MLA Digital Seva ବ୍ରହ୍ମପୁର: ଦୌଡ଼ିବାକୁ ପଡ଼ିବ ନାହିଁ, ଏ ଦେକାନରୁ ସେ ଦୋକାନ । ଘରେ ବସି ହାତ ପାହାନ୍ତରେ ମିଳିବ ଅନେକ ସୁବିଧା । ନିଜ ଘର ପାଇଁ ଆବଶ୍ୟକ ରହିଥିବା ପ୍ଲମ୍ୱର ଠାରୁ ଆରମ୍ଭ କରି AC ମେକାନିକ୍ ପର୍ଯ୍ୟନ୍ତ, ପାଣି ପାଇପ ଏବଂ ବୈଦ୍ୟୁତିକ ମରାମତିଠାରୁ ଆରମ୍ଭ କରି କାଠ କାମ ଏବଂ ଘର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ, ହାତ ପାହାନ୍ତାରେ ଫଟାଫଟ୍ ମିଳିଯିବ ସବୁ ସୁବିଧା । ଗୋଟିଏ କ୍ଲିକ୍ ଦୂର କରିବ ସବୁ ସମସ୍ୟା । ପାଖାପାଖି ୨୬ରୁ ଅଧିକ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ଏମ୍ଏଲ୍ଏ ଡିଜିଟାଲ ସେବା (MLA Digital Seva) । ରେଶମ ସହର ବ୍ରହ୍ମପୁରର ଜନସାଧାରଣଙ୍କ ପାଇଁ ଏଭଳି ଏମ୍ଏଲ୍ଏ ଡିଜିଟାଲ ସେବାର ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁରର ବିଧାୟକ କେ.ଅନିଲ କୁମାର ।
Benefits In MLA Digital Seva:
ରେଶମ ସହର ବ୍ରହ୍ମପୁର ଜନସାଧାରଣଙ୍କ ପାଇଁ ଶୁଭାରମ୍ଭ ହୋଇଛି ଏମ୍ଏଲ୍ଏ ଡିଜିଟାଲ ସେବାରେ କଣ ରହିଛି ସୁବିଧା । ମୁଖ୍ୟତଃ ନିଜ ଘରର ବିଭିନ୍ନ ମରାମତି କାର୍ଯ୍ୟ ପାଇଁ ଆବଶ୍ୟକ ପଡୁଥିବା ଏ.ସି ମରାମତି, ବଢ଼େଇ, ପ୍ଲମ୍ବର, ବିଦ୍ୟୁତ, ଘରୋଇ ଉପକରଣ ସେବା, ଭେର୍ଟନାରୀ ଡାକ୍ତର, ଟ୍ରାଭେଲ ଏଜେଣ୍ଟ, ଇଭେଣ୍ଟ ମ୍ୟାନେଜମେଣ୍ଟ, ଫଟୋଗ୍ରାଫର, ଅଟୋ ଡ୍ରାଇଭର, ଆମ୍ବୁଲାନ୍ସ ଏଭଳି ୨୬ରୁ ଅଧିକ ସେବାକୁ ନେଇ ଆରମ୍ଭ ହୋଇଛି ଏମ୍ଏଲ୍ଏ ଡିଜିଟାଲ ସେବା । ଏଥିପାଇଁ www.mladigitalseva.com ନାମରେ ଏକ ୱେବ ପୋର୍ଟାଲ୍ ଆରମ୍ଭ ହୋଇଛି । ଯାହାକୁ ବର୍ତ୍ତମାନ ପ୍ରାଥମିକ ଭାବରେ ଉପଲବ୍ଧ କରାଯାଇଛି । ଆଗକୁ ଆହୁରି ଅଧିକ ସେବାକୁ ଏଥିରେ ସାମିଲ କରାଯିବ ।
ସହରବାସୀ ଘରେ ବସି ନିଜର ଆବଶ୍ୟକ ରହିଥିବା ସେବା ବିଷୟରେ ଜଣାଇଲେ ତାହାକୁ ତୁରନ୍ତ ଏହି ଡିଜିଟାଲରେ ଅନ୍ତର୍ଭୁକ୍ତ ହୋଇ ରହିଥିବା ସେବା ପ୍ରଦାନକାରୀମାନେ ସେବା ପ୍ରଦାନ କରି ସେମାନଙ୍କ ଠାରୁ ଧାର୍ଯ୍ୟ ଅର୍ଥ ନେବେ । ପୂର୍ବରୁ ଅନେକ ଏହି ସେବା ପାଇବା ପାଇଁ ନାନା ହଇରାଣ ହରକତ ହେଉଥିବା ବେଳେ, ଦେକାନରୁ ଦୋକାନ ଦୌଡ଼ି ଅନେକ ହଇରାଣ ହେଉଛନ୍ତି । ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ । ମାତ୍ର ବ୍ରହ୍ମପୁର ସହରବାସୀ ଯେଭଳି ଉତ୍ତମ ସେବା ପାଇପାରିବେ ଏହି ଲକ୍ଷ୍ୟ ନେଇ ଏହି ଏମ୍ଏଲ୍ଏ ଡିଜିଟାଲ ସେବାର ଆରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର । ବ୍ରହ୍ମପୁର ସହରର ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟ ପରିସରରେ ବିଧାୟକ ଏହି ପୋର୍ଟାଲର ଶୁଆରମ୍ଭ କରିଛନ୍ତି ।

ଘରେ ଏକାକୀ ରହୁଥିବା ଲୋକଙ୍କ ପାଇଁ ଅନେକ ସୁବିଧା:
ବର୍ତ୍ତମାନର ଯୁଗରେ ଅନେକ ପରିବାରର ପୁଅ ଓ ଝିଅମାନେ ବିଭିନ୍ନ ଚାକିରି, ବ୍ୟବସାୟ କିମ୍ବା ଅନ୍ୟାନ୍ୟ କାରଣରୁ ବାହାର ରାଜ୍ୟ କିମ୍ବା ବିଦେଶରେ ରହୁଛନ୍ତି । ସେମାନଙ୍କର ଅଭିଭାବକ ତଥା ବୟସ୍କ ନାଗରିକମାନେ ଘରେ ଏକାକୀ ରହୁଛନ୍ତି । ସେହିପରି ବ୍ୟସ୍ତବହୁଳ ଜୀବନ ଭିତରେ ଅନେକ ଲୋକଙ୍କୁ ପାଖରେ ସମୟର ଅଭାବ ରହୁଛି । ଏହି ଡିଜିଟାଲ ସେବା ସେମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇବ । ସେମାନେ ଘରେ ରହି ଆବଶ୍ୟକୀୟ ସେବା ପାଇଁ ସୂଚିତ କଲେ ଏହାକୁ ପରିଚାଳନା ପାଇଁ ରହିଥିବା ବ୍ୟକ୍ତିମାନେ ସେହି ସ୍ଥାନର ନିକଟରେ ରହିଥିବା ସେବା ପ୍ରଦାନକାରୀଙ୍କୁ ତୁରନ୍ତ ପଠାଇବା ସହିତ ତାହାକୁ ଅନୁଧ୍ୟାନ କରିପାରିବେ । ଫଳରେ କମ୍ ସମୟ ମଧ୍ୟରେ ନିଜ ହାତ ପାହାନ୍ତାରା ସବୁ ସେବା ମିଳିଯିବ ।

ସେବା ପ୍ରଦାନକାରୀଙ୍କ ତଥ୍ୟ ରହିବ
ଏମ୍ଏଲ୍ଏ ଡିଜିଟାଲ ସେବାରେ ସହରବାସୀଙ୍କୁ ସେବା ପ୍ରଦାନ କରିବାକୁ ଆଗ୍ରହୀ ରହିଥିବା ପ୍ରାୟ ବିଭିନ୍ନ ଟ୍ରେଡର ବ୍ୟକ୍ତିମାନେ ପୋର୍ଟାଲରେ ସେବା ପ୍ରଦାନ କରିବା ପୂର୍ବରୁ ସେମାନେ ଏଥିରେ ପଞ୍ଜିକରଣ କରିବେ । ଏଥିରେ ସେବା ପ୍ରଦାନକାରୀ ରହିଥିବା ବ୍ୟକ୍ତିବିଶେଷଙ୍କର ଚରିତ୍ର ଏବଂ ପୋଲିସ କ୍ଲିୟରେନ୍ସ କୁ ଯାଞ୍ଚ କରାଯାଉଥିବା ବେଳେ ଏହି ଯାଞ୍ଚ ପରେ ହିଁ ସେବା ପ୍ରଦାନକାରୀଙ୍କୁ ଏହି ଡିଜିଟାଲ ସେବାରେ ଅର୍ନ୍ତଭୁକ୍ତ କରାଯିବ ।
ସହରବାସୀଙ୍କ ପାଇଁ ରହିଛି ଇ-ଅଭିଯୋଗ ସେବା:
ଏମ୍ଏଲ୍ଏ ଡିଜିଟାଲ ସେବାର ଶୁଭାରମ୍ଭ କରିବା ପୂର୍ବରୁ ବ୍ରହ୍ମପୁର ସହରବାସୀଙ୍କ ପାଇଁ ଇ-ଅଭିଯୋଗ ସେବା ରହିଛି । ଯେଉଁଥିରେ ପ୍ରତ୍ୟେକ ଦିନ ବିଭିନ୍ନ ୱାର୍ଡର ସାହି ବାସିନ୍ଦା ସେମାନଙ୍କ ଅଭିଯୋଗ ରଖୁଛନ୍ତି । ଅଭିଯୋଗକୁ ନେଇ ଦାୟିତ୍ୱରେ ରହିଥିବା ବ୍ୟକ୍ତିବିଶେଷମାନେ ପ୍ରତ୍ୟେକ ଦିନ ସମସ୍ୟା ସଂପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏନେଇ ସମସ୍ୟା ଜାଣିବା ପରେ ଏହାର କିପରି ସମାଧାନ ହେବ ସେନେଇ ମହାନଗର ନିଗମ, ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ବିଧାୟକ ପତ୍ର ଲେଖି ଅବଗତ କରାଉଛନ୍ତି ।

ଅନଲାଇନରେ ୨୬ ସେବା :
