ETV Bharat / state

ମହାବିଷୁବ ସଂକ୍ରାନ୍ତି ପାଇଁ ମହାପ୍ରସ୍ତୁତି, ଆଇନଶୃଙ୍ଖଳା ନେଇ ବଡ଼ ନିଷ୍ପତ୍ତି - HANUMAN JAYANTI POLICE PREPARATION

ମହାବିଷୁବ ସଂକ୍ରାନ୍ତି ପାଇଁ ପୋଲିସର ମହାପ୍ରସ୍ତୁତି । ଜଗିବ ଡ୍ରୋନ । ଏହି ସବୁ ଜିଲ୍ଲା ଉପରେ ଫୋକସ ।

HANUMAN JAYANTI POLICE PREPARATION
HANUMAN JAYANTI POLICE PREPARATION (ETV Bharat Odisha)
author img

By ETV Bharat Odisha Team

Published : April 13, 2025 at 7:45 PM IST

Updated : April 13, 2025 at 8:33 PM IST

3 Min Read

Hanuman Jayanti Police Preparation ଭୁବନେଶ୍ବର: ରାତିପାହିଲେ ମହାବିଷୁବ ସଂକ୍ରାନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ଶୋଭାଯାତ୍ରା । ପୂଜାର୍ଚ୍ଚନା ଓ ପଣା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ । ଲୋକଙ୍କ ସମାଗମ ଓ ପୂଜା ଉତ୍ସବର ମାହୋଲ ଓ ସାଧାରଣ ଲୋକଙ୍କ ସୁରକ୍ଷା ଆଦିକୁ ଦୃଷ୍ଟିକୁ ରଖି ରାଜ୍ୟ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଜିଲ୍ଲାସ୍ତରରେ କିଭଳି ପ୍ରସ୍ତୁତି ରହିଛି ଏ ସମ୍ପର୍କରେ ରାଜ୍ୟ ପୋଲିସ ମୁଖିଆ ପୋଲିସ ଡିଜି ୱାଇବି ଖୁରାନିଆଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ନେଇଛନ୍ତି । ଭିସି ଜରିଆରେ ବିଶେଷ କରି ଯେଉଁ ସବୁ ହନୁମାନ ଜୟନ୍ତୀ ବଡ଼ ଆକାରରେ ପାଳନ ହୁଏ ସେସବୁ ଜିଲ୍ଲାର ଜିଲ୍ଲାପାଳ ସହ ଜିଲ୍ଲା ଏସପି ଓ ରେଞ୍ଜ ଆଇଜି ଓ ଡିଆଇଜି ସହ ଆରଡିସି ମାନଙ୍କ ସହ ଆଲୋଚନା କରି ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି ।

ଏସବୁ ଜିଲ୍ଲାକୁ ଅଧିକ ଫୋକସ:

ବିଶେଷ କରି ବାଲେଶ୍ବର ଭଦ୍ରକ କେଦ୍ରାପଡା ସୁନ୍ଦରଗଡ, ସମ୍ବଲପୁର,ଝାରସୁଗୁଡା,ଭଦ୍ରକ,ରାଉରକେଲା
ଖୋର୍ଦ୍ଧା, କଟକ, ଭୁବନେଶ୍ୱରରେ ବିଶେଷ ଫୋକସ କରାଯାଇଛି । ଏହି ସବୁ ଜିଲ୍ଲାର ମନ୍ଦିରରେ ପୂଜାର୍ଚ୍ଚନା ଓ ଲୋକଙ୍କ ସମାଗମ ଓ ଶୋଭାଯାତ୍ରା ପାଇଁ ପୋଲିସ ବ୍ୟବସ୍ଥା ହୋଇଛି । ଫୋର୍ସ ବ୍ୟାପକ ଭାବେ ମୁତୟନ କରାଯାଇଛି । କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିବାକୁ କୁହାଯାଇଛି ।

ମହାବିଷୁବ ସଂକ୍ରାନ୍ତି ପାଇଁ ମହାପ୍ରସ୍ତୁତି (ETV Bharat Odisha)

ସୁରକ୍ଷାରେ 200 ପ୍ଲାଟୁନ ଫୋର୍ସ:

ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, ‘ବିଶେଷ କରି ଭିସିରେ ବୈଠକ ଶେଷ ହୋଇଛି । ଏନେଇ ଆମର ସେହି ସବୁ ଜିଲ୍ଲାରେ ସିସିଟିଭି ୬୫୦ଟି ସ୍ଥାନରେ ଲଗାଯାଇଛି । ୪୦ଟି ଡ୍ରୋନରେ ଲାଇଭ ଟେଲିକାଷ୍ଟ ଜରିଆରେ ନଜର ରଖାଯିବ । ଲାଇଭ ଟେଲିକାଷ୍ଟ ଜରିଆରେ ବିଶୃଙ୍ଖଳାକାରି ବା ଶୋଭାଯାତ୍ରାରେ ମୁଭମେଣ୍ଟ ଆଦି ଉପରେ ନଜର ରହିବ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦ କମ୍ପାନି ସିଏପିଏଫ, ୩ଟି ରାପିଡ ଆକ୍ସନ ଫୋର୍ସ ସହ ୨୦୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥି ସହ ଜିଲ୍ଲାର ହୋମଗାର୍ଡ ଏପରିଆର କନଷ୍ଟେବଳ ମଧ୍ୟ ନିୟୋଜିତ କରାଯିବ।’

HANUMAN JAYANTI POLICE PREPARATION
HANUMAN JAYANTI POLICE PREPARATION (ETV Bharat Odisha)

ସାଧାରଣ ଲୋକଙ୍କ ଅସୁବିଧା ନହେଉ:

ଏଡିଜି କହିଛନ୍ତି ବୈଠକରେ ବିଶେଷ କରି ସାଧାରଣ ଲୋକଙ୍କ ଯେପରି କୌଣସି ଅସୁବିଧା ନ ହେଉ । ଧାର୍ମିକ ଭାବନା ଆଘାତ ନ ହେଉ । ବିଶୃଙ୍ଖଳାକାରୀଙ୍କ ଉପରେ କଡା ନଜର ରଖିବା ସହ ଧର୍ମୀୟ ଭାବନାକୁ ଶାନ୍ତିଶୃଙ୍ଖଳାର କିପରି କରିବେ ସେନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ପୋଲିସ ପ୍ରସ୍ତୁତି ଦେଖି ଜନସାଧାରଣଙ୍କର ବିଶ୍ବାସ ରହିବ । ପୋଲିସ ଉପସ୍ଥିତି ଦେଖି ସମସ୍ତେ ଯେପରି ସୁରକ୍ଷିତ ଅନୁଭବ କରିବେ ସେନେଇ ଧ୍ୟାନ ଦେବାକୁ ପରାମର୍ଶ କରିଛନ୍ତି ।

ଏଥିପାଇଁ ଜିଲ୍ଲାର ଏସପି ସେମାନଙ୍କ ଜିଲ୍ଲାର ଏରିଆରକୁ ଜୋନରେ ବିଭକ୍ତ କରାଯାଇଛି‌ । ସବୁ ଜୋନ ଭାବରେ ବିଭକ୍ତ କରାଯାଇ ସେସବୁ ସ୍ଥାନରେ ସିନିୟର ଅଫିସର ମାନଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ଅଭିଜ୍ଞତା ଅଛନ୍ତି ପୂର୍ବରୁ ଆଇନଶୃଙ୍ଖଳା ପରିଚାଳନା ଓ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଭଲ ଯେଉଁମାନଙ୍କ ଲୋକ ସମ୍ପର୍କ ରହିଛି ଓ ପରିସ୍ଥିତି ଦେଖି ଲୋକଙ୍କ ସହ ଉତ୍ତମ ବ୍ୟବହାର ସହ କଥାବାର୍ତ୍ତା କରିପାରିବେ ସେହି ହିସାବରେ ନିୟୋଜିତ କରାଯାଇଛି ।

ଜଗିବ ଡ୍ରୋନ, ଆକ୍ସନ ନିଆଯିବ:

ଏନେଇ ଆଇନଶୃଙ୍ଖଳା ଡିଜି କହିଛନ୍ତି, ‘ପୂର୍ବ ଅପେକ୍ଷା ଅଧିକ ଲୋକଙ୍କ ସମାଗମ ରହିବ‌। କିପରି କ୍ରାଉଡ କଣ୍ଟ୍ରୋଲ କରାଯିବ‌ । ଧାର୍ମିକ ସାମଞ୍ଜସ୍ୟ ବଢିଆ ରହିବ‌ । ଗୋଷ୍ଠୀ ସଂଘର୍ଷ ହେବ ନାହିଁ । ବଦମାସି କଲେ ଡ୍ରୋନ ଜରିଆରେ ଫଟୋ ଉଠାଇ ସେମାନଙ୍କ ଉପରେ ଆକ୍ସନ ନିଆଯିବ । ପ୍ରିଭେଣ୍ଟିଭ ନିଆଯାଉଛି ସାଧାରଣ ଲୋକଙ୍କ ଯେପରି ଅସୁବିଧା ହେବ ନାହିଁ ।’

ସୋସିଆଲ ମିଡିଆ ଉପରେ ନଜର:

ଏଥିସହ ଜନସାଧାରଣଙ୍କୁ ନିବେଦନ କରିଛନ୍ତି, ଅପପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ବିଶୃଙ୍ଖଳାକାରି ଅଛନ୍ତି ଯିଏ । ସୋସିଆଲ ମିଡିଆ ଦ୍ବାରା ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବେ । ସେଭଳି କିଛି ବାର୍ତ୍ତା ବା ମେସେଜ ଆସିଲେ ଫରଓ୍ବାର୍ଡ କରନ୍ତୁ ନାହିଁ । ଖବରକୁ ପୋଲିସକୁ ଜଣାନ୍ତୁ । ସଚେତନ ନାଗରିକ ହୁଅନ୍ତୁ । ବିଶେଷକରି ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ପ୍ରଘଟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଗୁରୁତ୍ଵ ଦେଇଥିଲେ । ଏଥି ନିମନ୍ତେ ଜିଲ୍ଲା ଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି ।

କଡା ନିର୍ଦ୍ଦେଶ ଦେଲେ ଡିଜିପି:

ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, ସନ୍ଦିଗ୍ଧ ଗାଡ଼ି, ମଦ୍ୟପାନ କରି ଗାଡ଼ି ଚାଳନା, ଚୋରା ମଦ ବିକ୍ରି ଉପରେ କଡାକଡି ଚେକିଂ, ଶୋଭାଯାତ୍ରା ଉପରେ କଟକଣା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳିତ ସିସିଟିଭି କ୍ୟାମେରା ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ଯାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ ରାଲି ସମୟରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ଭିସି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଯେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଭୁବନେଶ୍ବର ବିଲଡର ହତ୍ୟା ଘଟଣା; 3 ଅଭିଯୁକ୍ତ ଗିରଫ, ହତ୍ୟା ପଛରେ ଷଡ଼ଯନ୍ତ୍ରକାରୀ ଥିଲା ହୋମଗାର୍ଡ

ଦୟା ନଦୀ କୂଳରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ବିବାହ କରିବାକୁ ମନା କରିବାରୁ ପ୍ରେମିକାକୁ ମାରିଥିଲା ପ୍ରେମିକ

ବିନା ତଦନ୍ତରେ କେସ ବନ୍ଦ ! ଫାଇଲ ତଳେ ଚାପି ହୋଇଯାଉଛି କି ମାମଲା ?

ଓଡ଼ିଶାରେ ନକଲି ପୋଲିସର ନକଲି ନୋଟ କାରବାର୍, ମାଷ୍ଟରମାଇଣ୍ଡକୁ ଧରିବାକୁ ଛାନଭିନ

ଏହି ସମୟରେ ପର୍ବପର୍ବାଣୀ ପାଳନ ବେଳେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ସହ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ତଥା କର୍ତ୍ତବ୍ଯରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କଲ୍ଯାଣ ନିମନ୍ତେ ଉପଯୁକ୍ତ ବନ୍ଦୋବସ୍ତ କରିବା ଉପରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଗୁରୁତ୍ଵାରୋପ କରିଥିଲେ । ପର୍ବପର୍ବାଣୀର ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ପାଳନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : April 13, 2025 at 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.