ETV Bharat / state

ଦ୍ବିତୀୟ ବର୍ଷରେ କେନ୍ଦ୍ରାପଡାର ବିକାଶ, ଆଶା ଦେଇ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM MOHAN MAJHI KENDRAPADA VISIT

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ କେନ୍ଦ୍ରପଡା ଗସ୍ତ କରିଥିଲେ । ବଳଦେବଜୀଉଙ୍କ ଆଶିଷ ନେଲେ । ବିଭିନ୍ନ ଯୋଜନାର ସମୀକ୍ଷା କଲେ । ଆଶା ଦେଇ ଫେରିଲେ

CM Mohan Majhi Kendrapada visit
CM Mohan Majhi Kendrapada visit (CMO)
author img

By ETV Bharat Odisha Team

Published : June 9, 2025 at 8:15 PM IST

2 Min Read

Mohan Charan Majhi development promises: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆଜି(ସୋମବାର) ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ପ୍ରଭୁ ବଳଦେବଜୀଉଙ୍କ ଆଶିଷ ନେଇଥିଲେ । ବିଜେପି ସରକାରର ଦ୍ବିତୀୟ ବର୍ଷ କେନ୍ଦ୍ରପଡାରୁ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇ ଫେରିଆସିଥିଲେ ମୁଖ୍ୟମନ୍ତ୍ରୀ ।

ଆଶା ଦେଇ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନଙ୍କ ପ୍ରଥମ କେନ୍ଦ୍ରାପଡା ଗସ୍ତ:

ଆଜି(ସୋମବାର) ପୂର୍ବାହ୍ନ ସାଢେ଼ ୧୧ଟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହା ପରେ ପୋଲିସ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ସାଲ୍ୟୁଟ ପ୍ରଦାନ କରାଯାଇଥିଲା ।

Kendrapada development 2025
Kendrapada development 2025 (CMO)

ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ:

ଦଳୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପରେ ମୁଖ୍ୟମନ୍ତ୍ରୀ ଏକ ବିରାଟ ତ୍ରିରଙ୍ଗା ଯାତ୍ରାରେ ଇଚ୍ଛାପୁରସ୍ଥିତ ମାଉସୀ ମା’ ମନ୍ଦିର ଠାରୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ ସେଠାରେ ସେ ରାଜସ୍ୱ ସେବା ରଥକୁ ଉଦଘାଟନ କରିବା ପରେ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ ଏବଂ ପରେ କେନ୍ଦ୍ରାପଡା ସର୍କିଟ ହାଉସ ଆସି ଜିଲ୍ଲାପାଳର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ବସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ପ୍ରଥମ ଥର କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ଆସିଥିବାରୁ ଜିଲ୍ଲାବାସୀ ଯେତିକି ଖୁସି ସେତିକି ଆଶାବାଦୀ ଥିଲେ ।

ହେନ୍ତାଳ ଜଙ୍ଗଲ ହେବ ବ୍ୟାପକ, ଟୁରିଜିମକୁ ଗୁରୁତ୍ବ

ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଏହି ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ । ଜିଲ୍ଲାରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଞ୍ଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ ।

ଏସବୁ ଅଧିକାରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ:

ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧ ରେ ବିଶଦ ଭାବେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ସବୁ କାର୍ଯ୍ୟର ଉପଯୁକ୍ତ କାର୍ଯ୍ୟନ୍ୱୟନ ଏବଂ ଏହାର କାର୍ଯ୍ୟକାରୀ ହାର ଦେଖି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ‘କେନ୍ଦ୍ରାପଡ଼ା ଜିଲ୍ଲାରେ ଅନେକ ବିକାଶମୂଳକ ପ୍ରକଳ୍ପ ଯଥା କେନାଲ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଏହି କାର୍ଯ୍ୟଗୁଡ଼ିକ ଜନସାଧାରଣଙ୍କ ଜୀବନଧାରାକୁ ଉନ୍ନତ କରୁଛି । ସୁଭଦ୍ରା ଯୋଜନାରେ ଓ ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହିଛି ଅଗ୍ରଗତି କରୁଛି ।’

ବଳଦେବଜୀଉଙ୍କ ଆଶିଷ ନେଲେ
ବଳଦେବଜୀଉଙ୍କ ଆଶିଷ ନେଲେ (CMO)

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ:

ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଚୋରା ବାଲି ଚାଲାଣ, ଆଇନ ଶୃଙ୍ଖଳା ଓ ସରକାରୀ କର୍ମଚାରୀ ଅଭାବ ଭଳି ଚ୍ୟାଲେଞ୍ଜ ଗୁଡ଼ିକ ସମ୍ପର୍କରେ ତଥ୍ୟ ଗ୍ରହଣ କରି ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ଏହା ମଧ୍ୟ ପଢନ୍ତୁ:

ମୁଖ୍ୟମନ୍ତ୍ରୀ-ଶିଳ୍ପପତି ଆଲୋଚନା; ବର୍ଷକରେ 206 ପ୍ରକଳ୍ପକୁ ମଞ୍ଜୁରୀ, ୪.୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ

ଗଞ୍ଜାମ ଓଡ଼ିଶାର ବାଣିଜ୍ୟ ରାଜଧାନୀ, ମୁଖ୍ୟମନ୍ତ୍ରୀଙ୍କ 28084 କୋଟି ପ୍ୟାକେଜ

ଢେଙ୍କାନାଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୫୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

କେନ୍ଦ୍ରାପଡା ହେବ ଆଦର୍ଶ ଜିଲ୍ଲା:

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ। ଏଥିପାଇଁ ନୂଆ ପ୍ରକଳ୍ପ ଯଥା ଶିଳ୍ପ ସ୍ଥାପନ, ପର୍ଯ୍ୟଟନ ବିକାଶ ଓ ନବୀକରଣୀୟ ଶକ୍ତି ଉପରେ ଧ୍ୟାନ ଦିଆଯାଉ । ଏହା ସମ୍ପର୍କରେ ଏକ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରନ୍ତୁ । ଯେଉଁ ସ୍ଥାନରେ ପାନୀୟଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀ ମାନେ ଯଥାଶୀଘ୍ର ପଦକ୍ଷେପ ନେଇ କାର୍ଯ୍ୟ ସମାପ୍ତ କରନ୍ତୁ ।’

Odisha CM visits Baladevjew Temple
Odisha CM visits Baladevjew Temple (CMO)

ପୁଣି କେନ୍ଦ୍ରାପଡା ଆସିବେ ମୁଖ୍ୟମନ୍ତ୍ରୀ:

ତେବେ ସମୀକ୍ଷା ଶେଷରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ‘ଜମ୍ବୁ - ମାର୍ଶାଘାଇ କେନାଲର ପୁନଃରୁଦ୍ଧାର, ମେଡିକାଲ କଲେଜ ପ୍ରତିଷ୍ଠା , ଜଳ ନିଷ୍କାସନ, ଜଳ ସେଚନ ବ୍ଯବସ୍ଥାକୁ ସୁଦୃଢ କରାଇବା ଭଳି ଅନେକ ପ୍ରକଳ୍ପ ଆଉ କମ ଦିନ ମଧ୍ୟରେ ଆଉଥରେ କେନ୍ଦ୍ରାପଡା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ଏହି ସବୁ କାର୍ଯ୍ଯକୁ ତ୍ଵରାନ୍ନିତ କରିବେ ।’

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.