ଭୁବନେଶ୍ବର: ଓଡିଶା ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଏକମାତ୍ର ସ୍ବର୍ଣ୍ଣିମ ତ୍ରିଭୂଜ ଭାବେ ପରିଚିତ ଭୁବନେଶ୍ବର-ପୁରୀ-କୋଣାର୍କରେ ସମୟ କାଟି ଚାଲିଯାଆନ୍ତି । କିନ୍ତୁ ଇନ୍ଦ୍ରାଣୀଙ୍କ ପାଇଁ ଏହି ତ୍ରିକୋଣଭୂମି ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ରାଜ୍ୟର ଅନ୍ୟ ଅଞ୍ଚଳ । ଓଡିଶାର ଅନ୍ୟ ଜିଲ୍ଲାରେ ଥିବା କଳାର ବିଶାଳ ଭଣ୍ଡାର ଦେଖି ବିମୋହିତ ଇନ୍ଦ୍ରାଣୀ । ସେଥିପାଇଁ ତ ଆସାମ ଜନ୍ମିତ ଇନ୍ଦ୍ରାଣୀଙ୍କ ଦ୍ବିତୀୟ ଘର ହେଉଛି ଓଡିଶା । ଓଡିଆ ଓ ଓଡିଶାର କଳା ସଂସ୍କୃତିକୁ ଆପଣାଇଛନ୍ତି ଇନ୍ଦ୍ରାଣୀ ।
30 ବର୍ଷ ବୟସରେ ଭ୍ରମଣ ପ୍ରିୟ ଇନ୍ଦ୍ରାଣୀ ନିଜର ଏକ ପ୍ରୋଜେକ୍ଟ ପାଇଁ ଓଡିଶା ଆସିଥିବା ବେଳେ ଏଠାକାର ଲୋକଙ୍କ ପାଇଁ କିଛି କରିବାକୁ ଚାହିଁଥିଲେ । ବହୁତ କମ ଲୋକେ ଜାଣିଥିବେ ଯେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ ଗାଁର କିଛି ମହିଳା ପେପର ମାସ୍କ ପ୍ରସ୍ତୁତ କରନ୍ତି । ସେହିପରି ନିମାପଡାର ନନ୍ଦପୁର ଗାଁର କିଛି ଶିଳ୍ପୀ ଦିନକୁ 5 ଘଣ୍ଟା ପରିଶ୍ରମ କରି ଝୋଟରୁ ଶିଳ୍ପ ତିଆରି କରିଥାନ୍ତି ।

କିନ୍ତୁ ମାତ୍ର କିଛି ମାସ ମଧ୍ୟରେ ଯାହା ଓଡିଶାବାସୀ ଜାଣିନଥିଲେ ତାହା ଜାଣିବାକୁ ପାଇଥିଲେ ଇନ୍ଦ୍ରାଣୀ ଓ ସୌମ୍ୟ । ସେମାନେ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ ଯାହା କେବଳ ମାନଚିତ୍ରର ଏକ ଅଂଶବିଶେଷ ଥିଲା । ‘‘ଜଣେ ଇତିହାସକାରଙ୍କ ବିଶ୍ବାସ ଜିତିବା ସବୁବେଳେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା । ଆମେ ଭାଗ୍ୟଶାଳୀ ଅଟୁ ଯେ ଆମକୁ ସେପରି ଜାଗାକୁ ପହଞ୍ଚାଇ ଦିଆଗଲା ଯେଉଁଠି କଳା ଓ କଳାକାରଙ୍କୁ ଅନ୍ଧାରକୁ ଠେଲି ଦିଆଯାଇଛି । ଆମେ ଏମିତି କିଛି କାହାଣୀ ଖୋଜୁଥିଲୁ ’’। ଇନ୍ଦ୍ରାଣୀ ଓ ସୋମ୍ୟ ଯେଉଁଠିକୁ ବି ଯାଆନ୍ତି ସାଙ୍ଗରେ ଛଅ ବର୍ଷର ଛୁଆକୁ ସାଙ୍ଗରେ ନେଇ ଯାଇଥାନ୍ତି ।
- ଓଡିଶା କଳାର ପ୍ରଚାର ପ୍ରସାର
