Kalahandi Accident, Car falls into canal: ଏମିତି ବି ଆସେ ମୃତ୍ୟୁ ! ଝିଅ ଦେଖି ଫେରୁଥିଲେ ବାଟରେ ଛକିଥିଲା ମୃତ୍ୟୁ । କେନାଲକୁ ଖସିଲା କାର୍ ଚାଲିଗଲା ଶିଶୁ ସମେତ 2 ଜୀବନ । 8 ଆହତ ଆହତ ।ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ । ମୃତକ ଦ୍ବୟ ହେଲେ ରେଙ୍ଗାଲପାଳି ଗାଁର ଲାଲଧର ରାଉତ(୮୨) ଓ ୫ ବର୍ଷର ପୁଅ ।
ଝିଅ ଦେଖି ଫେରୁଥିଲେ ବାଟରେ ଛକିଥିଲା ମୃତ୍ୟୁ !
ଝିଅ ଦେଖିବା ପାଇଁ ଯାଇ ଫେରିବା ବେଳେ ଦୁର୍ଘଟଣା । କେନାଲରେ ବୁଡି ଶିଶୁ ସହ ବୃଦ୍ଧ ଦୁଇ ମୃତ ଆଉ ୩ ଜଣ ଗୁରୁତର ହୋଇଛନ୍ତି । ଘଟଣାରେ ରେଙ୍ଗାଲପାଳି ଗାଁର ଲାଲଧର ରାଉତ( ୮୨) ଓ ୫ ବର୍ଷର ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ରେଙ୍ଗାପାଲି ଗାଁର ବଳଦେବ ରାଉତଙ୍କ ପରିବାରର ୧୧ ଜଣ ସଦସ୍ୟ କଲମପୁର ବ୍ଲକର ନୂଆଗାଁକୁ ଏକ କାର ଯୋଗେ ଝିଅ ଦେଖିବା ପାଇଁ ଯାଇଥିଲେ ।
ବାଇକ ସହ ଧକ୍କା ହୋଇ କେନାଲକୁ ଖସିଲା କାର୍:
ଝିଅ ଦେଖି ବେଶ ହସ ଖୁସିରେ ପୂରା ପରିବାର ଘରକୁ ଫେରିବା ବେଳେ କେନାଲ ରାସ୍ତା ଦେଇ ଯିବା ବେଳେ ଠେଲକୋ ମୁଣ୍ଡା ନିକଟରେ ଏକ ବାଇକ ସହ ଧକ୍କା ହେବା ପରେ ଗାଡିଟି ଭାରସାମ୍ୟ ହରାଇ ଠେଲକୋମୁଣ୍ଡା ଦେଇ ଯାଇଥିବା ବାମ କେନାଲ ଭିତରେ ପଡିଯାଇଥିଲା । ଦୁର୍ଘଟଣା ପରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ପରେ ଜୟପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଥିବା ଶିଶୁକୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ଶିଶୁର ମୃତ୍ୟୁ ହୋଇସାରିଥିଲା ।

ଆହତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି:
ତେବେ ଆହତଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖା ଦେଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଣ କହିଲେ ଗାଁଲୋକେ:
ଏନେଇ ରେଙ୍ଗାଲପାଳି ଗାଁର ବାସିନ୍ଦା ଐଶ୍ବର୍ଯ୍ୟ ଦାସ କହିଛନ୍ତି, ‘ଆମ ଗାଁର ଗୋଟଏ ପରିବାର ୧୧ ଜଣ ସଦସ୍ୟ ଝିଅ ଦେଖିବାକୁ ଯାଇ ଫେରିବା ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।’
ଇଟିଭି ଭାରତ, କଳାହାଣ୍ଡି