ETV Bharat / state

IMD ଆଲର୍ଟ: ୨୯ରୁ ଓଡ଼ିଶାରେ ଅସମ୍ଭାଳ ତାତି, ୫ ଜିଲ୍ଲାକୁ ହିଟୱେଭ ସତର୍କତା - IMD ON ODISHA HEAT WAVE ALERT

୩ ଦିନ ପରେ ରାଜ୍ୟରେ ତାତି ଅସମ୍ଭାଳ ହେବ । ଏସବୁ ଜିଲ୍ଲାକୁ ହିଟୱେଭ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ ଆଇଏମଡି ।

IMD On Odisha Weather
IMD On Odisha Weather (ETV Bharat Odisha)
author img

By ETV Bharat Odisha Team

Published : March 26, 2025 at 4:47 PM IST

Updated : March 26, 2025 at 5:20 PM IST

1 Min Read

IMD On Odisha Weather Heatwave Alert From 29 March : ରାଜ୍ୟରେ ଟାଇଁ ଟାଇଁ ଖରା ସହ ଉପରମୁହାଁ ହେଉଛି ପାରଦ । ୩ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ । ୩ ଦିନ ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ୨୯ ତାରିଖରୁ ପୁଣି ଫେରିବ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ । ହିଟୱେଭ ପାଇଁ କିଛି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ବଢ଼ିବ ତାତି:

ଓଡ଼ିଶାରେ ଆଗାମୀ ୫ ଦିନ ପାଗ ଶୁଖିଲା ରହିବ । ବର୍ତ୍ତମାନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ ରହିଛି । ଯାହାକି ଆଗାମୀ ୩ ଦିନ ମଧ୍ୟରେ ଧୀରେ ଧୀରେ ବଢିବ । ଏହି ବର୍ଦ୍ଧିତ ତାପମାତ୍ରାକୁ ନେଇ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଟପିବା ସହ କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ।

IMD On Odisha Weather Heatwave Alert From 29 March (ETV Bharat Odisha)

୨୯ ତାରିଖରେ ହିଟ ୱେଭ ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ସୋନପୁର,ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩୦ ତାରିଖରେ ସମାନ ଜିଲ୍ଲାରେ ହିଟ ୱେଭ ସତର୍କତା ଥିବା ବେଳେ ବର୍ଷାର କୌଣସି ସମ୍ଭାବନା ନଥିବା ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

IMD On Odisha Weather
IMD On Odisha Weather (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...

୨୯ରୁ ଫେରିବ ଖରା, ତାତିରେ ସିଝିବ ଏସବୁ ଜିଲ୍ଲା

କାଳବୈଶାଖୀ ପରେ ପୁଣି ବଢ଼ିବ ତାତି, ଟପିପାରେ ୪୦ ଡିଗ୍ରୀ: IMD

କେଉଁଠି କେତେ ତାପମାତ୍ରା:
ଗତ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ଶୁଖିଲା ପାଗ ସହ ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୦୦ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୩୫.୬ ଓ କଟକରେ ୩୪.୫ ତାପମାତ୍ରା ରେକର୍ଡ କରାଯାଇଛି ।

  • ବୌଦ୍ଧ ୩୮ ଡିଗ୍ରୀ
  • ଫୁଲବାଣୀ ୧୭.୫ ଡିଗ୍ରୀ
  • ଭୁବନେଶ୍ୱର ୩୫.୬
  • କଟକରେ ୩୪.୫

ଇଟିଭି ଭାରତ, ଭୁବନେଶ୍ବର

Last Updated : March 26, 2025 at 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.