ETV Bharat / state

ବିଜେଡିକୁ କିଏ କରୁଛି ହାଇଜ୍ୟାକ୍‌ ? ନବୀନଙ୍କୁ ରାଜାଙ୍କ ଚିଠି ନେଇ ରାଜନୀତି ସରଗରମ, ସଂଗଠନରେ ସଂରକ୍ଷଣ ଓ ଧର୍ମନିରପେକ୍ଷତା ବଜାୟ ପାଇଁ ପ୍ରସ୍ତାବ - RANENDRA SWAIN LETTER TO NAVEEN

ନବୀନଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ ।

MLA Ranendra Pratap Swain writes letter to party supremo Naveen Patnaik
MLA Ranendra Pratap Swain writes letter to party supremo Naveen Patnaik (ETV Bharat Odisha)
author img

By ETV Bharat Odisha Team

Published : April 14, 2025 at 2:09 PM IST

2 Min Read

MLA Ranendra Pratap Swain writes letter to party supremo Naveen Patnaik ଭୁବନେଶ୍ୱର: ୱାକଫ ବିଲରେ ଦଳର ଆଭିମୁଖ୍ୟକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ । ଦଳ ବହୁ ଗୋଷ୍ଠୀରେ ବିଭକ୍ତ ହେବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାରି ଭିତରେ ସଭାପତିଙ୍କୁ ଚିଠି ଲେଖିଛନ୍ତି ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଦଳୀୟ ସଂଗଠନରେ ସଂରକ୍ଷଣ ଓ ଦଳ ଧର୍ମନିରପେକ୍ଷତା ନୀତି ବଜାୟ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ରଣେନ୍ଦ୍ର ।

MLA Ranendra Pratap Swain writes letter to party supremo Naveen Patnaik
MLA Ranendra Pratap Swain writes letter to party supremo Naveen Patnaik (ETV Bharat Odisha)

ନବୀନ ପଟ୍ଟନାୟକଙ୍କୁ ରାଜାଙ୍କ ଚିଠିକୁ ନେଇ ରାଜନୀତି ସରଗରମ-

ଦେଶରେ ସାମ୍ପ୍ରତିକ ସ୍ଥିତି, ଜାତିଗତ ଭୋଟ ଗଣିତ ଓ ଏହାକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି । ଚିଠି ଲେଖିଛନ୍ତି ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏପ୍ରିଲ 9 ତାରିଖରେ ରଣେନ୍ଦ୍ର ଏହି ଚିଠି ଦଳର ସଭାପତିଙ୍କ ସମେତ ଦଳୀୟ ଦାଇତ୍ୱରେ ଥିବା ବିଭିନ୍ନ ନେତାଙ୍କୁ ଏହି ଚିଠି ଦିଆଯାଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ଓ ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପତ୍ରଙ୍କୁ ଇମେଲ ଯୋଗେ ରଣେନ୍ଦ୍ର ଚିଠି ପ୍ରେରଣ କରିଛନ୍ତି ।

ନବୀନଙ୍କୁ ରଣେନ୍ଦ୍ରଙ୍କ ଚିଠି-

  • ନବୀନଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ସାଂଗଠନିକ ନିର୍ବାଚନ ଭିତରେ ଚିଠି ଲେଖି ଦଳ ସଭାପତିଙ୍କୁ ଦେଲେ ପରାମର୍ଶ
  • କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ
  • କିଏ ବିଜେଡିକୁ ହାଇଜାକ କରୁଛି ତାକୁ ନେଇ ହଟଚମଟ ସୃଷ୍ଟି
  • ସାଂଗଠନିକ ନିର୍ବାଚନ ପ୍ରକ୍ରିୟାବେଳେ ରାଜାଙ୍କ ଚିଠି ଚର୍ଚ୍ଚାର ବିଷୟ ପାଲଟିଛି
  • ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ରାଜା

ଏହା ବି ପଢନ୍ତୁ- ବିଜେଡି ସାଙ୍ଗଠନିକ ନିର୍ବାଚନ, 16 ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ - BJD ORGANIZATIONAL ELECTIONS

