ETV Bharat / state

ଧରା ପଡିଲା ମୋଷ୍ଟ ୱାଣ୍ଟେଡ ସତୀଶ ମିଶ୍ର, ବ୍ରହ୍ମପୁର ପୋଲିସର ହଜାଇଥିଲା ନିଦ - MOST WANTED CRIMINAL ARRESTED

ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ୍ ମଉଜ ଓରଫ ସତୀଶ ଗିରଫ । ଚାରୋଟି ମାମଲାରେ ରହିଥିଲା ୱାରେଣ୍ଟ

MOST WANTED CRIMINAL ARRESTED
MOST WANTED CRIMINAL ARRESTED (ETV Bharat Odisha)
author img

By ETV Bharat Odisha Team

Published : April 15, 2025 at 10:38 PM IST

3 Min Read

Most wanted criminal Satish mishra arrested ବ୍ରହ୍ମପୁର: ଗତ କିଛି ବର୍ଷ ଧରି ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ରହିଥିବା ମଉଜ ଓରଫ ସତୀଶ କୁମାର ମିଶ୍ରଙ୍କୁ ଶେଷରେ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । 4ଟି ମାମଲାରେ ଥିଲା ମୋଷ୍ଟ ୱାଣ୍ଟେଡ । ସତୀଶଙ୍କ ନାମରେ ଚାରୋଟି ମାମଲାରେ ଏନବିଡବ୍ଲୁ ୱାରେଣ୍ଟ ରହିଥିଲା । ଗତ ୧୫ ଦିନର ଉଦ୍ୟମ ପରେ ଶେଷରେ ବ୍ରହ୍ମପୁର ପୋଲିସର ଗୋଷାଣି ନୂଆଗାଁ ତାନା ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଜଟଣୀ ଅଞ୍ଚଳରୁ ଗିରଫ କରିଥିଲେ ।

ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ୍ ମଉଜ ଓରଫ ସତୀଶ ଗିରଫ
ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ୍ ମଉଜ ଓରଫ ସତୀଶ ଗିରଫ (ETV Bharat Odisha)

କେଉଁ 4ଟି ମାମଲାରେ ଥିଲା ମୋଷ୍ଟୱାଣ୍ଟେଡ:

ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଅଞ୍ଚଳର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା , ରେଳଷ୍ଟେସନ ନିକଟରେ ହୋଇଥିବା ଗଣେଶ ସୁନା ହତ୍ୟା ମାମଲା ସମେତ ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଡୁ ଦାଶଙ୍କ ଉପରକୁ ଗୁଳିମାଡ ଘଟଣା ସହିତ ଏକ ବୋମାମାଡ ଘଟଣା ଭଳି ମୋଟ ଚାରୋଟି ମାମଲାରେ ଗିରଫ ମଉଜ ଓରଫ ସତୀଶଙ୍କ ନାମରେ ଚାରୋଟି ମାମଲାରେ ଏନବିଡବ୍ଲୁ ୱାରେଣ୍ଟ ରହିଥିଲା ।

ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ୍ ରହିଥିଲେ ମଉଜ ଓରଫ ସତୀଶ:

ଗତ କିଛି ବର୍ଷ ଧରି ବ୍ରହ୍ମପୁର ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିସଲେ ମଉଜ ମିଶ୍ର ଓରଫ ସତୀଶ କୁମାର ମିଶ୍ର(୩୯) । ସୂଚନାଅନୁଯାୟୀ ଗତ ୨୦୧୩ ମସିହାରେ ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ଅଞ୍ଚଳରେ ଶାନ୍ତି ମିଶ୍ରଙ୍କୁ କରାଯାଇଥିବା ସଂଘବଦ୍ଧ ହତ୍ୟା ମାମଲାରେ ମଉଜ ମିଶ୍ରଙ୍କ ସମେତ ମୋଟ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲ ଯାଇଥିଲେ । ହେଲେ ୨୦୧୬ରେ ଜାମିନ ଫେରିବା ପରେ ମଉଜ ବ୍ରହ୍ମପୁର ଛାଡି ଫେରାର ହୋଇଯାଇଥିଲା । ଯାହାକି ଗତ ୨୦୨୪ ନଭେମ୍ବର ୭ ତାରିଖରେ ବ୍ରହ୍ମପୁରର କୋର୍ଟ ଉକ୍ତ ଶାନ୍ତି ମିଶ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ମଉଜ ଫେରାର ରହିଥିବା ଯୋଗୁଁ ତାଙ୍କ ବ୍ୟତୀତ ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଘୋଷଣା କରିଥିଲେ । ଘଟଣାରେ ମଉଜ ମିଶ୍ର ଫେରାର ରହିଥି୍ବାରୁ ତାଙ୍କୁ ଦଣ୍ଡବିଧାନ ହୋଇପାରିନଥିଲା । ଯାହାକୁ ନେଇ କୋର୍ଟ ପକ୍ଷରୁ ତାଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଥିଲା ।

