Rainfall Thunderstorms Lightning Hailstorm alert : ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆହୁରି ୭ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ବର୍ଷା ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝଟକା ପବନ ଘଣ୍ଟାପ୍ରତି 50ରୁ 60 କିମି ବେଗରେ ବହିବ । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଯାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ 3ଦିନ ମଧ୍ୟରେ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ପାଇବ । ସେହିପରି ଆଜି ଭୁବନେଶ୍ବରେ ପ୍ରବଳ ଜୋରରେ କୁଆପଥର ବର୍ଷା ହୋଇଛି ।
ଆଗାମୀ 24 ଘଣ୍ଟା ପାଇଁ ସତର୍କତା:
ଆଗାମୀ 24 ଘଣ୍ଟା ମଧ୍ୟରେ ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ଝଟକା ପବନ 50ରୁ 60 କିମି ବେଗରେ ବହିବା ସହ ବର୍ଷା ଓ ବିଜୁଳି ଘଡ଼ଘଡ଼ି ହେବ । ସେହିପରି କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ 30ରୁ 40 କିମି ବେଗରେ ପବନ ବହିବା ସହ ବର୍ଷା ହେବ । ଏସବି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରବିବାର ପାଇଁ ୱାର୍ଣ୍ଣିଂ:
ଆସନ୍ତାକାଲି କିଛି ଜିଲ୍ଲା ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବ । ଏହା ସାଙ୍ଗକୁ ଝଟକା ପବନ ଘଣ୍ଟାପ୍ରତି 30ରୁ 40 କିମି ବେଗରେ ବହିବ । ଏଥି ପାଇଁ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
Warning for the State. Day-1,Day-2 & Day-5: Thunderstorm with Lightning and Gusty Surface Wind warnings over the marked districts.Day-3 & Day-4 :Thunderstorm with Lightning, Gusty Surface Wind and Heavy Rainfall warnings over the marked districts. #Warning #THUNDER #Rain #Odisha pic.twitter.com/aZGonRfDKw
— Meteorological Centre, Bhubaneswar (@mcbbsr) April 12, 2025
ପଣା ସଂକ୍ରାନ୍ତିରେ ନିର୍ଧୁମ ବର୍ଷା:
14 ତାରିଖ ବେଳକୁ ପବନର ବେଗ ବଢ଼ିବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପବନର ଘଣ୍ଟାପ୍ରତି ବେଗ 50ରୁ 60 କିମି ରହିବ । ସେହିପରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟାପ୍ରତି 30ରୁ 40 କିମି ରହିବ । ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
Rainfall Forecast for the State. Day-1 to Day-7: Light to Moderate Rain/Thundershower very likely to occur over the marked districts. #Forecast #warning #Odisha pic.twitter.com/vGtt0bVkHb
— Meteorological Centre, Bhubaneswar (@mcbbsr) April 12, 2025
15 ତାରିଖ ପାଇଁ ଆଲର୍ଟ:
15 ତାରିଖ ବେଳକୁ ବର୍ଷା ଆହୁରି ବଢ଼ିବ । କେନ୍ଦୁଝର ଓ ମାୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ବେଗ ଘଣ୍ଟାପ୍ରତି 50ରୁ 60 କିମି ରହିବ । ସେହିପିର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ବର୍ଷା ବିଜୁଳି ଘଡ଼ଘଡ଼ି ସହ ପବନ 30ରୁ 40 କିମି ବେଗରେ ବହିବ । ଯାହାକୁ ନେଇ ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ମଧ୍ୟରେ ରଖାଯାଇଛି ।
ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା :
16 ତାରିଖରେ ମଧ୍ୟ ବର୍ଷା ଲାଗି ରହିବ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ପବନ 50ରୁ 60 କିମି ବେଗରେ ବହିବା ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହେବ । ସେହିପରି ଗଜପତି, ଗଞ୍ଜାମ, ନୟାଗଡ଼, ଖର୍ଦ୍ଧା, ପୁରୀ ଜିଲ୍ଲାରେ ପବନ 30ରୁ 40 କିମି ବେଗରେ ବହିବା ସହ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ ।
17 ତାରିଖରେ ବି ବର୍ଷା:
17 ତାରିଖ ବେଳକୁ ବିଜୁଳି ଘଡ଼ଘଡ଼ି ପାଇଁ ୱାର୍ଣ୍ଣିଂ ନଥିଲେ ମଧ୍ୟ ବର୍ଷା ଲାଗି ରହିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବ ।
18ରେ ବର୍ଷା:
18 ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର,ଢେଙ୍କାନାଳ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଦେବଗଡ଼ ଓ ଅନୁଗୋଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା, 50ରୁ 60 କିମି ବେଗରେ ବହିବ ପବନ ଲଘୁଚାପ ପ୍ରଭାବ: ଆଗାମୀ 24 ଘଣ୍ଟା ପାଇଁ ଓଡ଼ିଶାର 25 ଜିଲ୍ଲାକୁ ୱାର୍ଣ୍ଣିଂ, ଘଡଘଡି ସହ ବର୍ଷିବ |
ଗତ 24 ଘଣ୍ଟାରେ କିଭଳି ଥିଲା ପାଗ:
ଗତ 24 ଘଣ୍ଟାରେ କିଛି ସ୍ଥାନରେ ବର୍ଷା ହୋଇଥିବା ହୋଇଥିବା ବେଳେ ଗଜପତିର ର ଉଦୟଗିରି ସର୍ବାଧିକ ୨୨.୪ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୦.୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ଯାଜପୁରରେ 19.4 ଡିଗ୍ରୀ ରେକର୍ଡ କାରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର