ETV Bharat / state

ସାତ ଦିନ ଲାଗି ରହିବ ବର୍ଷା, କାଲିଠୁ ତାପମାତ୍ରା ଛୁଇଁବ 40 ଡିଗ୍ରୀ - ODISHA WEATHER UPDATE

ଆଗାମୀ ପାଞ୍ଚ ଦିନ ଯାଏ ଉପକୁଳ ଓଡ଼ିଶାରେ ହଟ ଆଣ୍ଡ ହିଟ ହ୍ୟୁମିଡିଟି ଜାରି ରହିବ ।

କାଲିଠୁ ତାପମାତ୍ରା ଛୁଇଁବ 40 ଡିଗ୍ରୀ
କାଲିଠୁ ତାପମାତ୍ରା ଛୁଇଁବ 40 ଡିଗ୍ରୀ (ETV Bharat)
author img

By ETV Bharat Odisha Team

Published : June 7, 2025 at 6:41 PM IST

Updated : June 7, 2025 at 7:41 PM IST

2 Min Read

ଭୁବନେଶ୍ବର: ବର୍ଷା ସତ୍ତ୍ବେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଛି । ଆଗାମୀ ପାଞ୍ଚ ଦିନ ଯାଏ ଉପକୁଳ ଓଡ଼ିଶାରେ ହଟ ଆଣ୍ଡ ହିଟ ହ୍ୟୁମିଡିଟି ରହିବ ଜାରି। ଅର୍ଥାତ୍ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୁତ ରହିବ ଜାରି। ଏନେଇ ପାଣିପାଗ ବିଭାଗ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆଗାମୀ ପାଞ୍ଚ ଦିନ ଯାଏ ଜାରି ରହିବ ଅସହ୍ୟ ଗରମକୁ ଗୁଳୁଗୁଳି। ଉପକୂଳର ୧୧ଟି ଜିଲ୍ଲାକୁ ଛାଡି ଦେଲେ ବାକି ଜିଲ୍ଲାରେ ଗରମ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଗାମୀ ସାତ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଲାଗି ରହିବ।

ଏନେଇ ପାଣିପାଗ ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି ‘‘ଆଗାମୀ ସାତ ଦିନ ପାଇଁ ବର୍ଷା ଲାଗି ରହିବା ସହ ବିଜୁଳି ଘଡଘଡି ଓ ଝଟକା ପବନ ମଧ୍ୟ ୩୦ରୁ ୪୦କିମି ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ରହିଛି। ଆଗାମୀ ୨୪ଘଣ୍ଟା ପାଇଁ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ହାଲକା ଓ ମଧ୍ୟମ ଧରଣର ବର୍ଷା ସହିତ ବିଜୁଳି ଘଡଘଡି ଓ ଝଟକା ପବନ ବହିବାର ସମ୍ଭାବନା ଦେଖି ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

କାଲିଠୁ ତାପମାତ୍ରା ଛୁଇଁବ 40 ଡିଗ୍ରୀ (ETV Bharat)
  • କାଲି ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା

ଏଥି ସହ ଆସନ୍ତା କାଲି ରାଜ୍ୟର ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ବିଜୁଳି ଘଡଘଡିର ଚେତାବନୀ ଥିବା ବେଳେ ୯ଓ ୧୦ତାରିଖ ପାଇଁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ପାଇଁ ସତର୍କତା ରହିଛି। ୧୧ ଓ ୧୨ ତାରିଖରେ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ସତର୍କତା ମଧ୍ୟ ରହିଛି । ଉପକୂଳ ଓଡ଼ିଶା ପାଇଁ ଆଗାମୀ ୫ ଦିନ ସେଭଳି କିଛି କାଳବୈଶାଖୀ ସତର୍କତା ନଥିବା ବେଳେ ବର୍ଷାର ପରିମାଣ ‌ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାନେ ସ୍ଥାନେ ଅଧିକ ବର୍ଷାର ସମ୍ଭାବନା ରହିଛି।

ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା
ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା (ETV Bharat)
  • 4 ଉପକୂଳ ଜିଲ୍ଲାରେ ସର୍ବାଧିକ ବର୍ଷା

ଗତ ୨୪ଘଣ୍ଟାରେ ଉପକୂଳ ଓଡିଶାର ଚାରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁରରେ ସର୍ବାଧିକ ୮୬.୮ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଗଜପତିରେ ୮୨ମିମି, ଭଦ୍ରକରେ ୭୯.୧ମିମି, ପୁରୀରେ ୬୯.୧ମିମି ବର୍ଷା ରେକର୍ଡ ହୋଇଛି। ନୟାଗଡ଼ରେ ୪୮.୨ମିମି, କେନ୍ଦ୍ରାପଡାରେ ୪୫ମିମି, ଖୋର୍ଦ୍ଧାରେ ୪୦ ମିମି ବର୍ଷା ସହ ଗଞ୍ଜାମରେ ୩୭.୪ମିମି ବାଲେଶ୍ବରରେ ୩୫ ମିମି ବର୍ଷା ରେକର୍ଡ ହୋଇଛି ।

ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇ ନାହିଁ । ପୂର୍ବ ପରି ୩୩ ଡିଗ୍ରି ଉପରେ ରହିଛି ପ୍ରାୟ ସମସ୍ତ ଜିଲ୍ଲା । କେବଳ ଫୁଲବାଣୀରେ ସର୍ବନିମ୍ନ ୨୨ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ସମ୍ବଲପୁରରେ ୩୯.୮ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଗତ 24 ଘଣ୍ଟାରେ ଭୁବନେଶ୍ୱରରେ ୩୬.୭ ଡିଗ୍ରି ଓ କଟକରେ ୩୭ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

11 ଜିଲ୍ଲାରେ ଗରମ ଗୁଳୁଗୁଳି
11 ଜିଲ୍ଲାରେ ଗରମ ଗୁଳୁଗୁଳି (ETV Bharat)

ଆସନ୍ତା କାଲିଠୁ ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରି ଅତିକ୍ରମ କରିବ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବ ବୋଲି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଭୁବନେଶ୍ୱରରେ ଆସନ୍ତା କାଲି ପାଇଁ ବର୍ଷା ଥିବା ବେଳେ ଅଗାମା ସାତ ଦିନ ପାଇଁ ବର୍ଷାର ସମ୍ଭାଵନା ନାହିଁ କିନ୍ତୁ ପାଗ କୋହଲା ରହିବ। କଟକରେ ଆସନ୍ତା କାଲି ବର୍ଷା ରହିଥିବା ବେଳେ ଆଗମୀ ଚାରି ଦିନ ବର୍ଷା ନଥିବା ବେଳେ ପରେ ବର୍ଷା ସମ୍ଭବନା ରହିଛି।

ପାଞ୍ଚ ଦିନ ଯାଏ ଉପକୁଳ ଓଡ଼ିଶାରେ ହଟ ଆଣ୍ଡ ହିଟ ହ୍ୟୁମିଡିଟି
ପାଞ୍ଚ ଦିନ ଯାଏ ଉପକୁଳ ଓଡ଼ିଶାରେ ହଟ ଆଣ୍ଡ ହିଟ ହ୍ୟୁମିଡିଟି (ETV Bharat)

ଏହା ମଧ୍ୟ ପଢନ୍ତୁ ରାଜ୍ୟରେ ତାଣ୍ଡବ ଚରିବ କାଳବୈଶାଖୀ, ଉପକୂଳରେ ବଢିବ ତାତି

ଏହା ମଧ୍ୟ ପଢନ୍ତୁ ୯ ତାରିଖ ଯାଏଁ ୯ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି, 7ଦିନ ପାଇଁ ଯେମିତି ବର୍ଷୁଛି ସେମିତି ବର୍ଷିବ !

ଇଟିଭି ଭାରତ, ଭୁବନେଶ୍ବର

Last Updated : June 7, 2025 at 7:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.