ETV Bharat / state

ମଜବୁତ ହେଉଛି ଭାରତୀୟ ଡିଫେନ୍ସ ସିଷ୍ଟମ, ସ୍ୱଦେଶୀ ଜ୍ଞାନକୌଶଳରେ ସଫଳ ହୋଇଛି 'ଅପରେସନ ସିନ୍ଦୂର': ପଦ୍ମଶ୍ରୀ କୋଟା ହରିନାରାୟଣ - INDIGENOUS DEFENSE TECHNOLOGY

ପଦ୍ମଶ୍ରୀ ଡକ୍ଟର କୋଟା ହରିନାରାୟଣଙ୍କ ସହିତ ETV Bharat ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସ୍ବତନ୍ତ୍ର ସାକ୍ଷାତକାର ।

Scientist Dr Kota Harinarayana
Scientist Dr Kota Harinarayana (ETV Bharat Odisha)
author img

By ETV Bharat Odisha Team

Published : May 14, 2025 at 10:50 PM IST

7 Min Read

LCA Tejas 'Tejas' Developer Dr Kota Harinarayana: ବ୍ରହ୍ମପୁର: ଡିଫେନ୍ସ ସିଷ୍ଟମକୁ ମଜବୁତ କରୁଛି ଭାରତ । ଏଥିପାଇଁ ଦେଶରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ରକୁ ପ୍ରାଧାନ୍ୟ ଦିଆଯାଉଛି । ଅନ୍ୟ ଉପରେ ନିର୍ଭର ନକରି ନିଜସ୍ବ ଜ୍ଞାନକୌଶଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି ଭାରତ । ଦେଶର ସାମରିକ ବାହିନୀ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ବାୟୁସେନାର ଲଢୁଆ ବିମାନ 'ତେଜସ୍' । ଏହାର ମୁଖ୍ୟ ଡିଜାଇନର ତଥା ସେହି ପ୍ରକଳ୍ପର ମୁଖ୍ୟ ରହିଥିଲେ ବ୍ରହ୍ମପୁରର ପଦ୍ମଶ୍ରୀ ଡକ୍ଟର କୋଟା ହରିନାରାୟଣ । ତେବେ ଦେଶରେ ନିକଟରେ ହୋଇଥିବା 'ଅପରେସନ ସିନ୍ଦୂର', ସେନାରେ ଲଢୁଆ ବିମାନ 'ତେଜସ'ର ବ୍ୟବହାର, ବର୍ତ୍ତମାନ ସେନାର ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଅସ୍ତ୍ରଶସ୍ତ୍ରର ବ୍ୟବହାର, ଶତ୍ରୁପକ୍ଷକୁ ଦମନ କରିବା ପାଇଁ କିପରି ଯୋଜନା ପ୍ରସ୍ତୁତ ହୋଇଥାଏ, ଦେଶର କ୍ଷେପଣାସ୍ତ୍ର ଓ ମିଶାଇଲର କିଭଳି ନାମକରଣ ହୋଇଥାଏ, ଆଗାମୀ ଭବିଷ୍ୟତର ବିଶ୍ୱରେ ଭାରତର ଶକ୍ତି ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ETV Bharat ସହ ସ୍ୱତନ୍ତ୍ର ସାକ୍ଷତକାର ଆଲୋଚନା କରିଛନ୍ତି ୮୨ ବର୍ଷୀୟ ପଦ୍ମଶ୍ରୀ ଡକ୍ଟର କୋଟା ହରିନାରାୟଣ ।

Interview With India's first home-grown light combat aircraft 'Tejas' developer Scientist Dr Kota Harinarayana (ETV Bharat Odisha)

