ଭୁବନେଶ୍ବର: ଓଡ଼ିଶାରେ ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଲାଗି ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେଉଛି । ଏଭଳି ସ୍ଥିତି ଆହୁରି 6 ଦିନ ଅର୍ଥାତ 19 ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଆଜି ପଣା ସଂକ୍ରାନ୍ତିରେ କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଓ କୁଆପଥର ବର୍ଷିବାର ସମ୍ଭାବନା ରହିଛି । ଯାହାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେପଟେ ବର୍ଷା ପ୍ରଭାବରେ ଆଗାମୀ 4-5 ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଜି ଏସବୁ ଜିଲ୍ଲାରେ ବର୍ଷା:
#PressRelease on Thunderstorm activity with Lightning, Gusty surface winds, Hail and Heavy Rainfall over the districts of Odisha during 13th to 17th April 2025.#pressrelease #thunder #rain pic.twitter.com/cIAsLzM7r2
— Meteorological Centre, Bhubaneswar (@mcbbsr) April 13, 2025
ଆଜି ପଣା ସଂକ୍ରାନ୍ତିରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଣ୍ଟାପ୍ରତି 40ରୁ 50 କିମି ରହିବ । ଯାହାକୁ ନେଇ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝଟକା ପବନର ବେଗ 30ରୁ 40 ରହିବ ।
Warning for the State.
— Meteorological Centre, Bhubaneswar (@mcbbsr) April 13, 2025
Day-1: Thunderstorm/Lightning, Gusty Surface Wind & Hail.
Day-2: Thunderstorm/Lightning and Gusty Surface Wind.
Day-3 & Day-4:Thunderstorm/Lightning, Gusty Surface Wind and Heavy Rainfall.
Day-5: Thunderstorm/Lightning and Gusty Surface Wind.#Warning pic.twitter.com/OzRKHJARTP
ପ୍ରବଳ ବର୍ଷା ୱାର୍ଣ୍ଣିଂ:
ସେହିପରି 15 ତାରିଖରେ କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ ହେବ । ଏଥି ପାଇଁ କେନ୍ଦୁଝର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନଳ, ଦେବଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବେଗ 40ରୁ 50 କିମି ରହିବ ।
16 ତାରିଖ ପାଇଁ ୱାର୍ଣ୍ଣିଂ:
16 ତାରିଖରେ ମାଲକାନଗିରି, କୋରାପୁଟ, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନାୟଗଡ଼, ବୌଦ୍ଧ, ଅନୁଗୋଳ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ ଘଣ୍ଟାପ୍ରତି 40ରୁ 50 କିମି ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
17 ତାରିଖ ପାଇଁ ୱାର୍ଣ୍ଣିଂ:
17 ତାରିଖରେ ବର୍ଷା କମିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନର ବେଗ 40ରୁ 50 କିମି ବେଗରେ ବହିବ । ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
18 ଓ 19ରେ ବି ହେବ ବର୍ଷା:
18 ତାରିଖରେ ୱାର୍ଣ୍ଣିଂ ନଥିଲେ ମଧ୍ୟ ବର୍ଷା ଲାଗି ରହିବ । ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । 19 ତାରିଖ ପାଇଁ ମଧ୍ୟ ୱାର୍ଣ୍ଣିଂ ନାହିଁ । ମାତ୍ର ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି, ଗଞ୍ଜାମ, ନାୟଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବ ।
ଏହା ମଧ୍ୟ ପଢ଼ନ୍ତୁ... 18 ଯାଏଁ କାଳବୈଶାଖୀ ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା, 50ରୁ 60 କିମି ବେଗରେ ବହିବ ପବନ |
ଗତ ୨୪ ଘଣ୍ଟାରେ କେମିତି ଥିଲା ପାଣିପାଗ :
ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ହୋଇଥିବା ବେଳେ ମୟୂରଭଞ୍ଜରେ ୫୮.୬ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ 41.6. ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ଭଦ୍ରକ 17.5 ଡିଗ୍ରୀ ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର