ଭୁବନେଶ୍ବର: ଭାରତୀୟ ରେଳ ଏହାର ଅମୃତ ଷ୍ଟେସନ ଯୋଜନାର ଅଂଶ ଭାବରେ ଓଡ଼ିଶାର ଉତ୍ତର ଭାଗରେ ବିଭିନ୍ନ ରେଳ ଷ୍ଟେସନ ଗୁଡ଼ିକର ପୁନର୍ବିକାଶ କରୁଛି । ଏହି ପୁନର୍ବିକାଶ ଲକ୍ଷ୍ୟ ହେଉଛି ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକୁ ଆଧୁନିକ ସୁବିଧା ସହିତ ପରିବର୍ତ୍ତନ କରିବା, ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ଆଞ୍ଚଳିକ ସ୍ତରରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।
ଏହି ପୁନର୍ବିକାଶ ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର ଆଧୁନିକୀକରଣ ଏବଂ ଯାତ୍ରୀ ମାନଙ୍କ ପାଇଁ ଆରାମଦାୟକ ସେବା ଏବଂ ବାଣିଜ୍ୟିକ ଅଭିବୃଦ୍ଧିକୁ ସମର୍ଥନ କରିବା କ୍ଷେତ୍ରରେ ସୁଗମ ରେଳ ସଂଯୋଗ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି । ଏହା ଦ୍ୱାରା ଓଡ଼ିଶାର ଉତ୍ତର ଅଞ୍ଚଳର ମନୋନୀତ ଷ୍ଟେସନ ଗୁଡ଼ିକରେ ଡିଜାଇନ୍, ପ୍ରଯୁକ୍ତିବିଦ୍ୟା ଏବଂ ଯାତ୍ରୀ ସେବାରେ ଯଥେଷ୍ଟ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ ଭାରତୀୟ ରେଳ ନେଟୱର୍କକୁ ଆଧୁନିକୀକରଣ କରିବା ଏବଂ ସମସ୍ତଙ୍କ ପାଇଁ ଏକ ଦକ୍ଷ ଏବଂ ଉପଯୋଗୀ-ଅନୁକୂଳ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ପାଇଁ ଚାଲିଥିବା ପ୍ରୟାସ ସହିତ ସମନ୍ୱୟରେ ଉଭା ହୋଇଛି ।
ପୁନର୍ବିକାଶର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ:

ଆଧୁନିକ ଭିତ୍ତିଭୂମି:
ଷ୍ଟେସନଗୁଡ଼ିକରେ ଆଧୁନିକ ପ୍ଲାଟଫର୍ମ, ଉନ୍ନତ ଟିକେଟିଂ ସୁବିଧା, ପ୍ରତୀକ୍ଷା କ୍ଷେତ୍ର ଏବଂ ଉନ୍ନତ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡ ରହିବ, ଯାହା ସମସ୍ତ ଯାତ୍ରୀଙ୍କ ପାଇଁ ସୁବିଧା ଏବଂ ଆରାମଦାୟକ ରେଳ ସେବା ସୁନିଶ୍ଚିତ କରିବ ।
ବର୍ଦ୍ଧିତ ସୁଗମତା:
ଷ୍ଟେସନ ପୁନର୍ବିକାଶ କାର୍ଯ୍ୟଦ୍ୱାରା ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଜନ ଯାତ୍ରୀ ଏବଂ ପିଲା ମାନଙ୍କ ସହ ପରିବାରବର୍ଗଙ୍କ ସହ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ସୁଗମତାକୁ ଉନ୍ନତ କରିବା ପାଇଁ ଲିଫ୍ଟ ଏବଂ ଏସ୍କେଲେଟର ସହିତ ଫୁଟ ଓଭର ବ୍ରିଜ (ଏଫଓବି) ଅନ୍ତର୍ଭୁକ୍ତ ହେବ।
ସ୍ଥାୟୀ ଏବଂ ପରିବେଶ -ଅନୁକୂଳ ଡିଜାଇନ୍:
ସ୍ଥାୟୀ ବିକାଶ ପ୍ରତି ଭାରତୀୟ ରେଳବାଇର ପ୍ରତିବଦ୍ଧତା ସହିତ ଷ୍ଟେସନଗୁଡ଼ିକ ସବୁଜ ନିର୍ମାଣ ନୀତି ଗ୍ରହଣ କରିବା ସହ ନବୀକରଣୀୟ ଶକ୍ତି ସମାଧାନ, ଜଳ ସଂରକ୍ଷଣ ପ୍ରଣାଳୀ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ସମନ୍ୱିତ କରୁଅଛି ।
ପରିସରରେ ଉନ୍ନତ ଚଳପ୍ରଚଳ (ସର୍କୁଲେଟିଂ) ଅଞ୍ଚଳ:

ଏହି ପୁନର୍ବିକାଶ ମାଧ୍ୟମରେ, ଷ୍ଟେସନ ସର୍କୁଲେଟିଂ ଅଞ୍ଚଳରେ ଉନ୍ନତି ଆଣିବାର ଯୋଜନା କରାଯାଇଛି ଯେଉଁଥିରେ ଡ୍ରପ୍-ଇନ୍ ଏବଂ ଡ୍ରପ୍-ଆଉଟ୍ ଲେନ୍ ସହିତ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଅନ୍ତର୍ଭୁକ୍ତ ହେବ ।
ଅତ୍ୟାଧୁନିକ ଯାତ୍ରୀ ସୁବିଧା:
ୱାଇ-ଫାଇ, ଡିଜିଟାଲ୍ ଡିସପ୍ଲେ, ସହ ଉନ୍ନତ ସୁରକ୍ଷା ବ୍ୟବସ୍ଥା, ଉନ୍ନତ କ୍ୟାଟରିଂ ସେବା ଏବଂ ଆଧୁନିକ ପ୍ରତୀକ୍ଷା ଲାଉଞ୍ଜ ଭଳି ସୁବିଧା ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବ।
ଏହା ମଧ୍ୟ ପଢନ୍ତୁ-ବରଗଡ଼-ନୂଆପଡ଼ା ଟ୍ରେନ ଲାଇନ ପାଇଁ ଆଗେଇଲା ଜମି ଅଧିଗ୍ରହଣ
ଆର୍ଥିକ ଅଭିବୃଦ୍ଧି:
ଏହି ପୁନର୍ବିକାଶ ପ୍ରକଳ୍ପର ଲକ୍ଷ୍ୟ ହେଉଛି ପର୍ଯ୍ୟଟନକୁ ବୃଦ୍ଧି କରିବା, ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ବିବିଧ ଭୂଦୃଶ୍ୟ ସହିତ ଉତ୍ତର ଓଡ଼ିଶା ଅଞ୍ଚଳ ଏହି ଉନ୍ନୟନରୁ ଯଥେଷ୍ଟ ଲାଭବାନ ହେବ । ରାଇରଙ୍ଗପୁର, ବାରିପଦା ଏବଂ କେଉଁଝର ଭଳି ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ରେଳ ଷ୍ଟେସନ ଗୁଡ଼ିକ ଖୁବ୍ଶୀଘ୍ର ଉନ୍ନତ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବେ ଯାହା ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳର ବିଶାଳ ଐତିହ୍ୟ ଏବଂ ପରିବେଶ-ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ସହଜ କରିବ। ଏହି ପୁନର୍ବିକାଶ ପଦକ୍ଷେପରେ ନିଆଯାଇଥିବା ଷ୍ଟେସନ ଗୁଡ଼ିକ ମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପହାଡ଼ ଅନ୍ତର୍ଭୁକ୍ତ। ଏହି ଷ୍ଟେସନ ଗୁଡ଼ିକର ପ୍ରଗତି ବିଷୟରେ ନିମ୍ନରେ ଦର୍ଶାଇ ଦିଆଯାଇଛି:-


ରାଇରଙ୍ଗପୁର ରେଳ ଷ୍ଟେସନର ୭ .୪ କୋଟି ଅନୁମୋଦିତ ବଜେଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପରେ ନୂତନ ଅତ୍ୟାଧୁନିକ ଷ୍ଟେସନ ଭବନ ନିର୍ମାଣ ଅନ୍ତର୍ଭୁକ୍ତ ଯାହା ଯାତ୍ରୀଙ୍କ ଆରାମ ବୃଦ୍ଧି କରିବା ପାଇଁ ଆଧୁନିକ ସୁବିଧା ପ୍ରଦାନ କରିବ । ଏହା ସହିତ, ବିଦ୍ୟମାନ କୋଠାର ସମ୍ମୁଖ ଭାଗକୁ ନବୀକରଣ କରାଯିବ ଏବଂ ଅନ୍ୟାନ୍ୟ ସମସାମୟିକ ବୈଶିଷ୍ଟ୍ୟ ଯୋଡାଯିବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୨ % ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଉଥିବାବେଳେ ସଫ୍ଟ ଅପଗ୍ରେଡ୍ ମଧ୍ୟ କରାଯାଉଅଛି ।
ବେତନଟି ଷ୍ଟେସନ:
ବେତନଟି ରେଳ ଷ୍ଟେସନ ପାଇଁ ୧୪୪.୧୪୬ କୋଟି ଟଙ୍କାର ଅନୁମୋଦିତ ବଜେଟ୍ ମଞ୍ଜୁର କରାଯାଇ ଯଥେଷ୍ଟ ଉନ୍ନତିକରଣ କରାଯାଉଛି । ଏହି ପ୍ରକଳ୍ପରେ ଯାତ୍ରୀଙ୍କ ଆରାମ ପାଇଁ ଆଧୁନିକ ସୁବିଧା ଯୋଗାଇବା ପାଇଁ ଏକ ନୂତନ , ଅତ୍ୟାଧୁନିକ ଷ୍ଟେସନ ଭବନ ନିର୍ମାଣ କରାଯିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ % କାମ ସମାପ୍ତ ହୋଇଛି । ସଫ୍ଟ ଅପଗ୍ରେଡ ମଧ୍ୟ ପ୍ରଗତିରେ ଅଛି, ଜୁଲାଇ ୨୦୨୫ ପାଇଁ ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ଲାଟଫର୍ମ ସେଡ୍ ପୂର୍ବରୁ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ପ୍ଲାଟଫର୍ମ ସରଫେସିଂ ଏବଂ ନୂତନ ଷ୍ଟେସନ ଭବନ କାର୍ଯ୍ୟ ଚାଲୁରହିଛି ଯାହାକୁ ଜୁନ୍ ୨୦୨୫ ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି ।
ବାଦାମପାହାଡ଼ ଷ୍ଟେସନ:
ବାଦାମପହଡ଼ ରେଳ ଷ୍ଟେସନ ପାଇଁ ୧୨.୨୨ କୋଟି ଅନୁମୋଦିତ ବଜେଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି । ଏହି ପ୍ରକଳ୍ପରେ ଏକ ନୂତନ ଅତ୍ୟାଧୁନିକ ଷ୍ଟେସନ ଭବନ ନିର୍ମାଣ ଅନ୍ତର୍ଭୁକ୍ତ ଯାହା ଯାତ୍ରୀଙ୍କ ଆରାମ ବୃଦ୍ଧି ପାଇଁ ଆଧୁନିକ ସୁବିଧା ପ୍ରଦାନ କରିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୪ % କାମ ସମାପ୍ତ ହୋଇଛି । ବର୍ତ୍ତମାନ ସଫ୍ଟ ଅପଗ୍ରେଡ କାମ ଚାଲିଛି । ଏହା ସହିତ ପ୍ରକଳ୍ପରେ ଉନ୍ନତ ସୁଗମତା ପାଇଁ 3 ମିଟର ଚଉଡ଼ା ଫୁଟ ଓଭର ବ୍ରିଜ୍ (FOB) ମଧ୍ୟ ସ୍ଥାପନ କରାଯାଉଅଛି ।
ଇଟିଭି ଭାରତ, ଭୁବନେଶ୍ବର