ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ଛଅ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ୍ । ଗତ ୧୫ ତାରିଖ ରାତିରେ ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ସମ୍ପୃକ୍ତ 10 ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଭିତରୁ ଛଅ ଜଣ ଅଭିଯୁକ୍ତକୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ଆଣିିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ୍ :
ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୁଷ୍କର୍ମ କରିଥିଲେ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ରହିଥିଲେ । ଏହାପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରଖାଯାଇଥିଲା । ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଆବେଦନ କରାଯାଇଥିଲା । କୋର୍ଟର ଅନୁମତି ପରେ ମଙ୍ଗଳବାର ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲରୁ ଦିନିକିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଇତି ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରପତିଙ୍କ ଉପସ୍ଥିତିରେ ପୀଡିତା ଟି.ଆଇ ପ୍ୟାରେଡରେ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଏହି ଘଟଣାକୁ ନେଇ ରାଜ୍ୟ ସରକାର ଏବଂ ପୋଲିସ ମୁଖ୍ୟାଳୟ ଅଧିକ ଗୁରୁତ୍ୱ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ।
କଣ ଥିଲା ସମ୍ପୂର୍ଣ୍ଣ ଘଟଣା ?
ଗତ ଜୁନ 15 ତାରିଖରେ ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀ ତାଙ୍କ ପୁରୁଷବନ୍ଧୁଙ୍କ ସହ ସମୟ ଅତିବାହିତ କରୁଥିବା ବେଳେ କିଛି ଦୁର୍ବୃତ୍ତ ଉକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।ପୋଲିସ ଏହି ଘଟଣାରେ 10 ଜଣଙ୍କୁ ଗିରଫ କରିଥିଲା । ସେଥିରୁ 4 ଜଣ ନାବାଳକ ଥିଲେ । ସେମାନଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି । ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।ସେପଟେ ଗଞ୍ଜାମ ଜିଲ୍ଲରେ ଦିନକୁ ଦିନ ମହିଳା ନିର୍ଯାତନା ମାମଲା ବୃଦ୍ଧି ପାଉଥିବା ବେଳେ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ଇଟିଭି ଭାରତ, ବ୍ରହ୍ମପୁର