ପ୍ରଶ୍ନ: ଦେଶରେ ହୋଇଥିବା ଅପରେସନ୍ ସିନ୍ଦୁର ସଂମ୍ପର୍କରେ ମତ:
ଉତ୍ତର: ପଦ୍ମଶ୍ରୀ ଡକ୍ଟର କୋଟା ହରିନାରାୟଣ କହିଛନ୍ତି, "ପ୍ରଥମଥର ପାଇଁ ଅପରେସନ୍ ସିନ୍ଦୁରରେ ଦେଶରେ ସ୍ୱଦେଶ ଜ୍ଞାନକୌଶଳ ଅଧିକ ମାତ୍ରାରେ ବିନିଯୋଗ ହୋଇଥିବା ବେଳେ ଏୟାର ଡିଫେନ୍ସ କ୍ଷେତ୍ରରେ ଯାହା କରାଯାଇଛି ତାହା ଶତ୍ରୁପକ୍ଷ ପାକିସ୍ତାନର ଡ୍ରୋନ୍ ଏବଂ ମିଶାଇଲକୁ ମୁକାବିଲା କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ସ୍ୱଦେଶ ଜ୍ଞାନକୌଶଳ ପ୍ରସ୍ତୁତ କରାଯାଉଛି ଏହା ସାରା ବିଶ୍ୱରେ ଶ୍ରେଷ୍ଠ ବୋଲି କୁହାଯାଇପାରେ । ନିଜସ୍ବ ଜ୍ଞାନକୌଶଳ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆମେ ବିଭିନ୍ନ କ୍ଷେତ୍ରରେ ଆଗେଇ ପାରିଛେ । ଦେଶରେ ରାଜନୈତିକ, ଆର୍ଥନୈତିକ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଆମେ ନିଜକୁ ସୁରକ୍ଷା ଦେଇପାରିବା, ସେଥିରେ କୌଣସି ସନ୍ଦେହ ନାହିଁ ।"

Scientist Dr Kota Harinarayana
Scientist Dr Kota Harinarayana (ETV Bharat Odisha)

ପ୍ରଶ୍ନ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ମିଶାଇଲ୍ ନେଇ ମତ..

ଉତ୍ତର: ଭାରତୀୟ ବାୟୁସେନାର ଲଢୁଆ ବିମାନ ତେଜସ୍ ସଂପର୍କରେ କହିବାକୁ ଯାଇ ପଦ୍ମଶ୍ରୀ କୋଟା ହରିନାରାୟଣ କହିଛନ୍ତି, "ସେନାର ପ୍ରଥମ ଲାଇନ୍ ଭାବରେ ମିଶାଇଲ୍ ରହିଥାଏ । ଭାରତରେ "ଆକାଶ" ଠାରୁ ଆରମ୍ଭ କରି ଏଫ୍-୪୦୦ ଭଳି ଅନେକ ମିଶାଇଲ୍ ରହିଛି । ଏଥିସହିତ ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ଭଳି ଅନେକ କିଛି ସାମିଲ ହୋଇଥିବା ଦେଖିବାକୁ ମିଳେ । ଏହାସହ ଲଢୁଆ ବିମାନର ଆବଶ୍ୟକତା ପଡିଥାଏ । ଭାରତୀୟ ବାୟୁ ସେନା ଏହାକୁ ନେଇ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଥିବା ସେ କହିବା ସହିତ ଏନେଇ ଉଦ୍ୟମ କ୍ରମାଗତ ଭାବରେ ଜାରି ରହିଥିଛି । ବର୍ତ୍ତମାନ ତାହାର ପ୍ରମାଣ ମିଳିସାରିଛି ।"

ପ୍ରଶ୍ନ: ଲଢୁଆ ବିମାନ ତେଜସ୍ ଏବଂ ଅନ୍ୟ ବିମାନ ମଧ୍ୟରେ ଫରକ୍ କଣ ?

ଉତ୍ତର: ଭାରତୀୟ ଜ୍ଞାନ କୌଶଳରେ ସଂପୂର୍ଣ୍ଣ ଭାବରେ ନିର୍ମିତ ତେଜସ୍ ବିଶ୍ୱର ସବୁଠାରୁ ଏକ ଛୋଟ ଲଢୁଆ ବିମାନ । ଏହାର ଡିଜାଇନ୍ ଅନୁସାରେ ଶତ୍ରୁପକ୍ଷର ଗ୍ରାଉଣ୍ଡ୍ ରାଡାର ଏବଂ ଆକାଶ ପଥର ରାଡାରର ଲକ୍ଷ୍ୟ ଭେଦ କରି କାର୍ଯ୍ୟ କରିବାର କ୍ଷମତା ରହିଛି । ଏହା ସେନାରେ ଅନେକ କାର୍ଯ୍ୟ କରିବା ସହିତ ଶତ୍ରୁପକ୍ଷକୁ ଦମନ କରିବା କ୍ଷେତ୍ରରେ ଅନେକ କାର୍ଯ୍ୟ କରିବ ।

