ETV Bharat / state

ଗଗନଯାନରେ ମହାକାଶ ଯିବ ରୋବୋଟ୍‌ 'ବ୍ୟୋମମିତ୍ର'; ଭୁବନେଶ୍ବର CTTC ତିଆରି କଲା ମୁଣ୍ଡ ହାତ

ଭୁବନେଶ୍ବର CTTCରେ ମାନବସଦୃଶ ରୋବୋଟ୍‌ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ ନିର୍ମାଣ କରାଯାଇଛି, ଯାହାକି ଗଗନଯାନରେ ମହାକାଶକୁ ଯିବାକୁ ପ୍ରସ୍ତୁତ । ଅଧିକ ପଢନ୍ତୁ

CTTC Bhubaneswar
ଭୁବନେଶ୍ବର CTTCରେ ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ମାନବ ସଦୃଶ ରୋବୋଟ୍‌ 'ବ୍ୟୋମମିତ୍ର'ର ଶରୀରର ଅଧିକାଂଶ ଅଂଶ ନିର୍ମାଣ ହୋଇଛି । (ETV Bharat Odisha)
author img

By ETV Bharat Tech Team

Published : October 7, 2025 at 8:30 PM IST

3 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ବିକାଶ କୁମାର ଦାସ

CTTC Develops Key parts of Vyommitra Robot ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମିଶନର ଅଂଶ ଭାବରେ ଏକ ମାନବହୀନ ରକେଟ୍ ଲଞ୍ଚ କରିବାକୁ ଯାଉଛି । ଏଥିରେ ଏକ ମାନବ ସଦୃଶ ବା ହ୍ୟୁମାନଏଡ୍‌ ରୋବୋଟ୍‌କୁ ମହାକାଶକୁ ପଠାଯିବ, ଯାହାର ନାମ 'ବ୍ୟୋମମିତ୍ର' (Vyom Mitra) ରଖାଯାଇଛି । ରୋବୋଟ୍‌ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ କ୍ୟାପିଟାଲ ସିଟି ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍‌ ଟ୍ରେନିଂ ସେଣ୍ଟର (CTTC)ରେ ନିର୍ମାଣ କରାଯାଇଛି । ପୂର୍ବରୁ ଚନ୍ଦ୍ରଯାନର ଯନ୍ତ୍ରାଂଶଗୁଡ଼ିକୁ ନିର୍ମାଣ କରି ପ୍ରଶଂସା ସାଉଣ୍ଟିଥିବା ଏହି ପ୍ରତିଷ୍ଠାନ ଏବେ ପୁଣିଥରେ ଗଗନଯାନ ମିଶନ ଜରିଆରେ ଭାରତର ମହାକାଶ ଗବେଷଣାରେ ବଡ଼ ଅବଦାନ ରଖିଛି । ଏହାସହିତ ସ୍ପେଶ ଷ୍ଟେସନ କ୍ଲିନ୍‌ ମିଶନରେ ମଧ୍ୟ ସିଟିଟିସି ଯୋଗଦାନ ଦେଇଛି ।

ଗଗନଯାନରେ ମହାକାଶ ଯିବ ରୋବୋଟ୍‌ 'ବ୍ୟୋମମିତ୍ର'; ଭୁବନେଶ୍ବର CTTC ତିଆରି କଲା ମୁଣ୍ଡ ହାତ (ETV Bharat Odisha)

