ମେଷ: ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ । ଆପଣଙ୍କ ଶକ୍ତି ସ୍ତର ଉଚ୍ଚ ରହିବ କିନ୍ତୁ କାମ ପ୍ରତି ପ୍ରତିବଦ୍ଧତା କମ ରହିବ । ସେଥିପାଇଁ ଆପଣଙ୍କ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଚିଡିବେ । ତଥାପି ଦିନଟି ଆପଣଙ୍କ ଫୁଲ ଓ ପ୍ରେମ ପତ୍ରରେ ପରିପୂର୍ଣ୍ଣ ରହିବ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ ।

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ । କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟା ଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆପଣଙ୍କ ହସରେ ଆଜି ବାହାରିବ ଯେତେବେଳେ ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ । ପରିବାର ମଧ୍ୟରେ ଖୁସି ରହବି ।

ମିଥୁନ: ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟ ସୂଚାର ରୁପେ ସମ୍ପାଦନ କରିପାରିବେ । ଆପଣଙ୍କର କାର୍ଯ୍ୟକଳାପ ସନ୍ତୋଷ ଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିବେ । ପଡୋଶୀ ଓ ବନ୍ଧୁମାନଙ୍କର ସହ ମତାନ୍ତର ଦୂର ହୋଇଯାଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ । ନିଜର ସ୍ୱାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ ।

କର୍କଟ: ଆଜି ନିଜକୁ ସତର୍କ ରଖନ୍ତୁ । ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲ ନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ସର୍ବୋତ୍ତମ ଫଳ ହାସଲ କରିବାକୁ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବା ବାଞ୍ଛନୀୟ ।

ସିଂହ: ଆତ୍ମବିଶ୍ୱାସ ଏବଂ ସ୍ୱଚ୍ଛ ମନ ନେଇ ଆପଣ ଯେ କୌଣସି ଯୋଜନାର ସଫଳ ରୂପାୟନ କରିପାରିବେ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ । ନିଜର କ୍ରୋଧିତ ମନୋବୃତ୍ତି ପରିହାର କରିପାରିଲେ ସଫଳତା ସହଜରେ ପାଇପାରିବେ । ଆପଣ ନିଜେ ଶାରିରୀକ ଅସୁସ୍ଥତା ଭୋଗ କରିପାରନ୍ତି । ତେଣୁ ଶରୀରର ଯତ୍ନ ନେବା ବିଧେୟ ଅଟେ ।

କନ୍ୟା: ନିଜ ଉପରେ ଏତେ ଚାପ ପଡିବ ଯେ ଆପଣ ଶାନ୍ତି ପାଇବେ ନାହିଁ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତି ଠାରୁ ଦୂରେଇ ନ ରହିଲେ ଏହା ଆପଣଙ୍କର ଶରୀର ଉପରେ କୁପ୍ରଭାବ ପକାଇପାରେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନକଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରି ପାଇପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

ତୁଳା: ସମସ୍ତ ଦିଗରୁ ଆମଦାନୀ ଆପଣଙ୍କ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂର ଯାତ୍ରା ପାଇଁ ଯନ୍ତ୍ରଣା ହୋଇପାରେ । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନ ବାଞ୍ଛା ପୂର୍ଣ୍ଣ ହେବ । ସୁଖାଦ୍ୟ ପ୍ରାପ୍ତି ହୋଇପାରେ । ସାମାନ୍ୟ ଅନ୍ୟମନସ୍କ ହୋଇପାରନ୍ତି । ଆକଷ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି ।

ବିଛା: ଆପଣଙ୍କ କାର୍ଯ୍ୟାଳୟର ପରିବେଶ ଆପଣଙ୍କୁ ସହଜ ଓ ଲାଭଦାୟକ ହେବ । ସହକର୍ମୀମାନେ ଖୁସି ହେବେ । ସହଜରେ କାର୍ଯ୍ୟ ସାଧନ କରିବେ । ସାମାଜିକ ପ୍ରତିଷ୍ଠା ମିଳିବ । ପଦୋନ୍ନତି ହେବ । ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯାଇପାରନ୍ତି ।

ଧନୁ: ଆପଣଙ୍କ ଶାରୀରିକ ଅସୁସ୍ଥତା ଆଜି ଚିନ୍ତାର କାରଣ ହୋଇପାରେ । ଆପଣଙ୍କ ଶାରୀରିକ ମାନ୍ଦାପଣ ଏବଂ ଅକ୍ଷମତା ମାନସିକ ଅଶାନ୍ତିର କାରଣ ହୋଇପାରେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବିଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।

ମକର: ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଃଚିନ୍ତାକୁ ଦୂର କରନ୍ତୁ । କାର୍ଯ୍ୟାଳୟର ବାତାବରଣ ସହାୟ ହେବ । ବ୍ୟବସାୟୀ ସାଙ୍ଗମାନଙ୍କ ସହ ମତ ପାର୍ଥକ୍ୟ ହେବ । ସରକାରୀ କାମ ନିଜର ସୁଦକ୍ଷତା ଓ କୌସଳତା ଶୈଳୀରେ ସମାପନ କରିବେ ।

କୁମ୍ଭ: ସମସ୍ତ କାର୍ଯ୍ୟ ସାହାସ ତଥା ସୁଚିନ୍ତା ମୂଳକ ଭାବରେ ସମାପନ ହେବ । ବୁଲାବୁଲି କରିବାକୁ ଯିବାର ସମ୍ଭାବନା ଅଛି । କୌଣସି କାରଣରୁ ଆପଣଙ୍କ ଅନ୍ତରର ଇଚ୍ଛା ବଢିବ ଏବଂ ନିଜକୁ ନୂତନ ବସ୍ତ୍ର ଦ୍ୱାରା ସୁସଜ୍ଜିତ କରିବେ । ଆପଣଙ୍କ ଜୀବନସାଥି ଆପଣଙ୍କୁ ଉନ୍ନତି ଆଣିବାରେ ସହାୟ ହେବେ । ଲାଗି ରହିଥିବା ସମସ୍ୟା ଦୂର ହେବ ।

ମୀନ: ଆଜି ଦିନଟି ଫଳପ୍ରଦ ଅଟେ । ଶାରୀରିକ ଅବସ୍ଥା ଭଲ ରହିବ । ପରିବାରରେ ସୁଖ ଶାନ୍ତି ମିଳିବ । ଶତ୍ରୁ ଠାରୁ ଜୟ ହେବେ । ଦୁଃଚିନ୍ତାରୁ ନିବୃତ ରୁହନ୍ତୁ । ସାଙ୍ଗ ସାଥିମାନେ ସହାୟ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ସବୁ ସମସ୍ୟାର ସମାଧାନର ବାଟ ଆପଣଙ୍କ ପାଖରେ ରହିବ । ବ୍ୟବସାୟରେ ଲାଭବାନ ହେବେ ।
