ETV Bharat / state

ମୀରାରାଣୀ ନିର୍ଦ୍ୱନ୍ଦ୍ବରେ ମହାକାଳପଡ଼ା ଅଧ୍ୟକ୍ଷା ନିର୍ବାଚିତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଫଳାଫଳ ଘୋଷଣା - MAHAKALAPADA CHAIRMAN ELECTION

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଘୋଷଣା ନକରିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି।

ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ
ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ (ETV BHARAT ODISHA)
author img

By ETV Bharat Odisha Team

Published : June 24, 2025 at 11:04 PM IST

1 Min Read

କେନ୍ଦ୍ରାପଡ଼ା: ୬୩ ବର୍ଷ ପରେ ପ୍ରଥମଥର ପାଇଁ ବିଜେପି ହାତକୁ ଗଲା ମହାକାଳପଡ଼ା ବ୍ଲକ୍। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ କୁହାଯାଉଥିବା ମହାକାଳପଡ଼ା ବ୍ଲକରେ ଫୁଟିଲା ପଦ୍ମ। ୨୦୦୯ରୁ ୨୦୨୫ ମସିହା ପର୍ଯ୍ୟନ୍ତ ଅତନୁଙ୍କ ଶିବିରରେ ରହି ମହାକାଳପଡ଼ା ବ୍ଲକକୁ ଦଖଲ କରୁଥିବା ବିଜେଡି କର୍ମୀମାନେ ଅନାସ୍ଥା ଭୋଟରେ ଖେଳ ବିଗାଡିବା ପରେ ବର୍ତ୍ତମାନ ବିଧାୟକ ଦୁର୍ଗା ପ୍ରସନଙ୍କ ଏହା ବୃହତ ବିଜୟ ବୋଲି ବିବେଚନା କରାଯାଉଛି।

ଆଜି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମହାକାଳପଡ଼ା ବ୍ଲକ ଗଡ଼ରୋମିତ ସମିତି ସଭ୍ୟା ମୀରାରାଣୀ ମହାନ୍ତିଙ୍କୁ ସମର୍ଥନ କରିବା ପାଇଁ ଆଜି ୨୫ ଜଣ ସମିତି ସଭ୍ୟ ଉପସ୍ଥିତ ଥିଲେ। ତେବେ ମୀରାରାଣୀଙ୍କ ବିପକ୍ଷରେ ବିଜେଡି ପକ୍ଷରୁ ପ୍ରାର୍ଥୀ ଦିଆଯିବା ଆଶଙ୍କା ରହିଥିବା ବେଳେ ଶେଷ ସମୟ ପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରାର୍ଥୀ ନୋମିନେସନ ନକରିବାରୁ ମୀରାରାଣୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।

ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ
ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଭାବେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ (ETV BHARAT ODISHA)

ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ ହେବା ପରେ ଡବଲ ଇଞ୍ଜିନ୍ ସରକାରରେ ମହାକାଳପଡ଼ା ଅଞ୍ଚଳରେ ବିକାଶ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ୱିତ ହେବ ବୋଲି ମୀରାରାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଗତ ମେ ମାସ ୨୮ ତାରିଖରେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ବିଜେଡିର କଳ୍ପନା ରାଉତଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏଥିରେ କଳ୍ପନାଙ୍କୁ ପଦ ହରାଇବା ପାଇଁ ପଡିଥିଲା।

ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖି ନିର୍ବାଚନ ଅଧିକାରୀ ତଥା ମହାକାଳପଡ଼ା ତହସିଲଦାର ଶିବ ମଲିକ କହିଛନ୍ତି,"ଆଜି ମହାକାଳପଡ଼ା ଚେୟାରପର୍ସନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ୨୫ ଜଣ ସଭ୍ୟ ସଭ୍ୟା ସେମାନଙ୍କର ଉପସ୍ଥିତି ଦର୍ଶାଇଥିବା ବେଳେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ଘୋଷଣା କରାଗଲା" ବୋଲି ସେ କହିଛନ୍ତି।

ଅନ୍ୟପଟେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଘୋଷଣା ନକରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଘଡିକେ ଘୋଡା ଛୁଟୁଥିବା କୁହାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ- ଉତ୍କଳ ବିଶ୍ଵବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ନିଯୁକ୍ତିକୁ ଚ୍ୟାଲେଞ୍ଜ, ହାଇକୋର୍ଟଙ୍କ ଜବାବ ତଲବ

ଏହା ମଧ୍ୟ ପଢ଼ନ୍ତୁ- କାଲିଠୁ ନିର୍ଧୁମ ବର୍ଷିବ, ଏସବୁ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ୱାର୍ଣ୍ଣିଂ

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.