ETV Bharat / state

ମେରୁଯାତ୍ରା ସହ ସରିଲା ଦଣ୍ଡଯାତ୍ରା, ବ୍ରତ ସମାପନ କଲେ ଦଣ୍ଡୁଆ - GANJAM DANDA JATRA 2025

ପଣା ସଂକ୍ରାନ୍ତିରେ ଶେଷ ହୋଇଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନୃତ୍ୟ । ୨୧ ଦିନ ଧରି ବ୍ରହ୍ମପୁର ସମେତ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡଯାତ୍ରା ମେରୁ ଯାତ୍ରାରେ ଉଦଯାପିତ ହୋଇଛି ।

Ganjam Danda Yatra
Ganjam Danda Yatra (ETV Bharat Odisha)
author img

By ETV Bharat Odisha Team

Published : April 15, 2025 at 7:33 AM IST

2 Min Read

Meru Festival In Odisha : ବ୍ରହ୍ମପୁର: ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଆୟୋଜିତ ହେଉଥିବା ମେରୁଯାତ୍ରାରେ ପାରମ୍ପାରିକ ରୀତିନୀତିରେ ଉଦଯାପିତ ହୋଇଯାଇଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନୃତ୍ୟ । ଯାହାକୁ ନେଇ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିଲା ମେରୁଯାତ୍ରା । ଗତ ୨୧ ଦିନ ଧରି ବ୍ରହ୍ମପୁର ସମେତ ଜିଲ୍ଲାରେ ଆୟୋଜିତ ହୋଇଆସୁଥିବା ଦଣ୍ଡନୃତ୍ୟ ଏହି ମେରୁଯାତ୍ରାରେ ଉଦଯାପିତ ହୋଇଛି । ମାନସିକଧାରୀ ଦଣ୍ଡୁଆ ମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ କ୍ରମାଗତ ଭାବରେ ଦୈନିକ ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ ଭଳି ୧୬ ପ୍ରକାର ଦଣ୍ଡ ଭୋଗ କରି ଆସୁଥିବାବେଳେ ମେରୁଯାତ୍ରାରେ ସେମାନେ ବ୍ରତ ସମାପନ କରିଛନ୍ତି ।

ଚୈତ୍ର ମାସରେ ଉତ୍ସବ ମୁଖର ଗଞ୍ଜାମ ଜିଲ୍ଲା:

ଚୈତ୍ର ମାସରେ ମାନସିକଧାରୀ ଦଣ୍ଡୁଆଙ୍କ ନୃତ୍ୟରେ ଉତ୍ସବ ମୁଖର ହୋଇପଡିଥାଏ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ । ଯାହା ପବିତ୍ର ବିଷୁବ ସଂକ୍ରାନ୍ତି, ମେରୁଯାତ୍ରାରେ ଉଦଯାପିତ ହୋଇଥାଏ । କାହିଁ କେଉଁ କାଳରୁ ଆୟୋଜିତ ଆୟୋଜିତ ହୋଇ ଆସୁଅଛି ଗଞ୍ଜାମର ଏହି ଦଣ୍ଡନୃତ୍ୟ । ଶେଷ ଦିନ ଅର୍ଥାତ ମେରୁ ସଂକ୍ରାନ୍ତି ଅବସରରେ ସମସ୍ତ ମାନସିକଧାରୀମାନେ ସଂପୂର୍ଣ୍ଣ ଉପବାସ ରହିଥାନ୍ତି । ଦଣ୍ଡନୃତ୍ୟ ଆରମ୍ଭରୁ ସାଙ୍ଗରେ ନେଇ ବୁଲୁଥିବା ମା' ଦଣ୍ଡକାଳୀଙ୍କ ପ୍ରଭାକୁ ନେଇ ମନ୍ଦିର ପରିସରରେ ପହଞ୍ଚିଥାନ୍ତି । ଦଣ୍ଡନୃତ୍ୟ ଆରମ୍ଭରୁ ସ୍ୱତନ୍ତ୍ର ଭାବରେ ମନ୍ଦିର ପରିସରରେ ରହି ମା'ଙ୍କ ନିକଟରେ ବ୍ରତ ପାଳନ କରୁଥିବା ଗୁହାରିଆଙ୍କୁ ଏହି ମେରୁ ପର୍ବରେ ଓଲଟାଇ ବନ୍ଧାଯିବା ସହ ତିନି ଥର ଝୁଲାଇବା ପରେ ଉଦ‌ଯାପିତ ହୋଇଥାଏ ଏହି ଦଣ୍ଡନୃତ୍ୟ ।

Ganjam Danda Yatra (ETV Bharat Odisha)

କ'ଣ ରହିଥାଏ ମେରୁ ପର୍ବର ବିଶେଷତ୍ୱ:

ଚୈତ୍ର ମାସରୁ ଗଞ୍ଜାମରେ ସହର ଠାରୁ ଆରମ୍ଭ କରି ଗ୍ରାମଞ୍ଚଳରେ ରହିଥିବା ମା' କାଳୀଙ୍କ ମନ୍ଦିରରେ ସବୁଠି ଦଣ୍ଡଯାତ୍ରାର ଆଧ୍ୟାତ୍ମିକ ପରିବେଶ ଲାଗି ରହିଥାଏ । ମୀନ ସଂକ୍ରାନ୍ତର ୯ ଦିନ ପରେ ଏହି ଯାତ୍ରା ୨୧ ଦିନ, ୧୮ ଦିନ କିମ୍ବା ୧୩ ଦିନ ଧରି ପାଳନ କରାଯାଇଥାଏ । ମହାବିଷୁବ ସଂକ୍ରାନ୍ତି କିମ୍ବା ତା ପୂର୍ବ ଦିନ ମାସନ୍ତ ଅବସରରେ ମା'ଙ୍କ ଯାତ୍ରା ଉଦ୍‌ଯାପିତ ହୋଇଥାଏ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା ଭଳି କେତେକ ଦଣ୍ଡ ଦଳରେ ମାସନ୍ତ ମେରୁ ପାଳନ କରାଯାଉଥିବା ବେଳେ ବହୁ ସ୍ଥାନରେ ସଂକ୍ରାନ୍ତି ଦିନ ମା'ଙ୍କ ମେରୁଯାତ୍ରା ଆୟୋଜିତ ହୋଇଥାଏ । ପ୍ରତ୍ୟେକ ଦିନର ଦଣ୍ଡନୃତ୍ୟ ଭଳି ମେରୁଯାତ୍ରାରେ ମଧ୍ୟ ମା'ଙ୍କ ମନ୍ଦିର ରହିଥିବା ଅଞ୍ଚଳରେ ସକାଳ ସମୟରେ ପରିକ୍ରମା କରିବା ପରେ ମଧ୍ୟାହ୍ନରେ ଧୂଳିଦଣ୍ଡ ହୋଇଥାଏ । ଏହାପରେ ମନ୍ଦିର ନିକଟରେ ରହିଥିବା ଜଳାଶୟରେ ପାଣିଦଣ୍ଡ କରାଯାଇ ମା'ଙ୍କୁ ମେରୁ ପର୍ବତକୁ ଆଣି ଏହି ଯାତ୍ରା ଶେଷ ଘୋଷଣା ହୁଏ ।

Ganjam Danda Yatra
Ganjam Danda Yatra (ETV Bharat Odisha)

ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା:

ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ମେରୁଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ କାଳୀ ମନ୍ଦିରରେ ଆରମ୍ଭ ହୋଇଥିବା ଏହି ଦଣ୍ଡନୃତ୍ୟ ମେରୁ ପର୍ବରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସମସ୍ତ ମାନସିକଧାରୀ ସେମାନଙ୍କ ପରିବାର ମା' କାଳୀ ଓ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ସହିତ ନିଜ ନିଜର ମନସ୍କାମନା ପାଇଁ ପ୍ରାର୍ଥନା କରିଥାଆନ୍ତି । ସେପଟେ ଏହି ମେରୁ ପର୍ବ ଦେଖିବାକୁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଦଣ୍ଡ ଉପାସକ ଓ ଭକ୍ତଙ୍କ ସମାଗମ ହୋଇଥିଲା । ମା' କାଳୀଙ୍କ ଜୟଗାନ ସହ ହୁଳହୁଳି ଶଦ୍ଧରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ଦଣ୍ଡକାଳୀ ମନ୍ଦିରରେ ପ୍ରକମ୍ପିତ ହୋଇ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେପଟେ ଏହି ମେରୁ ପର୍ବ ଅବସରରେ ବିଭିନ୍ନ ସ୍ଥାନରେ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Ganjam Danda Yatra
Ganjam Danda Yatra (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ପିଢି଼ ପିଢ଼ି ଧରି ବଞ୍ଚାଇ ରଖିଛନ୍ତି ପରମ୍ପରା, ଦଣ୍ଡଯାତ୍ରାରେ ଆବଶ୍ୟକ କଳାକୃତି ଦେଉଛି ରୋଜଗାର

ଏଣିକି ଦଣ୍ଡନାଚରେ ପ୍ରଦର୍ଶିତ ହେବନି ଅଶ୍ଲୀଳତା, ପୌରାଣିକ କଥାବସ୍ତୁକୁ ଗୁରୁତ୍ବ

ବ୍ରହ୍ମପୁର ସହରରେ ମେରୁ ଯାତ୍ରା:

Ganjam Danda Yatra
Ganjam Danda Yatra (ETV Bharat Odisha)

ବ୍ରହ୍ମପୁର ସହରର ବିଭିନ୍ନ ପ୍ରସିଦ୍ଧ ମା' ଦଣ୍ଡକାଳୀଙ୍କ ମନ୍ଦିରରେ ପାରମ୍ପାରିକ ରୀତିନୀତିରେ ମେରୁଯାତ୍ରା ଉଦଯାପିତ ହୋଇଯାଇଛି । ସହରର ପୁରୁଣା ବ୍ରହ୍ମପୁର, ପାଣିଗ୍ରାହୀପେଣ୍ଠ ସାହି, ଆମ୍ବପୁଆ, ବିଜିପୁର, ବ୍ରଜନଗର, ନୂଆବସ୍ ଷ୍ଟାଣ୍ଡ ପ୍ରମୁଖ କାଳି ମନ୍ଦିର ପରିସରରେ ଦଣ୍ଡଯାତ୍ରା ଉଦ୍‌ଯାପfl ହୋଇଛି ।

ବ୍ରହ୍ମପୁର ମହାନଗର ନିଗମ ମେୟର ସଂଙ୍ଘମିତ୍ରା ଦଳେଇ କହିଛନ୍ତି, "14 ଦିନ ହେବ ବ୍ରହ୍ମପୁରରେ ଦଣ୍ଡଯାତ୍ରା ଚାଲିଛି । ବିଷୁବ ସଂକ୍ରାନ୍ତିରେ ଉଦ୍‌ଯାପନ ହୋଇଥାଏ । ଆଜି ବ୍ରହ୍ମପୁରରେ ମଧ୍ୟ ଦଣ୍ଡାଯାତ୍ରା ଶେଷ ହୋଇଛି । ସବୁଠାରେ ଦଣ୍ଡ ଯାତ୍ରା ପାଳନ ହେଉଥିଲେ ମଧ୍ୟ ଗଞ୍ଜାମର ଦଣ୍ଡଯଠାତ୍ରା ସାରା ପୃଥିବୀରେ ପ୍ରସିଦ୍ଧ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.