ETV Bharat / state

ସୁନା ଝିଅ ଦେବସ୍ମିତା: ବାପାଙ୍କୁ ସାହାଯ୍ୟ କରୁ କରୁ ବନିଗଲେ ସଫଳ ଚାଷୀ - KENDRAPARA WOMAN SUCCESS STORY

କେନ୍ଦ୍ରାପଡ଼ାର ସଫଳ ମହିଳା ଚାଷୀ । ଉଚ୍ଚ ଶିକ୍ଷିତା ହୋଇ ବାଛିଛନ୍ତି ଚାଷ କାମ । ଜୈବିକ ପଦ୍ଧତିରେ କରୁଛନ୍ତି ପନି ପରିବା ଚାଷ ।

ମହିଳା ଚାଷୀ ସୁନାଝିଅ ଦେବସ୍ମିତା
ମହିଳା ଚାଷୀ ଦେବସ୍ମିତା (Etv Bharat)
author img

By ETV Bharat Odisha Team

Published : April 11, 2025 at 5:08 PM IST

6 Min Read

Kendrapara woman farmer success story କେନ୍ଦ୍ରାପଡା: ସିନ୍ଦୂରା ଫିଟିବା ଆଗରୁ କୋଡି, କୋଦାଳ ଧରି ବାହାରି ପଡନ୍ତି ବିଲକୁ । ଅଣ୍ଟାରେ ଗାମୁଛା, ହାତରେ କୋଦାଳ । ଲାଗି ପଡନ୍ତି କାମରେ । କେତେବେଳେ ବିଲରେ ପାଣି ମଡା ଆଉ କେତେବେଳେ ଚାଷ କାର୍ଯ୍ୟ । ଫସଲ ଫଳିଲେ ସ୍କୁଟି ଧରି ବାହାରି ପଡନ୍ତି ବଜାର । ଆଉ ମେଲାଇ ଦିଅନ୍ତି ପନିପରିବା ପସରା । ତାଙ୍କ ପରିବା ଦେଖି ଧାଇଁ ଆସନ୍ତି ଗ୍ରାହକ । କିଣି ନିଅନ୍ତି ସବୁଜ ପନିପରିବା । ଧାଁଦଉଡ ଜୀବନରେ ନିଶ୍ବାସ ମାରିବାକୁ ତାଙ୍କୁ ସମୟ ନଥାଏ । ଆମେ କହୁଛୁ ଏମିତି ଜଣେ ଯୁବତୀଙ୍କ କଥା ... ମାତ୍ର 28 ବର୍ଷରେ ସେ ଏବେ କେନ୍ଦ୍ରାପଡା ଇନ୍ଦୁପୁର ସଫଳ ଚାଷୀ ଭାବେ ଜଣାଶୁଣା । ...

ବିଲକୁ ଯାଉଥିଲେ ଖାଦ୍ୟ ନେଇ ଏବେ ସଫଳ ଚାଷୀ:

ଦିନେ ବାପାଙ୍କ ପାଖକୁ ଖାଦ୍ୟ ନେଇ ଆସୁଥିବା ଝିଅଟି ଚାଷ କାର୍ଯ୍ୟରେ ମନ ବଳାଇ ଜଣେ ସଫଳ ମହିଳା ଚାଷୀ ହେବ ବୋଲି କେହି ଭାବିନଥିଲେ । ଉଚ୍ଚ ଶିକ୍ଷିତା ହୋଇ ଚାକିରି ପଛରେ ନଧାଇଁ ଚାଷ କାର୍ଯ୍ୟକୁ ଆପଣେଇ ନିଜେ ଆତ୍ମ ସ୍ୱାବଲମ୍ବୀ ହୋଇଥିବା ବେଳେ ଚାଷ କାର୍ଯ୍ୟରେ ଜୈବିକ ପଦ୍ଧତି ଆପଣାଇ ନିଜ ଜମିରେ ସୁନାର ଫସଲ ଫଳାଇ ଅନ୍ୟ ଚାଷୀମାନଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ ।

