ETV Bharat / state

୬୦ ହଜାର ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ - VIGILANCE RAID

ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ପଞ୍ଝାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଶଶୀଭୂଷଣ ବେହେରା ଓ ପିଅନ ବିଷ୍ଣୁ ବଲ୍ଲଭ ଖଟୁଆ ।

DHENKANAL VIGILANCE RAID
DHENKANAL VIGILANCE RAID (ETV Bharat Odisha)
author img

By ETV Bharat Odisha Team

Published : May 28, 2025 at 8:48 PM IST

1 Min Read

ଢେଙ୍କାନାଳ: ଲାଞ୍ଚ ନେଇ ଫସିଗଲେ ସରକାରୀ ବାବୁ । ଭିଜିଲାନ୍ସ ପଞ୍ଝାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ । ୪ଟି ମ୍ୟୁଟେସନ କେସରେ ଆରଆଇ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ସହ ଶଶୀଭୂଷଣ ଓ ପିଅନ ବିଷ୍ଣୁବଲ୍ଲଭ ଖଟୁଆଙ୍କୁ କାବୁ କରିଥିଲା ଢେଙ୍କାନାଳ ଭିଜିଲାନ୍ସ ଟିମ୍ । ଏନେଇ ଭିଜିଲାନ୍ସ ତରଫରୁ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦିଆଯାଇଛି ।

ଚାରିଟି ମ୍ୟୁଟେସନ ପାଇଁ ୬୦ ହଜାର ଲାଞ୍ଚ:

DHENKANAL VIGILANCE RAID (ETV Bharat Odisha)

ନୂଆବଗ ଗାଁର ଅଷ୍ଟମୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଚାରିଟି ମ୍ୟୁଟେସନ କରିବା ପାଇଁ ଗଣ୍ଡାନାଳୀର ରାଜସ୍ୱ ନିରୀକ୍ଷକ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଦାବି କରିଥିଲେ । ଫଳରେ ଅଷ୍ଟମୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ୬୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଚଢାଉ କରିଥିଲା । ଗିରଫ ଶଶୀ ଭୂଷଣ ବେହେରା ତାଙ୍କ ଅଫିସ ପିଅନ ମଧ୍ୟମରେ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ପିଅନ ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢାଉ:

ଗିରଫ ଆରଆଇ ଶଶୀ ଭୂଷଣଙ୍କ ଘର ଗଁନ୍ଦିଆ ଥାନା ଅନ୍ତର୍ଗତ ଖଙ୍କର ଗ୍ରାମରେ । ଏହାପରେ ଭିଜିଲାନ୍ସ ପକ୍ଷରୁ ଗଣ୍ଡାନାଳୀ ଆରଆଇ ଅଫିସ, ହିନ୍ଦୋଳ ତହସିଲ ଅଫିସ ଓ ଶଶୀ ଭୂଷଣଙ୍କ ପୈତୃକ ଘର ଖଙ୍କର ଓ ଢେଙ୍କାନାଳ ସହରର ସତ ସଂଘ ବିହାର ସ୍ଥିତ ଭଡାଘର ଆଦି ଯାଞ୍ଚ ଚଢାଉ କରିଛି । ସେ ବିଭିନ୍ନ ସରକାରୀ କାମରେ ଲାଞ୍ଚ ନେଉଥିବା ପୂର୍ବରୁ ଭିଜିଲାନ୍ସ ନିକଟରେ ଅନେକ ଅଭିଯୋଗ ରହିଥିଲା । ଲାଞ୍ଚ ଗ୍ରହଣ କରିଥିବା ରାସାୟନିକ ପ୍ରଲେପ ୬୦ ହଜାର ଟଙ୍କା ତାଙ୍କ ଠାରୁ ଜବତ କରି ଶଶୀଭୂଷଣ ବେହେରା ଓ ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେପଟେ ଶଶୀଭୂଷଣଙ୍କ କେତେ କଣ ସମ୍ପତ୍ତି ଠାବ ହୋଇଛି ତାହାର କୌଣସି ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ... ବନ୍ଧା ହେଲେ କୁବେର ଯନ୍ତ୍ରୀ ସୁଶାନ୍ତ ସେଠୀ, ଆୟଠାରୁ ରଖିଥିଲେ 347 ପ୍ରତିଶତ ଅଧିକ ସମ୍ପତ୍ତି - NUAPADA JE SUSANTA SETHI ARRESTED

ଏହା ମଧ୍ୟ ପଢନ୍ତୁ... ଖଣି ଚୋରଙ୍କୁ ମନ୍ତ୍ରୀଙ୍କ ଚରମବାଣୀ ' ଦୁର୍ନୀତି ଚେର ଯେତେ ଲମ୍ବା ହେଲେ ବି ସମୂଳେ ଉତ୍ପୋଳନ ହେବ ' - ODISHA MINING SCAM

ଏହା ମଧ୍ୟ ପଢନ୍ତୁ... ବନ୍ଧା ହେଲେ କୁବେର ଯନ୍ତ୍ରୀ ରାମଚନ୍ଦ୍ର ଶତପଥି, ଆୟଠୁ ୨୨୬ ପ୍ରତିଶତ ଅଧିକ ରଖିଥିଲେ ସମ୍ପତ୍ତି - ATTHAMALLICK AEE ARRESTED

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.