THUNDERSTORM LIGHTNING ALERT ଭୁବନେଶ୍ବର: ବଙ୍ଗୋପସାଗରରୁ ବହୁଥିବା ଆର୍ଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ଫଳରେ ରାଜ୍ୟରେ ବର୍ଷା ହେଉଛି । କିଛି କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ଆଉ କିଛି ଯାଗାରେ ଗରମ ଓ ଗୁଳୁଗୁଳି ଅନୁଭବ ହେଉଛି । ଆଗାମୀ ୨ ଦିନ ଦିନରେ ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାପମାତ୍ରା । ମାତ୍ର ୧୧ ତାରିଖ ଯାଏଁ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।
ବିଜୁଳି ଘଡ଼ଘଡ଼ି ୱାର୍ଣ୍ଣିଂ:
ଆସନ୍ତାକାଲି ରାଜ୍ଯରେ ବିଶେଷ ବର୍ଷାରେ ନଥିବା ବେଳେ ପାଗ ଶୁଖିଲା ରହିବ । ୭ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାରେ କାଁଭାଁ ସ୍ଥାନରେ ଵର୍ଷା ସମ୍ଭାବନା ରହିଛି । ପରେ ୮ ଓ ୯ ତାରିଖରେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ଝଟକା ପବନ ସହ ବର୍ଷା ସମ୍ଭାବନା ଦେଇଛି ବିଭାଗ । ୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ମୟୂରଭଞ୍ଜ କେନ୍ଦୁଝର ଓ ସୁନ୍ଦରଗଡ଼ ଏହି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Maximum Temperature Forecast #Odisha #weather #OdishaWeather #weatherforecast #temperature pic.twitter.com/GLkX9ew0oe
— Meteorological Centre, Bhubaneswar (@mcbbsr) April 5, 2025
୧୦ ଓ ୧୧ ତାରିଖରେ ଏସବୁ ଜିଲ୍ଲାରେ ବର୍ଷା:
ସେହିପରି ୧୦ ତାରିଖରେ ୱାର୍ଣ୍ଣିଂ ନଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାରେ ବର୍ଷା ରହିବ । ଜିଲ୍ଲା ଗୁଡିକ ହେଉଛି, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ । ୧୧ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ... ଆଗାମୀ ୨ ଦିନ ପାଇଁ ବିଜୁଳି ଘଡ଼ଘଡ଼ି ସତର୍କତା, ୧୦ ଯାଏଁ ଏସବୁ ଜିଲ୍ଲାରେ ବର୍ଷା କାଳବୈଶାଖୀ ପ୍ରଭାବ: 3 ଦିନ ଘଡଘଡି ସହ ବର୍ଷା, 21 ଜିଲ୍ଲାକୁ ୟେଲୋ ଆଲର୍ଟ |
ଗତ ୨୪ ଘଣ୍ଟାର ରିପୋର୍ଟ:
ଗତ ୨୪ ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ୩୮.୬ ଡିଗ୍ରୀ ଓ ଭଦ୍ରକରେ ସର୍ବନିମ୍ନ ୨୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜ୍ୟରେ କାଁଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବା ବେଳେ କୋରାପୁଟ ପଟାଙ୍ଗୀରେ ସର୍ବାଧିକ ୩୨.୧ ମିମି ବର୍ଷା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର