Ayushman Bharat hospital onboarding SOP ଭୁବନେଶ୍ବର: ଆଜି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ହେବ ଶୁଭାରମ୍ଭ । ଏନେଇ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏହା ଆୟୁଷ୍ମାନ ଭାରତ ପିଏମ୍ଜେଏୱାଇ -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା ପାଇଁ ସବୁ ଅନୁବନ୍ଧିତ ହସ୍ପିଟାଲ ପାଇଁ ଏହା କାର୍ଯ୍ୟ କରିବ। ଏହି ନୂଆ ୨ ଆଇଟି ପ୍ଲାଟଫର୍ମରେ କିଛିଟା ସମସ୍ୟା ଉପୁଜିପାରେ। ତେବେ ଏହାକୁ ବାହାନା କରି କୌଣସି ହିତାଧିକାରୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଇଛି। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସଓପି ଜାରି ହୋଇଛି। ଏହାକୁ ଆଧାର କରି ଅନୁବନ୍ଧିତ ହସ୍ପିଟାଲ ଗୁଡ଼ିକ ଚିକିତ୍ସା ପ୍ରଦାନ କରିବେ। ଏହା ସହିତ ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିଙ୍କୁ ଅନଲାଇନ ଦାବି ସମ୍ପର୍କିତ କାଗଜପତ୍ର ପ୍ରଦାନ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।

ନୂତନ ଆଇଟି ପ୍ଲାଟଫର୍ମ ବ୍ୟବହାର ନିମନ୍ତେ ଡାକ୍ତରଖାନାଙ୍କ ପାଇଁ ମାର୍ଗଦର୍ଶିକା Ayushman Bharat IT platform update
ନୂତନ ପିଏମଜେଏୱାଇ ପୋର୍ଟାଲକୁ ପ୍ରବେଶ କରିବା ସମୟରେ ଯଦି କୌଣସି ବୈଷୟିକ ଅସୁବିଧାର ସମ୍ମୁଖୀନ ହେଲେ ଡାକ୍ତରଖାନାଗୁଡ଼ିକ ନିମ୍ନରେ ଉଲ୍ଲେଖତ ପଦ୍ଧତିକୁ ଅନୁସରଣ କରିପାରିବେ।
1. ହିତାକାରୀଙ୍କ ଯୋଗ୍ୟତା ଯାଞ୍ଚ କରିବା ନିମନ୍ତେ ଏହି ଲିଙ୍କକୁ https://giayportal.odisha.gov.in. ଖୋଲନ୍ତୁ ।
2. "PMJAY Beneficiary" ବିକଳ୍ପ ବାଛନ୍ତୁ ।
3. ନିମ୍ନରେ ଥିବା ଯେକୌଣସି ବିକଳ୍ପ ମାଧ୍ଯମରେ ସନ୍ଧାନ କରନ୍ତୁ ।
A. ପିଏମଜେଏୱାଇ-ଜିଜେଏୱାଇ / ନୂତନ ସ୍ବାସ୍ଥ୍ୟ କାର୍ଡ ଆଇଡି ।
B. ଆଧାର ନମ୍ବର ।
C. ରାସନ କାର୍ଡ ନମ୍ବର ।
D. ପୁରୁଣା ସ୍ବାସ୍ଥ୍ୟ କାର୍ଡ ନମ୍ୱର ।
4. ପୁରୁଣା ପୋର୍ଟାଲରେ ହିତାଧିକାରୀ ଯୋଗ୍ୟ ପ୍ରମାଣିତ ହେବା ପରେ ହସ୍ପିଟାଲ ପକ୍ଷରୁ ଚିକିତ୍ସା ଆରମ୍ଭ କରାଯାଇପାରିବ।
5. ନୂତନ ପୋର୍ଟାଲ (ପିଏମଜେଏୱାଇ ପୋର୍ଟାଲ) ରେ ବୈଷୟିକ ସମସ୍ୟାର ସମାଧାନ ହେବା ପରେ, ହସ୍ପିଟାଲ ନୂଆ ବ୍ୟବସ୍ଥାରେ ପଞ୍ଜୀକରଣ କରିପାରିବେ।
6. ଉପରୋକ୍ତ ପଦ୍ଧତି ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ହିତାଧିକାରୀଙ୍କ ବିଷୟରେ ରାଜ୍ୟ ସ୍ବାସ୍ଥ୍ୟ ଭରଷା ସମିତିଙ୍କୁ (S.H.A.S.) କେବଳ ଇ-ମେଲ୍ ମାଧ୍ୟମରେ ଅବଗତ କରାଯିବ (shas@odisha.gov.in) ।
7. ଯଦି କୌଣସି ସମସ୍ୟା ହୁଏ, ତେବେ ପ୍ରାଥମିକତା ଭିଭିରେ ନିମ୍ନ ପ୍ରଦତ୍ତ ଅଧିକାରୀଙ୍କ ସହଯୋଗ ନେଇପାରିବେ ।