Kendrapara woman farmer success story (ETV Bharat Odisha)

କିଏ ଏହି ମହିଳା ଚାଷୀ ଓ କଣ ତାଙ୍କର ଶିକ୍ଷାଗତ ଯୋଗ୍ୟତା ?
ହାତରେ କୋଦାଳ ସାଙ୍ଗକୁ ଅଣ୍ଟାରେ ଗାମୁଛା । ଜମିରେ ଚଳଚଞ୍ଚଳ ସ୍ଵଭାଵ । କେତେବେଳେ କିଆରି କୋଡା ତ ଆଉ କେତେବେଳେ ପାଣି ମଡ଼ା । ସତେ ଯେମିତି କ୍ଷଣିଏ ମଧ୍ୟ ତର ନାହିଁ ତାଙ୍କ ପାଖରେ । ଆମେ କହୁଛୁ କେନ୍ଦ୍ରାପଡା ଇନ୍ଦୁପୁର ଅଞ୍ଚଳ ଧୂମାତ ପଞ୍ଚାୟତ ହରିନବାବି ଗାଁର ଶିବରାମ ଜେନାଙ୍କ ମଝିଆ ଝିଅ ଦେବସ୍ମିତା ଜେନା ଓରଫ ପୂଜାଙ୍କ କଥା ।ପୂଜା, ୨୦୧୧ ମସିହାରେ କଳା ବିଭାଗରେ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ କମ୍ପ୍ୟୁଟରରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି ।

ଇନ୍ଦୁପୁର ଅଞ୍ଚଳର ମହିଳା ଚାଷୀ ସୁନାଝିଅ ଦେବସ୍ମିତା
ଚାଷ କରୁଛନ୍ତି ଦେବସ୍ମିତା (ETV Bharat Odisha)

DEBASMITA JENA ORGANIC FARMING

କେମିତି ଆସିଲା ଚାଷ କାମ କରିବା ପାଇଁ ମନରେ ଉତ୍ସାହ ? ଶିବରାମଙ୍କ ତିନି ଝିଅଙ୍କ ଭିତରୁ ମଝିଆ ଝିଅ ହେଉଛନ୍ତି ପୂଜା । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପୂଜା ହରିନବାବି ଗାଁରୁ ଶିବରାମଙ୍କ ଚାଷ କରାଯାଉଥିବା ପାଳ (ନଦୀକୂଳ ଅଞ୍ଚଳରେ ଥିବା ଚାଷ ଜମି)କୁ ଖାଇବା ନେଇ ଯାଉଥିବା ବେଳେ ମନରେ ଚାଷ କାମ କରିବା ପାଇଁ ଉତ୍ସାହ ସୃଷ୍ଟି ହେଲା । ବାପା ଶିବରାମ ଖାଉଥିବା ବେଳେ କୋଦାଳ ଧରି ପୂଜା ଧିରେ ଧିରେ କାମ କରିବା ବେଳେ ମନରେ ଏହି ଚାଷ କାର୍ଯ୍ୟ କରିବା ପାଇଁ ଦୁର୍ବଳତା ଆସିଥିଲା । ପାଠପଢ଼ା ୨୦୧୧ରେ ଶେଷ ହୋଇଥିବା ବେଳେ ଚାଷ କାମ ପାଇଁ ନିଜ ଭିତରେ ଥିବା ଜିଦକୁ ପ୍ରତିପାଦନ କରିବା ପାଇଁ ପୂଜା ଦୈନିକ ୧୨ ଘଣ୍ଟା ସମୟ ବିଲରେ ଚାଷ କାମରେ ଦେଲେ ।

ଇନ୍ଦୁପୁର ଅଞ୍ଚଳର ମହିଳା ଚାଷୀ ସୁନାଝିଅ ଦେବସ୍ମିତା (ETV Bharat Odisha)

ଦେବସ୍ମିତାଙ୍କ ସମ୍ପର୍କରେ କଣ କୁହନ୍ତି ବାପା ଶିବରାମ ?
ଦେବସ୍ମିତାଙ୍କ ଏହି ଚାଷ ପ୍ରତି ମନୋନିବେଶ ସମ୍ପର୍କରେ ପ୍ରତିକ୍ରିୟା ରଖି ବାପା ଶିବରାମ ଜେନା କୁହନ୍ତି,"ତା ନାଁ ତ ଦେବସ୍ମିତା ତାକୁ ପୂଜା ଡାକନ୍ତି । ଚାଷ ଦଶ ବାରବର୍ଷ ହେଲାଣି ମୋ ସାଙ୍ଗରେ ଆସୁଥିଲା ଯାଉଥିଲା । ଏଇ ଯିବା ଆସିବା ଭିତରେ ସେ ଏବେ ଚାଷ କାମରେ ଲାଗିଛି । ବାଇଗଣ, ପୋଟଳ,ଜହ୍ନି,ଭେଣ୍ଡି,ବିରି, ଆଖୁ ଇତ୍ୟାଦି ସେ ଚାଷ କରେ । ମୋର ପିଲାପିଲି କହିଲେ ଆମେ ଦୁଇଜଣ,ପୂଜାକୁ ମିଶାଇ ତିନି ଆଉ ଦୁଇଟି ଝିଅ ବାହା ହୋଇ ଯାଇଛନ୍ତି । ମୋର ପୁଅ ନାହିଁ । ସେ ସାହାଯ୍ୟ କରିବାରୁ ଏଇ ଚାଷ କାମ ଚାଲିଛି ନହେଲେ କଣ ଚାଲି ଥାନ୍ତା ? ସେ ଜମିରେ କୋଡାକୋଡି ଠାରୁ ଆରମ୍ଭ କରି ଚାଷର ସମସ୍ତ କାର୍ଯ୍ୟ କରୁଛି । ମୋ ବୟସ ଏବେ ସତୁରୀ ଆଉ ମୁଁ ଚାଷ କାମ କରି ପାରୁନାହିଁ । ସେ ଚାଷ ପାଇଁ ଏବେ ମେସିନ ଆଣିଲାଣି ଆଉ ମେସିନ ଚଳାଇ ସେ ଚାଷ କାମକୁ ଆଗକୁ ନେଉଛି ।

Kendrapara woman farmer success story:

ଶିବରାମ ଜେନା ଆହୁରି କହିଛନ୍ତି, ‘ଆଜିର ଦିନରେ ପୁଅଟିଏ ନିଜର ବାପା ମା’ଙ୍କୁ ପଚାରୁ ନଥିବା ବେଳେ ପୂଜା ଏଥିରେ ବ୍ୟତିକ୍ରମ । ମୁଁ କେବଳ ଏଠାକୁ ଆସି ମାଙ୍କଡ଼ ଘଉଡାଇବା ସହ ଜମିକୁ ଜଗିବା କଥା ଆଉ ସେ ସମସ୍ତ କଥାରେ ମୋତେ ପଚାରୁଛି ଆଉ ସେ ଜମିରେ ଲୋକ ପକାଇବା ଠାରୁ ଆରମ୍ଭ କରି ହଣାମରା, କୋଡା କୋଦା ସମସ୍ତ କାମ କରୁଛି । ତାର ବିବାହ ପାଇଁ ମୁଁ ଯେତେ ଲାଗି ଲାଗି ହେଲାନି, ସେ ମନା କଲା ମୁଁ ବାହା ହେବିନି । ସେ ସକାଳୁ ରାତି ୭ ପର୍ଯ୍ୟନ୍ତ ବିଲରେ କାମ କରେ । ମୁଁ ଏ ପାଣି ଜେନେରେଟର ଷ୍ଟାର୍ଟ ମାରି ପାରେନି ହେଲେ ସେ ସେସବୁ କାମରେ ପାରଙ୍ଗମ । ସ୍କୁଟିରେ ଲଦି ସେ ହାଟକୁ ଯାଇ ବେପାର କରେ ଆଉ ଯେବେ ଅଧିକ ପରିବା ଥାଏ ସେ ଅଟୋ କରି ଏସବୁକୁ ନେଇ ହାଟରେ ବେପାର କରେ । ସେ ଆଗରୁ ବହୁତ ହାଟ ବେପାର ପାଇଁ ଯାଉଥିଲା ହେଲେ ଏବେ ସେ ଏଇ ଆମର ଇନ୍ଦୁପୁର ହାଟକୁ କେବଳ ଯାଉଛି ।’

କ୍ଷେତରେ ଦେବସ୍ମିତା (ETV Bharat Odisha)

ଦେବସ୍ମିତାଙ୍କର ଚାଷକୁ ନେଇ କଣ କୁହନ୍ତି ସ୍ଥାନୀୟ ବାସିନ୍ଦା ?

ଜଣେ ସଫଳ ମହିଳା ଚାଷୀ ଭାବରେ ନିଜକୁ ପ୍ରତିପାଦିତ କରି ସମସ୍ତଙ୍କର ପ୍ରିୟ ହୋଇ ପାରିଥିବା ଦେବସ୍ମିତାଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖି ଇନ୍ଦୁପୁର ଅଞ୍ଚଳର ଦେବାଶିଷ ସାମଲ କୁହନ୍ତି, ‘ଦେବସ୍ମିତା ଆମ ଗାଁର ଝିଅ, ମୁଁ ତାଙ୍କୁ ଭଲ ଭାବରେ ଜାଣେ । ସେ ଧୂମାତ ଗାଁର ଝିଅ । ତାଙ୍କର ସ୍ପେଶାଲିଟି ଏଇଆ ଯେ ସେ ତାଙ୍କର ନିଜ ଜମିରେ ଚାଷ କରିଥାଏ ଓ ସବୁ ଦେଶୀ ଦେଶୀ ମଞ୍ଜି ଆଣି ପନିପରିବା ଚାଷ କରିଥାଏ । ଅଳ୍ପ ସାର ଦେଇ ନିଜେ ପରିଶ୍ରମ କରନ୍ତି ଓ ପରିବାର ମୂଲ୍ୟ ଖୁବ କମ । ସେ ବୁଝିଛନ୍ତି ତାଙ୍କ ପରିବାର ମୂଲ । ତେଣୁ ଲୋକ ମାନଙ୍କର ପ୍ରଥମ ପସନ୍ଦ ହେଉଛି ସେ(ପୂଜା),ତାଙ୍କର ଆଣୁ ଆଣୁ ସବୁ ସରିଯାଏ ।

Odisha woman earns organic farming:

ଦେବାଶିଷ ସାମଲ ଆହୁରି କହିଛନ୍ତି, ‘ଯେହେତୁ ତାଙ୍କର ପରିବାରରେ ପୁଅ କେହି ନାହାନ୍ତି ସେଥିପାଇଁ ସେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁ କରୁ ଆଜି ସେ ସଫଳ ଚାଷୀ । ତାକୁ ଆମ ଗାଁର ସୁନାଝିଅ ବୋଲି ସମସ୍ତେ ଜାଣନ୍ତି । ଝିଅ ପୂଜା ବହୁତ ପରିଶ୍ରମ କରେ, ଆଜିର ନାରୀମାନେ ବହୁତ ଉପରକୁ ଗଲେଣି, ବହୁତ ଆଗକୁ ଗଲେଣି । ସେ ବି ଚାଷ କ୍ଷେତ୍ରରେ ବହୁତ ଆଗକୁ ଯାଇଛନ୍ତି ।ଆଉ ସେଇଥିପାଇଁ ଆମ ଅଞ୍ଚଳର ଲୋକେ ତାକୁ ବହୁତ ଭଲ ପାଆନ୍ତି । ସେ ଯେତେବେଳେ ପରିବା ସବୁ ନେଇକି ଆସେ ଲୋକମାନେ ତାକୁ ଅପେକ୍ଷା କରିଥାଆନ୍ତି । ସେ ଆଣିକି ଢାଳୁ ଢାଳୁ ତାଙ୍କ ପରିବାଟା ସଫା କାରଣ ସମସ୍ତେ ଆଗେ ନେଇଯାଆନ୍ତି ।’

ମହିଳା ଚାଷୀ ଦେବସ୍ମିତା (ETV Bharat Odisha)

ଅନ୍ୟଠୁ ଶସ୍ତାରେ ବିକନ୍ତି ପରିବା:

ସେ ଆହୁରି କହିଛନ୍ତି, ‘ଅନ୍ୟ ବେପାରୀମାନଙ୍କ ଠାରୁ ଟଙ୍କାଟେ ଦୁଇ ଟଙ୍କା କମ ଥାଏ ତାଙ୍କ ପରିବା ଦର । ଯେହେତୁ ସେ ଚାଷ କରିଥାନ୍ତି ସେଥିପାଇଁ ସେ ଲୋକମାନଙ୍କୁ ଟିକେ ଶସ୍ତାରେ ଦେବାକୁ ଚାହାନ୍ତି ଓ ଲୋକମାନେ ମଧ୍ୟ ତାଙ୍କ ପାଖରୁ ଆଗେ ନେଇଯାଆନ୍ତି ପନିପରିବା । ବ୍ୟବହାରଟା ଗୋଟେ ତାଙ୍କର ଭଲଗୁଣ, ଏଇଠି ଆମର ସମସ୍ତେ ତାକୁ ଏଇଥି ପାଇଁ ଭଲପାଆନ୍ତି ଯେ ଭଲପିଲା । ଝିଅଟା ଆଜିକା ସମୟରେ ନିଜେ ପାଳରେ ଚାଷବାସ କରି ପନିପରିବା ଆଣି ନିଜେ ମାର୍କେଟରେ ବିକୁଛି ।ସେଥିପାଇଁ ଲୋକମାନେ ତାକୁ ବହୁତ ଭଲପାଆନ୍ତି ଓ ଅପେକ୍ଷା କରିଥାନ୍ତି ସେ ଆସିକି ପହଞ୍ଚିବ ତ ତା ପାଖରୁ ଆଗ ପରିବା ନେବା ଓ ସେ କେମିତି ଝିଅଟା ଆଗକୁ ଯିବ ଏକଥାରେ ବି ଆମ ଅଞ୍ଚଳବାସୀ ତାକୁ ସପୋର୍ଟ କରନ୍ତି ।’

ଦେବସ୍ମିତା ଚାଷ ସମ୍ପର୍କରେ କଣ କୁହନ୍ତି ?

ଯେଉଁ ବୟସରେ ପାଦରେ ଅଳତା ଲାଗିବା କଥା ଠିକ ସେଇ ବୟସରେ ବିଲର ମାଟି କାଦୁଅକୁ ସେ ସାଥି କରିଛନ୍ତି । ପାଦରେ ଲଟପଟ କାଦୁଅ ସାଙ୍ଗକୁ ଚାଷ ଜମିରେ ଚଳଚଞ୍ଚଳ ସ୍ଵଭାଵ ସତେ ଯେମିତି ଜଣେ ପୁରୁଷ ଚାଷୀର ଉନ୍ମାଦତା ପ୍ରତିପାଦନ କରୁଛି । ଚାଷ ଓ ନିଜ ସମ୍ପର୍କରେ ପ୍ରତିକ୍ରିୟା ରଖି ଦେବସ୍ମିତା ଓରଫ ପୂଜା କୁହନ୍ତି,"ମୋର ଶିକ୍ଷାଗତ ଯୋଗ୍ୟତା କହିଲେ ମୁଁ +3 Artsରେ ପାଠ ପଢିଛି ଓ କମ୍ପ୍ୟୁଟର ମଧ୍ୟ ପାସ କରିଛି ୨୦୧୧ ମସିହାରେ ।’

କେମିତି ଚାଷ ପ୍ରତି ମନ ବଳାଇଲେ ଦେବସ୍ମିତା ?

ଦେବସ୍ମିତା କୁହନ୍ତି, ‘ବାପାଙ୍କ ପାଖକୁ ଛୋଟ ବେଳୁ ଖାଇବା ନେଇକି ଆସେ ଅଷ୍ଟମ କ୍ଲାସରୁ ପାଠ ପଢିଲାବେଳୁ । ସେଠୁ ବାପାଙ୍କ ପାଖରୁ ଟିକେ ଟିକେ କୋଦାଳ ଧରି ଶିଖୁଥିଲି ତାପରେ ନିଜେ କଲି । ମୋର ବୟସ ଏବେ ୨୮ରୁ ଅଧିକ । ମୁଁ ଏଠାରେ ବାଇଗଣ, ଟମାଟୋ, କୋବି, ବିନ୍ସ, ଜହ୍ନି, କାକୁଡି ଆଉ ଆମର ବିରି, ମୁଗ,ଧନିଆ,ସୋରିଷ ଏହିସବୁ ଚାଷ କରେ । ଲାଭ ଭଲ ହୁଏ ଯେଉଁଥିରେ ଘର ଆମର ଚଳିଯାଏ ଆଉ ଯାହା ବି ରୁହେ ସେଗୁଡିକ ରଖୁ ଯାହା ବର୍ଷସାରା ଖର୍ଚ୍ଚ ହୋଇଯାଏ।

ଚାଷ କରନ୍ତି, ନିଜେ ବଜାରରେ ବିକନ୍ତି:

ଦେବସ୍ମିତା ଆହୁରି କହିଛନ୍ତି, ‘ଏଠାରେ ଯେଉଁ ଫସଲ ହୁଏ ମାର୍କେଟରେ ମୁଁ ନିଜେ ନେଇକି ବିକେ । ଏଠୁ ସ୍କୁଟିରେ ଲୋଡ଼ କରିକି ନେଇକି ଯାଏ, ଘର ପାଖରେ ସବୁ ରଖେ, ଘର ପାଖରୁ ଗାଡ଼ି ଆସିକି ନେଇକି ଯାଏ ମାର୍କେଟକୁ ନଚେତ ମୁଁ ନିଜେ ହାଟକୁ ଏଗୁଡିକ ନେଇ ଯାଏ ।’

ଏହା ମଧ୍ୟ ପଢନ୍ତୁ:

ସାଇକେଲ ଗ୍ୟାରେଜରୁ ଷ୍ଟାର୍ଟ ଅପ୍: ଟାୟାର ଚେଞ୍ଜିଂ-ପଙ୍କଚର ମେସିନ ଉଦ୍ଭାବନ

ସାବାସ୍‌ ରେଶମା: ଆର୍ଥିକ ଦୂରାବସ୍ଥା ଦେଖାଇଲା ବାଟ, 72 ମହିଳାଙ୍କୁ ଦେଇଛନ୍ତି ରୋଜଗାର

MLAରୁ ସଫଳ ଚାଷୀ ରମେଶ ଚନ୍ଦ୍ର ସାଏ, ଅନ୍ୟ ଚାଷୀଙ୍କ ପାଇଁ ସାଜିଛନ୍ତି ପ୍ରେରଣା

କେନ୍ଦୁଝରରେ ଷ୍ଟ୍ରବେରୀର କମାଲ: ଚାଷ କରି ମାଲାମାଲ ଆଦିବାସୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଗୋଟିଏ ଫୁଲ ଚିକିତ୍ସା ଅନେକ: କୋରାପୁଟରେ କେମୋମାଇଲ ଚାଷ, ତେଲ ଲିଟର ୪୦ ହଜାର

ଚାଷ କରିବାକୁ ତାଲିମ ନେଇଛନ୍ତି କି ?

ଉତ୍ତରରେ ଦେବସ୍ମିତା କୁହନ୍ତି, ‘ଚାଷ ପାଇଁ କିଛି ଟ୍ରେନିଂ ନୁହେଁ ନିଜେ ଯେତିକି ପାରୁଛି ମୁଁ ଏଠାରେ ଚାଷ କରୁଛି । ମୁଁ ଏଠି ଗଛ ଲଗାଏ, କୋଡେ, ହାଣେ, ହୁଡା ଟେକେ, ପାଣି ମଡାଏ,ନିଜେ ସବୁ କରେ,ବଛା ବଛି ସବୁ ନିଜେ କରେ ଲୋକ ପକାଏନି । ମୋର ଏହି କାମରେ ସାହାଯ୍ୟ ବାପା କରନ୍ତି,ମୁଁ ନିଜେ କାମ କରେ ଅନ୍ୟ ଲୋକ ପକାଏନି । ଘରେ ଆମେ ବାପା,ବୋଉ,ମୁଁ ରହୁ ଦୁଇଭଉଣୀ ବାହା ହୋଇ ଯାଇଛନ୍ତି ।

କାହିଁକି ଚାକିରି ନକରି ଚାଷ କରିବାକୁ ମନ ବଳାଇଲେ ଦେବସ୍ମିତା ?

ଦେବସ୍ମିତାଙ୍କ କହିବା ହେଲା , ‘ମୋର ବିବାହ କରିବାର ନାହିଁ କାରଣ ବାପା ବୋଉଙ୍କୁ ଦେଖୁଛି । ପାଠ ପଢି ଚାକିରି ନକରି ମୁଁ ଏହି ଚାଷରେ ମନ ବଳାଇଛି ଆଉ ଏଥିରୁ ବୁଝିଛି ସମସ୍ତେ ଚେଷ୍ଟା କଲେ ବଢି ପାରିବେ, ଚେଷ୍ଟା ନ କଲେ କିଛି ହୋଇ ପାରିବନି । କଣ କରିବା ବାବାଙ୍କର ତ ପୁଅ ନାହାନ୍ତି ନିଜେ କରିବାକୁ ପଡିବ, ସେକଥା ସବୁ ଭାବିଲେ କଣ ହେବ ତେଣୁ ମୁଁ ସବୁଦିନ ସେମାନଙ୍କ ପାଖରେ ରହି ଏମିତି ଚାଷ କାମରେ ମନୋନିବେଶ କରିଥିବି ।

ଅନ୍ୟ ପାଇଁ ଉଦାହରଣ ଦେବସ୍ମିତା:

ଉଚ୍ଚଶିକ୍ଷିତା ହୋଇ ବି ଚାକିରି ପଛରେ ନ ଧାଇଁ ଚାଷ କରୁଛନ୍ତି ଦେବସ୍ମିତା । ଅନେକ ସମୟରେ ସନ୍ତାନ ମାନେ ବାପା ମାଆଙ୍କୁ ପର କରିଦେଉଥିବା ବେଳେ ବାପା ମା’ଙ୍କ ପାଇଁ ବିବାହ ନକରିବାକୁ ସ୍ଥିର କରିଛନ୍ତି । ଆଉ ଚାଷକାର୍ଯ୍ୟ କରି ଘର ସମ୍ଭାଳୁଛନ୍ତି । ନାରୀ ଅବଳା ଦୁର୍ବଳା ନୁହେଁ । ଏକଥାକୁ ସେ ପୁଣି ପ୍ରମାଣିତ କରି ଦେଖାଇଛନ୍ତି । ଯାହାକି ଅନ୍ୟ ପାଇଁ ଉଦାହରଣ ନିଶ୍ଚୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.