ETV Bharat / state

ଆସିଲା ଯଥେଷ୍ଟ ପରିମାଣର କୋଭିଡ୍ ଟେଷ୍ଟିଂ କିଟ୍, ଭୟଭୀତ ନହେବା ପାଇଁ ପରାମର୍ଶ - HEALTH DIRECTOR ON COVID

ଓଡ଼ିଶାରେ କୋଭିଡକୁ ନେଇ ଆସିଲା ବଡ଼ ଅପଡ଼େଟ୍ । କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

HEALTH DIRECTOR ON COVID
HEALTH DIRECTOR ON COVID (ETV Bharat Odisha)
author img

By ETV Bharat Odisha Team

Published : May 29, 2025 at 9:03 PM IST

2 Min Read

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି କୋଭିଡ୍ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆସିଲା ବଡ଼ ଅପଡ଼େଟ୍ । କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି । ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । RTPCR ମେସିନ୍ ପ୍ରସ୍ତୁତ,ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେପଟେ ଭୟଭୀତ ନ ହେବା ପାଇଁ ଅପିଲ କଲେ ସ୍ବାସ୍ଥ୍ୟମନ୍ତ୍ରୀ ।

"ଅଧିକ ସଂଖ୍ଯାରେ ଆସିଲା ଟେଷ୍ଟିଙ୍ଗ କିଟ":

"ରାଜ୍ୟରେ କୋଭିଡ ସଂକ୍ରମଣ ଆସ୍ତେ ଆସ୍ତେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିବା ଆରମ୍ଭ କରିଛି । ବିଶେଷ ଭାବରେ RTPCR ମେସିନ ପ୍ରସ୍ତୁତ ରଖାଯାଇଛି । ବିଭିନ୍ନ ହସପିଟାଲ ରେ ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ ଅଛି। ଯଥେଷ୍ଟ ଟେଷ୍ଟିଂ କିଟ ମଗାଯାଇଥିଲା, ସବୁ ଆସି ସାରିଛି । ପର୍ଯ୍ୟାପ୍ତ RTPCR କିଟ ଅଛି । ଆବଶ୍ୟକ ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ "ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

HEALTH DIRECTOR ON COVID (ETV Bharat Odisha)

"ଭୟଭୀତ ନହେବ ପାଇଁ ପରାମର୍ଶ":

କୋଭିଡ୍‌ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅପିଲ । ସେ କହିଛନ୍ତି, "କୋଭିଡ୍‌ ପାଇଁ ଭୟଭୀତ ହୁଅନ୍ତୁ ନାହିଁ ।ସରକାରଙ୍କ ନଜରରେ ଅଛି, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ।"

"ବଡ଼ ସଂକ୍ରମଣ ହେଲେ କରାଯିବ ଜିନମ ସିକ୍ୱେନସିଂ":

ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି , "ରାଜ୍ୟରେ କୋଭିଡ ମାମଲା ବଢିନି । ସେହି ୫ ମାମଲା ରିପୋର୍ଟ ହୋଇଛି । ନୂଆ କେସ୍ ଆସିନି । ସତର୍କ ଓ ସଜାଗ ରହିବା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । ଯାହା ମାମଲା ଅଛି, ତାହା ଗମ୍ଭୀର ନୁହେଁ, ଲକ୍ଷଣ କମ ଅଛି। ସେମାନଙ୍କ ଭିତରୁ ଦୁଇ ତିନି ଜଣଙ୍କ ରାଜ୍ୟ ବାହାର ଟ୍ରାଭେଲ ହିଷ୍ଟ୍ରି ଅଛି। ବାକି ବାହାରକୁ ଯାଇ ନାହାନ୍ତି । ବଡ଼ ସଂକ୍ରମଣ ବା ରୋଗ ହେଲେ ଯାଇ ଜିନମ ସିକ୍ୱେନସିଂ କରାଯିବ ।"

"କାହିଁକି ଭୁବନେଶ୍ବରରେ ଅଧିକ ଚିହ୍ନଟ ହେଉଛନ୍ତି କୋଭିଡ ରୋଗୀ":

ଭୁବନେଶ୍ବରରେ ଅଧିକ ମାମଲା ଦେଖାଯିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ,"ଖୋର୍ଦ୍ଧାରେ ଟେଷ୍ଟିଂ ସୁବିଧା ଅଛି । ଭଲ ଭଲ ଘରୋଇ ହସ୍ପିଟାଲ ଅଧିକ ଅଛି । ଖୋର୍ଦ୍ଧାର ସ୍ୱାସ୍ଥ୍ୟ ସେବା ଉପରେ ଲୋକଙ୍କ ଭରସା ଅଛି । ଏଥିରେ ଭୁବନେଶ୍ୱର ବି ରହିଛି । ଯାହା ଫଳରେ କି ଲୋକମାନେ ଅନେକ ସମୟରେ ଟେଷ୍ଟ କରିବା ପାଇଁ ଆସିଥାନ୍ତି ।"

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା; ଆଜି 4 କୋଭିଡ୍‌ ପଜିଟିଭ୍‌ ଚିହ୍ନଟ - ODISHA COVID 19 CASE

ଏହା ମଧ୍ୟ ପଢନ୍ତୁ...'କୋଭିଡକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ, ସତର୍କତା ପାଇଁ ଏମାନେ ପିନ୍ଧନ୍ତୁ ମାସ୍କ' - ODISHA CORONA VIRUS HEALTH UPDATE

ରାଜ୍ୟରେ 5 କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ:

ରାଜ୍ୟରେ ବର୍ତ୍ତମାନ ସୁଧା 5 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ଜଣ ଭୁବନେଶ୍ବରରୁ ରହିଥିବା ବେଳେ ଜଣେ ମାତ୍ର ଖୋର୍ଦ୍ଧାରୁ ଟିହ୍ନଟ ହୋଇଛନ୍ତି । 4 ଜଣ ପୁରୁଷ ଓ ଜଣେ ମହିଳା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ 22 ତାରିଖରେ ଆସିଥିଲା ଭୁବନେଶ୍ବରରୁ ପ୍ରଥମ ପଜିଟିଭ୍ କେସ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.