Pinaki Mishra Mahua Moitra Marriage ପୁରୀ: ଟିଏମସି ସାଂସଦ ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ରଙ୍କ ମଧ୍ୟରେ ବିବାହ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମ ଏବଂ ପିଟିଆଇ ରିପୋର୍ଟ ମୁତାବକ ବାହାଘର ସରିଥିବା ସୂଚନା । ଜର୍ମାନୀରେ ବାହାଘର ହୋଇଥିବା ନେଇ ସୂଚନା । ମହୁଆଙ୍କୁ ଜୀବନସାଥୀ କଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର । ପିନାକୀ ମିଶ୍ରଙ୍କ ହାତ ଧରିଲେ ମହୁଆ ମୋଇତ୍ରା । ବିଦେଶରେ ବିବାହ ବାନ୍ଧି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମହୁଆ ମୋଇତ୍ରା କୃଷ୍ଣନଗର ସାଂସଦ ଅଛନ୍ତି ।
ମହୁଆ-ପିନାକୀ ମିଶ୍ରଙ୍କ ବିବାହ-
- ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ବିବାହ ନେଇ ଚର୍ଚ୍ଚା
- ଟିଏମ୍ସିର ମହୁଆ ମୋଇତ୍ରାଙ୍କୁ ବିବାହ କରିଥିବା ଚର୍ଚ୍ଚା
- ନିର୍ଦ୍ଧିଷ୍ଟ ଅତିଥିଙ୍କ ମେଳରେ ବାହାଘର ସରିଛି
- ଜର୍ମାନୀ ବର୍ଲିଂରେ ୱେଡିଂ ଡେଷ୍ଟିନେସନ କରିଥିବା ସୂଚନା
Thank you everyone for the love and good wishes!! So grateful pic.twitter.com/hbkPdE2X7z
— Mahua Moitra (@MahuaMoitra) June 5, 2025
ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ-
Former BJD MP Pinaki Mishra Marriage ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକୀ ମିଶ୍ର ଓ ପଶ୍ଚିମବଙ୍ଗ ଟିଏମସିର ସାଂସଦ ମହୁଆ ମଇତ୍ରା ମଧ୍ୟରେ ହୋଇଛି ବିବାହ ବୋଲି ଚର୍ଚ୍ଚା ଜୋର ଧରିଛି । ଜର୍ମାନୀରେ ଏହି ଦୁଇ ଜଣ ଚର୍ଚ୍ଚିତ ନେତା ବିବାହ କରିଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ପରେ ଚର୍ଚ୍ଚାର ବିଷୟ ହୋଇଛି । କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିବା କଥା ଖବର ପ୍ରସାରଣ ହୋଇଛି ।
TMC MP Mahua Moitra wedding ଯାହାକି ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏନେଇ ପିନାକୀ ମିଶ୍ର କିମ୍ବା ମହୁଆ ମଇତ୍ରାଙ୍କ କିଛି ବି ପ୍ରତିକ୍ରିୟା ଆସିନାହିଁ । ତେବେ ଏହି ଦୁଇ ଜଣଙ୍କ ମଧ୍ୟରେ ବିବାହ ହୋଇଛି କି ନାହିଁ, ସେ ନେଇ ତାହା ଆମେ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ତତ୍କାଳୀନ ସାଂସଦଙ୍କ ପୁରୀ ପ୍ରତିନିଧି ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନଙ୍କ ମତାମତ ନେଇଥିଲୁ ।
🚨 Just IN
— Megh Updates 🚨™ (@MeghUpdates) June 5, 2025
TMC MP Mahua Moitra marries former BJD MP Pinaki Misra in Germany. pic.twitter.com/nsv4cvBgqZ
ପିନାକୀ ଓ ମହୁଆଙ୍କ ମଧ୍ୟରେ ବିବାହ ଚର୍ଚ୍ଚା ପ୍ରସଙ୍ଗ-
ପିନାକୀ ଓ ମହୁଆଙ୍କ ମଧ୍ୟ ରେ ଦିର୍ଘ ଦିନ ହେବ ଥିଲା ଘନିଷ୍ଠ ସମ୍ପର୍କ