Kota Harinarayan Indian Air defense
Kota Harinarayan Indian Air defense (ETV Bharat Odisha)

ପ୍ରଶ୍ନ: ତେଜସର ଜ୍ଞାନକୌଶଳକୁ ନେଇ କିଛି ଡ୍ରୋନରେ ବ୍ୟବହାର ହେଉଛି କି

ଉତ୍ତର: ୨୦୧୭ ମସିହାରେ ଏକ ଡ୍ରୋନ୍ କମ୍ପାନୀର ଫାଉଣ୍ଡର ରହିବାର ସୁଯୋଗ ମିଳିଥିଲା । ବର୍ତ୍ତମାନ ଡ୍ରୋନ୍ କେବଳ ଭାରତୀୟ ସେନାରେ ବ୍ୟବହାର ହେଉନାହିଁ ବରଂ କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳ । ଏପରିକି ଦେଶରେ ୧୦୦ରୁ ଉର୍ଦ୍ଧ୍ୱ ଷ୍ଟାଟଅଫ୍ କମ୍ପାନୀ ଏଭଳି ଡ୍ରୋନ୍ ଉପରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଯାହା ଟେକ୍ନୋଲୋଜି ଦରକାର ତାହାକୁ ପ୍ରସ୍ତୁତ କରାଯାଉଛି ।

Service For Nation Without Uniform
Service For Nation Without Uniform: (ETV Bharat Odisha)

ପ୍ରଶ୍ନ: ଭାରତ-ପାକିସ୍ତାନ ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ସେନାର ଏସ୍-୪୦୦କୁ ନେଇ କଣ କହିବେ..

ଉତ୍ତର: ଭାରତୀୟ ସେନାର ଏସ୍-୪୦୦ ଏହା ରଷିଆର ମିଶାଇଲ । ଏହାର ୪୦୦ କିଲୋମିଟର ଦୂର ଲଙ୍ଗ୍ ରେଞ୍ଜ ମିଶାଇଲ୍ ଭାବରେ ଅତିକ୍ରମ କରି ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ଏହା କେବଳ ଏକ ମିଶାଇଲ ନୁହେଁ ବରଂ ଏହାକୁ ଇଣ୍ଟିଗ୍ରେଟ ଏୟାର ଡିଫେନ୍ସ ସିଷ୍ଟମ ବୋଲି କୁହାଯାଉଛି । ଏହା ଶତ୍ରୁପକ୍ଷକୁ ଅତି ସହଜରେ ଏବଂ ବହୁ ପୂର୍ବରୁ ଚିହ୍ନଟ କରିଥାଏ । ପ୍ରଥମେ ଶତ୍ରୁପକ୍ଷକୁ ଚିହ୍ନଟ କରି ମିଶାଇଲକୁ ପରବର୍ତ୍ତୀ ସମୟରେ ସକ୍ରିୟତା ବାର୍ତ୍ତା ପହଞ୍ଚାଇବା ସହିତ ଶତ୍ରୁର ଲକ୍ଷ୍ୟକୁ ଭେଦ କରିବା କାର୍ଯ୍ୟ କରିଥାଏ ।

ପ୍ରଶ୍ନ: ଆଗାମୀ ଦିନରେ କେଉଁ ଯୁଦ୍ଧାସ୍ତ୍ର ଆବଶ୍ୟକ ପଡିବ, ତାହାକୁ କିପରି ଯୋଜନା କରାଯାଇଥାଏ ?