ଇସ୍ରୋ ଗଗନଯାନ ମିଶନ ଜରିଆରେ ମନୁଷ୍ୟକୁ ମହାକାଶକୁ ନେଇ ସୁରକ୍ଷିତ ଭାବେ ପୃଥିବୀ ଫେରାଇଆଣିବାର କ୍ଷମତା ଦର୍ଶାଇବା ଲାଗି ଯୋଜନା ରଖିଛି । ଏଥିଲାଗି ଦେଶର ପ୍ରଥମ ମାବନ ମିଶନ ଭାବେ 'ଗଗନଯାନ'କୁ ଲଞ୍ଚ ହେବାକୁ ଯାଉଛି । ଏହି ମିଶନରେ 4ଜଣ ମହାକାଶଚାରୀ ଯାତ୍ରା କରିବେ । ଏହି ପ୍ରକଳ୍ପ ପାଇଁ, ଇସ୍ରୋ ପ୍ରଥମେ ମୋଟ 3ଟି ମାନବ ବିହୀନ ପରୀକ୍ଷାମୂଳକ ଉଡ଼ାଣ ଆରମ୍ଭ କରିବ । ଗୋଟିଏ ପର୍ଯ୍ୟାୟରେ, ଗଗନଯାନ ଲଞ୍ଚ ଵ୍ୟୋମମିତ୍ର ରୋବୋଟ୍ ସହିତ କରାଯିବ। ମାନବ ବିହୀନ ଉଡ଼ାଣ ପରୀକ୍ଷଣ ସଫଳ ହେବା ପରେ, ଇସ୍ରୋ ମାନବଯୁକ୍ତ ଅର୍ଥାତ ମହାକାଶଚାରୀଙ୍କ ସହିତ ଏହି ମିଶନ ଲଞ୍ଚ କରିବ ।

CTTC Bhubaneswar
ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍‌ ଟ୍ରେନିଂ ସେଣ୍ଟର (CTTC) (ETV Bharat Odisha)

ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ 'CTTC'

ଭୁବନେଶ୍ବରରେ ଥିବା ସିଟିଟିସି ଗଗନଯାନ ପାଇଁ ଅନେକ କାମ କରିଛି । ଚଳିତ ବର୍ଷ ଏହା ମାନବସଦୃଶ ରୋବୋଟ୍‌ର ଶରୀରର ପ୍ରାୟ ଅଧା ଅଂଶ ପ୍ରସ୍ତୁତ କରିଛି । ରୋବୋଟ୍ ଶରୀରର 90 ପ୍ରତିଶତ କାର୍ଯ୍ୟ ସିଟିଟିସିରେ କରାଯାଇଛି । ଚଳିତ ବର୍ଷ ଡିସେମ୍ବରରେ ପ୍ରଥମ ପରୀକ୍ଷଣ କରାଯିବ । ଏହା ଯଦି ସଫଳ ହୁଏ ତେବେ 2027 ମସିହାରେ ମହାକାଶଚାରୀଙ୍କୁ ପଠାଯିବ ।

ରୋବୋଟ୍‌ର ଗଠନ ସମ୍ପର୍କରେ ଇଟିଭି ଭାରତକୁ ସୂଚନା ଦେଇ ସିଟିଟିସିର ଜେନେରାଲ ମ୍ୟାନେଜର ଏଲ ରାଜଶେଖର କହିଛନ୍ତି, "ଏଥିରେ ବହୁତ ଗୁରୁତ୍ବପୂର୍ଣ୍ଣ କମ୍ପୋନେଟ ବ୍ୟବହାର କରାଯାଇଛି । ଏହା ଉପରେ ପ୍ରାୟ 2 ବର୍ଷ ଧରି ଗବେଷଣା କରାଯାଇଥିଲା, ଯାହା 4 ମାସ ମଧ୍ୟରେ ସଫଳତାର ସହ ରୋବୋଟ୍‌ର ଯନ୍ତ୍ରାଂଶ ତିଆରି କରିଛି । ଏଥିରେ 3D ସହିତ ଅତ୍ୟାଧୁନିକ ଭାବରେ ମ୍ୟାଟେରିଆଲ ବ୍ୟବହାର କରାଯାଇଛି । ଏହି ରୋବୋଟ୍‌ ବିଶେଷ ଭାବରେ ମହାକାଶରେ ସ୍କାନିଂ କରିବା ସହିତ ରାଡାରର ମଧ୍ୟ ବ୍ୟବହାର କରିପାରିବ । ଏହା ମହାକାଶରେ 2 ବର୍ଷ ଧରି ରହିପାରିବା ନେଇ ବ୍ୟବସ୍ଥା କରାଯାଇଛି । ଏହାର ମୂଲ୍ୟ ପାଖାପାଖି 4.5 ଲକ୍ଷ ଆସିଯିବ ।"

ଏହା ବି ପଢନ୍ତୁ: ଗଗନଯାନ ମିଶନର ପ୍ରସ୍ତୁତି ଜୋରଦାର; ପ୍ରଥମ ପାରାଚୁଟ୍ ସିଷ୍ଟମର ସଫଳ ପରୀକ୍ଷଣ କଲା ଇସ୍ରୋ
CTTC Bhubaneswar
ଚନ୍ଦ୍ରଯାନର ବି ଅଧିକାଂଶ ଯନ୍ତ୍ରାଂଶ ସିଟିଟିସିରେ ତିଆରି ହୋଇଥିଲା । (ETV Bharat Odisha)

ପାଖାପାଖି 200 ଜଣ ଟିମ୍‌ ସାମିଲ

ସିଟିଟିସିର ପ୍ରକଡ୍ସନ ମ୍ୟାନେଜର ବିଜୟ କୁମାରଙ୍କ ତତ୍ତ୍ବାବଧାନରେ ପ୍ରାୟ 200 ଜଣିଆ ଟିମ୍ ଏହି ପ୍ରୋଜେକ୍ଟ ପାଇଁ ଲାଗିଥିଲେ । ଇଟିଭି ଭାରତ ସହ କଥା ହୋଇ ବିଜୟ କୁମାର କହିଛନ୍ତି ଯେ 4 ମାସ ମଧ୍ୟରେ ରୋବୋଟ୍ ଯନ୍ତ୍ରାଂଶ ତିଆରି କରାଯାଇଥିଲା, ଯେଉଁଥିରେ ରହିଛି ମୁଣ୍ଡ, ଦୁଇଟି ହାତ ଓ ଶରୀରର ଅଧା ଅଂଶ । ଏହା ସାଧାରଣ ଭାବରେ କୃତ୍ରିମ ବୃଦ୍ଧିମତ୍ତା ଅର୍ଥାତ ଏଆଇ ଦ୍ବାରା ପରିଚାଳିତ ହେଉଛି । ଏହା ଟାଇଟାନିୟମ୍ ଧାତୁରେ ନିର୍ମିତ ହୋଇଥିବା ବେଳେ ଏହାର ଯାହାର ଓଜନ ରହିଛି 800 ଗ୍ରାମ ।

CTTC Bhubaneswar
ସିଟିଟିସିର ଜେନେରାଲ ମ୍ୟାନେଜର ଏଲ ରାଜଶେଖର (ETV Bharat Odisha)

ବିଜୟ କୁମାର ଆହୁରି କହିଛନ୍ତି, "ରୋବୋଟ୍‌ କାମ 1 ବର୍ଷ ତଳେ ଆରମ୍ଭ ହୋଇଥିଲା । ବିଭିନ୍ନ ଗବେଷଣା ପରେ ଅତି କମ ସମୟ ମଧ୍ୟରେ ସଫଳତାର ସହିତ ଶେଷ ହୋଇଛି । ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଯାଞ୍ଚ କରିବା ସହିତ ରୋବୋଟ୍‌କୁ ତନଖି କରି ଦେଖିଛନ୍ତି । ଏହାକୁ ବନାଇବା ପାଇଁ ପାଖାପାଖି 200 ଜଣ କାମ କରିଛନ୍ତି ।"

CTTC Bhubaneswar
ସିଟିଟିସିକୁ 53 ହଜାର କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର (ETV Bharat Odisha)

