କୋଲକାତା: ବିରାଟ କୋହଲିଙ୍କ ଧୁଆଁଧାର ପ୍ରଦର୍ଶନ । KKRକୁ ୭ ୱିକେଟରେ ହରାଇଲା RCB । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ ୨୦୨୫) ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (KKR)କୁ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । କେକେଆର ପ୍ରଥମେ ବ୍ୟାଟିଂ କରି ୧୭୪ ରନ ସଂଗ୍ରହ କରି ଆରସିବିକୁ ୧୭୫ ରନର ଟାର୍ଗେଟ ଦେଇଥିଲା । ୧୬ ଓଭର ୨ଟି ବଲରେ ଟାର୍ଗେଟ ପୂରା କରି ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଛନ୍ତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ରଜତ ପଟିଦାର ଅଛନ୍ତି ।
— Royal Challengers Bengaluru (@RCBTweets) March 22, 2025
ବିଜୟରୁ ଅଭିଯାନ ଆରମ୍ଭ କଲା RCB
ଫିଲ୍ ସଲ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ କିଙ୍ଗ୍ କୋହଲି ଦଳକୁ ବିଜୟ ଭେଟିର ଦେଇଛନ୍ତି । ୧୭୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ୧୬ ଓଭର ୨ଟି ବଲରେ ବିଜୟ ହାସଲ କରିଥିଲା । ତେବେ ସଲ୍ଟ ୨୫ ବଲରୁ ଏବଂ ବିରାଟ କୋହଲି ୩୦ ବଲରୁ ଅର୍ଦ୍ଧଶତକ ହାସଲ କରିବା ପରେ ରଜତ ପଟିଦାରଙ୍କ ୧୬ ବଲ୍ରୁ ୩୪ ରନ ଦଳକୁ ସହଜ ବିଜୟ ଆଣିଦେଇଥିଲା । ଆର୍ସିବିର ନୂଆ ଅଧିନାୟକ ରଜତ ପଟିଦାର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ମୈଦାନକୁ ଓହ୍ଲାଇଥିଲା କୋଲକାତା ନାଇଟ୍ ରାଇଡର୍ସ (KKR) । KKR ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର ୩୧ ବଲ୍ରୁ ୫୬ ରନ୍ କରି ଫେରିଥିଲେ ।
First T20 match after 9️⃣ months, and he goes like this. 🫡
— Royal Challengers Bengaluru (@RCBTweets) March 22, 2025
That's King Kohli for you! 👑#PlayBold #ನಮ್ಮRCB #IPL2025 #KKRvRCB pic.twitter.com/zIMCEop5qt
ଇଡେନରେ ବିରାଟ ସୋ'
ସେପଟେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୫ ରନର ଟାର୍ଗେଟକୁ ପିଛା କରି ମାତ୍ର ୧୬.୨ ଓଭରରେ ୩ ୱିକେଟ ହରାଇ ୧୭୭ ରନ କରି ବିଜୟର ସ୍ବାଦ ଚାଖିଥିଲେ । ବିରାଟ କୋହଲି ୫୯, ଫିଲ୍ ସଲ୍ଟ ୫୬, ରଜତ ପଟିଦାର ୩୪, ଲିଆମ ଲିଭିଙ୍ଗଷ୍ଟୋନ୍ ୧୫ ରନ କରିଥିଲେ ।
ଉଦଘାଟନୀ ଉତ୍ସବରେ ଦିଶା ପଟାନୀ ଜଲୱା
ତେବେ ଧମାକାଦାର ଉଦଘାଟନୀ ଉତ୍ସବ ସହିତ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ ୨୦୨୫) ୧୮ତମ ସଂସ୍କରଣ । କୋଲକାତାର ଇଡେନ୍ ଗାର୍ଡେନରେ ଆୟୋଜିତ ଉଦଘାଟନୀ ଉତ୍ସବକୁ ହୋଷ୍ଟ କରିଛନ୍ତି ବଲିଉଡ କିଙ୍ଗ ଶାହରୁଖ ଖାନ । ସେପଟେ ଗାୟିକା ଶ୍ରେୟା ଘୋଷାଲଙ୍କ ସହ ପଞ୍ଜାବୀ ସିଙ୍ଗର କରଣଙ୍କ ଗୀତରେ ଝୁମିଲେ ଦର୍ଶକ । ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଚମତ୍କାର ନୃତ୍ୟ କରି ନିଜର ଜଲୱା ଦେଖାଇଥିଲେ । ଏହାସହ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଶାହରୁଖଙ୍କ ସହ ବିରାଟ କୋହଲି ଓ ରିଙ୍କୁ ସିଂଙ୍କ ଡ୍ୟାନ୍ସ ।
ଆଜିର ମ୍ୟାଚ୍:
ଆଜି ଦୁଇଟି ମ୍ୟାଚ ଖେଳାଯିବ ।
- ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ
- ଚେନ୍ନାଇ ସୁପର କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ
ଏହା ମଧ୍ୟ ପଢନ୍ତୁ: IPL 2025 ଉଦଘାଟନୀ ଉତ୍ସବ; କିଙ୍ଗ୍ଖାନଙ୍କ ସହ ନାଚିଲେ ବିରାଟ-ରିଙ୍କୁ, ଶ୍ରେୟାଙ୍କ ଗୀତରେ ଝୁମିଲେ ଦର୍ଶକ |
ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