ETV Bharat / state

ରଜରେ ଭିଜିବ ଓଡ଼ିଶା, ୧୫ ଜିଲ୍ଲାରେ ପାରଦ ଡେଇଁବ ୪୦ ଡିଗ୍ରୀ - ODISHA WEATHER UPDATE

ଆଗାମୀ ତିନି ଦିନ ପାଇଁ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବେଶ୍‌ ଅଧିକ ରହିବ।

ରଜରେ ଭିଜିବ ଓଡ଼ିଶା
ରଜରେ ଭିଜିବ ଓଡ଼ିଶା (ETV Bharat)
author img

By ETV Bharat Odisha Team

Published : June 8, 2025 at 4:36 PM IST

2 Min Read

ଭୁବନେଶ୍ବର: ୧୦ ତାରିଖ ଆଡକୁ ପାରଦ ଛୁଇଁବ ୪୪ ଡିଗ୍ରୀ । ଦିନରେ ଖରା ରାତ୍ରିରେ ବର୍ଷା । ଆଜିଠୁ ବଢିବ ତାପମାତ୍ରା l ଆଜିଠୁ ସବୁ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ। ଆଗାମୀ ତିନି ଦିନ ପାଇଁ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବେଶ୍‌ ଅଧିକ ରହିବ। ଆଜି ଠାରୁ କାଲି ପର୍ଯନ୍ତ ତାପମାତ୍ରା ୧୫ଟି ଜିଲ୍ଲାରେ ୪୦ଡିଗ୍ରି ଟପିବାର ସମ୍ଭାବନା ରହିଛି। ଏଥି ସହ ଆଗାମୀ ତିନି ଦିନ ଧରି ତାପମାତ୍ରା ଦୁଇରୁ ତିନି ଡିଗ୍ରି ବୃଦ୍ଧି ଘଟି ୪୪ ଡିଗ୍ରି ପର୍ଯ୍ୟନ୍ତ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେଦ୍ର ପୁର୍ବାନୁମାନ କରିଛି।

ଆଗାମୀ ତିନି ଦିନ ତାତି କଲବଲ କରିବା ପରେ ବଦଳିବ ପାଗ । ଜୁନ 12 ପରେ ପାଗରେ ହେବ ପରିବର୍ତ୍ତନ । ଘୁର୍ଣ୍ଣିବଳୟ ଯୋଗୁଁ ଆସନ୍ତା ରଜ ଯାଏଁ ଲାଗି ରହିବ ବର୍ଷା। ପାଣିପାଗ ଆକଳନ ଅନୁସାରେ ଆଜିଠୁ କାଲିଯାଏ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିବ। ଆସନ୍ତା କାଲି କେତକ ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ସହ ପାଗ ଶୁଖିଲା ରହିବ। ପରେ ୧୦ ତାରିଖରୁ ମଧ୍ୟମରୁ ଅଧିକ ପରିମାଣରେ ବର୍ଷା ଜାରି ରହିବ। ଆଗାମୀ ସାତ ଦିନ ପାଇଁ ସମସ୍ତ ଜିଲ୍ଲା ପାଇଁ ବର୍ଷା ଜାରି ରହିବ ବୋଲି ମଧ୍ୟ ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏଥି ସହ ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଯାଏ ମଧ୍ୟ ବିଜୁଳି ଘଡଘଡିର ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ । ଏପରିକି ଆସନ୍ତା କାଲି ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ବିଜୁଳି ଘଡଘଡି ସହ ଝଟକା ପବନ ୩୦ରୁ ୪୦କିମି ବେଗରେ ବହିବାର ପୁର୍ବାନୁମାନ କରିଛି।

୧୫ ଜିଲ୍ଲାରେ ପାରଦ ଡେଇଁବ ୪୦ ଡିଗ୍ରୀ
୧୫ ଜିଲ୍ଲାରେ ପାରଦ ଡେଇଁବ ୪୦ ଡିଗ୍ରୀ (ETV Bharat)
  • ସ୍ନାନ ପୂର୍ଣ୍ଣିମାରେ ଜଳିବ ଉପକୂଳବର୍ତ୍ତୀ ଜିଲ୍ଲା

ଆଗାମୀ ସ୍ନାନଯାତ୍ରାରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଜାରି ରହିବ ଗୁଳୁଗୁଳି। ଗରମ ବି ଅଧିକ ଅନୁଭୂତ ହେବା ସହ ଅସ୍ତବ୍ୟସ୍ତ ଗୁଳୁଗୁଳି ଜାରି ରହିବ ବୋଲି ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର l ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତ୍ସିଂହପୁର , କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ଯାଜପୁର ଅଞ୍ଚଳରେ ଅନୁଭୁତ ହେବ ଅସହ୍ୟ ଗରମ ଓ ଗୁଳୁଗୁଳି ।

  • 24 ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୩୯.୪ ଡିଗ୍ରି ସେଲସିୟସ ତାପମାତ୍ରା ରୋକର୍ଡ କରାଯାଇଛି । ସେହିପରି ରାଉରକେଲାରେ ସର୍ବନିମ୍ନ ୨୦.୮ଡିଗ୍ରି ସେସଲସିୟସ ତାପମାତ୍ରା ରେକର୍ଡ ହୋଇଛି।

  • ସାତ ଜିଲ୍ଲାରେ 40 ମିମି ବର୍ଷା ରେକର୍ଡ

ସାତଟି ଜିଲ୍ଲାରେ ୪୦ରୁ ୫୭ ମିମି ବର୍ଷା ରେକର୍ଡ ହୋଇଛି। ସେଥିମଧ୍ୟରେ ସର୍ବାଧିକ ଢେଙ୍କାନାଳରେ ୫୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଜଗତସିଂହପୁରରେ ୪୦ ମିମି ବର୍ଷା ରେକର୍ଡ ହୋଇଛି। ଆଉ ପାଞ୍ଚଟି ଜିଲ୍ଲାରେ ୩୪ରୁ ୪୦ମିମି ପର୍ଯନ୍ତ ବର୍ଷା ରେକର୍ଡ ହୋଇଛି। ସୋନପୁରରେ ସର୍ବନିମ୍ନ ୩୪ ମିମି ବର୍ଷା ରେକର୍ଡ ହୋଇଛି ।

ଆଗାମୀ ଦୁଇ ଦିନ ଧରି ଭୁବନେଶ୍ୱର ଓ କଟକରେ ପାରଦ ୩୮ ଡିଗ୍ରି ପାଖାପାଖି ରହିବା ସହ ଦୁଇଦିନ ପରେ ତାପମାତ୍ରା ହ୍ରାସ ପାଇବା ସହ ଗରମ୍ ଗୁଳୁଗୁଳିରୁ ମଧ୍ୟ ତ୍ରାହି ମିଳିବ ।

ଏହା ମଧ୍ୟ ପଢନ୍ତୁ ସାତ ଦିନ ଲାଗି ରହିବ ବର୍ଷା, କାଲିଠୁ ତାପମାତ୍ରା ଛୁଇଁବ 40 ଡିଗ୍ରୀ

ଏହା ମଧ୍ୟ ପଢନ୍ତୁ ରାଜ୍ୟରେ ତାଣ୍ଡବ ଚରିବ କାଳବୈଶାଖୀ, ଉପକୂଳରେ ବଢିବ ତାତି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.