ଭୁବନେଶ୍ବର: ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ରେଳ ବିଭାଗ। ଓଡ଼ିଶାର KBK (କଳାହାଣ୍ଡି, ବଲାଙ୍ଗିର, କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକର ପୁନର୍ବିକାଶ ପାଇଁ ଅମୃତ ଷ୍ଟେସନ ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଛି । କେବିକେ ଅଞ୍ଚଳରେ ଥିବା ରେଳ ଷ୍ଟେସନ ଗୁଡିକ ହେଲା- ବଲାଙ୍ଗୀର, ଟିଟିଲାଗଡ, କଣ୍ଟାବାଞ୍ଜୀ, କେସିଙ୍ଗା, ଭବାନୀପାଟଣା, ରାୟଗଡା, ମୁନିଗୁଡା, ଗୁଣୁପୁର, କୋରାପୁଟ, ଜୟପୁର, ଦମନଯୋଡି, ହରିଶଙ୍କର ରୋଡ ଏବଂ ଖରିଆର ରୋଡ ଆଦି ଷ୍ଟେସନ ଗୁଡିକର ପୁନର୍ବିକାଶ କରାଯିବ।
ଅତ୍ୟାଧୁନିକ ରେଳ ଷ୍ଟେସନରେ କଣ ରହିବ ସୁବିଧା:-
ଆଧୁନିକ ଭିତ୍ତିଭୂମି:-


ଉନ୍ନତ ସୁଗମତା:-
ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଯାତ୍ରୀ ଏବଂ ପିଲା ଥିବା ପରିବାର ପାଇଁ ଯାତାୟାତକୁ ସହଜ କରିବା ପାଇଁ ପାଦଚଲା ଓଭରବ୍ରିଜ୍ (FOBs) ସ୍ଥାପନ କରାଯିବ।

ପରିବେଶ ଓ ଅନୁକୂଳ ବିକାଶ:-
ସବୁଜ ନିର୍ମାଣ କୌଶଳ, ସୌରଶକ୍ତି ସମାଧାନ, ଜଳ ସଂରକ୍ଷଣ ପ୍ରଣାଳୀ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପଦ୍ଧତିର ବ୍ୟବହାର କରାଯିବ।

ଯାତ୍ରୀ ଓ କେନ୍ଦ୍ରିକ ସୁବିଧା:-
ହାଇ- ସ୍ପିଡ୍ ୱାଇ- ଫାଇ, ଡିଜିଟାଲ୍ ସୂଚନା ବୋର୍ଡ, ସ୍ୱଚ୍ଛତା ଓ ସ୍ଵାଚ୍ଛନ୍ଦ୍ୟ ଏବଂ ଆଧୁନିକ ଶୌଚାଳୟ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଉନ୍ନତ ଖାଦ୍ୟ ଯୋଗାଣ ସୁବିଧା ଆଦି ରହିବା ଅତ୍ୟାଧୁନିକ ରେଳ ଷ୍ଟେସନ ଗୁଡିକରେ।
ସହରାଞ୍ଚଳ ସହିତ ସମନ୍ୱୟ:-
ଡ୍ରପ୍-ଅଫ୍/ ପିକ୍-ଅପ୍ ଲେନ୍, ପର୍ଯ୍ୟାପ୍ତ ପାର୍କିଂ ଏବଂ ଉନ୍ନତ ଯୋଗାଯୋଗ ରାସ୍ତା ସହିତ ପୁନଃଡିଜାଇନ୍ କରାଯାଇଥିବା ଷ୍ଟେସନ ଚଳପ୍ରଚଳ ଅଞ୍ଚଳ ରହିବ।