ଉତ୍ତର: ଭାରତୀୟ ସେନାରେ ଆଗାମୀ ଦିନରେ କେଉଁ ଯୁଦ୍ଧାସ୍ତ୍ର ଆବଶ୍ୟକ ପଡିବ, ଏହାକୁ ନେଇ ଦୀର୍ଘ ବର୍ଷକୁ ନଜର ରଖି ସୁଚିନ୍ତିତ ଯୋଜନା କରାଯାଇଥାଏ । ଏହାପରେ ଯୁଦ୍ଧାସ୍ତ୍ର ସରଞ୍ଜାମ ଉପରେ ଯୋଜନା କରାଯାଇଥାଏ । ଆଗାମୀ ୫ ବର୍ଷ, ଆଗାମୀ ୧୦ରୁ ୨୦ ବର୍ଷ ମଧ୍ୟରେ ସେନାରେ କଣ ବିକାଶ କରାଯିବ ତାହାକୁ ନେଇ ରୂପରେଖ ପ୍ରସ୍ତୁତ ହୋଇଥାଏ । ଏହାପରେ ଏହାକୁ କିପରି ପରିଚାଳନା କରିବେ ସେନେଇ ଯୋଜନା କରାଯିବା ପରେ ଭବିଷ୍ୟତର ଯୁଦ୍ଧର ରୂପରେଖ କଣ ହୋଇପାରେ ତାହାକୁ ନେଇ ଏହି ସମସ୍ତ ଯୋଜନା କରାଯାଇଥାଏ । ପରେ କଣ ଯୁଦ୍ଧାସ୍ତ୍ର ଆବଶ୍ୟକ ? ସେଥିପାଇଁ କିଭଳି ଜ୍ଞାନକୌଶଳ ଦରକାର ରହିଛି ? ସେନେଇ ବହୁ ପୂର୍ବରୁ ଜ୍ଞାନକୌଶଳକୁ ପ୍ରସ୍ତୁତ କରି ରଖାଯାଇଥାଏ । ଯେତେବେଳେ ତେଜସ୍ ପ୍ରସ୍ତୁତ ହୋଇଥିଲା ସେହି ସମୟରେ ଆମ ଦେଶରେ ସେଭଳି କୌଣସି ଜ୍ଞାନକୌଶଳ ନଥିଲା । ସେହି ସମୟରେ ପ୍ରଥମେ ଜ୍ଞାନକୌଶଳର ବିକାଶ କରାଯିବା ସହିତ ପରେ ଏୟାରକାପ୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ସେଥିରେ ଯୁଦ୍ଧାସ୍ତ୍ର ସଂଯୋଗ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା । ବର୍ତ୍ତମାନ ଆମ ପାଖରେ ଜ୍ଞାନକୌଶଳ ରହିଥିବା ବେଳେ ତାହା ଅନେକ ସହଯୋଗ ହୋଇପାରୁଛି । ପୂର୍ବରୁ ଭାରତୀୟ ବଜାରରେ ତାହାକୁ ପ୍ରସ୍ତୁତ କରିବାର ସେଭଳି ସମସ୍ତ ପ୍ରକାର କ୍ଷମତା ନଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ତାହାର ଅନେକ ଅଗ୍ରଗତି ହୋଇଛି । ଏହାକୁ ପ୍ରସ୍ତୁତ କରିବାର କ୍ଷମତା ବହୁ ମାତ୍ରାରେ ବୃଦ୍ଧି ପାଇଛି। । ଯାହା ଗତ ୨୦ ବର୍ଷ ତଳେ ନଥିଲା ।

Scientist Dr Kota Harinarayana Birthday Celebration
Scientist Dr Kota Harinarayana Birthday Celebration (ETV Bharat Odisha)

ପ୍ରଶ୍ନ: ଦେଶର ସାମରିକ ଶକ୍ତିକୁ କିଭଳି ଦେଖୁଛନ୍ତି ...

