ETV Bharat / state

ଆଗାମୀ ୨ ଦିନ ପାଇଁ ବିଜୁଳି ଘଡ଼ଘଡ଼ି ସତର୍କତା, ୧୦ ଯାଏଁ ଏସବୁ ଜିଲ୍ଲାରେ ବର୍ଷା - IMD ODISHA WEATHER UPDATE

ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୱାର୍ଣ୍ଣିଂ । ୧୦ ତାରିଖ ଯାଏଁ ଏସବୁ ଜିଲ୍ଲାରେ ଲାଗି ରହିବ ବର୍ଷା ।

IMD on Odisha Weather
IMD on Odisha Weather (ETV Bharat Odisha)
author img

By ETV Bharat Odisha Team

Published : April 4, 2025 at 5:57 PM IST

2 Min Read

RAIN ALERT IN ODISHA ଭୁବନେଶ୍ବର: ଟ୍ରଫଲାଇନ ତଥା ବଙ୍ଗୋପସାଗରରୁ ବହୁଥିବା ଆର୍ଦ୍ର ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ରାଜ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେଉଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷାକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କାରଯାଇଛି । ସେହିପରି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗି ବିଭାଗ ।

IMD on Odisha Weather (ETV Bharat Odisha)

ଆଗାମୀ ୨୪ ଘଣ୍ଟା ପାଇଁ ସତର୍କତା:

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଅଧିକାଂଶ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡି ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ । ମାତ୍ର ୫ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବକୁ ଛାଡ଼ି ଅନ୍ୟ ୨୫ଟି ଜିଲ୍ଲାକୁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

କାଲି ପାଇଁ ୱାର୍ଣ୍ଣିଂ:

ସେହିପରି ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡି ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ବେଗ ୩୦-୪୦ କିମି ରହିବ । ଯାହାକୁ ନେଇ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୬ ତାରିଖ ପାଇଁ ଆଲର୍ଟ:

୬ ତାରିଖ ବେଳକୁ ବର୍ଷାର ପରିମାଣ କମିବ । ଝଟକା ପବନ ନ ହେଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଯାହାକୁ ନେଇ ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୭ ତାରିଖରେ ବିଜୁଳି ଘଡ଼ଘଡ଼ିକୁ ନେଇ ସତର୍କତା ନଥିଲେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ଜିଲ୍ଲା ଗୁଡ଼ିକ ହେଉଛି ଗଜପତି, ରାୟଗଡ଼ା, ଭଦ୍ରକ ଓ ବାଲେଶ୍ବର ।

୮ରେ ଏସବୁ ଜିଲ୍ଲାରେ ବର୍ଷା:

ସେପଟେ ୮ ତାରିଖ ବେଳକୁ ବର୍ଷାର ପରିମାଣ ଆହୁରି ବଢ଼ିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ରହିବ ।

୯ ତାରିଖରେ ଏସବୁ ସ୍ଥାନରେ ବର୍ଷା:

୯ ତାରିଖରେ ମଧ୍ୟ ବର୍ଷା ହେବ । ମୁଖ୍ୟତଃ ଉପକୂଳ ଓଡ଼ିଶା ଯେପରିକି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କୋନ୍ଦ୍ରାପଡ଼ା, ଯାଜପୁର ଓ ନୟାଗଡ଼ା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାନା ରହିଥିବା ପର୍ବାନୁମାନ କରିଛି ପାଣିପାଗ ବିଭାଗ ।

୧୦ରେ ବଢ଼ିବ ବର୍ଷାର ପରିମାଣ:

୯ ତାରିଖ ଅପେକ୍ଷା ୧୦ ତାରିଖରେ ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇବ । ବିଶେଷ କରି ଉପକୂଳ ଓଡ଼ିଶା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ଲାଗି ରହିବ ।

ଏହା ମଧ୍ୟ ପଢ଼ନ୍ତୁ...

କାଳବୈଶାଖୀ ପ୍ରଭାବ: 3 ଦିନ ଘଡଘଡି ସହ ବର୍ଷା, 21 ଜିଲ୍ଲାକୁ ୟେଲୋ ଆଲର୍ଟ

ରାଜ୍ୟରେ ଆହୁରି ୩ ଦିନ ବର୍ଷା ! ଘଡ଼ଘଡ଼ି, କୁଆପଥର ମାଡ ସହ ବହିବ ପବନ

ଗତ ୨୪ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ୪୦ ଡିଗ୍ରୀ ତଳେ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜ୍ୟରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କେନ୍ଦୁଝର ଝୁମ୍ପୁରାରେ ସର୍ବାଧିକ ୨୫.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.