ବ୍ରହ୍ମପୁର: ୧୮ ଦିନରେ ପହଞ୍ଚିଛି ବ୍ରହ୍ମପୁର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରା । ଆସନ୍ତା ୨୮ ତାରିଖ ବିଳମ୍ୱିତ ରାତ୍ରରେ ମା'ଙ୍କ ଯାତ୍ରା ଶେଷ ହେବ । ମା'ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିବା ପାଇଁ ନିୟମିତ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଦେଶୀ ବେହେରା ସାହିରେ ରହିଥିବା ଅସ୍ଥାୟୀ ମଣ୍ଡପରେ ମା' ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଓ ବିଧାୟକ କେ.ଅନିଲ କୁମାର । ବ୍ରହ୍ମପୁର ସହ ମା' ବୁଢୀ ଠାକୁରାଣୀ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଂସଦ ପ୍ରଦୀପ ଅନୁରୋଧ କରିଛନ୍ତି ।
ବୁଢୀ ଠାକୁରାଣୀ ପୀଠର ଉନ୍ନତିକରଣ ପାଇଁ ଅନୁରୋଧ:

ମା' ବୁଢୀ ଠାକୁରାଣୀ ଅତ୍ୟନ୍ତ ପ୍ରସିଦ୍ଧ ଦେବୀ ଭାବରେ ପରିଚିତ । ମା'ଙ୍କର ଆଶୀର୍ବାଦରେ ୨୦୨୪ ମସିହାରେ ଜନତାଙ୍କର ସମର୍ଥନରେ ରାଜ୍ୟରେ ବିଜେପି ହୋଇଛି ବୋଲି କହିଛନ୍ତି ସାଂସଦ ପ୍ରଦୀପ ପାଣିଗ୍ରାହୀ । ଏହାସହ ମା'ଙ୍କ ଦର୍ଶନ ଅବସରରେ ସେ ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହର ପ୍ରତି ଏବଂ ଗଞ୍ଜାମ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଗାଁ ତାରିଣୀ ମନ୍ଦିରକୁ ଯାଇ ମା'ଙ୍କ ପୀଠର ଉନ୍ନତିକରଣ ସେଠାରେ ୨୧୫ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ କରିଛନ୍ତି । ସେହିପରି ବ୍ରହ୍ମପୁର ଅଞ୍ଚଳରେ ମା' ବୁଢୀ ଠାକୁରାଣୀ ପ୍ରସିଦ୍ଧ ରହିଥିବା ଏହି ପୀଠର ଉନ୍ନତିକରଣ ପାଇଁ ଅନୁରୋଧ କରିଛନ୍ତି । ଆଗାମୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହେଉଛି । ଆଗାମୀ କାର୍ଯ୍ୟକ୍ରମରେ ମା'ଙ୍କ ଆଶୀର୍ବାଦ ସହିତ ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟିତ ରହିବେ ବୋଲି ଅନୁରୋଧ କରିଛନ୍ତି ବ୍ରହ୍ମପୁର ସାଂସଦ ।
ଦର୍ଶନ ପରେ ଏଭଳି ପ୍ରତିକ୍ରିୟା ରଖିଲେ ସାଂସଦ:

ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି, "ବ୍ରହ୍ମପୁରର ପ୍ରସିଦ୍ଧ ଦେବୀ ମା' ବୁଢ଼ା ଠାକୁରାଣୀ । ମା'ଙ୍କ ଆଶୀର୍ବାଦରେ ୨୦୨୪ ନିର୍ବାଚନରେ ବିଜେପି ରାଜ୍ୟରେ କ୍ଷମତାସୀନ ହୋଇଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହର ପ୍ରତି ଏବଂ ଗଞ୍ଜାମ ଜିଲ୍ଲା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରୁଛି । ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଆସିପାରନ୍ତି । ମୋର ଅନୁରୋଧ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାକ ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ ।"

ଏହା ମଧ୍ୟ ପଢ଼ନ୍ତୁ.. ବୁଢ଼ୀ ଠାକୁରାଣୀଙ୍କ 'ବିଞ୍ଚଣା ରଥ', ଏହା କାହିଁକି ମାଆଙ୍କ ପ୍ରିୟ ? ଜାଣନ୍ତୁ ଠାକୁରାଣୀ ଯାତ୍ରାରେ ପ୍ରଭାନୃତ୍ୟ ପରମ୍ପରା, 'ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ମାଆଙ୍କ ଉଭଣୀମାନେ' |
ବ୍ରହ୍ମପୁର ବିଧାୟକଙ୍କ ପ୍ରତିକ୍ରିୟା:
ବ୍ରହ୍ମପୁର ସାଂସଦଙ୍କ ସହିତ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମା'ଙ୍କୁ ଦର୍ଶନ କରିଛନ୍ତି । ମା'ଙ୍କର ଆର୍ଶୀବାଦରେ ସେ ଶୁଭଖୁଣ୍ଟି ସ୍ଥାପନ ଦିନ ଆସିଥିଲେ । ମା'ଙ୍କ ଆଗମନ ଦିନ ମଧ୍ୟ ଆସିଥିବା । ମା'ଙ୍କ ଆଶୀର୍ବାଦରୁ ପୁଣି ଆସି ଦର୍ଶନ କରିଥିବା କହିଛନ୍ତି । ଏପରକି ମା'ଙ୍କ ଆଶୀର୍ବାଦରୁ ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମପୁରରେ ବିଜେପି ବହୁ ଆସନରୁ ବିଜୟୀ ହୋଇଥିବା କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.. |
ବ୍ରହ୍ମପୁରର ସାଂସଦ ଓ ବିଧାୟକଙ୍କ ସମେତ ଜିଲ୍ଲା ବିଜେପି ସଭାପତି ସରୋଜ କୁମାର ସାବତ ଏବଂ ଦଳର ବହୁ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି ମା'ଙ୍କ ଦର୍ଶନ କରି କରୁଣା ଲାଭ କରିଛନ୍ତି ।