କେଉଁ ଷ୍ଟେସନ ପାଇଁ କଣ ରହିବା ସୁବିଧା:-
ବଲାଙ୍ଗୀର ରେଳ ଷ୍ଟେସନ

ବିଶେଷ ଭାବରେ ବଲାଙ୍ଗୀର ରେଳ ଷ୍ଟେସନ ପାଇଁ ୧୮ .୦୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ରେଳ ଷ୍ଟେସନରେ ଆଧୁନିକ ଯାତ୍ରୀଙ୍କ ସୁବିଧା ସହିତ ଏକ ନୂତନ ଷ୍ଟେସନ କୋଠା, ଆଶ୍ରୟସ୍ଥଳ, ୧୨ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍, ପ୍ରତୀକ୍ଷା କକ୍ଷ, ଲିଫ୍ଟ, ପାର୍କିଂ ବ୍ୟବସ୍ଥା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି, ଓଭରହେଡ୍ ଟାଙ୍କି ଏବଂ ପାଇପ୍ ଲାଇନ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ବ୍ୟବସ୍ଥା କରାଯାଇଛି ।
ଟିଟିଲାଗଡ଼ ରେଳ ଷ୍ଟେସନ

ଟିଟିଲାଗଡ଼ ରେଳ ଷ୍ଟେସନ ପାଇଁ ୩୫.୭୯ କୋଟି ଟଙ୍କ ଖର୍ଚ କରାଯିବ । ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ଯାତ୍ରୀ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ କରାଯାଇଥିବା ବେଳେ ଦ୍ୱିତୀୟ ପ୍ରବେଶ ପଥ ବ୍ୟବସ୍ଥା, ବିଦ୍ୟମାନ ଷ୍ଟେସନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, ୧୨ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB), ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ଅତିରିକ୍ତ ୨୦ ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳର ବ୍ୟବସ୍ଥା, ତିନୋଟି ଲିଫ୍ଟର ବ୍ୟବସ୍ଥା, ପ୍ରତୀକ୍ଷା ଗୃହ, ମାନକ ସାଇନେଜ୍, ଓଭର ହେଡ୍ ଟ୍ୟାଙ୍କ ଏବଂ ପାଇପ୍ ଲାଇନ୍ ସଂଯୋଗ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର, ପାର୍କିଂ କ୍ଷେତ୍ର ଓ ଶୌଚାଳୟର ଉନ୍ନତି କରାଯାଉଛି।
କଣ୍ଟାବାଞ୍ଜି ରେଳ ଷ୍ଟେସନ

