ETV Bharat / state

ଅମୃତ ଷ୍ଟେସନ ଯୋଜନାରେ ପ୍ରମୁଖ ଷ୍ଟେସନର ନବୀକରଣ, ଏୟାରପୋର୍ଟ ପରି ଦିଶିବ ଏହି 6 ରେଳ ଷ୍ଟେସନ - AMRIT BHARAT STATION SCHEME

'ଅମୃତ ଭାରତ ଷ୍ଟେସନ' ଯୋଜନା ଅଧୀନରେ ଅନୁଗୋଳ, ତାଳଚେର, ତାଳଚେର ରୋଡ୍, ମେରାମଣ୍ଡଳୀ, ଢେଙ୍କାନାଳ ଏବଂ ରେଢ଼ାଖୋଲ ଷ୍ଟେସନର ନବୀକରଣ କରାଯାଉଛି ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : April 12, 2025 at 4:42 PM IST

2 Min Read

ଭୁବନେଶ୍ବର: କେନ୍ଦ୍ରୀୟ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆଧୁନିକରଣ କରିବା ପାଇଁ ଭାରତୀୟ ରେଳବାଇ 'ଅମୃତ ଭାରତ ଷ୍ଟେସନ' ଯୋଜନା ଅଧୀନରେ ପ୍ରମୁଖ ଷ୍ଟେସନଗୁଡ଼ିକର ପୁନଃବିକାଶ ଆରମ୍ଭ କରିଛି । ଯାହା ଲକ୍ଷ ଲକ୍ଷ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବ ଏବଂ ଆର୍ଥିକ ବିକାଶ ଓ ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରାଇବ । ଏହି କେନ୍ଦ୍ରୀୟ ଅଞ୍ଚଳରେ ପ୍ରମୁଖ ଷ୍ଟେସନର ନବୀକରଣ ପ୍ରକଳ୍ପରେ 6ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ରହିଛି। ସେଗୁଡିକ ହେଉଛି ଅନୁଗୋଳ, ତାଳଚେର, ତାଳଚେର ରୋଡ୍, ମେରାମଣ୍ଡଳୀ, ଢେଙ୍କାନାଳ ଏବଂ ରେଢ଼ାଖୋଲ।

ଷ୍ଟେସନ ଗୁଡିକରେ ନୂଆ କଣ ?

AMRIT BHARAT STATION SCHEME
AMRIT BHARAT STATION SCHEME (ETV BHARAT ODISHA)

  • ନୂତନ ଷ୍ଟେସନ ଭବନରେ ଉନ୍ନତ ସ୍ଥାପତ୍ୟ, ଆଧୁନିକ ସୁବିଧା ଏବଂ ଉନ୍ନତ ଯାତ୍ରୀ ସେବା ରହିଛି।

  • ସମସ୍ତ ଯାତ୍ରୀମାନଙ୍କ ସୁଗମତାକୁ ଉନ୍ନତ କରିବା ପାଇଁ ପ୍ରଶସ୍ତ ଫୁଟ ଓଭର ବ୍ରିଜ (୧୨ ମିଟର) ଏବଂ ଯାତ୍ରୀ ଲିଫ୍ଟ।

  • ଉନ୍ନତ ପୃଷ୍ଠ ଗୁଣବତ୍ତା, ବର୍ଦ୍ଧିତ ଆଶ୍ରୟସ୍ଥଳୀ, ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ଉନ୍ନତ ପ୍ଲାଟଫର୍ମ।

  • ସବୁଜ ଏବଂ ସ୍ଥାୟୀ ଡିଜାଇନ୍, ଯେଉଁଥିରେ ଶକ୍ତି-ଦକ୍ଷ ଆଲୋକୀକରଣ, ଜଳ ସଂରକ୍ଷଣ ଏବଂ ଅପଚୟ ପରିଚାଳନା ଅନ୍ତର୍ଭୁକ୍ତ।