A. ସମ୍ପୃକ୍ତ ଜିଲ୍ଲା ସଂଯୋଜକ, ଏସ୍.ଏଚ୍.ଏ.ଏସ୍.
B. ସମ୍ପୃକ୍ତ ନୋଡାଲ ଡାକ୍ତର
C. ରାଜ୍ୟ ବୈଷୟିକ ସହାୟତା ନମ୍ବର ୧୫୫୩୬୯
D. ଏସ୍.ଏଚ୍.ଏ.ଏସ୍. ନିୟନ୍ତ୍ରଣ କକ୍ଷ ନମ୍ବର ୦୬୭୪- ୨୬୨୦୫୦୦
8. କୌଣସି ବୈଷୟିକ ସମସ୍ୟା କାରଣରୁ ବର୍ତ୍ତମାନର ହିତାକାରୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ।
- ଆଜିଠୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ Ayushman Bharat latest news 2025
ଆଜି ଠୁ ରାଜ୍ୟରେ ଲାଗୁ ହେବାକୁ ଯାଉଛି କେନ୍ଦ୍ର ସରରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନା । ଏଥି ପାଇଁ କଟକର ବାଲିଯାତ୍ରା ପଡିଆରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଓଡ଼ିଶା ଗସ୍ତରେ ଆସି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ।
- ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ
ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ରହିଥିଲା । ଏବେ ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ଯାହା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି କାର୍ଡ କାମ କରିବ" ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ପାଇଁ କିପରି ପଞ୍ଜିକରଣ କରିବେ ?
ଓଡ଼ିଶା ଭିତରେ ରହୁଥିବା ହିତାଧିକାରୀଙ୍କ ପାଇଁ ବିଶେଷ ଭାବରେ ପଞ୍ଜିକରଣ କରାଯାଇଛି।
ପଦ୍ଧତି-୧
ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) କର୍ମଚାରୀ କିମ୍ବା ଆଶାକର୍ମୀ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯୋଜନା ଅନୁସାରେ
ଗାଁ କୁ ଗାଁ ବୁଲି କାର୍ଡ଼ ପ୍ରସ୍ତୁତିରେ ହିତାଧିକାରୀମାନଙ୍କୁ ସହାୟତା କରିବେ ।
ପଦ୍ଧତି-୨
ହିତାଧିକାରୀମାନେ http://beneficiary.nha.gov.in କିମ୍ବା ଆୟୁଷ୍ମାନ ଆପ୍ରେ ଲଗଇନ୍ କରି ନିଜର ଇ-କେ.ୱାଇ.ସି କରିବେ ।
ପଦ୍ଧତି-୩
ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର)କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ ।
ଏହା ମଧ୍ୟ ପଢନ୍ତୁ ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ, ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା
ଏହା ମଧ୍ୟ ପଢନ୍ତୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ସ୍ବାସ୍ଥ୍ୟକାର୍ଡକୁ ବଡ଼ ଅପଡେଟ ଦେଲେ ମନ୍ତ୍ରୀ