ETV Bharat / state

ଠିକା ଶ୍ରମିକ ଏବେ କୋଟିପତି, 49 ଟଙ୍କା ଲଗାଇ ପାଇଲେ 30000000 ଟଙ୍କା - SAMBALPUR YOUTH WINS 3 CRORE

ମୋବାଇଲ ଆପରେ ଅନଲାଇନ କ୍ରିକେଟ ଗେମ ଖେଳି 3 କୋଟି ଟଙ୍କା ସହ ମହିନ୍ଦ୍ରା ଥର ଗାଡ଼ି ଜିତିଲେ ସମ୍ବଲପୁର ହୀରାକୁଦର ଠିକା କର୍ମଚାରୀ l

SAMBALPUR YOUTH CROREPATI
SAMBALPUR YOUTH CROREPATI (ETV BHARAT ODISHA)
author img

By ETV Bharat Odisha Team

Published : June 5, 2025 at 8:18 AM IST

Updated : June 5, 2025 at 11:14 AM IST

1 Min Read

Sambalpur Youth wins 3 crore ସମ୍ବଲପୁର: ମୋବାଇଲରେ ଗେମ୍ ଖେଳି ହୋଇଗଲେ ମାଲାମାଲ l ମୋବାଇଲ ଆପ୍ ରେ My Eleven Circle ଗେମ ଖେଳି ରାତାରାତି କୋଟିପତି ହେଲେ ହୀରାକୁଦ ଅଞ୍ଚଳର ଜଣେ ଯୁବକ l ସମ୍ବଲପୁର ହୀରାକୁଦ କାଲୁପଡାର ଶିବ ସୁନ୍ଦର ପଶାୟତ ନାମକ ଜଣେ ଯୁବକ ମୋବାଇଲ ଆପର "ମାଇଁ ଇଲେଭେନ ସାର୍କଲ"ରେ ମାତ୍ର 49 ଟଙ୍କା ଲଗାଇ 3 କୋଟି ଧନ ରାଶି ଜିତିବା ସହ ଏକ ମହିନ୍ଦ୍ରା ଥର ଗାଡ଼ି ଜିତିଛନ୍ତି l ସେ ସ୍ଥାନୀୟ ହିଣ୍ଡାଲକୋ କମ୍ପାନୀରେ ଏକ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ରାତାରାତି କରୋଡପତି ହୋଇଛନ୍ତି l

ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟରେ RCB ଓ କିଂଗ୍ସ ଇଲେଭେନ ପଞ୍ଜାବ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମ୍ୟାଚ୍ ରେ ଶିବ ସୁନ୍ଦର ପଶାୟତ ମୋବାଇଲ ଆପ୍ ର ମାଇଁ ଇଲେଭେନ ସାର୍କିଲରେ 49 ଟଙ୍କା ଲଗାଇ RCB ଟିମ୍ ତିଆରି କରିଥିଲେ l ତେବେ ଆଇପିଏଲ ଫାଇନାଲ ମ୍ୟାଚ୍ ଟି RCB ବିଜୟ ଲାଭ କରିଥିବା ବେଳେ ଶିବ ସୁନ୍ଦର ମଧ୍ୟ ବିଜୟୀ ହୋଇଛନ୍ତି l ସେ ରାତାରାତି ଏକ ନମ୍ବର ହୋଇ 3 କୋଟି ଓ ମହିନ୍ଦ୍ରା ଥର ଗାଡି ଜିତିଛନ୍ତି l

SAMBALPUR YOUTH CROREPATI
SAMBALPUR YOUTH CROREPATI (ETV BHARAT ODISHA)

ଏନେଇ ଶିବ ସୁନ୍ଦର ପଶାୟତ ସୂଚନା ଦେଇ କହିଛନ୍ତି ଯେ, "ମୁଁ 2022ରୁ ଏହି ଆପ୍ ରେ ଗେମ୍ ଖେଳି ଆସୁଥିଲି l ଚଳିତ ବର୍ଷ 2025ରେ ସମୁଦାୟ 17ଟି ଟିମ୍ ତିଆରି କରି ମ୍ୟାଚ୍ ରେ ଟଙ୍କା ଲଗାଇଥିଲି l ଗତ 3 ତାରିଖ ଆଇପିଏଲର ଫାଇନାଲ ମ୍ୟାଚ୍ ଚାଲୁଥିବା ବେଳେ ମୁଁ ମାଇଁ ଇଲେଭେନ ସାର୍କିଲ ଆପରେ 14ଟି ମ୍ୟାଚ୍ ରେ ଟଙ୍କା ଲଗାଇଥିବା ବେଳେ 11 ନମ୍ବର ମ୍ୟାଚ୍ ରେ 3 କୋଟି ଟଙ୍କା ଓ ମହିନ୍ଦ୍ରା ଥର ଗାଡି ଜିତିଛି l ଗେମ୍ ଖେଳି ଜିତିଥିବା 3 କୋଟି ଟଙ୍କା ଆପର ୱାଲେଟକୁ ଆସିଯାଇଛି।" ପ୍ରୋସେସ ଅନୁଯାଇ ଦିନକୁ 25 ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ। ଏପରିକି ଜିତିଥିବା ଟଙ୍କାର 30 ପ୍ରତିଶତ ଜିଏସଟି ଅର୍ଥାତ୍ ପ୍ରାୟ 90 ଲକ୍ଷ ଟଙ୍କା କଟି ବାକି ଟଙ୍କା ମିଳିବ ବୋଲି ଶିବ ସୁନ୍ଦର କହିଛନ୍ତି l

ସେପଟେ ପୁଅର ଏହି ସଫଳତାକୁ ନେଇ ବାପା ଭକ୍ତରାମ ପଶାୟତ ଓ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ବେଶ୍ ଖୁସି। "ହଠାତ୍ କରି ଏହି ଖବର ଆସିିଲା। ଯାହାକୁ ନେଇ ମୁଁ ଖୁସି ଓ ଗର୍ବ ଅନୁଭବ କରୁଛି। ଏପରିକି ମୋର ଆଜି ଛୁଆପିଲା ଜନ୍ମ କରିବାର ଜୀବନ ସାଫଲ୍ୟ ହୋଇଗଲା। ସେଥିପାଇଁ ଭଗବାନଙ୍କୁ ମୋର କୋଟିକୋଟି ପ୍ରାର୍ଥନା ସେ ମୋର ମାନ ସମ୍ମାନ ବଢ଼ାଇ ଦେଇଛନ୍ତି।"

ଏହା ମଧ୍ୟ ପଢ଼ନ୍ତୁ- ଫୁଲ ବ୍ୟବସାୟ କରୁଥିଲେ, ରାତାରାତି ବନିଗଲେ କୋଟିପତି

ଇଟିଭି ଭାରତ, ସମ୍ବଲପୁର

Last Updated : June 5, 2025 at 11:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.