ETV Bharat / state

ନାବାଳକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - MINOR BOY UNNATURAL SEX ISSUE

ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : April 21, 2025 at 11:23 PM IST

1 Min Read

କଟକ: ଜଣେ ୮ ବର୍ଷର ନାବାଳକକୁ ଦୁଷ୍କର୍ମ ମାମଲାରେ ଶୁଣାଣି କରି କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଅଭିଯୁକ୍ତ ପ୍ରତାପ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଜୋରିମାନା ଅନାଦେୟ ହେଲେ ଆସାମୀ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି।

ପୀଡ଼ିତଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ :

ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ଆସାମୀକୁ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ଵତନ୍ତ୍ର ପୋକ୍ସୋ ଅଦାଲତ। ଅପରପକ୍ଷେ ପୀଡ଼ିତଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ଲାଗି ଅଦାଲତ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩ ଫେବୃଆରୀ ୫ ରେ କଟକ ମାଣିଆବନ୍ଧ ଥାନାରେ ପୀଡ଼ିତଙ୍କ ପରିବାର ଅଭିଯୋଗ କରି ଜଣାଇଥିଲେ ଯେ, ତାଙ୍କ ପୁଅକୁ ଅଭିଯୁକ୍ତ ପ୍ରତାପ ଦୁଷ୍କର୍ମ କରିଥିଲା। ଏହାପରେ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ହତିଆର ଦେଖାଇ ଇଜ୍ଜତ ଲୁଟିଲେ ! - BIHAR WOMAN GANG RAPE

ଜଙ୍ଗଲରେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ:

ନାବାଳକ ଖେଳୁଥିବା ସମୟରେ ତାକୁ ଅଭିଯୁକ୍ତ ଲୁନାରେ ବୁଲାଇବା ବାହାନାରେ ଜଙ୍ଗଲକୁ ନେଇଯାଇ ଅପ୍ରାକୃତିକ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ମାଣିଆବନ୍ଧ ପୋଲିସ ମାମଲା ରୁଜୁ କରି ସେହିମାସ ୮ ତାରିଖରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କଟକ ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ମାମଲାର ଶୁଣାଣି କରି ୧୬ ଜଣ ସାକ୍ଷୀଙ୍କ ବୟାନ ଓ ୧୬ ଟି ଦସ୍ତାବିଜକୁ ଭିତ୍ତି କରି ଅଭିଯୁକ୍ତକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.