  • ଡ୍ରପ୍ -ଅଫ୍ /ପିକ୍- ଅପ୍ ଲେନ୍ ଏବଂ ପାର୍କିଂ ସୁବିଧା ସହିତ ସମନ୍ୱିତ ପରିବହନ ଭିତ୍ତିଭୂମି।

ୱାଇ-ଫାଇ, LED କୋଚ୍ ସଙ୍କେତ ବୋର୍ଡ, ଟ୍ରେନ୍ ସୂଚନା ପ୍ରଦର୍ଶନ ଏବଂ ଉନ୍ନତ ଲାଉଞ୍ଜ କ୍ଷେତ୍ର ଭଳି ଡିଜିଟାଲ୍ ସୁବିଧା କରାଯାଇଛି। ରେଳ ଷ୍ଟେସନ ଗୁଡିକ ଏୟାରପୋର୍ମଟ ପରି ଦେଖାଯିବାର ବ୍ୟବସ୍ଥା କରାଯାଇଛି।

ଷ୍ଟେସନ ଅନୁଯାୟୀ ପୁନଃବିକାଶ ବିବରଣୀ:-

ଅନୁଗୁଳ ଷ୍ଟେସନ:-(୧) ଏହି ଷ୍ଟେସନର ନବୀକରଣ ପାଇଁ ୨୫ .୪୧ କୋଟି ମଞ୍ଜୁର ହୋଇଛି। (୨) ଏଥିରେ ଆଧୁନିକ ସୁବିଧା ସହିତ ନୂତନ ଷ୍ଟେସନ ଭବନ ରହିବ। (୩) ଉନ୍ନତ ମୁଖଶାଳା ସମେତ ୧୨ ମିଟର ଚଉଡା ବିଶିଷ୍ଟ ଫୁଟ ଓଭର ବ୍ରିଜ୍ (FOB) ଏବଂ ୨ ଟି ଲିଫ୍ଟ ରହିବ। (୪) ଅତ୍ୟାଧୁନିକ ଭାବରେ LED ସାଇନେଜ୍, କୋଚ୍ /ଟ୍ରେନ୍ ପ୍ରଦର୍ଶନ ବୋର୍ଡ ରହିବ। (୫) ଅତିରିକ୍ତ ୩୫-ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ ନିର୍ମାଣ କରାଯିବ।

ତାଳଚେର ରୋଡ୍ ରେଳ ଷ୍ଟେସନ:-(୧ଏହି ଷ୍ଟେସନର ନବୀକରଣ ପାଇଁ ମଞ୍ଜୁର ହୋଇଥିବା ମୂଲ୍ୟ ୧୮ .୮୫ କୋଟି ।(୨) ଆଧୁନିକ ନୂତନ ଷ୍ଟେସନ ଭବନ ଏବଂ ଉନ୍ନତ ମୁଖଶାଳା ରହିବ। (୩) ୧୨ ମିଟର ଚଉଡା ବିଶିଷ୍ଟ ଫୁଟ ଓଭର ବ୍ରିଜ୍ (FOB), ୨ ଟି ଲିଫ୍ଟ ରହିବା ସହିତ LED-ଆଧାରିତ ସୂଚନା ପ୍ରଣାଳୀ ମଧ୍ୟ ରହିବ।

(୪) ୨୫-ବେ ପ୍ଲାଟଫର୍ମ ଆଶ୍ରୟସ୍ଥଳ ମଧ୍ୟ ରହିବ। ତାଳଚେର ରେଳ ଷ୍ଟେସନ:-(୧) ଏହି ଷ୍ଟେସନର ନବୀକରଣ ପାଇଁ ମଞ୍ଜୁର ହୋଇଥିବା ମୂଲ୍ୟ ୧୨ .୯୭ କୋଟି ।(୨) ନୂତନ ଷ୍ଟେସନ ଭବନ ଏବଂ ପ୍ଲାଟଫର୍ମ ଉନ୍ନତିକରଣ। (୩) ମୁଖଶାଳା ଉନ୍ନତି, LED ସାଇନ୍ ବୋର୍ଡ। (୪) ୧୫ ପ୍ଲାଟଫର୍ମ ଆଶ୍ରୟସ୍ଥଳ।

ମେରାମଣ୍ଡଳୀ ରେଳ ଷ୍ଟେସନ:-(୧) ଏହି ଷ୍ଟେସନର ନବୀକରଣ ପାଇଁ ମଞ୍ଜୁର ହୋଇଥିବା ମୂଲ୍ୟ ୨୧ .୯୯ କୋଟି ।(୨) ନୂତନ ଷ୍ଟେସନ ଭବନ ଏବଂ ଉନ୍ନତ ମୁଖଶାଳା ରହିବ ।(୩) ୧୨ ମିଟର ଚଉଡା ଫୁଟ ଓଭର ବ୍ରିଜ୍ (FOB), ୨ ଟି ଲିଫ୍ଟ କରାଯିବ ।(୪) ଡିଜିଟାଲ୍ ସାଇନ୍ ବୋର୍ଡ, ୨୦ ପ୍ଲାଟଫର୍ମ ଆଶ୍ରୟସ୍ଥଳ ରହିବ। ଢେଙ୍କାନାଳ ରେଳ ଷ୍ଟେସନ:-(୧) ଏହି ଷ୍ଟେସନର ନବୀକରଣ ପାଇଁ ମଞ୍ଜୁର ହୋଇଥିବା ମୂଲ୍ୟ ୨୬ .୧୧ କୋଟି। (୨) ଆଧୁନିକ ଯାତ୍ରୀ ସୁବିଧା ସହିତ ନୂତନ ଷ୍ଟେସନ ଭବନ। (୩) ୧୨ ମିଟର ଚଉଡା ଫୁଟ ଓଭର ବ୍ରିଜ୍ (FOB), ୨ ଟି ଲିଫ୍ଟ, ଉନ୍ନତ ପଣ୍ୟ ସେବା ସେଡ୍ ସୁବିଧା।(୪) LED ଡିସପ୍ଲେ ବୋର୍ଡ, ୨୫ ପ୍ଲାଟଫର୍ମ ଆଶ୍ରୟସ୍ଥଳ(୫) ଷ୍ଟେସନକୁ ରାସ୍ତା ସଂଯୋଗ କରିବା।

ରେଢ଼ାଖୋଲ ରେଳ ଷ୍ଟେସନ :-
(୧) ଏହି ଷ୍ଟେସନର ନବୀକରଣ ପାଇଁ ମଞ୍ଜୁର ହୋଇଥିବା ମୂଲ୍ୟ ୨୬ .୯୩ କୋଟି ।
(୨) ବିଦ୍ୟମାନ ଷ୍ଟେସନର ସମ୍ପୂର୍ଣ୍ଣ ପୁନଃବିକାଶ ଏବଂ ଦ୍ୱିତୀୟ ପ୍ରବେଶ ପଥର ବିକାଶ ହେବ।
(୩) ୧୨ ମିଟର ଚଉଡା ଫୁଟ ଓଭର ବ୍ରିଜ୍ (FOB), ୨ ଟି ଲିଫ୍ଟ ବ୍ୟବସ୍ଥା ରହିବ ।
(୪) ପ୍ଲାଟଫର୍ମ ୧, ୨ ଏବଂ ୩ ରେ ୭ ଆଶ୍ରୟସ୍ଥଳ।
(୫) ସାଇନେଜ୍ ଉନ୍ନତିକରଣ, ଉନ୍ନତ ଶୌଚାଳୟ ଏବଂ ଦିବ୍ୟାଙ୍ଗଜନ-ଅନୁକୂଳ ବୈଶିଷ୍ଟ୍ୟ ବିକାଶମୂଳକ କାର୍ଯ୍ୟ ଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି।

ନିଯୁକ୍ତି ସୁଯୋଗ ସୃଷ୍ଟି କରିବ:-
ଏହି ଉନ୍ନୟନ ଗୁଡ଼ିକ କେବଳ ଯାତ୍ରୀଙ୍କ ଯାତାୟାତକୁ ସହଜ କରିବ ନାହିଁ ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କେନ୍ଦ୍ରୀୟ ଓଡ଼ିଶାରେ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ଉନ୍ନତ ସଂଯୋଗୀକରଣ ଏବଂ ବ୍ୟବହାରକାରୀ -କୈନ୍ଦ୍ରିକ ଡିଜାଇନ୍ ସହିତ ଏହି ଷ୍ଟେସନଗୁଡ଼ିକ ଆଧୁନିକ ପରିବହନ ହବ୍ ହେବାକୁ ଯାଉଛି।

ଏହା ମଧ୍ୟ ପଢନ୍ତୁ-ଅମୃତ ଯୋଜନାରେ ଆଧୁନିକ ରେଳ ଭିତ୍ତିଭୂମି,ବଦଳିବ ଉତ୍ତର ଓଡ଼ିଶା ରେଳ ଷ୍ଟେସନ ଚିତ୍ର - AMRIT BHARAT STATION SCHEME

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.