ETV Bharat / state

ଭାଇଚାରାରେ ପାଳନ ହେବ ହନୁମାନ ଜୟନ୍ତୀ, ହିନ୍ଦୁଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବେ ମୁସଲିମ ସମ୍ପ୍ରଦାୟ - SAMBALPUR HANUMAN JAYANTI

ଏଥର ସମ୍ବଲପୁର ହନୁମାନ ଜୟନ୍ତୀକୁ ଶାନ୍ତିଶୃଙ୍ଖଳାରେ କରିବା ପାଇଁ ପଦକ୍ଷେପ । ନକରାତ୍ମକତାକୁ ପ୍ରଶୟ ଦେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ହିନ୍ଦୁ ଭକ୍ତଙ୍କୁ ଫୁଲତୋଡ଼ା ସ୍ୱାଗତ କରିବେ ମୁସଲିମ ସମ୍ପ୍ରଦାୟ ।

SAMBALPUR HANUMAN JAYANTI
SAMBALPUR HANUMAN JAYANTI (ETV Bharat Odisha)
author img

By ETV Bharat Odisha Team

Published : March 31, 2025 at 10:36 PM IST

3 Min Read

Hanuman Jayanti 2025: ସମ୍ବଲପୁର: ଏପ୍ରିଲ ୬ରେ ରାମ ନବମୀ ଓ ୧୪ ତାରିଖରେ ସମ୍ବଲପୁର ସହରରେ ପାଳିତ ହେବାକୁ ଯାଉଛି ହନୁମାନ ଜୟନ୍ତୀ । ପୂର୍ବରୁ ହନୁମାନ ଜୟନ୍ତୀ ସମୟରେ ସହରରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ପରେ ସହରରେ ସାମୁହିକ ଧାର୍ମିକ ଶୋଭାଯାତ୍ରା ଉପରେ ସରକାର ରୋକ ଲଗାଇଥିଲେ । ନୂତନ ସରକାର ଧାର୍ମିକ ଶୋଭାଯାତ୍ରା ଉପରେ ଥିବା ରୋକକୁ ହଟେଇବା ପରେ ଏଥର ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ପାଳନ କରାଯିବ । ତେବେ ଯେପରି ପୂର୍ବ ଘଟଣା ପୁନରାବୃତ୍ତି ନହୋଇ ଶାନ୍ତିଶୃଙ୍ଖଳାର ସହ ପର୍ବ ପାଳନ କରାଯିବ ସେନେଇ ଜିଲ୍ଲା ପୋଲିସ ପ୍ରଶାସନ ସହ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି ।

sambalpur hanuman jayanti (ETV Bharat Odisha)

୨୦୨୩ରେ ଘଟିଥିଲା ସାମ୍ପ୍ରଦାୟିକ ହିଂସା:

ହନୁମାନ ଜୟନ୍ତୀ ପାଳନ ସମୟରେ ୨୦୧୪ ମସିହାରୁ ଅସ୍ତ୍ର ପ୍ରଦର୍ଶନ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗେଇଥିବା ବେଳେ ପ୍ରତ୍ୟେକ ବର୍ଷ ବିଭିନ୍ନ କାରଣ ଯୋଗୁଁ ଏହା ବିବାଦରେ ରହି ଆସୁଥିଲା । କିନ୍ତୁ ୨୦୨୩ ଏପ୍ରିଲ ୧୨ ତାରିଖରେ ହନୁମାନ ଜୟନ୍ତୀ ପୂର୍ବରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିବା ବେଳେ ସହରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କେତେକ ଲୋକ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଏଥିରେ ତତ୍କାଳୀନ ଧନୁପାଲି ଥାନା ଅଧିକାରୀ ସମେତ ବହୁତ ଲୋକ ଆହତ ହୋଇଥିଲେ ।

sambalpur hanuman jayanti

ଏହାପରେ ଏପ୍ରିଲ ୧୪ ତାରିଖରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ କେତେକ ଦୋକାନ ଜାଳିପୋଡି ଦିଆଯାଇଥିଲା । ଏହାର ପରେ ସାମ୍ପ୍ରଦାୟିକ ସଦଭାବନାକୁ ସ୍ଥିର ରଖିବା ପାଇଁ ଜିଲ୍ଲା ପ୍ରଶାସନ ସହରର କେତେକ ସ୍ଥାନରେ ୧୪୪ ଧାରା ଲଗେଇବା ସହ ପରେ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଥିଲା । ପରବର୍ତ୍ତୀ ବର୍ଷ ଅର୍ଥାତ ୨୦୨୪ରେ ଜିଲ୍ଲା ପ୍ରଶାସନ ସହରରେ ସାମୁହିକ ଧାର୍ମିକ ଶୋଭାଯାତ୍ରା ଉପରେ ଉପରେ ରୋକ ଲଗେଇଥିଲା ।

ଏଥର ପାଳନ ହେବ ହନୁମାନ ଜୟନ୍ତୀ:

ବର୍ତ୍ତମାନ ନୂତନ ସରକାର ଆସିବା ପରେ ଧାର୍ମିକ ଶୋଭାଯାତ୍ରା ଉପରେ ଥିବା ରୋକକୁ ହଟେଇବା ପରେ ଏଥର ଆସନ୍ତା ଏପ୍ରିଲ ୬ରେ ଶ୍ରୀରାମ ନବମୀ ଓ ଏପ୍ରିଲ ୧୪ରେ ଧୁମ ଧାମରେ ହନୁମାନ ଜୟନ୍ତୀ ହନୁମାନ ଜୟନ୍ତୀ ବୋଲି ଆୟୋଜକ କମିଟି କହିଛନ୍ତି । ଏଥର ଶାନ୍ତିପୂର୍ଣ୍ଣ ଭାବରେ କିପରି ପର୍ବ ପାଳନ ହେବ ତାହା ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ । ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଏସପି କହିଥିବା ବେଳେ ଶ୍ରୀରାମ ଜନ୍ମଉତ୍ସବ ଆୟୋଜନ କମିଟି ସବୁ କିଛି ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି କହିଛନ୍ତି । ଅନ୍ୟପଟେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ସବୁ କିଛି ଶାନ୍ତିପୂର୍ଣ୍ଣ ଭାବେ ହେବ ବୋଲି କୁହାଯାଇଛି ଓ ଏଥର ଏହି ଧାର୍ମିକ ଶୋଭାଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁମାନଙ୍କୁ ଫୁଲତୋଡ଼ା ଓ ମିଠା ଦିଆଯାଇ ସ୍ୱାଗତ କରାଯିବ ବୋଲି କୁହାଯାଇଛି l

ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ହେବ:

ଏନେଇ ସମ୍ବଲପୁର ଶ୍ରୀରାମ ଜନ୍ମଉତ୍ସବ ସମିତି ସଦସ୍ୟ ପ୍ରଦୀପ କୁମାର ବହିଦାର କହିଛନ୍ତି, "ଆସନ୍ତା ୬ ତାରିଖରେ ଶ୍ରୀରାମ ନବମୀ ଦିନ ସମ୍ବଲପୁର ଖେତରାଜପୁର ଅଞ୍ଚଳରୁ ପ୍ରଭୁ ଶ୍ରୀରାମଙ୍କର ଏକ ଭବ୍ୟ ଶୋଭାଯାତ୍ରା ବାହାରି ସମ୍ବଲପୁର ସହର ପରିକ୍ରମା କରିବ । ଏଥିରେ ବିଭିନ୍ନ ସାଂସ୍କୃତିକ ଝଲକ ପ୍ରଦର୍ଶିତ ହେବେ । ଏହାସହ ନାଗା ବାବାମାନେ ମଧ୍ୟ ସାମିଲ ହେବେ । ଶ୍ରୀରାମ ନବମୀରେ ପ୍ରଥମ ଥର ପାଇଁ ଏହି ଭଳି ଭବ୍ୟ ଶୋଭାଯାତ୍ରା ଆୟୋଜିତ ହେଉଛି । ସମ୍ବଲପୁରର ଅବସରପ୍ରାପ୍ତ ସେନା ଅଧିକାରୀମାନେ ନିଜ ୟୁନିଫର୍ମ ସହ ପ୍ରଭୁ ଶ୍ରୀରାମଙ୍କ ରଥକୁ ଏସ୍କର୍ଟ କରି ସହର ପରିକ୍ରମା କରେଇବେ । ଯାହା ପ୍ରଥମ କରି ଦେଖିବାକୁ ମିଳିବ । ଏଥର ପ୍ରଭୁ ଶ୍ରୀରାମଙ୍କ ଯେଉଁ ବିଗ୍ରହ ତିଆରି ହେବ ତାହା ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ପ୍ରଭୁଙ୍କ ବିଗ୍ରହ ସଦୃଶ୍ୟ ହେବ । ଶ୍ରୀରାମ ନବମୀ ଶୋଭାଯାତ୍ରା ଏଥର ଶାନ୍ତିପୂର୍ଣ୍ଣ ଭାବେ ହେବ । ଏମିତି କୌଣସି ଆଶଙ୍କା ନାହିଁ ଯେ ଏହା ଉପରେ ଆକ୍ରମଣ ହେବ । ଯଦି କୌଣସି ଆକ୍ରମଣ ହୁଏ ତେବେ ସମିତି ନିଜର ସୁରକ୍ଷା ପାଇଁ ପ୍ରସ୍ତୁତ ରହିଛି । ଯଦି କୌଣସି ବିଘ୍ନ ଘଟେ ତାହେଲେ ସରକାର ସେଥିପାଇଁ ପଦକ୍ଷେପ ଗ୍ରହଣ କରିବେ ।"

