ETV Bharat / state

ଚାଲିଥିଲା ବେଆଇନ ବିସ୍ଫୋରକ ଚାଲାଣ, ୬ କ୍ବିଣ୍ଟାଲ ବିସ୍ଫୋରକ ଜବତ - EXPLOSIVE MATERIAL SEIZED

ପୁଣି ବେଆଇନ୍ ବିସ୍ପୋରକ ସାମଗ୍ରୀ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ସାଢ଼େ ୬ କ୍ବିଣ୍ଟାଲ ବିସ୍ଫୋରକ ସହ ୧୧୫ଟି ଡିଟୋନେଟର ଜବତ ।

explosive material seized
explosive material seized (ETV Bharat Odisha)
author img

By ETV Bharat Odisha Team

Published : June 5, 2025 at 6:13 PM IST

Updated : June 5, 2025 at 6:36 PM IST

1 Min Read

ଭବାନୀପାଟଣା: ବେଆଇନ୍ ବିସ୍ପୋରକ ସାମଗ୍ରୀ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, 4 ଜଣ ଗିରଫ । କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶରେ ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ କ୍ରସରରୁ ସାଢ଼େ ୬ କ୍ବିଣ୍ଟାଲ ବିସ୍ଫୋରକ ସହ ୧୧୫ଟି ଡିଟୋନେଟର ଜବତ କରିଛି ପୋଲିସ । ଗୋଟିଏ ଟ୍ରକ ଆଉ ଗୋଟିଏ ପିକଅପ ଭ୍ୟାନରେ ଲାଖବାହାଳି କ୍ରସରକୁ ବେଆଇନ ଭାବେ ଏହି ବିସ୍ଫୋରକ ସାମଗ୍ରୀ ଚାଲାଣ ହେଉଥିଲା ।

explosive seized in kalahandi
explosive seized in kalahandi (ETV Bharat Odisha)

ସାଢ଼େ ୬ କ୍ବିଣ୍ଟାଲ ବିସ୍ଫୋରକ ସାମଗ୍ରୀ ଜବତ:

ଏନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି । ଉକ୍ତ ବିସ୍ଫୋରକ ସାମଗ୍ରୀ ଏକ କମ୍ପାନୀର ଦୁଇ ଜଣ ବ୍ୟକ୍ତି କଣ୍ଟାବାଞ୍ଜିରୁ ଲାଖବାହାଳି କ୍ରସରକୁ ଚାଲାଣ କରୁଥିଲେ । ତେବେ ସେ କିପରି ଏତେ ପରିମାଣରେ ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠାକୁ ଯାଉଥିଲା ? ତାହାର ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏତେ ପରିମାଣର ବିସ୍ପୋରକ ଗଚ୍ଛିତ ରଖିବା ପାଇଁ କ୍ରସର ମାଲିକଙ୍କ ପାଖରେ ଲାଇସେନ୍ସ ନଥିବା ବେଳେ କେମିତି ଏତେ ପରିମାଣର ବିସ୍ଫୋରକ ଗଚ୍ଛିତ ରଖିଥିଲେ , ସେନେଇ ତଦନ୍ତ ଚାଲିଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କଳାହାଣ୍ଡି ପୋଲିସ ସୂଚନା ଦେଇଛନ୍ତି ।

ଏପରି କହିଲେ ଜୟପାଟଣା ଥାନା ଅଧିକାରୀ :

ଏନେଇ ଜୟପାଟଣା ଥାନା ଅଧିକାରୀ ମମତା ହେମ୍ବ୍ରମ କହିଛନ୍ତି,"ଆମ ଥାନା ଅଞ୍ଚଳରେ ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ରାତିରେ ଖଣି ବିଭାଗ ଓ ପୋଲିସର ମିଳିତ ଚଢାଉ ବେଳେ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଥିଲା । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ୬ ହଜାର ୫୦୦ ଶହ କେଜି ବିସ୍ଫୋରକ ଅଛି, ଯାହା ଲକ୍ଷାଧିକ ଟଙ୍କାର ହେବ । " ସେପଟେ ଏହା ପୂର୍ବରୁ ଗତ 27ରେ ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ମାଓବାଦୀ ମାନେ ବିଫୁଳ ବିସ୍ଫୋରକ ସାମଗ୍ରୀ ଲୁଟ କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

illegal explosives business
illegal explosives business (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ମିଳିଲା ଲୁଟ୍ ବିସ୍ଫୋରକ, ଝାଡଖଣ୍ଡ ସରଣ୍ଡା ଜଙ୍ଗଲରୁ 3 ଟନ୍ ବିସ୍ଫୋରକ ଜବତ - LOOTED EXPLOSIVES RECOVERED

ଏହା ମଧ୍ୟ ପଢନ୍ତୁ...ମିଳିଲା ୨.୫ ଟନରୁ ଊର୍ଦ୍ଧ୍ବ ବିସ୍ଫୋରକ, ପଥର ସନ୍ଧିରେ ଲୁଚାଇଥିଲେ ମାଓବାଦୀ - EXPLOSIVES RECOVERED

ଏହା ମଧ୍ୟ ପଢନ୍ତୁ...ବିସ୍ଫୋରକ ଲୁଟ ପରେ ଡିଜିଙ୍କ ଚେତାବନୀ; ଯାଞ୍ଚ ହେବ ବେଆଇନ ବିସ୍ଫୋରକ କାରବାର, ସ୍କାନରରେ ମାଗାଜିନ୍ ସେଣ୍ଟର - ODISHA DGP YB KHURANIA STATEMENT

ଇଟିଭି ଭାରତ, କଳାହାଣ୍ଡି

Last Updated : June 5, 2025 at 6:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.