ବର୍ଷବର୍ଷ ଧରି ପ୍ରଚାର ପ୍ରସାର ଯୋଗୁଁ ଯେଉଁଠି ପ୍ରମୁଖ ସ୍ଥାନ ଗୁଡିକ ବିଶ୍ବ ଦରବାରର ପରିଚୟ ହାସଲ କରିଥିବାବେଳେ ଅନେକ ପ୍ରସିଦ୍ଧ କଳା ବିଲୁପ୍ତ ହେବାକୁ ବସିଲାଣି । କିନ୍ତୁ 40 ବର୍ଷୀୟ ଇନ୍ଦ୍ରାଣୀ ଓ 44 ବର୍ଷୀୟ ସ୍ବାମୀ ସୌମ୍ୟ ବିଲୁପ୍ତ ପ୍ରାୟ କଳାକୁ ବଞ୍ଚାଇ ରଖିଥିବା କଳାକାରଙ୍କ ନିକଟରେ ପହଞ୍ଚିବାକୁ ସମସ୍ତ ପ୍ରୟାସ ଚଳାଇଛନ୍ତି । ସେମାନଙ୍କର ଡକ୍ୟୁମେଣ୍ଟାରୀ ଯୋଗେ ଏ ସମସ୍ତ କଳାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ଅରିଲୋ ଗାଁର ହସ୍ତତନ୍ତ କାମ, ନାଧାନା ଗାଁର କତା ଶିଳ୍ପ, ବିସିମାତ୍ରିର ଝୋଟ କାମ, ଦେଉଳିଆଠେଙ୍ଗାର ତାଳପଟ୍ଟଚିତ୍ର, କେଶନା ଗାଁର ପଥର କାମ, ଗଞ୍ଜାମ ଚଢିଆପଲ୍ଲୀର କାଗଜ ମୁଖା, ବେଲଗୁଣ୍ଠାର ପିତ୍ତଳ ମାଛ କାମ, ରାୟଗଡାର 25 ଗାଁର କୁଟୀର ଶିଳ୍ପ (ଲାଉରୁ ପ୍ରସ୍ତୁତ), ସଦେଇବରେଣୀର ବ୍ରାସ କାମ ଏବଂ ବୌଦ୍ଧ କଳାକାରଙ୍କ ଦ୍ବାରା ଚନ୍ଦ୍ରପୁରର ପଟ୍ଟଚିତ୍ର ଓ ମାଣିଆବନ୍ଧ ସାମିଲ ଅଛି ।

ନିଜ ଯାତ୍ରା ବିଷୟରେ ମନେପକାଇ ଇନ୍ଦ୍ରାଣୀ କୁହନ୍ତି ଯେ ‘‘କିଛି ବର୍ଷ ପୂର୍ବେ ଆମେ ଏଠାରେ ହୋମଷ୍ଟେ କରିଥିଲୁ । ସେତେବେଳେ ଦେଖିବାକୁ ପାଇଥିଲୁ ଯେ ଓଡିଶାକୁ ଅଧିକାଂଶ ଲୋକେ ବ୍ୟବସାୟ କରିବାକୁ ଆସୁଛନ୍ତି । କେରଳ ଓ ହିମାଚଳ ପ୍ରଦେଶ ଭଳି ଏଠାକୁ ଲୋକେ ବୁଲିବାକୁ ଆସୁନାହାନ୍ତି । ଆମେ ଚାହିଁଥିଲୁ ଆମର ଅତିଥିଙ୍କୁ ଏକ ସ୍ଥାୟୀ ଅନୁଭବ ମିଳୁ । ମୋ ସ୍ବାମୀ ସୌମ୍ୟ ଜଣେ ଫଟୋଗ୍ରାଫର । ଏଣୁ ଆମେ ଓଡିଶାର ଅତିଥିଙ୍କୁ ଏହାର ରହସ୍ୟ ଓ ଅଜ୍ଞାତ ସ୍ଥଳ ବିଷୟରେ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଦେଖାଇବାକୁ ଚାହିଁଥିଲୁ । ଆମେ ଓଡିଶାକୁ ଜାଣିବାକୁ ଏହାର କୋଣ ଅନୁକୋଣରେ ପହଞ୍ଚିଲୁ । ଆମେ ଅନେକ କାହାଣୀ ଖୋଜିଥିଲୁ । ଓଡିଶାରେ ଦେଖିବାକୁ ଅନେକ ସ୍ଥାନ ରହିଛି । ଏହା ଏକ ଅନ୍ତହୀନ କାହାଣୀ ଅଟେ’’ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ପିପିଲି ଓ ରଘୁରାଜପୁର ଭଳି ସ୍ଥାନ ସବୁଠାରୁ ଲୋକପ୍ରିୟ ଅଟେ । କିନ୍ତୁ କାରିଗରଙ୍କ ଗାଁରେ ଆହୁରି ଉତ୍କୃଷ୍ଟ କାମ କରାଯାଉଛି ଯାହା ଉପରେ କାହାର ନଜର ନାହିଁ । ଗଞ୍ଜାମରେ ଆମେ ଏକ ଏପରି ଗାଁରେ ପହଞ୍ଚିଥିଲୁ ଯେଉଁଠି ମହିଳା ମାନେ କାଗଜ ମୁଖା ପ୍ରସ୍ତୁତ କରୁଛନ୍ତି । ମାସ୍କ ଉପରେ ଏତେ ସୁନ୍ଦର ରଙ୍ଗର ବ୍ୟବହାର ମୁଁ କେବେ ଦେଖିନଥିଲି । ସେଠାକାର ଅଧିକାଂଶ ମହିଳା କିପରି ଏହି କଳା ଓ ଏହା ସହ ଜଡିତ ରୋଜଗାରକୁ ହରାଇ ବସିଲେଣି କହି କାନ୍ଦି ପକାଇଥିଲେ । ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ଆମେ ଏହି କାରିଗରଙ୍କ ପାଇଁ କିଛି କରିବାକୁ ନିଷ୍ପତ୍ତି ନେଲୁ’’।
- କାରିଗରଙ୍କ ପାଇଁ ଇଦ୍ରାଣୀଙ୍କ ପ୍ରୟାସ
ବନ୍ଧୁମାନଙ୍କ ସହିତ ଆଲୋଚନା ପରେ ଇନ୍ଦ୍ରାଣୀ ଏବଂ ସୌମ୍ୟା କାରିଗରଙ୍କ ପାଇଁ 60,000 ଟଙ୍କାର ବ୍ୟବସାୟ ଆରମ୍ଭ କରି ଅର୍ଡର ଦେଲେ। ସେମାନେ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରେ ସେମାନେ ଏହି ମଡେଲକୁ ପ୍ରତିରୂପିତ କଲେ। ନିମାପଡାରେ ସେମାନେ ଝୋଟ କାମ କରୁଥିବା ଶ୍ରମିକଙ୍କ ପାଇଁ ଏକ ଶୌଚାଳୟ ମଧ୍ୟ ନିର୍ମାଣ କଲେ କାରଣ ସେଠାରେ ଅଧିକାଂଶ ମହିଳା କାରିଗର ଥିଲେ। "ଆମେ ପାଣ୍ଠି ଯୋଗାଡ କରିଥିଲୁ । ଏଥିରୁ 35,000 ଟଙ୍କା ସର୍ବମୋଟ ଆଦାୟ ହୋଇଥିଲା । କିନ୍ତୁ ଏହା ଜାଣି ଦୁଃଖ ଲାଗିଲା ଯେ ମହିଳାମାନେ ସେମାନଙ୍କର ପାଞ୍ଚ ଘଣ୍ଟାର ପରିଶ୍ରମ ବେଳେ କେବଳ ଶୌଚାଳୟ ନଥିବାରୁ ପାଣି ପିଇ ନଥିଲେ। ଆଜି, ସେମାନେ ମୋତେ ମାଆ ବୋଲି ଡାକୁଛନ୍ତି । ସେମାନେ ଭାବନ୍ତି ଯେ ମୁଁ ଜଣେ ମାଆ ପରି ସେମାନଙ୍କ ଯନ୍ତ୍ରଣା ବୁଝିପାରେ’’ବୋଲି କୁହନ୍ତି ଇନ୍ଦ୍ରାଣୀ ।

ଇନ୍ଦ୍ରାଣୀ ମଧ୍ୟ ଲୁପ୍ତ ହେଉଥିବା ଗୋଟିପୁଅ ନୃତ୍ୟ ପରମ୍ପରା ଉପରେ ଗବେଷଣା କରିଛନ୍ତି । ସେ ବିଶ୍ୱାସ କରନ୍ତି ଯେ ଏହାର ଏକ ବିରଳ ଆକର୍ଷଣ ଅଛି। କିନ୍ତୁ ସାର୍ବଜନୀନ ପ୍ରଦର୍ଶନର ଅଭାବ ଯୋଗୁଁ ଏହା ସୀମିତ ରଖିଛି। "ମୁଁ ଜଣେ ଗୋଟିପୁଅ କଳାକାରଙ୍କ ବିଷୟରେ ଲେଖିଥିଲି ଯିଏ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି କିନ୍ତୁ 7-8 ଜଣ ପିଲାଙ୍କୁ ତାଲିମ ଦେଉଛନ୍ତି। ତାଙ୍କୁ ସମର୍ଥନ ଏବଂ ସ୍ୱୀକୃତି ପାଇବାର ସମୟ ଆସିନାହିଁ କି?"
ଇନ୍ଦ୍ରାଣୀଙ୍କ ପାଇଁ, ସ୍ୱପ୍ନ ଏବଂ ଆଗ୍ରହକୁ ଅନୁସରଣ କରିବା ପାଇଁ କୌଣସି ପ୍ରତିବନ୍ଧକ ଏତେ ଦୃଢ଼ ନୁହେଁ। ଭାଷା ନ ଜାଣି ସେ କିପରି କଥାବାର୍ତ୍ତା ଆରମ୍ଭ କରନ୍ତି ବୋଲି ପଚରାଯିବାରୁ ସେ କୁହନ୍ତି, "ଆସାମୀ ଏବଂ ଓଡ଼ିଆ ଏତେ ଭିନ୍ନ ନୁହେଁ ଯେ ମୁଁ ବୁଝିପାରିବି ନାହିଁ। ମୁଁ ବହୁତ ଶୀଘ୍ର ଭାଷା ଶିଖିଛି, ତେଣୁ ମୁଁ ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟ ଅଞ୍ଚଳର ଲୋକଙ୍କ ସହିତ ଭଲ ଯୋଗାଯୋଗ କରେ," ।
ଇନ୍ଦ୍ରାଣୀ ଗୌହାଟୀରେ ଜନ୍ମଗ୍ରହଣ କରିବା ପରେ ସିକିମ୍ ମଣିପାଲ ବିଶ୍ୱବିଦ୍ୟାଳୟରୁ MBA ଡିଗ୍ରୀ ହାସଲ କରିଛନ୍ତି । 12 ବର୍ଷରୁ ଅଧିକ ସମୟ ଧରି ସେ ଆଭନ ବ୍ୟୁଟି ପ୍ରଡକ୍ଟ ଆମେରିକାରେ ଜୋନାଲ ମ୍ୟାନେଜର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଏହାକୁ ଛାଡିବା ପରେ ସେ Svanir ନାଁରେ ହୋମଷ୍ଟେ ବ୍ୟବସାୟ ଆରମ୍ଭ କରିଥିଲେ ।

"ଓଡ଼ିଶା ଏକ ଧନଭଣ୍ଡାର, ଆମେ ରାଜ୍ୟକୁ ଭିତରେ ଏବଂ ବାହାରେ ଜାଣିଛୁ ବୋଲି ଦାବି କରିବାକୁ ଆମକୁ ବର୍ଷ ବର୍ଷ ଲାଗିବ। କିନ୍ତୁ ରାଜ୍ୟ ଅନୁସନ୍ଧାନ କରିବା ଆମକୁ ଆଗକୁ ବଢ଼େଇଥାଏ ଏବଂ ଆମେ ଆମ ମିଶନ ଜାରି ରଖିବୁ," ବୋଲି ଏହି ଦମ୍ପତି କହିଛନ୍ତି।
ଏହା ମଧ୍ୟ ପଢନ୍ତୁ ଗାଁ ବୋହୂ ଏବେ ଲକ୍ଷପତି ଦିଦି, ୩୦ ହଜାର ଋଣରୁ କରୁଛନ୍ତି ଲକ୍ଷଲକ୍ଷ ରୋଜଗାର
ଏହା ମଧ୍ୟ ପଢନ୍ତୁ ଅଭୁଲା ବାହାନଗା ରେଳ ଦୁର୍ଘଟଣା, ଲୋକଙ୍କ ଜୀବନ ବଞ୍ଚାଇଥିଲା ଇସ୍କନ ମଠ
ଇଟିଭି ଭାରତ, ଭୁବନେଶ୍ବର