ETV Bharat / state

୪୩.୬ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ଆଉ ୨ ଦିନ ରାଜ୍ୟରେ ଜାରି ରହିବ ତାତି - IMD ODISHA WEATHER

ଆହୁରି ୨ ଦିନ ଅସ୍ତବ୍ୟସ୍ତ କରିବ ତାତି । ୧୯ ପରେ ବଦଳିବ ପାଗ ।

IMD Odisha Weather Prediction
IMD Odisha Weather Prediction (ETV Bharat Odisha)
author img

By ETV Bharat Odisha Team

Published : March 16, 2025 at 5:18 PM IST

Updated : March 16, 2025 at 9:44 PM IST

3 Min Read

ଭୁବନେଶ୍ବର: ଓଡ଼ିଶାରେ ଦିନକୁ ଦିନ ବଢ଼ୁଛି ତାତି । ୪୩ ଡିଗ୍ରୀ ପାର କଲା ତାପମାତ୍ରା । ଗତକାଲି(ରବିବାର) ୪୩.୬ ଡ଼ିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସେପଟେ ୧୯ ପରେ ବଦଳିବ ପାଗ । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

IMD Odisha Weather Prediction (ETV Bharat Odisha)

ରବିବାର ଦିନ ୪୩.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ପ୍ରମୁଖ ସହର ମଧ୍ୟରୁ ଉତପ୍ତ ସହର ରହିଛି ବୌଦ୍ଧ । ବୌଦ୍ଧ ପରେ ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ ୪୨.୦୦ ଡିଗ୍ରୀ, ବଲାଙ୍ଗୀର ୪୧.୭ ଡିଗ୍ରୀ, ଅନୁଗୋଳରେ ୪୧ .୧ ଡିଗ୍ରୀ, ଟିଟିଲାଗଡରେ ୪୦.୫ ଡିଗ୍ରୀ, ସୁନ୍ଦରଗଡରେ ୪୦.୩ ଡିଗ୍ରୀ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ୬ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହଛି ।

IMD Odisha Weather Prediction
IMD Odisha Weather Prediction (ETV Bharat Odisha)

କେଉଁଠି କେତେ ତାପମାତ୍ରା:

  • ବୌଦ୍ଧ: ୪୩.୬
  • ଝାରସୁଗୁଡ଼ା: ୪୨
  • ବଲାଙ୍ଗୀର: ୪୧.୭
  • ଅନୁଗୋଳ: ୪୧.୧
  • ଟିଟିଲାଗଡ଼: ୪୦.୫
  • ସୁନ୍ଦରଗଡ଼: ୪୦.୩
  • ଭବାନୀପାଟଣା: ୪୦.୨
IMD Odisha Weather Prediction
IMD Odisha Weather Prediction (IMD)

ଏସବୁ ସହରରେ ପ୍ରଚଣ୍ତ ଖରା ହେବ:

ଆଜି ଅର୍ଥାତ ୧୭ ତାରିଖରେ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡି । ସେହିପରି ଗ୍ରୀଷ୍ମ ପ୍ରବାହ ପାଇଁ ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ କେନ୍ଦୁଝରଗଡ଼, ଅନୁଗୋଳ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ଗରମ ଓ ଗୁଳୁଗୁଳି ପାଇଁ ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଓ ଉଷ୍ମ ରାତ୍ରି ପାଇଁ ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

IMD Odisha weather
IMD Odisha weather (ETV Bharat Odisha)

୧୮ ଓ ୧୯ ତାରିଖ ପାଇଁ ଚେତାବନୀ:

୧୮ ତାରିଖରେ ଗ୍ରୀଷ୍ମ ପ୍ରବାହ ପାଇଁ ଝାରସୁଗୁଡ଼ା ଓ ସମ୍ବଲପୁରକୁ ଅରେଞ୍ଜ ଆଲର୍ଟ ଓ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି । ୧୯ ତାରିଖରେ ମଧ୍ୟ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ସୋନପୁରର ଗୋଟିଏରୁ ୨ଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ରହିବ । ଏଥିପାଇଁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

କମିବ ତାତି, ବଢ଼ିବ ବର୍ଷା:

ସେହପରି ୧୯ ତାରିଖରୁ ଗ୍ରୀଷ୍ମ ପ୍ରବାହ କମିବା ସହ ବର୍ଷା ଓ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୨୦ ତାରିଖରେ ବର୍ଷାର ପରିମାଣ ବଢ଼ିବ । ବର୍ଷା, ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟା ପ୍ରତି ବେଗ ୪୦ରୁ ୫୦ କିମି ରହିବ । ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

୨୧ ଓ ୨୨ ତାରିଖରେ ବି ବର୍ଷା:

୨୧ ତାରିଖରେ ଯଦିଏ ବର୍ଷା କମିବ, ତଥାପି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ବର, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୋନପୁର । ୨୨ ତାରିଖରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ..

ଆହୁରି ୪ ଦିନ କଲବଲ କରିବ ତାତି, ୧୯ରୁ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା

୧୮ ଯାଏଁ ତାତିରୁ ନିସ୍ତାର ନାହିଁ, ଏହି ଦିନଠୁ ବର୍ଷିବ

କେଉଁଠି ଅଧିକ ତାତି ?
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ସହରରେ ଜିଲ୍ଲାରେ ୪୦ରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ରହିଥିବା ବେଳେ କଟକରେ ୩୭.୮ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡା ଓ ସମ୍ବଲପୁରରେ ପ୍ରଚଣ୍ଡ ଖରା ବା ସିଭିୟର ହିଟ ୱେବ ଅନୁଭୂତ ହୋଇଥିବା ଅନୁଗୋଳ, ମୟୂରଭଞ୍ଜ, ସୁନ୍ଦରଗଡ କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁରରେ ହିଟ ୱେବ ବା ପ୍ରବଳ ଖରା ଅନୁଭବ ହୋଇଛି ।

ଗତକାଲିର ତାପମାତ୍ରା ରେକର୍ଡ:

  • ବୌଦ୍ଧରେ ତାପମାତ୍ରା ୪୨.୫ ଡିଗ୍ରୀ
  • ଭୁବନେଶ୍ୱରରେ ତାପମାତ୍ରା ୩୮.୬
  • କଟକରେ ୩୭.୮ ଡିଗ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : March 16, 2025 at 9:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.