ETV Bharat / state

ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ଆହତ, ୧୦ ବର୍ଷ ହେଲା ଖୋଜୁଥିଲା ପୋଲିସ - ENCOUNTER IN ANGUL

କ୍ଷୀରୋଦ ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ଥାନାରେ 30ରୁ ଅଧିକ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ 15ରୁ ଅଧିକ ଡକାୟତି, ପୋଲିସ ଉପରକୁ ଗୁଳି ଚଳାଇବା ଓ ଅନେକ ହତ୍ୟା ମାମଲା ରହିଛି।

Notorious criminal injured in police encounter at Angul
Notorious criminal injured in police encounter at Angul (ETV BHARAT ODISHA)
author img

By ETV Bharat Odisha Team

Published : April 6, 2025 at 9:10 PM IST

2 Min Read

ଅନୁଗୋଳ: ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲା ପୋଲିସ ଆଖିରୁ ନିଦ ହଜାଇ ଦେଇଥିବା ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀକୁ ଏନକାଉଣ୍ଟର କରିଛି ଅନୁଗୋଳ ଜିଲ୍ଲା ପୋଲିସ। ପୋଲିସ ଗୁଳିରେ ଆହତ ହୋଇ ଅପରାଧୀ କ୍ଷୀରୋଦ ନାଏକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 10 ବର୍ଷ ପରେ ପୋଲିସକୁ ଏହି ସଫଳତା ମିଳିଛି । ଆଜି ସକାଳ ସମୟରେ ଅନଗୋଳରେ ଏହି ଏନକାଉଣ୍ଟର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନୁଗୋଳ ସପିଏ ରାହୁଲ ଜୈନ ।

10 ବର୍ଷ ହେଲା କ୍ଷୀରୋଦକୁ ଖୋଜୁଥିଲା ପୋଲିସ:

ଅନୁଗୋଳ ଟାଉନ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ଼ ମିଳିତ ଭାବେ ଅପରାଧୀ କ୍ଷୀରୋଦ ନାଏକକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପ୍ରତିବାଦରେ ପୋଲିସ ଗୁଳି ଚଳାଇବାରୁ ସେ ଆହତ ହୋଇଥିଲା । ଏସପିଙ୍କ ସୂଚନା ଅନୁସାରେ, ଗତ 10 ବର୍ଷ ହେବ ଅପରାଧୀ କ୍ଷୀରୋଦକୁ ଧରିବା ପାଇଁ ଅନୁଗୋଳ ସମେତ ଢେଙ୍କାନାଳ ଓ ଦେବଗଡ଼ ପୋଲିସ ବହୁ ଚେଷ୍ଟା କରିଥିଲେ । କିନ୍ତୁ ସମସ୍ତଙ୍କୁ ଚକମା ଦେଇ ନିଜର ଅପରାଧ ସାମ୍ରାଜ୍ୟ ଚଳାଇଥିଲା କ୍ଷୀରୋଦ। କେବଳ ଅନୁଗୋଳ ଜିଲ୍ଲାରେ 30 ରୁ ଅଧିକ ଅପରାଧ ଭିଆଇଛି । ଗତକାଲି ବିଳମ୍ବିତ ରାତିରେ ତାଳଚେର ଆଡୁ ଅନୁଗୋଳ ଆଡକୁ ଆସୁଥିବା ବେଳେ ସ୍ପେଶାଲ ସ୍କ୍ବାଡ଼ ତାର ପିଛା କରିଥିଲା। ଶେଷରେ ଅନୁଗୋଳ ଟାଉନ ଥାନା ପୋଲିସ ସହାୟତାରେ ତାକୁ କାବୁ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସେ ପୋଲିସ ଉପରକୁ 3 ରାଉଣ୍ଡ ଗୁଳି ଚଳାଇଥିଲା। ଶେଷରେ ପୋଲିସ ତା ଉପରକୁ ଗୁଳି ଚଳାଇଥିବା ବେଳେ ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା । ତା ନାମରେ ହତ୍ୟାକାଣ୍ଡ, ରାହଜାନୀ, ଡକାୟତି ଏପରିକି ପୋଲିସ ଗୁଳି କରିବା ଭଳି ଅପରାଧ କରିଥିବା ରେକର୍ଡ ରହିଛି । ଗତ ତିନିଦିନ ତଳେ କ୍ଷୀରୋଦର ଏକାନ୍ତ ସହଯୋଗୀ ସୁଶାନ୍ତ ନାଏକକୁ ମଧ୍ୟ ଏନକାଉଣ୍ଟର କରିଥିଲା ପୋଲିସ ।

Notorious criminal injured in police encounter at Angul (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଡବଲ ଏନକାଉଣ୍ଟର, 2 ବିହାରୀ ଲୁଟେରା ଆହତ - DOUBLE ENCOUNTER IN BHUBANESWAR

କ୍ଷୀରୋଦ ନାମରେ ରହିଛି ଏକାଧିକ ଅପରାଧୀକ ମାମଲା:

କ୍ଷୀରୋଦ ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ଥାନାରେ 30ରୁ ଅଧିକ ଅପରାଧିକ ମାମଲା ରହିଛି। ସେଥିମଧ୍ୟରୁ 15ରୁ ଅଧିକ ଡକାୟତି, ପୋଲିସ ଉପରକୁ ଗୁଳି ଚଳାଇବା ଓ ଅନେକ ହତ୍ୟା ମାମଲା ରହିଛି। ଅନୁଗୋଳ ଓ ଛେଣ୍ଡିପଦା ଥାନାରେ 7ରୁ ଅଧିକ ଜାମିନ ବିହୀନ ଗିରଫ ପରୱାନା ଅଛି। ଗତ 2016 ପରଠାରୁ ତାକୁ ବିଭିନ୍ନ ଜିଲ୍ଲା ପୋଲିସ ଖୋଜୁଥିଲା। କିନ୍ତୁ ସେ ପୋଲିସକୁ ଚକମା ଦେଖାଇ ଖସି ଯାଉଥିଲା। ଗତକାଲି ରାତିରେ ସେ ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଦେଇ ଏକ ବାଇକରେ ଯାଉଥିବା ଖବର ପାଇ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡ ମିଳିତ ଭାବେ ସେଠାରେ ଜଗି ରହିଥିଲେ। କ୍ଷୀରୋଡ଼କୁ ଦେଖିବା ମାତ୍ରେ ପ୍ରଥମେ ଆତ୍ମ ସମର୍ପଣ ପାଇଁ କହିଥିଲେ। କିନ୍ତୁ କ୍ଷୀରୋଦ ପୋଲିସ ଉପରକୁ 3 ରାଉଣ୍ଡ ଗୁଳି ଚଳାଇଥିଲା। ଫଳରେ ବାଧ୍ୟ ହୋଇ ତା ଉପରକୁ ପାଲଟା ଗୁଳି ଚଳାଇଥିଲା ପୋଲିସ। ଗୋଟିଏ ଗୁଳି କ୍ଷୀରୋଦ ଡାହାଣ ଗୋଡ଼ରେ ବାଜିଥିଲା। ଘଟଣାସ୍ଥଳରୁ ପୋଲିସ ଏକ ବାଇକ, ପିସ୍ତଲ ଏବଂ ଖୋକା ଜବତ କରିଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.