'ଭକ୍ତଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବୁ':
ଅନ୍ୟପଟେ ମୁସଲିମ ସମ୍ପ୍ରଦାୟର ମହମ୍ମଦ ଯୁସୁଫ କହିଛନ୍ତି, "ଆମ ପାଇଁ ସବୁ ଧର୍ମ ସମାନ । ଆମେ ସବୁ ଧର୍ମରେ ସାମିଲ ହୋଇ ପାଳନ କରୁଛୁ । ରାମନବମୀ, ହନୁମାନ ଜୟନ୍ତୀ ଆମର ପର୍ବ, ଇଦ ମଧ୍ୟ ଆମରି ପର୍ବ । ଆମେ ପ୍ରଥମେ ହେଉଛୁ ଓଡ଼ିଆ ମୁସଲିମ । ଆମେ ସବୁ ପର୍ବ ପର୍ବାଣୀ ମନାଉଚୁ ଓ ଆଗକୁ ବି ମନେଇବୁ । ଆମେ ଗଣମାଧ୍ୟମ ଜରିଆରେ ବାର୍ତ୍ତା ଦେଉଛୁ କି ଶାନ୍ତି ପ୍ରତିଷ୍ଠା ହେଉ । ୨୦୨୩ରେ ଯେଉଁ ଘଟଣା ଘଟିଲା ସେଥିରେ ପ୍ରଶାସନର ଭୁଲ ଥିଲା ନା ନାହିଁ ତାହା ପଛର କଥା । ସେ ଭୁଲର ପୁନରାବୃତ୍ତି ଆଉ ନହେଉ । ଆମର ସମାଜ ସମ୍ବଲପୁର ସହରରେ ଅଶାନ୍ତ କରିବାକୁ ଚାହୁଁନାହିଁ । ମୁସଲିମ ସମାଜ ପୁରାପୁରି ଶାନ୍ତି ଚାହୁଁଛି । ଆମେ ଏହାକୁ ସ୍ୱାଗତ କରୁଛୁ । ହନୁମାନ ଜୟନ୍ତୀର ଯେଉଁ ଭକ୍ତମାନେ ଆସିବେ ତାଙ୍କୁ ଆମେ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ସେମାନଙ୍କୁ ମିଠା ଖୁଆଇ ସର୍ବତ ପିଆଇ ସ୍ୱାଗତ କରିବୁ । ଆମେ ଶାନ୍ତି ପାଇଁ ସବୁ ଚେଷ୍ଟା କରୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ..

ହାଇକୋର୍ଟରେ ସମ୍ବଲପୁର ହନୁମାନ ଜୟନ୍ତୀ ମାମଲା, ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ନାଗପୁର ହିଂସା: ୪ ପୋଲିସ ଗୁରୁତର, ଭଙ୍ଗାରୁଜା କଲେ ଉତ୍ତେଜନାକରୀ

ନକାରାତ୍ମକତାକୁ ପ୍ରଶୟ ଦିଆଯିବ ନାହିଁ:

ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, "ଆଗାମୀ ଦିନ ପାଇଁ ଆମେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗେଇବାକୁ ଯାଉଛୁ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଶାନ୍ତି କମିଟି ବୈଠକ କରାଯାଇଛି । ଏହାସହ ଉଭୟ ସମ୍ପ୍ରଦାୟ ପକ୍ଷରୁ ବହୁତ ଲୋକ ପୋଲିସ ମିତ୍ର ଭାବେ ଆମକୁ ସହଯୋଗ ଦେବା ସହ ସୂଚନା ଦେଉଛନ୍ତି । ଏଥର ପୋଲିସର ସୁରକ୍ଷା ବ୍ୟବସ୍ଥା ଭିନ୍ନ ଧରଣର ହେବ । ଯେଉଁ ଲୋକମାନେ ନକାରାତ୍ମକତାକୁ ପ୍ରଶୟ ଦେବେ, ସେମାନଙ୍କୁ ପୋଲିସ ବରଦାସ୍ତ କରିବ ନାହିଁ । ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.