ETV Bharat / state

ଆଉ ନାହାନ୍ତି କେନ୍ଦ୍ରାପଡାର ଜରି ମାଉସୀ କମଳା, ମନ୍‌ କି ବାତ୍‌ରେ ପ୍ରଂଶସା କରିଥିଲେ ମୋଦି - KAMALA MAHARANA PASSES AWAY

ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରାପଡାର କମଳା ମହାରଣାଙ୍କ ପରଲୋକ ଘଟିଛି । ଆଜି ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

kamala maharana passes away
kamala maharana passes away (Etv Bharat)
author img

By ETV Bharat Odisha Team

Published : June 1, 2025 at 10:56 AM IST

Updated : June 1, 2025 at 2:38 PM IST

2 Min Read

କେନ୍ଦ୍ରାପଡା: ଆଉ ନାହାନ୍ତି କେନ୍ଦ୍ରାପଡାର କମଳା ମାଉସୀ । ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଶଂସିତ ହୋଇଥିବା କମଳା ମହାରଣାଙ୍କର ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 62 ବର୍ଷ ବୟସ ହୋଇଥିଲା ।

KAMALA MAHARANA PASSES AWAY (ETV BHARAT ODISHA)

ଗତ ଗୁରୁବାର ଦିନ ଅସାବଧାନତା ବଶତଃ ଘରେ ପଡି ଯାଇଥିଲେ କମଳା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ ପଠାଇଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରୁ ଭେଣ୍ଟିଲେଟରରେ ଥିଲେ। ଗତକାଲି ରାତି ୧୦ ଘଟିକାରେ ଡାକ୍ତର କମଳା ମହାରଣାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଖଇରାବାଦ ଗାଁରେ ପହଞ୍ଚିବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଜରିରୁ ଘରକରଣା ସାମଗ୍ରୀ ତିଆରି କରି, ସ୍ବଚ୍ଛ ଭାତର ବାର୍ତ୍ତା ଦେଉଥିଲେ:

KAMALA MAHARANA
KAMALA MAHARANA (ETV BHARAT ODISHA)

କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଖଇରାବାଦ ଗାଁର କମଳା ମହାରଣା ଅଦରକାରୀ ଜରି ଜିନିଷରୁ ସୁନ୍ଦର ସୁନ୍ଦର କଳାକୃତ୍ତି କରୁଥିଲେ । ଘର ବାହାରେ ପଡିଥିବା ଅଦରକାରୀ ଜରିକୁ ଗୋଟିଏ ଗୋଟାଇ ସେ ଦରକାରୀ ଜିନିଷ ତିଆରି କରି ପ୍ରଶଂସାର ପାତ୍ର ହୋଇପାରିଥିଲେ । ତାଙ୍କ ଲୁକ୍କାୟିତ ପ୍ରତିଭାକୁ ଜାଣିପାରିଥିଲେ ପ୍ରଧାନମନ୍ତ୍ରୀ । ମନ କି ବାତରେ ତାଙ୍କ ନାଁ ଆସିବା ପରେ ତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ।

ମନ୍‌ କି ବାତ୍‌ରେ ପ୍ରଂଶସା କରିଥିଲେ ମୋଦି:

2023 ଫେବୃଆରୀ ମାସରେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 98ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କମଳାଙ୍କ କାମକୁ ପ୍ରଶଂସା କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ବୋଲି କହି ତାଙ୍କୁ ଅବିହିତ କରିଥିଲେ। ଏହାପରେ ତାଙ୍କ କାମକୁ ଛୋଟ ଭାବି ତାଙ୍କୁ ବିଭିନ୍ନ ସମୟରେ ଥଟ୍ଟା କରୁଥିବା ପରିବାର ସଦସ୍ୟଙ୍କ ସହ ଅନ୍ୟମାନଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ବଢିଥିଲା।

କମଳାଙ୍କ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ:

KAMALA MAHARANA
KAMALA MAHARANA (ETV BHARAT ODISHA)

ଗତ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ । କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ଆସିଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ କମଳାଙ୍କୁ ମଞ୍ଚ ଉପରକୁ ଡକାଯାଇଥିଲା । ଏହି ସମୟରେ କମଳା ଆଣ୍ଠୁ ମାଡି ମୋଦିଙ୍କୁ ନମସ୍କାର ହେବାକୁ ଯାଉଥିବା ବେଳେ ପ୍ରତି ଜବାବରେ ମୋଦି ମଧ୍ୟ ତାଙ୍କୁ ନମସ୍କାର ହୋଇଥିଲେ । ଯାହାକି ନିର୍ବାଚନ ସମୟରେ ମୋଦିଙ୍କ ମାତୃ ବନ୍ଦନା ବୋଲି ଖୁବ ଜୋରରେ ଚର୍ଚ୍ଚା ହୋଇଥିଲା।

ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ହୋଇଥିଲା ଦିଲ୍ଲୀ ଡାକରା:

କମଳାଙ୍କ କାମକୁ ପ୍ରଶଂସା କରି ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପରେଡ଼ ଦେଖିବା ପାଇଁ ଦିଲ୍ଲୀ ଡାକରା ଆସିଥିଲା। ତେବେ ପ୍ରଥମେ ସେ ଦିଲ୍ଲୀ ଯିବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅସୁସ୍ଥତା କାରଣରୁ ଯାଇ ପାରିନଥିଲେ।

ଅପରେସନ ସିନ୍ଦୂର ସଫଳତା ପାଇଁ ତିନି ସେନାର ମୁଖ୍ୟଙ୍କୁ ପଠାଇଥିଲେ ଟୋପି:

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଭାରତୀୟ ନୌସେନା, ସ୍ଥଳ ସେନା ଓ ବାୟୁ ସେନା ମୁଖ୍ୟଙ୍କୁ ତିନୋଟି ଟୋପି ଓ ଚିଠି ପଠାଇଥିଲେ କମଳା । ଖରି, ଜରି, ବେରୁହାଁ ଓ ପ୍ଲାଷ୍ଟିକ ରଶିରେ ତିଆରି ତିନୋଟି ଟୋପି ଭାରତୀୟ ଡାକ ବିଭାଗ ମାଧ୍ୟମରେ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ-୩ ସେନାମୁଖ୍ୟଙ୍କୁ କମଳା ମାଉସୀଙ୍କ ଉପହାର, ଟୋପି ଓ ଚିଠିରେ ଜଣାଇଲେ 'ଅପରେସନ ସିନ୍ଦୂର' ଶୁଭେଚ୍ଛା - KAMALA MAHARANA OPERATION SINDOOR

ଏହା ମଧ୍ୟ ପଢନ୍ତୁ-Mann Ki Baat: କେନ୍ଦ୍ରାପଡାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ, ଦେଶ ଜାଣିଲା କମଳାଙ୍କ କାରିଗରୀ - ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍

ଏହା ପଢନ୍ତୁ-ବର୍ଜ୍ୟବସ୍ତୁ ସଂଗ୍ରହରୁ ମନ କି ବାତ, କେନ୍ଦ୍ରାପଡାର କମଳା ଯିବେ ଦିଲ୍ଲୀ - KAMALA MOHARANA

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : June 1, 2025 at 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.