କଣ୍ଟାବାଞ୍ଜି ରେଳ ଷ୍ଟେସନ ପାଇଁ ୩୩ .୮୭ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶ ସ୍ଥାନର ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ୧୨ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB), ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ପ୍ଲାଟଫର୍ମ ଉଚ୍ଚତା, ଅତିରିକ୍ତ ୨୨ ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ଶୌଚାଳୟର ଉନ୍ନତି ଏବଂ ଓଭର ହେଡ୍ ଟ୍ୟାଙ୍କ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପାଇପ୍ ଲାଇନ ସଂଯୋଗ କରାଯିବ। ଏହା ସହିତ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶପଥର ଉନ୍ନତିକରଣ, ବିଦ୍ୟମାନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, ୩ ମିଟର ଚୌଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍, ଉନ୍ନତିକରଣରେ ୩ ଟି ଲିଫ୍ଟ, ପ୍ଲାଟଫର୍ମ ପୃଷ୍ଠର ଉନ୍ନତି ଏବଂ ଅତିରିକ୍ତ ୨୦ ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ମାନକ ସାଇନେଜ୍, କୋଚ୍ ଇଣ୍ଡିକେସନ୍ ବୋର୍ଡ, ଦିବ୍ୟାଙ୍ଗଜନ ସୁବିଧା ଯୋଗାଇବା ଏବଂ ଶୌଚାଳୟର ଉନ୍ନତି ଅନ୍ତର୍ଭୁକ୍ତ କରାଯାଇଛି।
କେସିଙ୍ଗା ରେଳ ଷ୍ଟେସନ
କେସିଙ୍ଗା ରେଳ ଷ୍ଟେସନ ପାଇଁ ୨୦ .୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରେଳ ଷ୍ଟେସନରେ ରହିବ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ଦ୍ୱିତୀୟ ପ୍ରବେଶପଥର ଉନ୍ନତିକରଣ, ବିଦ୍ୟମାନ କୋଠାର ସମ୍ମୁଖ ମୁଖଭାଗର ଉନ୍ନତି, ୧୨ ମିଟର ପ୍ରକଳ୍ପର ବ୍ୟବସ୍ଥା। ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB), ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ଲିଫ୍ଟ ବ୍ୟବସ୍ଥା, ଅତିରିକ୍ତ ୩୮ ଟି ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳର ବ୍ୟବସ୍ଥା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି ଏବଂ ଆଧୁନିକ ସୁବିଧା ଯୋଗାଇବା ପାଇଁ ଯୋଜନା କରାଯାଇଛି।
ଭବାନୀପାଟଣା ରେଳ ଷ୍ଟେସନ
ଭବାନୀପାଟଣା ରେଳ ଷ୍ଟେସନ ପାଇଁ ୧୮.୮୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଶେଷ କରି ଏହି ରେଳ ଷ୍ଟେସନରେ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧା ପ୍ରଦାନ, ପ୍ଲାଟଫର୍ମ ଉଚ୍ଚତା ଏବଂ ଆଧୁନିକ ଶୌଚାଳୟ ପ୍ରମୁଖ ବ୍ୟବସ୍ଥା କରାଯିବ।
ମୁନିଗୁଡ଼ା ରେଲ ଷ୍ଟେସନ
ମୁନିଗୁଡା ରେଳ ଷ୍ଟେସନ ପାଇଁ ୨୦ .୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ପ୍ରଶସ୍ତ ନୂତନ ଫୁଟ ଓଭର ବ୍ରିଜ୍ (FOB) ନିର୍ମାଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠର ଉନ୍ନତି, କୋଚ୍ ଇଣ୍ଡିକେସନ୍ ବୋର୍ଡର ବ୍ୟବସ୍ଥା, ପ୍ଲାଟଫର୍ମର ଉଚ୍ଚତା, ମାନକ ସାଇନେଜ୍, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟର ଉନ୍ନତି, ଲିଫ୍ଟ ଏବଂ ବ୍ୟାପକ ଯାତ୍ରୀ ସୁବିଧାର ବ୍ୟବସ୍ଥା ସହିତ ଓଭର ହେଡ୍ ଟ୍ୟାଙ୍କ ଏବଂ ପାଇପ୍ ଲାଇନ ସଂଯୋଗ ସହିତ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ।
କୋରାପୁଟ ରେଳ ଷ୍ଟେସନ
କୋରାପୁଟ ରେଳ ଷ୍ଟେସନ ପାଇଁ ୨୧ .୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଯାତ୍ରୀ ଲିଫ୍ଟର ବ୍ୟବସ୍ଥା, ୧୨ ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠ କ୍ଷେତ୍ରର ଉନ୍ନତି, ପ୍ଲାଟଫର୍ମର ଉଚ୍ଚତା, ବର୍ଦ୍ଧିତ ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଉନ୍ନତ ଷ୍ଟେସନ ଲେଆଉଟ।
ଜୟପୁର ରେଳ ଷ୍ଟେସନ
ଜୟପୁର ରେଳ ଷ୍ଟେସନ ପାଇଁ ୧୭ .୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗରେ ଉନ୍ନତି, ପ୍ଲାଟଫର୍ମ ଅଞ୍ଚଳର ଉନ୍ନତିକରଣ ବ୍ୟବସ୍ଥା, ଲିଫ୍ଟ ବ୍ୟବସ୍ଥା ଏବଂ 'ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ' ଷ୍ଟଲ ଅନ୍ତର୍ଭୁକ୍ତ କରାଯିବ ସହ ନୂତନ ଯାତ୍ରୀ ସୁବିଧା ଯୋଗାଇ ଦିଆଯିବ।
ଦାମନଯୋଡି ରେଳ ଷ୍ଟେସନ
ଦାମନଯୋଡି ରେଳ ଷ୍ଟେସନ ପାଇଁ ୧୪ .୪୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆଧୁନିକ ଯାତ୍ରୀ ସୁବିଧା ସହିତ ଷ୍ଟେସନର ପୁନର୍ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ୧୨ ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB) ବ୍ୟବସ୍ଥା, ଲିଫ୍ଟ ବ୍ୟବସ୍ଥା, ପ୍ଲାଟଫର୍ମ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠଭୂମିର ଉନ୍ନତିକରଣ କରାଯିବ।
ଖରିଆର ରୋଡ୍ ରେଳ ଷ୍ଟେସନ
ଖରିଆର ରେଳ ଷ୍ଟେସନ ପାଇଁ ୧୬ .୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଶେଷ କରି ରେଳ ଷ୍ଟେସନ ଗୁଡିକରେ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ପାଇଁ ଆଧୁନିକ ସୁବିଧା ସହିତ ନୂତନ ଷ୍ଟେସନ କୋଠାର ବ୍ୟବସ୍ଥା, ଦ୍ୱିତୀୟ ପ୍ରବେଶ ପାର୍ଶ୍ୱର ବିକାଶ, ବିଦ୍ୟମାନ କୋଠାର ସମ୍ମୁଖ ଭାଗର ଉନ୍ନତି, ଲିଫ୍ଟର ବ୍ୟବସ୍ଥା, ଅତିରିକ୍ତ ପିଏଫ୍ ଆଶ୍ରୟସ୍ଥଳ ସହିତ ପ୍ଲାଟଫର୍ମ ପୃଷ୍ଠଭୂମିର ଉନ୍ନତି, ମାନକ ସାଇନେଜ୍, କୋଚ୍ ଇଣ୍ଡିକେସନ୍ ବୋର୍ଡ, ଜିପିଏସ୍-ସକ୍ଷମ ଡିଜିଟାଲ୍ ଘଣ୍ଟା, ଦିବ୍ୟାଙ୍ଗଜନ ସୁବିଧାର ବ୍ୟବସ୍ଥା, ଶୌଚାଳୟ ଏବଂ ସୁଗମତା ବୈଶିଷ୍ଟ୍ୟ ଗୁଡ଼ିକର ଉନ୍ନତି କରାଯିବ।
ରାୟଗଡା ରେଳ ଷ୍ଟେସନ
ରାୟଗାଡା ରେଳ ଷ୍ଟେସନ ପାଇଁ ୪୧ .୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଶେଷ କରି ରେଳ ଷ୍ଟେସନରେ ବିଦ୍ୟମାନ ଷ୍ଟେସନ କୋଠାରେ ଅତିରିକ୍ତ କୋଠରୀର ବ୍ୟବସ୍ଥା (G+୧ ), ଲିଫ୍ଟ ଏବଂ କାନୋପି ସମେତ ଦ୍ୱିତୀୟ ପ୍ରବେଶ ପଥ ଷ୍ଟେସନ କୋଠା (କେବଳ ଭୂତଳ ମହଲା), ୧୪୨ ମିଟର ଲମ୍ବ ସହିତ ୬ ମିଟର ଚଉଡା ପ୍ରଶସ୍ତ ଫୁଟ ଓଭର ବ୍ରିଜ୍ (FOB) ଉଭୟ ପାର୍ଶ୍ୱ ଷ୍ଟେସନ କୋଠା ଏବଂ ପ୍ଲାଟଫର୍ମକୁ ସଂଯୋଗ କରିବ ଯେଉଁଥିରେ ଲିଫ୍ଟ, ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଚଲା ପଥ ଉପରେ ଛାଉଣୀ, ଚଳପ୍ରଚଳ ଅଞ୍ଚଳର ବିକାଶ କାର୍ଯ୍ୟ, ରାସ୍ତା ଏବଂ ଚଲାପଥ, ସାଇନେଜ୍ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର