ETV Bharat / state

ଗାଁ ବୋହୂ ଏବେ ଲକ୍ଷପତି ଦିଦି, ୩୦ ହଜାର ଋଣରୁ କରୁଛନ୍ତି ଲକ୍ଷଲକ୍ଷ ରୋଜଗାର - MAMATA LAKHPATI DIDI SUCCESS STORY

ଗତ ୨୯ ତାରିଖରେ ରାଜ୍ୟ ଲୋକସେବା ଭବନରେ ଜାତୀୟ ଲକ୍ଷପତି ଦିଦି ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲାକୁ ରାଜ୍ୟର ଦ୍ଵିତୀୟ ସ୍ଥାନ ମାନ୍ୟତା ମିଳିଛି ।

ଗାଁ ବୋହୂ ଏବେ ଲକ୍ଷପତି ଦିଦି
ଗାଁ ବୋହୂ ଏବେ ଲକ୍ଷପତି ଦିଦି (ETV Bharat)
author img

By ETV Bharat Odisha Team

Published : June 2, 2025 at 5:47 PM IST

Updated : June 2, 2025 at 8:02 PM IST

3 Min Read

Kendrapara Lakhpati Didi Success Story କେନ୍ଦ୍ରାପଡା: କେତେବେଳେ ବିଲରେ ଚାଷକାମ ତ ପୁଣି କେତେବେଳେ ଭେରାଇଟି ଷ୍ଟୋର କଥା ବୁଝନ୍ତି । ପୁଣି କେତେବେଳେ କଳରେ ଗହମ ବିରି ଆଦି ପେଡୁଛନ୍ତି । ଆଉ ଏସବୁ ଉଦ୍ୟମ କରି ଆଜି ସେ ଲକ୍ଷପତି ଦିଦି । ଗତ ୨୯ ତାରିଖରେ ରାଜ୍ୟ ଲୋକସେବା ଭବନରେ ଜାତୀୟ ଲକ୍ଷପତି ଦିଦି ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲାକୁ ରାଜ୍ୟର ଦ୍ଵିତୀୟ ସ୍ଥାନ ମାନ୍ୟତା ମିଳିଛି । ଜିଲ୍ଲାର ଏକ ଗ୍ରାମାଞ୍ଚଳ ବୋହୂଙ୍କୁ ଲକ୍ଷପତି ଦିଦି ଭାବରେ ସମ୍ବର୍ଦ୍ଧିତ କରାଯିବା ପରେ ମମତା ନାଥଶର୍ମାଙ୍କୁ ଛୁଟୁଛି ପ୍ରଶଂସାର ସୁଅ।

ଗାଁ ବୋହୂ ଏବେ ଲକ୍ଷପତି ଦିଦି (ETV Bharat)

ମମତା ଦିଦି କୁହନ୍ତି ‘‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ ଯୋଗୁଁ ଆଜି ମୁଁ ଲକ୍ଷପତି ଦିଦି । ଏସଏଚଜି ଗୋଷ୍ଠୀ ଓ ବ୍ୟାଙ୍କରୁ ଋଣ ନେଇ ନିଜର ଅନୁଷ୍ଠାନ ଖୋଲିପାରିଛି । ମୋର ଅଚଳ ଘର ଏବେ ଚଳିବା ପରିସ୍ଥିତିକୁ ଆସିଛି । 2011 ମସିହାରୁ ମୁଁ ଏସଏଚଜିରେ ସାମିଲ ହେଲି । ଆଉ ସେବେଠୁ ମୁଁ ପଛକୁ ଫେରିନି’’ । ତେଲ ମେସିନ, ବିରି ଚୋପା ଛଡା ମେସିନ, ଧାନକଳ, ମସଲା ବଟା ମେସିନ, ଛତୁଆ ମେସିନ ଆଦି ପକେଇଛି । ମୁଁ ରୋଜଗାରକ୍ଷମ ହେବା ସହ ମୋ ସହ ଆଉ ତିନି ଚାରି ଜଣ ରୋଜଗାରକ୍ଷମ ହୋଇପାରିଛନ୍ତି ।

  • ୩୦ ହଜାର ଋଣରୁ ଲକ୍ଷପତି ଦିଦି

ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗାଁର ମମତା ନାଥଶର୍ମା । ଏକଦା ଆର୍ଥିକ ଅନଗ୍ରସର ଓ ମଧ୍ୟବିତ୍ତ ଜୀବନ ବିତାଉଥିବା ମମତାଙ୍କ ଏହି ଲକ୍ଷପତି ଦିଦି ପର୍ଯ୍ୟନ୍ତ ଯାତ୍ରା ସୁଗମ ନଥିଲା। ଘରୋଇ ଅଭାବ ସବୁବେଳେ ଲାଗି ରହିଥିଲା । ଏହାପରେ ୨୦୧୧ ମସିହାରେ ସେ ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଥିଲେ। ପରେ ସେ ଗୋଷ୍ଠୀରୁ ୩୦ ହଜାର ଟଙ୍କା ଋଣ କରି ପ୍ରଥମେ ଏକ ଗହମ କୁଟା ମେସିନ ଆଣି ସ୍ୱାବଲମ୍ବୀ ହେବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ। ପାଖାପାଖି ସାତୋଟି ଗାଁର ଲୋକେ ଏଠାରେ ଗହମ କୁଟାଇବାକୁ ଆସିବା ବେଳେ ବେଶ ଦୁଇ ପଇସା ରୋଜଗାର କରି ଗୋଷ୍ଠୀର ଟଙ୍କାକୁ ସୁଝିଥିଲେ ମମତା। ଏହାପରେ ବିଭିନ୍ନ ସମୟରେ ଗୋଷ୍ଠୀ,ବ୍ୟାଙ୍କ ଓ ବର୍ତ୍ତମାନ ମହାସଂଘରୁ ଋଣ ନେଇ ଲକ୍ଷପତି ଦିଦି ହେବାର ଯୋଗ୍ୟତା ଅର୍ଜନ କରିଛନ୍ତି ମମତା ।

ବିଭିନ୍ନ ସମୟରେ ଋଣ ନେଇ ଏହାକୁ ସଠିକ ସମୟରେ ପଇଠ କରୁଥିବାରୁ ଉଭୟ ଗୋଷ୍ଠୀ ଓ ବ୍ୟାଙ୍କର ପ୍ରିୟଭାଜନ ହୋଇ ପାରିଛନ୍ତି ମମତା। ବର୍ତ୍ତମାନ ୬ ଲକ୍ଷ ଟଙ୍କା ଋଣ ଆଣି ସେ ଏକ ଭେରାଇଟି ଷ୍ଟୋର ଖୋଲିଛନ୍ତି। ଏଥିସହିତ ସେ ଧାନ ହଲର,ସେଲର(ସରୁ ଚାଉଳ ପ୍ରସ୍ତୁତ କରୁଥିବା ମେସିନ),ତେଲ ଘଣା ମେସିନ,ଡାଲି ଓ ବିରି ଚୋପାଛଡା ମେସିନ,ମସଲା ଗୁଣ୍ଡ ମେସିନ,ଅଦା, ପିଆଜ ମସଲା ବଟା ମେସିନ,ଆଣ ବଟା ମେସିନ,ଗହମ କୁଟା ମେସିନ ଇତ୍ୟାଦି ୟୁନିଟକୁ ୨ ଗୁଣ୍ଠ ଜାଗାରେ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।

  • ନିଜେ ରୋଜଗାର କରି ଅନ୍ୟଙ୍କୁ କରୁଛନ୍ତି ସ୍ୱାବଲମ୍ବୀ

ମମତା ସଦସ୍ୟା ଥିବା ଗୋଷ୍ଠୀରେ ୧୨ ଜଣ ମହିଳା ସଦସ୍ୟା ରହିଛନ୍ତି । ସେମାନେ ଶୀତଦିନେ ବଡି ପାମ୍ପଡ଼ ଇତ୍ୟାଦି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି। କେବଳ ସେତିକି ନୁହେଁ, ଗହମରୁ ଛତୁଆ, ହଳଦୀ ଓ ବିଭିନ୍ନ ପ୍ରକାର ମସଲାଗୁଣ୍ଡ ତିଆରି ଓ ପ୍ୟାକିଂ କରି ସେଗୁଡିକୁ ମାର୍କେଟରେ ବିକ୍ରି କରି ମଧ୍ୟ ମହିଳାମାନେ ସ୍ୱାବଲମ୍ବୀ ହେଉଥିବା କୁହନ୍ତି ମମତା। ଲକ୍ଷପତି ଦିଦି ଭାବରେ ପରିଚୟ ପାଇଥିବା ମମତା ମାସିକ ୩୦ ରୁ ୪୦ ହଜାର ଅର୍ଥାତ ବାର୍ଷିକ ୪ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି। ତେବେ ମାସିକ ସେ ୧୨ ହଜାର ଟଙ୍କା ଋଣ ବାବଦକୁ ସୁଝୁଥିବା ବେଳେ ଅବଶିଷ୍ଟ ଟଙ୍କାରେ ପରିବାର ଚଳାଇ ଦୁଇ ପୁଅଙ୍କୁ ପାଠ ପଢ଼ାଉଛନ୍ତି। ଏସବୁ କାମରେ ସ୍ୱାମୀ ମଧ୍ୟ ତାଙ୍କୁ ସହଯୋଗ କରନ୍ତି।

ମମତା ଦିଦିଙ୍କ ସ୍ବାମୀ କୁହନ୍ତି ‘‘ସେ ଜଣେ ଗୃହିଣୀ ଥିଲେ । କିନ୍ତୁ ଏବେ ତାଙ୍କ ରୋଜଗାରରେ ପରିବାର ଚଳୁଛି । ସେ ଏକା ଏତେ ସବୁ ୟୁନିଟ୍‌ ଚଳାଇବା ସମ୍ଭବ ନୁହେଁ । ଏଣୁ ମୁଁ ତାଙ୍କୁ ସହଯୋଗ କରୁଛି । ମୁଁ ବହୁତ ଖୁସି । କାରଣ ସେ ଏତେ ପରିଶ୍ରମ କରି ଘର ଛଡା ବାହାର ଦାୟିତ୍ବ ଭଲ ଭାବେ ତୁଲାଇ ପାରୁଛନ୍ତି। ଆଗରୁ ଆର୍ଥିକ ସ୍ଥିତି ଭଲ ନଥିଲା । ଏବେ କିନ୍ତୁ ଆରାମରେ ଚଳୁଛୁ ’’।

  • ଚାଷରେ ପାରଙ୍ଗମ ମମତା ଦିଦି

କେବଳ ଋଣ ଆଣି ମେସିନ ଚଳାଇବା କ୍ଷେତ୍ରରେ କାହିଁକି ମମତା ସବୁ ବିଦ୍ୟାରେ ଧୁରନ୍ଧର । ନିଜେ ଚାଷ ଜମିରେ ବିଭିନ୍ନ ପ୍ରକାରର ଫସଲ ଯେମିତିକି ଧାନ, ବିରି, ମୁଗ ଇତ୍ୟାଦି ଚାଷ କରୁଛନ୍ତି । ଏହା ସହ ପନିପରିବା ଯେପରିକି ଜହ୍ନି, ଛଚିନ୍ଦ୍ରା, କାକୁଡି, କଖାରୁ ଭଳି ଋତୁକାଳୀନ ଫସଲ ଅମଳ କରିବାରେ ମଧ୍ୟ ସିଦ୍ଧହସ୍ତ।

  • ଲକ୍ଷପତି ଦିଦି ସୃଷ୍ଟିରେ କେନ୍ଦ୍ରାପଡା ଦ୍ବିତୀୟ

ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲା ୯୮% ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ୯୭% ଦିଦି ସୃଷ୍ଟି କରି ଦ୍ଵିତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛି। ଲୋକସେବା ଭବନରେ ଏହି ପୁରସ୍କାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗ୍ରହଣ କରିଥିବା ବେଳେ ଜାତୀୟ ସ୍ତରର ଏହି ଲକ୍ଷପତି ଦିଦି ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲାର ତିନିଜଣ ଲକ୍ଷପତି ଦିଦି ଯୋଗ ଦେଇଥିଲେ। ଲକ୍ଷପତି ଦିଦି, ମହିଳା ମାନଙ୍କୁ ଉତ୍ସାହିତ କରି ଅଧିକ ରୋଜଗାର କରିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏଭଳି ଯୋଜନା। ତୃଣମୂଳ ସ୍ତରରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ଏବଂ ଆନ୍ତରିକତା କାରଣରୁ ଏସବୁ ସମ୍ଭବ ହୋଇପାରିଥିବା ବେଳେ ଆଗକୁ ଆହୁରି ବଢିବା ଲକ୍ଷ୍ୟ ରଖିଛନ୍ତି ମହିଳା ଲକ୍ଷପତି ଦିଦି ।

ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି କୁହନ୍ତି ‘‘ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଜଣେ ଗୃହିଣୀ ଆର୍ଥିକ ଭାବେ ସ୍ବଚ୍ଛଳ ହେଲେ ହିଁ ଦେଶ ଉନ୍ନତି କରିବ ବୋଲି ଲକ୍ଷପତି ଦିଦିର ଶୁଭାରମ୍ଭ କରାଯାଇଥିଲା । ଏସଏଚଜିଙ୍କୁ ପ୍ରମୋଟ କରିବା ଉଦ୍ଦେଶ୍ୟରେ ଲକ୍ଷପତି ଦିଦିର ଆୟୋଜନ କରାଯାଇଛି ଏବଂ ଏଥିରେ ମମତା ଦିଦିଙ୍କ ଚୟନ କରାଯାଇଛି’’ ।

  • କଣ ଏହି ଲକ୍ଷପତି ଦିଦି ଯୋଜନା ?

୨୩ ଡିସେମ୍ବର,୨୦୨୩ ତାରିଖ ଦିନ କେନ୍ଦ୍ର ସରକାର ଲକ୍ଷପତି ଦିଦି ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନାରେ ଜୀବିକା ମିଶନ ମାଧ୍ୟମରେ ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନେ ବାର୍ଷିକ ଏକ ଲକ୍ଷ ଟଙ୍କା ରୋଜଗାର କଲେ ସେମାନଙ୍କୁ ଲକ୍ଷପତି ଦିଦି ବୋଲି କୁହାଯିବ। ଏହି ମହିଳା ମାନେ ନିଜେ ଆତ୍ମ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା କ୍ଷେତ୍ରରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବେ ବୋଲି ଲକ୍ଷ୍ୟ ରଖାଯାଇଛି।

ଏହା ମଧ୍ୟ ପଢନ୍ତୁ ଅଭୁଲା ବାହାନଗା ରେଳ ଦୁର୍ଘଟଣା, ଲୋକଙ୍କ ଜୀବନ ବଞ୍ଚାଇଥିଲା ଇସ୍କନ ମଠ

ଏହା ମଧ୍ୟ ପଢନ୍ତୁ ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରା

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : June 2, 2025 at 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.