ଉତ୍ତର: ଭାରତ ଦିନକୁ ଦିନ ସଶକ୍ତ ହୋଇ ଆସୁଥିବା ଦେଖାଯାଇଛି । ବିଭିନ୍ନ କ୍ଷେତ୍ର ଯେପରିକି ଆର୍ଥିକ, ରାଜନୈତିକ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅନେକ ଶକ୍ତି ବୃଦ୍ଧି ପାଇଛି । ଯାହା ଗତ ୧୦ରୁ ୧୨ ବର୍ଷ ମଧ୍ୟରେ ଦେଖିବାକୁ ମିଳିନଥିଲା । ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରୁଥିବା ବେଳେ ଏହା ଭାରତର ସ୍ୱର୍ଣ୍ଣିମ ଇତିହାସରେ ଏକ ମାଇଲ ଷ୍ଟୋନ୍ ।

ପ୍ରଶ୍ନ: ଭାରତୀୟ ସେନାରେ ମିଶାଇଲର ନାମକରଣ ...

ଉତ୍ତର: ପୂର୍ବରୁ ଭାରତୀୟ ସେନାରେ ବିଭିନ୍ନ ଯୁଦ୍ଧାସ୍ତ୍ରକୁ ବାହାରୁ କ୍ରୟ କରି ଅଣାଯାଉଥିଲା । ବର୍ତ୍ତମାନ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ପ୍ରସ୍ତୁତ କରାଯାଉଛି । ଦେଶର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏ.ପି.ଜେ.ଅବଦୁଲ କଲାମଙ୍କ ନେତୃତ୍ୱରେ 5ଟି ମିଶାଇଲ୍ ଆରମ୍ଭ କରାଯାଇଥିଲା । ସେଥିରୁ 4ଟି ସାମରିକ ବାହିନୀରେ ସଫଳତା ମିଳିଥିଲା । ସେହି ସମୟରେ ଭାରତୀୟ ନାମକରଣ ଦିଆଯାଇଥିଲା । ଅଗ୍ନି ଭଳି ବାଲେଷ୍ଟିକ୍ ମିସାଇଲ୍ ଯାହାର ଲଙ୍ଗ୍ ୱେ ରହିଥିବା ବେଳେ ଏହା ୭୫୦ କିଲୋମିଟର ଆରମ୍ଭ କରି 5 ହଜାର କିଲୋମିଟରରୁ ଉର୍ଦ୍ଧ୍ୱ ଲକ୍ଷଭେଦି କ୍ଷମତା ରହିଛି । ଏହାର ଆହୁରି ଅଧିକ ଜ୍ଞାନକୌଶଳ ବୃଦ୍ଧି କରାଯାଉଛି । ସେହିପରି ନାଗ ମିଶାଇଲ୍ ସର୍ଟ ରେଞ୍ଜ ମିସାଇଲ୍ ହୋଇଥିବା ବେଳେ ଏହା ଆକାଶମାର୍ଗରୁ ହେଲିକେପ୍ଟରରେ ଶତ୍ରୁପକ୍ଷକୁ ଦମନ କରିବାର କ୍ଷମତା ରହିଛି । ସେହିପରି ଆକାଶକୁ ଗତ ୨୦ ବର୍ଷ ଧରି ତାର ଲକ୍ଷ୍ୟ ଓ ରେଞ୍ଜର ବିକାଶ ପାଇଁ କାର୍ଯ୍ୟ କରାଯାଉଥିବା ବେଳେ, ଅସ୍ତ୍ରା ମିଶାଇଲ୍ କରାଯାଇ ଏହାର ଅସ୍ତ୍ର-୧ , ଅସ୍ତ୍ର-୨ ମିଶାଇଲ୍ ପ୍ରସ୍ତୁତ କରାଯାଉଛି । ଯାହାର ରେଞ୍ଜ ବହୁ ମାତ୍ରାରେ ଦିନକୁ ଦିନ ବୃଦ୍ଧି କରାଯାଉଛି । ବର୍ତ୍ତମାନ ସମୟରେ ଏୟାର ଟୁ ମିଶାଇଲ୍ ପ୍ରସ୍ତୁତ କରିବା ଏକ କଷ୍ଟକର ବିଷୟ ରହିଥିବା ବେଳେ ଆମେ ତାହାକୁ ପ୍ରସ୍ତୁତ କରୁଛନ୍ତି । ଯାହାକି ଏଯାରକାର୍ପ୍ଟ, ମିଶାଇଲ୍ ଭଳି ସେନାରେ ଏହି ସିଷ୍ଟମ ଦିନକୁ ଦିନ ତାହାର କୌଶଳ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ବିକାଶ କରାଯାଉଛି । ବର୍ତ୍ତମାନ ବେସ୍ ସିଷ୍ଟମ ଭଲ ରହୁଥିବା ଯୋଗୁଁ ଏହାକୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ବର୍ତ୍ତମାନ ଦେଶରେ ଏଲ୍.ସି.ଏଫ ର 3 ଶହରୁ ଉର୍ଦ୍ଧ୍ୱ କମ୍ପାନୀ ଏବଂ ସାରା ଦେଶରେ 1 ହଜାରରୁ ଉର୍ଦ୍ଧ୍ୱ କମ୍ପାନୀ ଦେଶରେ ରହିଛି ।