ମହାକାଶକୁ ସଫା କରିବାରେ CTTCର ଅବଦାନ

ଅନେକ ସମୟରେ ମହାକାଶକୁ ଉତକ୍ଷେପଣ ହୋଇଥିବା ସ୍ପେଶକ୍ରାଫ୍ଟ ବା ମହାକାଶଯାନ ନିଜ ମିଶନରେ ଫେଲ୍‌ ମାରନ୍ତି ଏବଂ ଏଗୁଡ଼ିକ ଅକାମି ହୋଇ ବର୍ଷ ବର୍ଷ ଧରି ମହାକାଶରେ ଘୂରି ବୁଲନ୍ତି । ମହାକାଶକୁ ଯାଉଥିବା ଅନ୍ୟ ମହାକାଶଯାନ ଆଗକୁ ଯଦି ଏହା ଭୁଲବଶତଃ ଆସିଯିବେ, ତେବେ ଏଗୁଡ଼ିକ ବିପଦ ମଧ୍ୟ ପାଲଟିପାରନ୍ତି । ସେଥିଲାଗି ଏହି ଅଦରକାରୀ ସ୍ପେଶକ୍ରାଫ୍ଟକୁ ମହାକାଶରୁ ହଟାଇ ସଫା କରିବା ଲାଗି ମହାକାଶ ଗବେଷଣା ସଂସ୍ଥାଗୁଡ଼ିକ ଉଦ୍ୟମ ଜାରି ରଖିଛନ୍ତି ।

ଏହାରି ମଧ୍ୟରେ ସିଟିଟିସି ବିକଶିତ କରିଛି ଏକ ଡକିଂ ଫାସିଲିଟି, ଯାହାକୁ ଇସ୍ରୋ ଏହି କ୍ଲିନିଂ କାର୍ଯ୍ୟରେ ବ୍ୟବହାର କରିପାରିବ । ସ୍ପେଶରେ ଯେଉଁ ସବୁ ପୁରୁଣା ସାଟେଲାଇଟ୍‌ ଘୁରି ବୁଲୁଛନ୍ତି, ସେ ସବୁକୁ କ୍ଲି୍ନ୍‌ କରିବା ପାଇଁ ଏହି ଡକିଙ୍ଗ ଫାସିଲିଟି ପ୍ରସ୍ତୁତ ହୋଇଛି । ଏହା ଚନ୍ଦ୍ରୟାନ ଲାଣ୍ଡି କରିଥିବା ସ୍ଥାନ ଯାହାର ନାମ "ଶିବଶକ୍ତି" ରହିଛି ସେଠାରୁ ଏହି ଅତ୍ୟାଧୁନିକ ମେସିନ୍‌ ରହି ସ୍ପେଶ ଷ୍ଟେସନରୁ ସମସ୍ତ ଅଦରକାରୀ ବା ପୁରୁଣା ସାଟାଲାଇଟକୁ ସଂଗ୍ରହ କରିବ । ବର୍ତ୍ତମାନ ସେଠାରେ ପରୀକ୍ଷାନିରୀକ୍ଷା କରାଯାଉଛି ବୋଲି ସିଟିଟିସିର ଜେନେରାଲ ମ୍ୟାନେଜର ଏଲ ରାଜଶେଖର କହିଛନ୍ତି ।

CTTC Bhubaneswar
କେରଳ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ବ୍ୟୋମମିତ୍ର ରୋବୋଟ୍‌କୁ ଡିଜାଇନ କରାଯାଇଛି । (ETV Bharat Odisha)

ସିଟିଟିସିକୁ କେନ୍ଦ୍ରର ଅନୁଦାନ

କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବରେ ସିଟିଟିସିକୁ 53 ହଜାର କୋଟି ଟଙ୍କା ଅନୁମୋଦନ ପ୍ରଦାନ କରିଛନ୍ତି । ଯାହାଦ୍ବାରା ସିଟିଟିସି ଆହୁରି ଅଧିକ ବିକାଶ, ଗବେଷଣା କରିବା ସହିତ ନୂଆ ନୂଆ ଟେକ୍ନୋଲୋଜି ପାଇଁ ଏହି ଅର୍ଥକୁ ବିନିଯୋଗ କରିବ । ତେବେ ଆଗାମୀ ଦିନରେ ଏଠାରେ 30 ନୂଆ ଏୟାରକ୍ରାଫ୍ଟର ଯନ୍ତ୍ରାଂଶଗୁଡ଼ିକୁ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି ।

ଏହା ବି ପଢନ୍ତୁ: ଡିସେମ୍ବର 2025ରେ ଲଞ୍ଚ ହେବ ପ୍ରଥମ ମାନବବିହୀନ ଗଗନଯାନ ରକେଟ୍‌: ISRO ମୁଖ୍ୟ

ଇଟିଭି ଭାରତ, ଭୁବନେଶ୍ବର