ସାଂଗଠନିକ ନିର୍ବାଚନ ଭିତରେ ଚିଠି ଲେଖି ଦଳ ସଭାପତିଙ୍କୁ ଦେଲେ ପରାମର୍ଶ -

ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ରଣେନ୍ଦ୍ରଙ୍କ ଏହି ଚିଠି ଦଳୀୟ ମହଲରେ ବେଶ ଆଲୋଚନାର ବିଷୟ ହୋଇଛି । 3 ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ଦେଶରେ ସାମ୍ପ୍ରତିକ ସ୍ଥିତି ଏବଂ ସମିକରଣ, ସଂରକ୍ଷଣ ଚିତ୍ର, ଏହାକୁ ନେଇ ରାଜନୈତିକ ଚକାପଞ୍ଝା ନେଇ ବିସ୍ତୃତ ସୂଚନା ଦେଇଛନ୍ତି ରଣେନ୍ଦ୍ର । ଚିଠିରେ ରଣେନ୍ଦ୍ର ଦଳର ସଭାପତିଙ୍କୁ 5ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସଂଗଠନରେ ସଂରକ୍ଷଣ କରିବାକୁ ରଣେନ୍ଦ୍ର ପ୍ରସ୍ତାବ ଦେଇଛନ୍ତି । ରଣେନ୍ଦ୍ର ଚିଠିରେ ଦର୍ଶାଇଛନ୍ତି, ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ । ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ କମିଟିରେ ସ୍ଥାନ ଦିଆଯାଉ ।

MLA Ranendra Pratap Swain
MLA Ranendra Pratap Swain (File Photo)

ସଂଗଠନକୁ ହାଇଜ୍ୟାକ କରିବାକୁ ଦିଆନଯାଉ-
ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ କରିବାକୁ ଦିଆନଯାଉ । ସବୁ ବର୍ଗ ଓ ସମ୍ପ୍ରଦାୟଙ୍କୁ ଗୁରୁତ୍ୱ ଦେଇ ସଂଗଠନରେ ସାମିଲ କରାଯାଉ । ଭାଗ ବାଣ୍ଟି ସଂଗଠନରେ ସାମିଲ କରାଯାଉ । ଫଳରେ ଦଳର ତୃଣମୂଳ ସ୍ତରକୁ ସକରାତ୍ମକ ବାର୍ତ୍ତା ଯିବ । ଗୁରୁତ୍ୱପୂର୍ଣ୍ଣ ୱାକଫ ବିଲରେ ଦଳର ଆଭିମୁଖ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଚୁପ ଥିବା ରଣେନ୍ଦ୍ର ଚିଠିରେ ଏ ନେଇ ଉଲ୍ଲେଖ କରିଛନ୍ତି । ବିଜେଡ଼ି ସଭାପତିଙ୍କୁ ଏନେଇ ସେ ସତର୍କ କରାଇ ଦେଇଛନ୍ତି । ୱାକଫ ବିଲରେ ଆଭିମୁଖ୍ୟ ଦଳର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।

MLA Ranendra Pratap Swain
MLA Ranendra Pratap Swain (FIle photo)

ସଂଗଠନରେ ସଂରକ୍ଷଣ ନେଇ ନବୀନଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ରାଜା-

ରାଜ୍ୟ ଜନସଂଖ୍ୟାର 94 ପ୍ରତିଶତ ଏସିସି, ଏସଟି ଓ ଓବିସି ବର୍ଗ ଅଛନ୍ତି । ଏମାନେ ଅବହେଳିତ ଅବସ୍ଥାରେ ଅଛନ୍ତି । ଜନସଂଖ୍ୟାର 54 ପ୍ରତିଶତ ଓବିସି ବର୍ଗ ଶିକ୍ଷା ବ୍ୟବସ୍ଥାରେ ଶୂନ୍ୟ ସଂରକ୍ଷଣ ପାଉଛନ୍ତି । ଏହା ଆମ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁଛି । ବିଜୁ ପଟ୍ଟନାୟକ ସାମାଜିକ ନ୍ୟାୟର ପୁରୋଧା ଥିଲେ । ଆମେ ଯେମିତି ଏହାକୁ ଭୁଲି ନଯାନ୍ତି । ଦେଶର ଶିଳ୍ପ ପାଇଁ 50 ପ୍ରତିଶତରୁ ଅଧିକ ଖଣିଜ ଓଡ଼ିଶାରୁ ସଂଗ୍ରହ ହେଉଛି । ଓଡିଶାର ଲୋକେ ପ୍ରଦୂଷଣ, ବିସ୍ଥାପନ ଭୋଗୁଛନ୍ତି । ସେହିପରି କେନ୍ଦ୍ର ଅବହେଳା ରାଜ୍ୟର ସହଚର ହୋଇଛି । ଏସବୁ ଦିଗରେ ପଦକ୍ଷେପ ନେଇ ଯୋଜନା ପ୍ରସ୍ତୁତ କରିବାକୁ ରଣେନ୍ଦ୍ର ପ୍ରସ୍ତାବ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.