ସେହିପରି ୨୦୦୬ ମସିହାରେ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଗଣେଶ ସୁନା ହତ୍ୟା ମାମଲାରେ ମଉଜ ମିଶ୍ର ଅଭିଯୁକ୍ତ ରହିଥିବା ବେଳେ ସେହିବର୍ଷ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଅନ୍ୟ ଏକ ମାମଲାରେ ମଧ୍ୟ ସେ ଅଭିଯୁକ୍ତ ରହିଥିଲା । ଏପରିକି ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ ଉପରକୁ ଗୁଳିମାଡ ଘଟଣାରେ ମଧ୍ୟ ମଉଜ ଅଭିଯୁକ୍ତ ରହିଥିବା ଦର୍ଶାଯାଇଛି । ହେଲେ ଏହି ସମସ୍ତ ମାମଲାର ସେ କୋର୍ଟରେ ହଜାର ହୋଇନଥିବାରୁ ତାଙ୍କ ନାମରେ ମୋଟ ୪ ଗୋଟି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍ ।

ଫେରାର ପରେ ବ୍ୟବସାୟ କରୁଥିଲା ମଉଜ:

ବ୍ରହ୍ମପୁର ପୋଲିସର ଚାରୋଟି ମାମଲାରେ ସଂପୃକ୍ତ ରହି ଫେରାର ରହିଥିବା ମଉଜ ଏହି ସମୟରେ ବ୍ୟବସାୟ କରୁଥିଲା ଏବଂ ତାଙ୍କ ପରିବାର ବର୍ଗ ଏନେଇ ସହଯୋଗ କରି ଆସୁଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ହେଲେ ସେ ଜଟଣୀରେ ରହୁଥିବା ନେଇ ବ୍ରହ୍ମପୁର ପୋଲିସ ଖବର ପାଇବା ପରେ ଗତ ୧୫ ଦିନ ଧରି ଗଠିତ ପୋଲିସ ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ସାଧା ପୋଷାକରେ ଗତ ୧୫ ଦିନ ଧରି ଉଦ୍ୟମ ଜାରି ରଖିଥିବା ବ୍ରହ୍ମପୁର ଏସ୍.ପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକି ମଉଜ ସେଠାରେ ଏକ ଭଡା ଘରେ ରହିବା ସହିତ ସାଧାରଣ ଲୋକଙ୍କ ଭଳି ଯାତାୟତ କରୁଥିବା ପୋଲିସ ଟିମ ଜାଣିବାକୁ ପାଇଥିବା ବେଳେ କିଛି ଦିନର ଉଦ୍ୟମ ପରେ ପୋଲିସ ଟିମ୍ ସୁଯୋଗ ଦେଖି ଧରିବାରେ ସକ୍ଷମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇ ଘଟଣାରେ 2 ଗିରଫ

ରାତିଅଧିଆ ହୁକ୍କା ବାର ଉପରେ ରେଡ୍‌, ମିଳିଲା ବେଆଇନ ସାମଗ୍ରୀ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ସାଇବର ଠକେଇର ଶିକାର, ଆକାଉଣ୍ଟରୁ 14 ଲକ୍ଷ ଲୁଟ୍

ସାଧାପୋଷାକରେ ଧରିଲା ପୋଲିସ:

ବ୍ରହ୍ମପୁର ପୋଲିସ ଜିଲ୍ଲାର ମୋଷ୍ଟ ୱାଣ୍ଟେଡ୍ ମଉଜ ଓରଫ ସତୀଶ ଜଟଣୀ ଅଞ୍ଚଳରେ ରହୁଥିବା ଖବର ପାଇବା ପରେ ଗୋଷାଣିନୂଆଗାଁ ଥାନାଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ନେତୃତ୍ୱରେ ଗଟଇତ ଟିମରେ ଏସ୍.ଆଇ ଜ୍ଞାନରଞ୍ଜନ ବେହେରା, ଏଏସଆଇ ଗୌରବ ରଞ୍ଜନ ଓ ରଞ୍ଜିତ ରାଉଳଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ନିଜ ନିଜର ବେଶ ବଦଳାଇ ସେଠାରେ ରହିଥିବା ଏକ ପାନ ଦୋକାନ ଓ ପରିବା ଦୋକାନରେ କାମ କରିବା ଆଳରେ ମଉଜଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କରିଥିଲେ । ଯାହାକି ଗତକାଲି ମଉଜ ଏକ ଗାଡିରେ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଟିମ୍ ଧରିବାରେ ସକ୍ଷମ ହୋଇଥିଲେ ବୋଲି କୁହାଯାଇଛି । ଯାହାକି ବ୍ରହ୍ମପୁରକୁ ଅଣାଯିବା ପରେ ଏଠାକାର କୋର୍ଟରେ ହାଜର କରାଯାଇଥିଲା । ଏହି ଅବସରରେ ଏହି ଟିମର ଅଧିକାରୀ ଓ କର୍ମଚାରୀଙ୍କୁ ବ୍ରହ୍ମପୁର ଏସ୍.ପିଙ୍କ ପକ୍ଷରୁ ଏଭଳି କାର୍ଯ୍ୟ ପାଇଁ ସମ୍ୱର୍ଦ୍ଧିତ କରାଯିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.