୍କାର ଅବୈଧ ଅର୍ଥ ଏବଂ 1.4 କିଲୋଗ୍ରାମ ସୁନା ତାଙ୍କ ଭଡ଼ାଟିଆଙ୍କ ଘରେ ରଖିଥିବା ଜଣାପଡ଼ିଛି।

ଏହା ମଧ୍ୟ ପଢନ୍ତୁ-ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested - NV HARIHARA RAO ARRESTED

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ, ୧୧ ସ୍ଥାନରେ ଏକକାଳୀନ ଚଢାଉ - Vigilance Raid

ଏହି ଅର୍ଥ ଓ ସୁନା ଭଡ଼ାଟିଆ ଫେରାଇ ନ ଦେଇଥିବାରୁ ସେଠୀଙ୍କ ପତ୍ନୀ ଧଉଳି ଥାନାରେ ଗତବର୍ଷ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ବର୍ତ୍ତମାନ ଧଉଳି ଥାନାରେ ତଦନ୍ତାଧୀନ ରହିଛି। ଭିଜିଲାନ୍ସ ଅଧିକାରୀମାନେ ଏହି ଅବୈଧ ଅର୍ଥ ଓ ସୁନା ସେଠୀଙ୍କ ଅବୈଧ ଉପାର୍ଜନ ବୋଲି ସନ୍ଦେହ କରୁଛନ୍ତି ଏବଂ ଏହାର ଯାଞ୍ଚ ଜାରି ରହିଛି ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି। ଆୟ ବହିର୍ଭୃତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଖରିଆର ଆର ଆଣ୍ଡ ବି ଜେଇ ସୁଶାନ୍ତ କୁମାର ସେଠୀଙ୍କ 8 ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.