Birthday Celebration Of Scientist Dr Kota Harinarayana
Birthday Celebration Of Scientist Dr Kota Harinarayana (ETV Bharat Odisha)

ପ୍ରଶ୍ନ: ଭାରତ ଯୁଦ୍ଧାସ୍ତ୍ର ବିକ୍ରି କରିବାକୁ କେତେ ପ୍ରସ୍ତୁତ..

ଉତ୍ତର: ପୂର୍ବରୁ ଭାରତ ଯୁଦ୍ଧାସ୍ତ୍ର ବିକ୍ରି କରିବାକୁ ଭୟ କରୁଥିଲା । ବର୍ତ୍ତମାନ ଏହାକୁ ନେଇ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରାଯାଉଛି । ପୂର୍ବରୁ ୫୦ କୋଟି ବିକ୍ରି କରୁଥିବା ବେଳେ ତାହା ବୃଦ୍ଧି ପାଇ ୩୦ ହଜାର କୋଟିରେ ପହଞ୍ଚିଛି । ବର୍ତ୍ତମାନ ଆମ ଦେଶ ୧୦୦ଟି ଦେଶକୁ ଯୁଦ୍ଧାସ୍ତ୍ର ବିକ୍ରି କରୁଥିବା ବେଳେ ଲଢୁଆ ଏୟାରକ୍ରାର୍ପ୍ଟ ବିକ୍ରି କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ । କିନ୍ତୁ ଆଗାମୀ କିଛି ବର୍ଷ ମଧ୍ୟରେ ବାରତ ତାହା କରିବାକୁ ଯାଉଛି । ପୂର୍ବରୁ ଆମେ ବିଭିନ୍ନ ରାଷ୍ଟ୍ରରୁ ଯୁଦ୍ଧାସ୍ତ୍ର କ୍ରୟ କରି ଅଧିକ ମାତ୍ରାରେ ଆଣୁଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଆମେ ଅଧିକରୁ ଅଧିକ ଦେଶକୁ ବିକ୍ରି କରୁଛେ । ଏଥିପାଇଁ ଆଗାମୀ ଆଉ ପାଞ୍ଚ ବର୍ଷ ଲାଗିପାରେ । କିନ୍ତୁ ଆଗାମୀ ୨୦୩୦ ମସିହା ସୁଦ୍ଧା ଆମ ଦେଶର ଆବଶ୍ୟକତା ଅନୁଯାୟୀ ୯୦ ପ୍ରତିଶତ ସ୍ୱାବଲମ୍ୱୀ ହୋଇପାରିବା ବୋଲି ଦୃଢକ୍ତି ପ୍ରକାଶ କରି କହିଛନ୍ତି ।

Indigenous technology and air defense
Indigenous technology and air defense (ETV Bharat Odisha)

ପ୍ରଶ୍ନ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବ ଭାରତ:

ଉତ୍ତର: ବର୍ତ୍ତମାନ ଭାରତ ବିଶ୍ୱର ଶ୍ରେଷ୍ଠ ୧୦ ରାଷ୍ଟ୍ର ମଧ୍ୟରେ ରହିଛି । ଆଗାମୀ 5 ବର୍ଷ ମଧ୍ୟରେ ଏହା ଶ୍ରେଷ୍ଠ ପାଞ୍ଚ ରାଷ୍ଟ୍ର ମଧ୍ୟରେ ସ୍ଥାନୀତ ହେବାକୁ ଯାଉଛି । ଟେକ୍ନିଲୋଜି୍ ଠାରୁ ଆରମ୍ଭ କରି ଅର୍ଥନୀତି ଏବଂ ରାଜନୈତିକ ନେତୃତ୍ୱର ଶକ୍ତି ଅଧିକା ରହିଥିବା ଯୋଗୁଁ ଭାରତ ନିଶ୍ଚିତ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିବା ସୁନିଶ୍ଚିତ ।

ପ୍ରଶ୍ନ: ଯୁଦ୍ଧ ପୂର୍ବରୁ କାହିଁକି ମନ୍ତ୍ର ଉଚାରଣ କରନ୍ତି ସେନା:

ଉତ୍ତର: ସେନାରେ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ମନ୍ତ୍ର ଓ ସ୍ତ୍ରୋତ ପଢିବା ଦ୍ବାରା ସମସ୍ତଙ୍କ ମସ୍ତିଷ୍କ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଥାଏ । ଯୋରରେ ସମସ୍ତେ ସାମୁହିକ ଭାବରେ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଏହା ମସ୍ତିଷ୍କକୁ ଅଧିକ ସକ୍ରିୟ ରଖିଥାଏ । ଶରୀରର ଅନ୍ୟ ସମସ୍ତ ଅଙ୍ଗକୁ ଯୋଗମାଧ୍ୟମରେ ସକ୍ରିୟ କରାଯାଉଥିବା ବେଳେ ମସ୍ତିକକୁ ମନ୍ତ୍ର ଓ ସ୍ତ୍ରୋତ ମାଧ୍ୟମରେ ସକ୍ରିୟ କରାଯାଇଥାଏ । ଏହା ସେନାକୁ ଅଧିକ ସୁଦୃଢ କରିବା ସହିତ ଏହା ଏକ ପ୍ରକାର ସୁସ୍ଥତା ରଖିଥାଏ । ଏହି ସବୁ ବିଜ୍ଞାନ ସମ୍ମତ ଏବଂ ଅନେକ ଉପକାର ଦେଇଥାଏ । ଏହା ଅନ୍ଧବିଶ୍ୱାସ ନୁହେଁ ।

Operation sindoor Defense success story
Operation sindoor Defense success story (ETV Bharat Odisha)

ପ୍ରଶ୍ନ: ଦେଶ ପାଇଁ କଣ ଆବଶ୍ୟକତା ରହିଛି:

ଉତ୍ତର: ପ୍ରଥମେ ନିଜକୁ କିପରି ସୁରକ୍ଷା କରିବା ସେଥିପାଇଁ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଏକୋଡୋମିକ୍, ସୋସିଆଲ୍ ବିକାଶ କ୍ଷେତ୍ରର ଆବଶ୍ୟକତା ରହିଥିବା ବେଳେ ଆହୁରୀ ଅଧିକ ଅଭିନବୀକରଣର ଆବଶ୍ୟକତା ରହିଛି । ଦେଶରେ ଏ ନେଇ କାର୍ଯ୍ୟ ହେଉଥିବା ବେଳେ ଆହୁରୀ ଆବଶ୍ୟକତା ରହିଛି । ପ୍ରତ୍ୟେକ ଇଂଞ୍ଜିନିୟରିଂ କଲେଜ ଠାରୁ ଆରମ୍ଭ ବିଦ୍ୟାଳୟଗୁଡିକ ବୈଜ୍ଞାନ ଆଧାରିତ ହେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତେ କିପରି ସମସ୍ତେ ଭାରତକୁ ବିକାଶକୁ ଆହୁରୀ ଅଧିକରୁ ଅଧିକ କରିପାରିବେ ସେ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି ପଦ୍ମଶ୍ରୀ କୋଟା ହରିନାରାୟଣ । ବର୍ତ୍ତମାନର ନୂତନ ଶିକ୍ଷାନୀତିରେ ଦେଶରେ ଅନେକ ପରିବର୍ତ୍ତନ ଆସିବ । ଯାହା ଆଗାମୀ ଦିନରେ Strong India..Prosperous India .. Responsibility India..କୁ ଦେଖିବାକୁ ସମସ୍ତେ ଅପେକ୍ଷାରତ ବୋଲି କହିଛନ୍ତି ପଦ୍ମଶ୍ରୀ କୋଟା ହରିନାରାୟଣ ।

ଏହା ମଧ୍ୟ ପଢ଼ନ୍ତୁ..

