ETV Bharat / state

ରିମୋର୍ଟ ଲକ୍ କରି ରହୁଥିଲେ ସରକାରୀ ବାବୁ, ଘରେ ପହଞ୍ଚିଗଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ IDCOର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟ ସିଂ । ଏକକାଳୀନ ୬ଟି ସ୍ଥାନରେ ରେଡ, ମିଳିଲା ପୁଳା ପୁଳା ଟଙ୍କା ସହ ଆଲିସାନ ବଙ୍ଗଳା ।

IDCO MANAGER UNDER VIGILANCE NET
IDCO MANAGER UNDER VIGILANCE NET (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 10:53 PM IST

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ IDCOର ଜୁନିୟର ମ୍ୟାନେଜର ଘରେ ରେଡ କରିଛି ଭିଜିଲାନ୍ସ । ସରକାରୀ ବାବୁ ବିଜୟ କୁମାର ଉଦୟ ସିଂ ଘରେ ରେଡ ବେଳେ ଘରେ ପଶିବା ପୂର୍ବରୁ ଭିଜିଲାନ୍ସ ଟିମକୁ ହେବାକୁ ପଡ଼ିଛି ନାକେଦମ୍ । କାରଣ ଏମିତି ସେମିତି ନୁହେଁ ରିମୋର୍ଟ ମନିଟରିଂ ଲକ୍ ସିଷ୍ଟମ୍ ଘରେ ରହୁଥିଲେ ବାବୁ ବିଜୟ । ଘରେ ଲୁଚାଇଥିବା ଗହଣା ଟଙ୍କା ମଧ୍ୟ ଇଣ୍ଟିଗ୍ରେଟେଡ ଲକରରୁ ଠାବ କରିଛି ଭିଜିଲାନ୍ସ ।

ରିମୋର୍ଟରେ ଖୋଲୁଥିଲା ମୁଖ୍ୟ ଫାଟକ :

IDCO MANAGER UNDER VIGILANCE NET (ETV Bharat Odisha)

ଭୁବନେଶ୍ୱର IDCO ଟାଓ୍ବାରେ ଚାକିରି କରୁଥିବା ଏହି ବାବୁଙ୍କ ୬ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ୯ ଜଣ ଡ଼ିଏସପି, ୯ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ଜରିଆରେ ରେଡ କରିଥିଲେ‌ ଭିଜିଲାନ୍ସ । ତେବେ ଭୁବନେଶ୍ୱର ସମେତ ପୁରୀ ଓ ଖୋର୍ଦ୍ଧାରେ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଶ୍ଚର୍ଯ୍ୟ ହୋଇଛି । ଚଢ଼ାଉ ବେଳେ ଘରର ଲକ୍ ସିଷ୍ଟମ୍ ଯାହାକୁ ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଫିସର । କାରଣ ହାଇ ସିକୁରିଟ ଲକ୍ ଭିତରେ ରହୁଥିଲେ ସରକାରୀ ବାବୁ ଜଣଙ୍କ । ରିମୋର୍ଟରେ ଖୋଲୁଥିଲା ଘରର ମୁଖ୍ୟ ଫାଟକ ଏବଂ ଭିତର ଗେଟ୍ । ଯାଞ୍ଚ ବେଳେ ମିଳିଛି ଭୁବନେଶ୍ୱରରେ 3.22 କୋଟି ଟଙ୍କାର ଚାରି ମହଲା ଘର । ଘର ଭିତରକୁ ପ୍ରବେଶ କରିବା ଗେଟଠୁ ଆରମ୍ଭ କରି ଘରର କବାଟ ସେନସର ଜୋନରେ ରହିଥିବା ଦେଖିବାକୁ ମିଳିଛି ।

IDCO MANAGER UNDER VIGILANCE NET
IDCO MANAGER UNDER VIGILANCE NET (ETV Bharat Odisha)

ଅମାପ ସମ୍ପତ୍ତି ଠାବ :

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆର୍ଯ୍ୟ ବିହାରରେ ଏକ ଆଲିସାନ ଘର ରହିଛି । ଯାହାର ଦାମ ୩କୋଟି ୨୨ ଲକ୍ଷ ଟଙ୍କା । ଏହାସହ ଗୋଟିଏ ବଡ ଫ୍ଲାଟ ସାଙ୍ଗକୁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ 3ଟି ଉଚ୍ଚ ଦରର ପ୍ଲଟ ମଧ୍ୟ ଠାବ ହୋଇଛି । ଏଥିସହ 33 ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମଧ୍ୟ ଠାବ କରିଛି ଭିଜିଲାନ୍ସ । ଘରୁ କେବଳ ନଗଦ ଜବତ ହୋଇଛି 4.5 ଲକ୍ଷ ଟଙ୍କା । ଏଥିସହ ଗାଡି ଓ ଗହଣା ସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ମଧ୍ୟ ଜବତ ହୋଇଛି । ଘର ଭିତରେ ମିନେରାଲ ପାଣି ପିଇବା ପାଇଁ ବ୍ୟବସ୍ଥା କରିଥିଲେ ।ଏନେଇ ଲଗାଇ ଥିଲେ‌ ଦାମି ମେସିନ ।

ଏହା ମଧ୍ୟ ପଢନ୍ତୁ ...ଭିଜିଲାନ୍ସ ଜାଲରେ କେନ୍ଦୁଝର ବୈତରଣୀ ବେସିନ ମୁଖ୍ୟଯନ୍ତ୍ରୀ, ୧୦ରୁ ଅଧିକ ସ୍ଥାନରେ ରେଡ୍

ଏହା ମଧ୍ୟ ପଢନ୍ତୁ ... ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

ଏହା ମଧ୍ୟ ପଢନ୍ତୁ ...ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested

ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ:

ରେଡ ବେଳେ ଆର୍ଯ୍ୟବିହାର ୫୦୪ ନମ୍ବର ପ୍ଳଟରେ ଥିବା ଘର ସମେତ ପୁରୀ ବାଲୁଖଣ୍ଡ ୪୩୦ ବି ବ୍ଲକର ଚତୁର୍ଥ ମହଲାରେ ଥିବା ଫ୍ଲାଟ୍, ଜଙ୍କିଆ ମୁଣ୍ଡମ୍ବାରେ ଥିବା ପୈତୃକ ଘରେ ମଧ୍ୟ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ । ଜଙ୍କିଆ ଠାରେ ଥିବା କ୍ରସର ଭୁବନେଶ୍ଵରର ଇଡକୋ କାର୍ଯ୍ୟାଳୟ ଏବଂ ସାମନ୍ତରାପୁର ଠାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରି ଅନେକ ସମ୍ପତ୍ତିର ସୁରାକ ଲାଗିଛି ଭିଜିଲାନ୍ସ ହାତରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.