ETV Bharat / state

ସାଇକେଲ ଗ୍ୟାରେଜରୁ ଷ୍ଟାର୍ଟ ଅପ୍: ଟାୟାର ଚେଞ୍ଜିଂ-ପଙ୍କଚର ମେସିନ ଉଦ୍ଭାବନ - TYRE PUNCTURE REPAIR MACHINE ODISHA

ଅଭାବରୁ ଅଭିନବ ଉଦ୍ଭାବନ । ଟାୟାର ପଙ୍କଚର ମରାମତି ପାଇଁ ଅତ୍ୟାଧୁନିକ ମେସିନ । କେନ୍ଦ୍ରାପଡ଼ା ହଂସୁଆରେ ଇଞ୍ଜିନିୟର ବାବୁ ଭାବେ ପରିଚିତ ନିରାକାରଙ୍କ ନୂଆ ଆବିଷ୍କାରକୁ ନେଇ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ ।

Kendrapara Man Nirakar Das invented bike and car Tyre Puncture Repair machine
Kendrapara Man Nirakar Das invented bike and car Tyre Puncture Repair machine (ETV Bharat Odisha)
author img

By ETV Bharat Odisha Team

Published : April 8, 2025 at 5:36 PM IST

6 Min Read

Kendrapara Man Invents Tyre Repair Tool କେନ୍ଦ୍ରାପଡ଼ା: ସେ ଇଞ୍ଜିନିୟର ନୁହନ୍ତି, ହେଲେ ତାଙ୍କୁ ଲୋକେ ଡାକନ୍ତି ଯୁବ ଇଞ୍ଜିନିୟର । ସେ IIT କିମ୍ବା NIT ପାସ୍ ଆଉଟ ନୁହନ୍ତି, ହେଲେ ଷ୍ଟାଟ୍ ଅପ୍ ପାଇଁ କରିଛନ୍ତି ପ୍ରଚେଷ୍ଟା । ନିଜ ବୁଦ୍ଧି ବଳରେ ଯୋଗାଡ଼ ମାଧ୍ୟମରେ ତିଆରି କରିଛନ୍ତି ଏକ ମେସିନ । ଯାହାକି ଜଟିଳ କାମକୁ ସରଳ କରିଛି । କମ୍ ପରିଶ୍ରମ ଏବଂ କମ୍ ସମୟରେ ଫଟାଫଟ୍ କାମ ହୋଇଯାଉଛି । ଆମେ କହୁଛୁ ଜଣେ ସାଇକେଲ ଓ ବାଇକ ମରାମତି କରୁଥିବା ବ୍ୟକ୍ତିଙ୍କ କଥା । ଯିଏ ତିଆରି କରିଛନ୍ତି ଟାୟାର ଚେଞ୍ଜିଂ ଏବଂ ପଙ୍କଚର ମରାମତି ମେସିନ (Tyre Puncture Repair Machine) ଯେଉଁଥିରେ ମୋଟର ସାଇକେଲ, ଅଟୋ କିମ୍ବା ଚାରିଚକିଆ ଯାନ ଟାୟାର ପଙ୍କଚର ରିପାୟାରିଂ ଅଟୋମେଟିକ୍ ଭାବେ ସମ୍ଭବ ହୋଇପାରୁଛି । ଆସନ୍ତୁ ଜାଣିବା ...

କେନ୍ଦ୍ରାପଡ଼ା ରାଜନଗର ବ୍ଲକ ହଂସୁଆ ଗାଁର ୪୧ ବର୍ଷୀୟ ନିରାକାର ଦାସ । ତାଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ , ତାଙ୍କ ଉପରେ ପଡ଼ିଥିଲା ପରିବାର ଚଳାଇବା ଦାୟିତ୍ବ । ହାଇସ୍କୁଲରେ ପଢ଼ିବା ସମୟରେ ଗାଁ ନିକଟ ଜଳିଛକଠାରେ ଏକ ସାଇକେଲ ମରାମତି ଦୋକାନ ଖୋଲିଥିଲେ ନିରାକାର । ପାଠ ପଢ଼ା ସହ ସାଇକେଲ ମରାମତି କରି ପରିବାର ପ୍ରତିପୋଷଣ ଭାର ନିଜ କାନ୍ଧକୁ ନେଇଥିଲେ । ୧୯୯୮ ମସିହାରେ ନିରାକାର ଏକ ସଂସ୍କୃତ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିଥିଲେ । ହେଲେ ତାଙ୍କ ଉଚ୍ଚ ଶିକ୍ଷାରେ ପ୍ରତିବନ୍ଧକ ସାଜିଥିଲା ଅର୍ଥ । ପାଠପଢ଼ାରେ ଡୋରି ବାନ୍ଧି ସାଇକେଲ ମରାମତିରେ ମନ ଦେଇଥିଲେ ନିରାକାର ।

kendrapara man invented bike and car Tyre Puncture Repair machine (ETV Bharat Odisha)

Automatic Tyre Repair Machine Odisha:

ନିରାକାରଙ୍କ ପଙ୍କଚର ମେସିନ ଉଦ୍ଭାବନ ଉପାୟ: ପ୍ରଥମେ ସାଇକେଲ ମରାମତି ଦୋକାନ । ପରେ ୨୦୧୪ରୁ ଆରମ୍ଭ କଲେ ମୋଟର ସାଇକେଲ, ତିନି ଚକିଆ ଓ ଚାରି ଚକିଆ ଯାନ ଟାୟାର ମରାମତି କାମ । ମୋଟର ସାଇକେଲ ସଜାଡିବା ପରଠୁ ନିରାକାରଙ୍କ ଦେକାନରେ ପଡ଼ି ରହିଥିଲା ଅନେକ ପୁରୁଣା ଏବଂ ଅବ୍ୟବହୃତ ସାମଗ୍ରୀ । ରାଜନଗରରୁ ଭିତରକନିକା ପର୍ଯ୍ୟନ୍ତ ପୂର୍ବରୁ ମାଟି ରାସ୍ତା ଥିବା ବେଳେ, ସେ ସମୟରେ ଅନେକ ଗାଡ଼ି ପଙ୍କଚର ହୋଇ ତାଙ୍କ ପାଖକୁ ମରାମତି ପାଇଁ ଆସୁଥିଲା । ଗୋଟିଏ ବାଇକ ଟାୟାର ଖୋଲି ଏହି ପଙ୍କଚର ମରାମତି କରିବାକୁ ସର୍ବନିମ୍ନ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଥିଲା । ଏହାଦ୍ବାରା ସମୟ ଅପଚୟ ହେଉଥିବା ବେଳେ, ଗ୍ରାହକମାନେ ମଧ୍ୟ ଅଧିକ ସମୟ ଅପେକ୍ଷା କରି ଅସନ୍ତୁଷ୍ଟ ହେଉଥିଲେ । ସକାଳଠାରୁ ସନ୍ଧ୍ୟାରେ ଦୋକାନ ବନ୍ଦ ପର୍ଯ୍ୟନ୍ତ, ମାତ୍ର ୮ରୁ ୯ଟି ପଙ୍କଚର ମାରିବା ସମ୍ଭବ ହେଉଥିଲା । ତେଣୁ ଏହି କାମକୁ କିପରି ଶୀଘ୍ର କରାଯାଇ ପାରିବ, ସେ ନେଇ ଉପାୟ ପାଞ୍ଚିଲେ । ପ୍ରଥମେ ନିରାକାର କିଛି ପୁରୁଣା ମୋଟର ସାଇକେଲର ବର୍ଯ୍ୟ ସାମଗ୍ରୀ ଆଣି ଏକ ମେସିନ ତିଆରି କରିବାର ପରିକଳ୍ପନା କଲେ । ବାରମ୍ବାର ବିଫଳ ହେବା ସତ୍ତ୍ବେ ଜିଦରେ ଅଟଳ ଥିଲେ ନିରାକାର । ବର୍ଷ ବର୍ଷର ପ୍ରଚେଷ୍ଠା ପରେ ଶେଷରେ ଏକ ମେସିନ ତିଆରି କଲେ, ଯାହାଦ୍ବାରା ମାତ୍ର କେଇ ମିନିଟ ମଧ୍ଯରେ ହୋଇ ପାରୁଛି ପଙ୍କଚର ମରାମତି ।

kendrapara Man Nirakar Das Invented Bike And Car Tyre Puncture Repair machine
kendrapara Man Nirakar Das Invented Bike And Car Tyre Puncture Repair machine (ETV Bharat Odisha)

Bike tyre sealing machine odisha:

ନିରାକାରଙ୍କ ପଙ୍କଚର ମେସିନ: ନିରାକାର ଦାସଙ୍କ କହିବା କଥା " ଟାୟାର ପଙ୍କଚର ମେସିନ ତିଆରି କରିବା ପାଇଁ ତାଙ୍କୁ ବର୍ଷ ବର୍ଷ ସମୟ ଲାଗିଛି । ବାରମ୍ବାର ବିଫଳ ହୋଇ ଶେଷରେ ସଫଳ ହୋଇଛନ୍ତି । ଏହି ମେସିନରେ ସେ ପୁରୁଣା ମୋଟର ସାଇକେଲ ରିମ୍ , ବେରିଙ୍ଗ,ବୁଶ, ଶାଫ୍ଟ, ପ୍ଲେଟ, ଚାରି ଚକିଆ ଗାଡିର ପତି, ଲୁହା ଏଙ୍ଗଲ, ଲୁହା ପାଇପ, ଲୁହା ଚ୍ୟାନେଲ, ନଟ୍, ବୋଲଟ ଇତ୍ୟାଦି ବ୍ୟବହାର କରିଛନ୍ତି । ସମ୍ପୂର୍ଣ୍ଣ ଅବ୍ୟବହୃତ ଲୁହାରେ ଏହି ମେସିନଟି ତିଆରି ହୋଇଥିବା ବେଳେ ଏହାର ଓଜନ ଦେଢ଼ କ୍ୱିଣ୍ଟାଲ ୧୫୦ କିଲୋଗ୍ରାମରୁ ଅଧିକ ହେବ । "

Bike And Car Tyre Puncture Repair Machine
Bike And Car Tyre Puncture Repair Machine (ETV Bharat Odisha)

ନଜର ଆଢୁଆଳରେ ବିଲେଇଖିଆ ମଠ: ପ୍ରଥମେ ‘ବିଲେଇ’ ଖାଆନ୍ତି ପ୍ରସାଦ, ପଛରେ ରୋଚକ କିମ୍ବଦନ୍ତୀ - KENDRAPARA BILEIKHIA MATHA

Odisha tyre repair machine invention:

କେତେ ବର୍ଷ ଓ କେତେ ଖର୍ଚ୍ଚରେ ମେସନି ତିଆରି ?: ନିରାକାର ଦାସ କହିଛନ୍ତି ଯେ, " ପଙ୍କଚର ମେସିନ ତିଆରି ପାଇଁ ଚାରିବର୍ଷ ସମୟ ଲାଗିଥିଲା । ୨୦୧୮ରୁ କାମ ଆରମ୍ଭ କରିଥିଲେ । ୧୦ ଥର ବିଫଳତା ପରେ ୧୧ତମ ପ୍ରଚେଷ୍ଟାରେ, ଶେଷରେ ୨୦୨୨ରେ ମେସିନଟିକୁ ସମ୍ପୂର୍ଣ୍ଣ ଭାବେ ତିଆରି କରିଥିଲେ। ଏଥିରେ ୧,୫୦୦୦୦ ଟଙ୍କାରୁ ଅଧିକ ( ଦେଢ଼ ଲକ୍ଷ ଟଙ୍କାରୁ ଅଧିକ) ଖର୍ଚ୍ଚ ହୋଇଛି । ତେବେ ବର୍ତ୍ତମାନ ଏହି ମେସିନ ତିଆରି କରାଗଲେ ମାତ୍ର ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚରେ ହୋଇପାରିବ । "

Nirakar Das Tyre Repairing Shop
Nirakar Das Tyre Repairing Shop (ETV Bharat Odisha)

ଟାୟାର ଚେଞ୍ଜିଂ ଓ ପଙ୍କଚର ମେସିନ ନେଇ କଣ କୁହନ୍ତି ଗ୍ରାହକ :

" ମୁଁ ୩୦ ବର୍ଷ ହେଲା ଅଟୋ ଚଲାଉଛି । ଅଧିକାଂଶ ସମୟରେ ନିରାକାରଙ୍କ ଦୋକାନରେ ପଙ୍କଚର ମରାମତି କରିଥାଏ । ପୂର୍ବରୁ ପଙ୍କଚର ମରାମତି ପାଇଁ ଅଧିକ ସମୟ ଲାଗୁଥିଲା । ବେଳେ ବେଳେ ଜଣେ ଜଣେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରନ୍ତି । ମାତ୍ର ଏବେ ନିରାକାରଙ୍କ ନୂଆ ମେସିନରେ ଟାୟାର ଖୋଲିବାଠାରୁ ଫିଟିଂ ଫଟାଫଟ ହୋଇଯାଉଛି । ଅନ୍ୟ ଦୋକାନୀ ଟାୟାର ପଙ୍କଚର ମରାମତି ପାଇଁ ୫୦ ଟଙ୍କା ନେଉଛନ୍ତି । ନିରାକାର ମଧ୍ୟ ସମାନ ୫୦ ଟଙ୍କା ନେଉଛନ୍ତି । ତେବେ ନିରାକାରଙ୍କଠାରେ ମାତ୍ର ପାଞ୍ଚ-ଦଶ ମିନଟ ଭିତରେ କାମ ସରି ଯାଉଛି " ବୋଲି କହିଛନ୍ତି ଅଟୋ ଚାଳକ ତଥା ଗ୍ରାହକ କଣ୍ଡିରା ଗାଁର କୁଳମଣି ସେଠୀ ।

Bike tyre sealing machine odisha
Bike tyre sealing machine odisha (ETV Bharat Odisha)

ନିରାକାରଙ୍କ କହିବା କଥା, " ୨୦୨୩ ମସିହାରୁ ଏହି ମେସିନରେ ମରାମତି କାମ କରୁଛି । ସ୍କୁଟି ଠୁ ଆରମ୍ଭ କରି ବୋଲେରୋ ପର୍ଯ୍ୟନ୍ତ ସମସ୍ତ ଟାୟାର, ଏହି ମେସିନରେ ଖୋଲି ପାରୁଛି ଏବଂ ମାତ୍ର ଦୁଇ ତିନି ମିନିଟରେ ଫିଟିଂ ହୋଇଯାଉଛି । ଏଭଳି ମେସିନର ବଜାର ଦର ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବେଳେ, ନିଜ ଉଦ୍ୟମରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ସମ୍ଭବ ହୋଇଛି । "

ପଙ୍କଚର ମେସିନ ନିର୍ମାଣ ପରେ ବିଭିନ୍ନ ମହଲରୁ ନିରାକାରଙ୍କୁ ପ୍ରଶଂସା ମିଳିଛି । ନିରାକାର କହିଛନ୍ତି ଯେ " ତାଙ୍କର ସଫଳତାକୁ ନେଇ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପ୍ରଶଂସା ପତ୍ର ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଷ୍ଟାର୍ଟ ଅଫ ଓଡିଶା ମଧ୍ୟ ସାହାଯ୍ୟ ପାଇଁ ଚିଠି କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆର୍ଥିକ ସାହାଯ୍ୟ ମିଳିନାହିଁ । "

ସାବାସ୍‌ ରେଶମା: ଆର୍ଥିକ ଦୂରାବସ୍ଥା ଦେଖାଇଲା ବାଟ, 72 ମହିଳାଙ୍କୁ ଦେଇଛନ୍ତି ରୋଜଗାର - INTERNATIONAL WOMENS DAY 2025

Certification
Certification (ETV Bharat Odisha)

" କେନ୍ଦ୍ରାପଡ଼ା ଜିଲ୍ଲାପାଳ ଚାକିରି ଦେବା ପାଇଁ କହିଥିବା ବେଳେ, ବୟସ ୪୦ ବର୍ଷ ଟପି ଯାଇଥିବାରୁ ହୋଇପାରିଲା ନାହିଁ । ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇନକ୍ୱାରି ସରିଥିବା ବେଳେ, ଆବଶ୍ୟକ ଜାଗା ଅଭାବରୁ ଅଟକି ରହିଥିଲା । ୬ ଗୁଣ୍ଠରୁ ୮ ଗୁଣ୍ଠ ଜାଗା ସହ ଘର ଦରକାର । ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ ହେବ । ସରକାରୀ ସହାୟତା ମିଳିଲେ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ଗାଁ ଗହଳି ପିଲା ମାନଙ୍କୁ ପ୍ରଶିକ୍ଷଣ ଜରିଆରେ ରୋଜଗାରକ୍ଷମ କରି ପାରିବି " ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ନିରାକାର ।

ସେ ଆହୁରି ମଧ୍ଯ କହିଛନ୍ତି ଯେ " ସେ ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଛନ୍ତି, ପୁଅକୁ ବିଟେକ ଇଜିନିୟର କରିପାରିଛି । ମୋର ଲକ୍ଷ୍ୟ ଏହି ମେସିନକୁ କେମିତି ଅଧିକରୁ ଅଧିକ ଗ୍ୟାରେଜରେ ପହଞ୍ଚାଇ ପାରିବି । ଆଉ ଯେଉଁମାନେ ୩୦% ପ୍ରତିଶତ ଭିନ୍ନକ୍ଷମ ଥିଲେ, ସେମାନଙ୍କୁ ନିଜ ଉଦ୍ୟମରେ ନିଯୁକ୍ତି ଦେବି । "

ଷ୍ଟାର୍ଟ ଅପ୍ ଓଡ଼ିଶାରୁ କମ୍ପାନୀ ପଞ୍ଜିକରଣ ଯାତ୍ରା :

୨୦୨୪ ଅକ୍ଟୋବର ୧୫ରେ ଷ୍ଟାର୍ଟ ଅଫ ଓଡ଼ିଶାରୁ MSMEଡିପାର୍ଟମେଣ୍ଟକୁ ନିରାକାରଙ୍କ ଚିଠି ଯାଇଥିଲା । ମହାମହିମ ରାଷ୍ଟ୍ରପତିଙ୍କ ସଚିବଙ୍କ କାର୍ଯ୍ୟାଳୟରୁ ୨୦୨୪ ନଭେମ୍ବର ୨୪ରେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ବିଭାଗକୁ ଚିଠି ଏବଂ ପରେ ଦକ୍ଷତା ବିକାଶ ବିଭାଗରୁ ଚିଠି ପାଇଥିଲେ । ୨୦୨୫ ଫେବ୍ରୁଆରୀ ୨୮ରେ ସରକାରଙ୍କ ରେଜିଷ୍ଟ୍ରେସନ ଅନ୍ତର୍ଭୁକ୍ତ କରାଇ କମ୍ପାନୀ ମାନ୍ୟତା କରାଇବାରେ ସଫଳ ହୋଇଥିଲେ ନିରାକାର । ।

ନିରାକାରଙ୍କ ଟାୟାର ଚେଞ୍ଜିଂ ମେସିନ ବା ପଙ୍କଚର ମେସିନ ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଘନଶ୍ୟାମ ସା କୁହନ୍ତି, "ନିରାକାର ଦାସ ୫/୬ ମାସ ତଳେ ଜିଲ୍ଲାପାଳଙ୍କ ପାଖକୁ ଅଭିଯୋଗ ନେଇ ଆସିଥିଲେ। ସେ ଗୋଟିଏ ଅତ୍ୟାଧୁନିକ ଟାୟାର ପଙ୍କଚର ମେସିନ ବାହାର କରିଛନ୍ତି ଏବଂ ସେ ଏକ ସ୍କିଲ ଡେଭେଲପମେଣ୍ଟ ସେଣ୍ଟର କରିବା ପାଇଁ ଚାହୁଁଥିଲେ, ଯାହାକି ଆମର ରବର ସେକ୍ଟର ସ୍କିଲ କାଉନସିଲ ଅଣ୍ଡରରେ ଆସୁଛି । ଆମେ ଏହାକୁ ଅନୁଧ୍ୟାନ କରିଥିଲୁ । ମାତ୍ର ନିରାକାର ସ୍କିଲ ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ ଯୋଗ୍ୟ ନୁହନ୍ତି । ନ୍ୟାସନାଲ ସ୍କିଲ ଡେଭେଲପମେଣ୍ଟ ସହ ଅନୁବନ୍ଧନ ପାଇଁ ମଧ୍ୟ ଯୋଗ୍ୟ ନୁହନ୍ତି। ତେଣୁ ତାଙ୍କୁ ଆମେ DIC ମାଧ୍ୟମରେ ଋଣ ଆଣି ନିଜ ଏଷ୍ଟାବ୍ଲିସମେଣ୍ଟ ବଢ଼ାଇବା ପାଇଁ ପରାମର୍ଶ ଦେଇଛୁ । "

Certificate
Certificate (ETV Bharat Odisha)

ନୂଆ ମେସିନ ତିଆରି କରିବା ପରେ ନିରାକାରଙ୍କ ଦୋକାନରେ ରୋଜଗାର ବଢ଼ିଛି । ପରିଶ୍ରମ ମଧ୍ଯ କମିଛି । ଯାହାକୁ ନେଇ ଖୁସ୍ ପରିବାର ଲୋକ । ନିରାକାରଙ୍କ ସଫଳତା ପଛରେ ରହିଛି ପତ୍ନୀ ନିରୂପମାଙ୍କ ହାତ । ନିରୂପମା କୁହନ୍ତି, "ମୋ ବିବାହ ସମୟରେ ଆମର ଆର୍ଥିକ ଅବସ୍ଥା ଖରାପ ଥିଲା । ସେତେବେଳେ ସମସ୍ତେ ଏକାଠି ଥିଲୁ । ରୋଜଗାର କରିବା ପାଇଁ କେହି ନଥିଲେ । ସ୍ବାମୀ ପ୍ରଥମେ ସାଇକେଲ ଦୋକାନ ଏବଂ ପରେ ଗ୍ୟାରେଜ କଲେ। ଏବେ ନୂଆ ମେସିନ ତିଆରି କରିବା ପରେ ସୁବିଧା ହେଉଛି । "

ନିରାକାରଙ୍କ ବଡ଼ପୁଅ ପାର୍ଥସାରଥୀ ବିଟେକ ପାସ କରି ଏବେ ଚାକିରି ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ କହିବା କଥା " ବର୍ତ୍ତମାନ ମୁଁ ବିଟେକ କରିବା ପରେ ଏବେ IT ସେକ୍ଟରରେ ଚାକିରି ପାଇଛି । ମୁଁ ଯେତେବେଳେ ଛୋଟ ହୋଇଥିଲି, ବାପା ଏକ ସାଇକେଲ ଦୋକାନ କରିଥିଲେ । ସେତେବେଳେ ସେ ବହୁତ କଷ୍ଟ କରି ମୋତେ ପାଠ ପଢ଼ାଇଥିଲେ । ଏବେ ସେ ନିଜ ବୁଦ୍ଧି ଖଟାଇ ନୂଆ ମେସିନ ତିଆରି କରିଛନ୍ତି । ଏଥିରେ ଉଭୟ ମାନୁଆଲ ଓ ଅଟୋମେଟିକ ରହୁଛି। ଅଟୋମେଟିକ ଇଲେକ୍ଟ୍ରିକରେ ଚାଲୁଥିବା ବେଳେ, ମାନୁଆଲ ମେସିନ ହାତରେ ଚାଲିବ। ଉଦ୍ଭାବବନ ପାଇଁ ବାପାଙ୍କୁ ବିଭିନ୍ନ ସ୍ତରରୁ ସାର୍ଟିଫିକେଟ ଓ ସମ୍ମାନ ମିଳିଛି । ସରକାର ଆର୍ଥିକ ସହାୟତା ପ୍ରଦାନ କଲେ ସେ ଆଗକୁ ବହୁତ କିଛି ପାରିବେ ବୋଲି ମୋର ଆଶା ଅଛି । "

ଅଭାବରୁ ଅଭିନବ ଉଦ୍ଭାବନ । ନିରାକାରଙ୍କ ନିଆରା ପ୍ରୟାସ ନିଜକୁ ଯଥେଷ୍ଟ ସଶକ୍ତ କରିଛି । ଏବଂ ତାଙ୍କର ଲକ୍ଷ୍ଯ ଏବଂ ଉଦ୍ୟମ ଅନ୍ୟମାନଙ୍କୁ ପ୍ରେରଣା ଯେଗାଇବା ସହ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

ଚର୍ଚ୍ଚାରେ କୋରାପୁଟ ଦମ୍ପତି: YouTubeରୁ ଶିଖିଲେ ଉଦ୍ଭାବନ କଲେ ଚୁଲା - COUPLE SET EXAMPLE IN BUSINESS

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.