Samajwadi Party eyes expansion in Odisha ଭୁବନେଶ୍ୱର: ଭୁବନେଶ୍ବରରେ ସମାଜବାଦୀ ପାର୍ଟ ମୁଖ୍ୟ ଅଖିଳେଶ ଯାଦବ । ଭୁବନେଶ୍ବରରେ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବଙ୍କ ସହ ଓଡିଶା ଆସିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଲା ପରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ସୂର୍ଯ୍ୟନାଗର ସ୍ଥିତ ବାସଭବନରେ ଭେଟିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।
Akhilesh Yadav Bhubaneswar visit ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ, ବଢ଼ିଲା ସସ୍ପେନ୍ସ-
ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିଛନ୍ତି ଅଖିଳେଶ । ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି କହିଛନ୍ତି ଅଖିଳେଶ । ଏପରି ସ୍ଥିତିରେ ଶ୍ରୀକାନ୍ତ ଜେନାଙ୍କୁ ବାସଭବନରେ ସାକ୍ଷାତକୁ ନେଇ ଚର୍ଚ୍ଚା ।

Akhilesh Yadav meets Srikant Jena Bhubaneswar "ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା ହୋଇଛି । ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ । ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ", ବୋଲି କହିଛନ୍ତି ଅଖିଳେଶ ଯାଦବ । ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, "ସାମାଜିକ ନ୍ୟାୟ ଓ ସମ୍ବିଧାନର ରକ୍ଷା କରିବା ଆଣ ଲକ୍ଷ୍ୟ । ଜାତିଗତ ଜନଗଣନା ହେବା ଉଚିତ । ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାକୁ ଲଢ଼େଇ କରୁଛୁ । ଆମର ଦାବିକୁ ଓଡ଼ିଶାରେ ଉଠାଉଛନ୍ତି ଶ୍ରୀକାନ୍ତ ଜେନା ।"
माननीय राष्ट्रीय अध्यक्ष श्री अखिलेश यादव जी का भुवनेश्वर, ओडिशा दौरा। pic.twitter.com/pe3r9oI313
— Samajwadi Party (@samajwadiparty) April 16, 2025
Akhilesh Yadav Odisha political meeting ଶ୍ରୀକାନ୍ତ ଜେନାଙ୍କୁ ଭେଟିଲେ ଅଖିଳେଶ ଯାଦବ-
- ପୂର୍ବତନ କଂଗ୍ରେସ ସାଂସଦ ଶ୍ରୀକାନ୍ତ ଜେନାଙ୍କୁ ଭେଟିଲେ ଅଖିଳେଶ
- ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ
- ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଲେ ଅଖିଳେଶ ଯାଦବ
- ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ
" वैसे तो ओडिशा कई बार आया, इधर बहुत दिनों बाद आया हूं। समाजवादी पार्टी की कोशिश होगी ओडिशा में भी समाजवादी पार्टी बने और आगे बढ़े।"
— Samajwadi Party (@samajwadiparty) April 16, 2025
- माननीय राष्ट्रीय अध्यक्ष श्री अखिलेश यादव जी, भुवनेश्नर pic.twitter.com/1HyrYglsk1
Akhilesh Yadav Odisha visit ଏପଟେ ଦ୍ବନ୍ଦ୍ବ ଦୂର କଲେ ଶ୍ରୀକାନ୍ତ ଜେନା । କହିଲେ କଂଗ୍ରେସରେ ଅଛି, ରହିବି । ସମାଜବାଦୀ ପାର୍ଟିରେ ମିଶିବା ନେଇ ଚର୍ଚ୍ଚା ଭୁଲ କଥା । ଅଖିଳେଶ ଯାଦବଙ୍କ ସହ ସାକ୍ଷାତ ଆଲୋଚନା ପରେ ସ୍ପଷ୍ଟ କଲେ ଶ୍ରୀକାନ୍ତ । ଓଡ଼ିଶାରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ ଜୋରଦାର ହେବ । ଏପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ଜେଡ୍ ପ୍ଲସ ସୁରକ୍ଷା ଦାବି କରିଛି ଦଳ । ଏନେଇ ଦଳ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରାଯାଇଛି ।
Samajwadi Party writes to Union Home Minister Amit Shah, demanding restoring NSG protection cover for party chief Akhilesh Yadav in addition to Z+ cover. pic.twitter.com/kcwqBnblnq
— ANI (@ANI) April 16, 2025
" कांग्रेस ने ही ईडी बनाई थी और आज ईडी की वजह से उन्हें भी परेशानी का सामना करना पड़ रहा है। ईडी जैसे विभाग को समाप्त कर देना चाहिए।"
— Samajwadi Party (@samajwadiparty) April 16, 2025
- माननीय राष्ट्रीय अध्यक्ष श्री अखिलेश यादव जी, भुवनेश्वर pic.twitter.com/ffJBfGrAEJ
ଏପଟେ ପୁରୀ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସମାଜବାଦି ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଓ ପତ୍ନୀ ଡିମ୍ପଲ ଯାଦବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭିତର ବେଢାରେ ଥିବା ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ କଲେ ଅଖିଳେଶ ଯାଦବ । ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ଅଖିଳେଶଙ୍କୁ ସ୍ବାଗତ କଲେ କୌଳିକ ପଣ୍ଡା । ଶ୍ରୀମନ୍ଦିରରେ ମହାପ୍ରସାଦ ସେବନ ସହ ପତିତପାବନ ବାନା ପରିବର୍ତ୍ତନ ଦେଖିବେ ଅଖିଳେଶ ଏବଂ ଡିମ୍ପଲ ।