ସମୁଦ୍ର ଯାନ; 2026 ଶେଷ ସୁଦ୍ଧା ଲଞ୍ଚ ହେବ ଭାରତ ପ୍ରଥମ ମାନବ ସମୁଦ୍ର ମିଶନ

2040 ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବାକୁ ଯୋଜନା କରୁଛି ISRO

ପ୍ରଶ୍ନ: ଆଗାମୀ ବର୍ଷରେ ଦେଶ ପାଇଁ ନୂତନ ଏୟାରକାର୍ପ୍ଟ:

ଉତ୍ତର: ଆମ ଦେଶ ଏୟାରକାର୍ପ୍ଟରେ ଏକ ବଡ ବଜାର ସୃଷ୍ଟି କରିବାକୁ ଯାଉଛି । ଆଗାମୀ ପୀଢି ପାଇଁ ନୂତନ ଡିଜାଇନ୍ ଏବଂ ଡେଭଲମେଣ୍ଟ କରିବାକୁ ଯାଉଥିବା ବେଳେ ଆଗାମୀ ଦିନରେ ନୂତନ ପାସିଞ୍ଜର ଏୟାରକାର୍ପ୍ଟ ଭାରତ ପ୍ରସ୍ତୁତ କରିବାକୁ ଯାଉଛି । ଏଥିପାଇଁ ଆଗାମୀ ୧୦ ବର୍ଷ ଲାଗିପାରେ । କିନ୍ତୁ ଭାରତ ଏଥିପାଇଁ କେବଳ ଯୁଦ୍ଧ ବିମାନ ନୁହେଁ ଯାତ୍ରୀ ବିମାନ ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଥିବା ବେଳେ ତାହା ଖୁବଶ୍ରୀଘ୍ର କାର୍ଯ୍ୟ ହେବାକୁ ଯାଉଛି ।

ପ୍ରଶ୍ନ: Service For Nation, Without Uniform:

ଉତ୍ତର: ଦେଶରେ ଅନେକ ବ୍ୟକ୍ତି, ଭାରତୀୟ ସେନା ଠାରୁ ଆରମ୍ଭ କରି ଅର୍ଦ୍ଧସାମରିକ ବାହିନୀ ପର୍ଯ୍ୟନ୍ତ, ୟୁନିଫର୍ମ ପରିଧାନ କରି ଦେଶ ପାଇଁ କାର୍ଯ୍ୟ କରିଥାନ୍ତି । କିନ୍ତୁ ଦେଶ ପାଇଁ ବିନା ୟୁନିଫର୍ମରେ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତିବିଶେଷ ଡିଜାଇନ୍, ଡେଭଲପମେଣ୍ଟ, ପ୍ରଡକସନ୍ ଭଳି କାର୍ଯ୍ୟ କରିଥାନ୍ତି । ଆମକୁ ଏଣ୍ଡ ଟୁ ଏଣ୍ଡ କାପାବିଲଟି ଦରକାର । ଯାହା ଦ୍ୱାରା ଦେଶ ଅଧିକ ଶକ୍ତିଶାଳୀ ହେବ । ଆଗାମୀ ୫ରୁ ୧୦ ବର୍ଷ ମଧ୍ଯରେ ଦେଶବାସୀଙ୍କ ମଧ୍ୟରେ ଅନେକ ଭାବନାର ପରିବର୍ତ୍ତନ ରହିବା ସହିତ ଯୁବ ସମାଜ ପ୍ରମୁଖ ଭୂମିକା ନେବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.