ETV Bharat / state

କିଟ୍‌କୁ ଆଶ୍ବସ୍ତି, ଜାତୀୟ ମାନବଧିକାର କମିଶନଙ୍କ ନିର୍ଦ୍ଦେଶରେ ହାଇକୋର୍ଟଙ୍କ ରହିତାଦେଶ - KIIT STUDENT DEATH CASE

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଜୀବନ ହାରିବା ଘଟଣାରେ ଜାତୀୟ ମାନବଧିକାର କମିସନଙ୍କ ପକ୍ଷରୁ କରାଯାଇଥିବା ପ୍ରୋସିଡିଂ ଉପରେ ଓଡିଶା ହାଇକୋର୍ଟ ରହିତାଦେଶ ।

ଓଡିଶା ହାଇକୋର୍ଟ
ଓଡିଶା ହାଇକୋର୍ଟ (ETV Bharat)
author img

By ETV Bharat Odisha Team

Published : April 8, 2025 at 2:25 PM IST

2 Min Read

High Court order on KIIT student death case କଟକ: କିଟ୍‌ରେ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ ହାରିବା ଘଟଣାରେ ଜାତୀୟ ମାନବଧିକାର କମିସନଙ୍କ ପକ୍ଷରୁ କରାଯାଇଥିବା ପ୍ରୋସିଡିଂ ଉପରେ ଓଡିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ଏଚ୍ଆର୍‌ସିଙ୍କ ଆଦେଶ ଅଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି କୋର୍ଟ। କିଟ୍ ବିଶ୍ୱବିଦ୍ୟାଳୟ କୂଳସଚିବଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି ଜଷ୍ଟିସ୍ ଏସ୍.କେ.ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେହିପରି ଏହି ଘଟଣାରେ ରାଜ୍ୟ ସରକାର, ଏନ୍‌ଏଚ୍ଆର୍‌ସି ଏବଂ ଅନ୍ୟାନ୍ୟ ପକ୍ଷଙ୍କୁ କୋର୍ଟ ଜବାବ ତଲବ କରିଛନ୍ତି।

କିଟ୍‌ରେ ପଢୁଥିବା ନେପାଳର ଜଣେ ଛାତ୍ରୀ ଜୀବନ ହାରିଥିଲେ । ଏହି ଘଟଣାକୁ ନେଇ ଜାତୀୟ ମାନବଧିକାର କମିସନ ଗତ ମାର୍ଚ୍ଚ ୩ ତାରିଖରେ କଗନିଜାନ୍ସ ଗ୍ରହଣ କରିଥିଲେ। NHRC ପକ୍ଷରୁ ଏକ୍ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ଯ ଗଠନ କରାଯାଇଥିଲା। ଏହି କ୍ରମରେ ଏନ୍‌ଏଚ୍ଆର୍‌ସି ଟିମ୍ ଘଟଣାର ତଦନ୍ତ କରିବା ସହ ଗତ ମାର୍ଚ୍ଚ ୨୭ରେ ଆଦେଶ ମଧ୍ୟ ଦେଇଥିଲେ। କିସ୍ ବିରୋଧରେ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ଆଦେଶକୁ ଚାଲେଞ୍ଜ କରି କିଟ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ତେବେ ହାଇକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

କିଟ୍‌କୁ ଆଶ୍ବସ୍ତି
କିଟ୍‌କୁ ଆଶ୍ବସ୍ତି (ETV Bharat)

ରାଜ୍ୟ ସରକାରଙ୍କ ନିକଟରେ ପ୍ରତିଷ୍ଠାତା ସମେତ ଅନେକ ଅଧିକାରୀ ହାଜର ହୋଇଥିଲେ

ଗତ ଫେବୃଆରୀ ୨୧ ତାରିଖରେ ଦୀର୍ଘ ଅଢେଇ ଘଣ୍ଟା ଧରି ଜେରାର ସମ୍ମୁଖୀନ ହୋଇଥିଲେ ଘରୋଇ ବିଶ୍ବ ବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଏହାସହ ୮ ଜଣ ଅଧିକାରୀଙ୍କୁ ମଧ୍ୟ ଜେରା କରାଯାଇଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଖୋଳତାଡ଼ ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଥିଲେ ଘରୋଇ ବିଶ୍ବବିଦ୍ୟାଳୟର ଅଧିକାରୀ । ଏହା ସହ ଉଚ୍ଚସ୍ତରୀୟ କମିଟି ଆଗରେ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟ୍ରାର ମଧ୍ୟ ହାଜର ହୋଇଥିଲେ।

ଜୀବନ ହାରିଥିଲେ ନେପାଳ ଛାତ୍ରୀ KIIT Student death case

ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବିଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲମସାଲଙ୍କ ମୃତଦେହ ମିଳିଥିଲା । ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ମଧ୍ୟ କରିଥିଲା । ଏନେଇ କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହା ସହ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକ ଏବଂ ଭୁବନେଶ୍ବର ରେଳ ଷ୍ଟେସନରେ ଛଡା ଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା । ତେବେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା, ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ NHRCର ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, ପକ୍ଷ ରଖିଲେ ୬ ଅଧିକାରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.