ଏନେଇ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର କହିଛନ୍ତି, "ବ୍ରହ୍ମପୁରବାସୀଙ୍କ ପାଇଁ ଏହି ୱେବ ପୋର୍ଟାଲ ଖୋଲାଯାଇଛି । ଏଥିରେ ଆମେ ପ୍ରାୟ ୨୬ଟି ସେବା ପ୍ରଦାନ କରିବୁ । ଲୋକମାନେ ଏହି ପୋର୍ଟାଲକୁ ଯାଇ ନିଜ ଆବଶ୍ୟକ ସେବା ପାଇପାରିବେ । ଡିଜିଟାଲରେ ଅନ୍ତର୍ଭୁକ୍ତ ଥିବା ସେବା ପ୍ରଦାନକାରୀ ସଂସ୍ଥା ସେବା ପ୍ରଦାନ କରି ସେମାନଙ୍କ ଠାରୁ ଧାର୍ଯ୍ୟ ଅର୍ଥ ନେବେ । ପୂର୍ବରୁ ଲୋକମାନେ ବିଶେଷ କରି ଏକାକୀ ରହୁଥିବା ଲୋକ ଏଥିପାଇଁ ସମସ୍ୟାର ସମ୍ମୁଖିନ ହେଉଥିଲେ । ଏହି ପୋର୍ଟାଲ ସେମାନଙ୍କୁ ସାହଯ୍ୟ କରିବ ।"
MLA Digital Seva
- ଏସି ମରାମତି (AC Repair)
- ବୈଦ୍ୟୁତିକ (Electrical)
- ବଢ଼େଇ (Carpenter)
- ସ୍ଥାନାନ୍ତରଣ ଏବଂ ସ୍ଥାନାନ୍ତର (Shifting & Moving)
- RO ଏବଂ ଜଳ ବିଶୋଧକ (RO & Water Purifier)
- ପେଣ୍ଟିଂ ସେବା (Painting Services)
- ଘରୋଇ ଉପକରଣ ମରାମତି (Home Appliances Repair)
- ନିର୍ମାଣ କାମ (Construction and Masonry Work)
- ଟ୍ୟାଙ୍କ ସଫା କରିବା ସେବା (Tank Cleaning Service)
- ଭେର୍ଟନାରୀ ଡାକ୍ତର (Vertinary Doctor)
- ଫଟୋଗ୍ରାଫର ଏବଂ ଭିଡିଓଗ୍ରାଫର (Photographer & Videographer)
- ଅଟୋ ରାଇଡ୍ ସେବା (Auto Ride Services)
- ଆମ୍ବୁଲାନ୍ସ ସେବା (Ambulance Services)
- ଟାଇଲ୍ସ ଫିଟିଂ ସେବା (Tiles Fitting Services)
- ଆଇନଗତ ବିଶେଷଜ୍ଞ (Legal Experts)
- ବାଇକ ରାଇଡ୍ ସେବା (Bike Ride Services)
- କାର ରାଇଡ୍ ସେବା (Car Ride Services)
- ଇଭେଣ୍ଟ ମ୍ୟାନେଜମେଣ୍ଟ (Event Management)
- ଆଲମିରାହ ସେବା (Almirah Services)
- ସିସିଟିଭି ସେବା (CCTV Services)
- ପାଥୋଲୋଜି ସେବା (Pathology Services)
ଏହା ମଧ୍ୟ ପଢ଼ନ୍ତୁ... ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବ ‘ଟେଲି ମାନସ', ଜାରି ହେଲା ଟୋଲ ଫ୍ରି ନମ୍ବର ଗରିବ ସେବା ଭଗବାନ ସେବା: ପତିଙ୍କ ରାସ୍ତାରେ ପତ୍ନୀ, ଖୋଲିଲେ ଟଙ୍କିକିଆ ଦାନ୍ତ କ୍ଲିନିକ |
ଏଭଳି ଅଭିନବ ପୋର୍ଟାଲକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱସ୍ଥ ହୋଇପାରିବେ ସେନେଇ ଘରୋଇ ସେବା ପ୍ରଦାନକାରୀଙ୍କ ସହ ଶୀଘ୍ର ଏବଂ ସହଜରେ ସଂଯୋଗ କରିବା ପାଇଁ ଏଭଳି ଡିଜାଇନ୍ କରାଯାଇଥିବା କହିଛନ୍ତି ଏହାକୁ ପ୍ରସ୍ତୁତ କରିବାରେ ସହଯୋଗ କରିଥିବା ଦୁର୍ଗାପ୍ରସାଦ ।
ଇଟିଭି ଭାରତ, ବ୍ରହ୍ମପୁର