ଦୁଇ ଜଣ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ
ଘନିଷ୍ଠ ସମ୍ପର୍କ ବିବାହ ରୂପ ନେଇଥିବା କହିଲେ ବରିଷ୍ଠ ବିଜେଡି ନେତା ଗୌରହରି ପ୍ରଧାନ
Mahua Pinaki Germany Wedding photo ଗୌରହରି ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ପିନାକୀ ମିଶ୍ର ଓ ମହୁଆ ମଇତ୍ରାଙ୍କ ମଧ୍ୟରେ ବିବାହ ହୋଇଥିବା ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି । ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ଘନିଷ୍ଠ ସଂପର୍କ ଥିବା ଆମେ ଜାଣିଥିଲୁ । ଦୁଇ ଜଣ ରାଜନୀତି କ୍ୟାରିଅରରେ ଜଣେ ଜଣେ ସଫଳ ସାଂସଦ । ଦୁଇ ଜଣଙ୍କ ମଧ୍ୟରେ ବହୁତ ଘନିଷ୍ଠ ସଂପର୍କ ରହି ଆସିଛି । ମହୁଆ ମଇତ୍ରା ଅନେକ ଥର ପୂର୍ବରୁ ପୁରୀ ଆସିଛନ୍ତି । ବହୁତ୍ ଥର ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।"
ରଥଯାତ୍ରା ଦେଖିଥିଲେ ମହୁଆ ମୋଇତ୍ରା-
ଗୌରହରି ପ୍ରଧାନ ପୁଣି କହିଛନ୍ତି, "ଗତ 2023 ରଥଯାତ୍ରାରେ ମହୁଆ ମୋଇତ୍ରା, ପିନାକୀ ମିଶ୍ରଙ୍କ ସହ ରହି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦେଖିଥିଲେ । ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବହୁତ୍ ଘନିଷ୍ଠ ଥିଲା । ଯାହାକି ବିବାହ ରୂପ ନେଇଥିବା ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି । ବହୁତ୍ ଖୁସିର କଥା। ଦୁଇ ଜଣ ନିଜ ବୈବାହିକ ଜୀବନରେ ପୂର୍ବରୁ ଛାଡ ପତ୍ର ନେଇ ସାରିଛନ୍ତି । ଏହା ଦୁଇ ଜଣଙ୍କ ମଧ୍ୟରେ ଦ୍ଵିତୀୟ ବିବାହ । ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ । ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ ।"
Congratulations Mm & Pm… @MahuaMoitra @OfPinaki wishing you a lifetime of love and laughter! 💫❤️ pic.twitter.com/Ng5ukQqtz4
— Saayoni Ghosh (@sayani06) June 5, 2025
ଘନିଷ୍ଠ ସମ୍ପର୍କ ନେଲା ବିବାହ ରୂପ-
ବରିଷ୍ଠ ବିଜେଡି ନେତା ଗୌରହରି ପ୍ରଧାନ ପ୍ରତିକ୍ରିୟାରେ ପୁଣି କହିଛନ୍ତି, "ଏଥିରେ କିଛି ଅସୁବିଧା ନାହିଁ । ଲିଭ୍ ଇନ୍ ରେ ରହିବା ଅପେକ୍ଷା ବିବାହ ବନ୍ଧନରେ ରହିବା ଭଲ କଥା । ଗତ 8 ରୁ 10 ଦିନ ଭିତରେ ମୁଁ ପିନାକୀ ମିଶ୍ରଙ୍କ ସହ କଥା ହୋଇଥିଲି । ହେଲେ ବିବାହ ବିଷୟରେ ନୁହେଁ । ଅନ୍ୟ ରାଜନୈତିକ ପ୍ରସଙ୍ଗରେ ଆମେ ଆଲୋଚୋନା କରିଥିଲୁ । କିଛି ଦିନ ତଳେ ଦିଲ୍ଲୀ ଯାଇଥିବା ବେଳେ ଦୁଇ ଜଣଙ୍କୁ ଗୋଟିଏ ଚାମ୍ବରରେ ଦେଖିଥିଲୁ । ସେ ଯେହେତୁ ଦେଶ ବାହାରେ ଅଛନ୍ତି ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ପିନାକୀ ମିଶ୍ର ପୁରୀରୁ 4 ଥର ସାଂସଦ ହୋଇଛନ୍ତି । ଥରେ କଂଗ୍ରେସ ଦଳରୁ ଓ 3 ଥର ବିଜେଡିରୁ ପୁରୀର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । କେବଳ ସେତିକି ନୁହେଁ ସୁପ୍ରିମକୋର୍ଟରେ ସେ ଜଣେ ଦକ୍ଷ ଓକିଲ ଭାବେ ବେଶ୍ ଜଣାଶୁଣା । ସେ ଚିଲିକା ଅଞ୍ଚଳର ବାସିନ୍ଦା । ହେଲେ ସେ ଭୁବନେଶ୍ଵର ଓ ଦିଲ୍ଲୀରେ ଥିବା ତାଙ୍କ ଘରେ ରୁହନ୍ତି ।"
ବିବାହ ଏକ ବ୍ୟକ୍ତିଗତ କଥା, ଏଥିରେ ଦଳର କୌଣସି ସମ୍ପର୍କ ନାହିଁ-
ଏପଟେ ଭୁବନେଶ୍ଵରରେ ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ପ୍ରକାଶ ନକରିବା କଥା କହି ସୂଚନା ଦେଇଛନ୍ତି କି, "ବିବାହ ଏକ ବ୍ୟକ୍ତିଗତ କଥା । ଏଥିରେ ଦଳର କୌଣସି ସମ୍ପର୍କ ନାହିଁ । ପିନାକୀ ହିଁ କେବଳ ଏ ବାବଦରେ କହିପାରିବେ । କିମ୍ବା ତାଙ୍କ ପରିବାର ଏ ବାବଦରେ ମତ ରଖିପାରିବେ । ବିବାହ ବାବଦରେ ଦଳକୁ ଜଣେଇବା ଆବଶ୍ୟକତା ନାହିଁ । 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ ପିନାକୀ । ଦଳର ସକ୍ରିୟ ସଦସ୍ୟତା ରିନ୍ୟୁ କରିଛନ୍ତି ନା ନାହିଁ ତାହା ମଧ୍ୟ ଜଣାନାହିଁ ।"

ତେବେ ପିନାକୀଙ୍କ ନିର୍ବାଚନ ସତ୍ୟପାଠରୁ ଜଣାପଡେ ସେ ଭୁବନେଶ୍ଵର ଫରେଷ୍ଟ ପାର୍କ ଅଞ୍ଚଳରେ ବାସ କରନ୍ତି । ଯାହାକି ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସୁଛି ।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଜୀବନୀ ଏବଂ ରାଜନୈତିକ କ୍ୟାରିଅର-
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ପିନାକୀ ମିଶ୍ରଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଟିଏମସି ନୀରବ । ଜର୍ମାନୀରେ ଦୁହେଁ ଏକାଠି ବୁଲୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ମହୁଆ ମୋଇତ୍ରା ପୂର୍ବରୁ ଡେନମାର୍କର ଆର୍ଥିକ ବ୍ୟବସାୟୀ ଲାର୍ସ ବ୍ରୋରସେନଙ୍କୁ ବିବାହ କରିଥିଲେ ଏବଂ ଛାଡପତ୍ର ହୋଇସାରିଛି । ପରେ ସେ ଆଇନଜୀବୀ ଜୟ ଅନନ୍ତ ଦେହାଦରାଇଙ୍କ ସହ ମଧ୍ୟ ସମ୍ପର୍କରେ ଥିଲେ ବୋରି ରିପୋର୍ଟ ଆସିଛି । ମହୁଆ ମୋଇତ୍ରାଙ୍କ ଉପରେ ଲୋକସଭାରେ ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ପରେ ସେ ସଂସଦର ସଦସ୍ୟତା ହରାଇଥିଲେ । ମହୁଆ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଜିତିଛନ୍ତି।

ପିନାକୀ ମିଶ୍ରଙ୍କ ଜୀବନୀ ଏବଂ ରାଜନୈତିକ କ୍ୟାରିଅର-
ପିନାକୀ ମିଶ୍ର ଦିଲ୍ଲୀର ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ସ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲଏଲବି କରିଛନ୍ତି । ତାଙ୍କର ପ୍ରଥମ ବିବାହ ସଙ୍ଗୀତା ମିଶ୍ରଙ୍କ ସହିତ ହୋଇଥିଲା । ସଙ୍ଗୀତା ମିଶ୍ର ଜଣେ ଜଣାଶୁଣା ଓକିଲ ମଧ୍ୟ ଥିଲେ । ପିନାକୀ ମିଶ୍ରଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି । ପିନାକୀ ମିଶ୍ର ୧୯୯୬ ମସିହାରେ ପୁରୀ ଲୋକସଭା ଆସନରୁ ତତ୍କାଳୀନ ସାଂସଦ ବ୍ରଜ କିଶୋର ତ୍ରିପାଠୀଙ୍କୁ ପରାସ୍ତ କରି ଏକ ହଇଚଇ ସୃଷ୍ଟି କରିଥିଲେ । ତ୍ରିପାଠୀ ସେହି ସମୟରେ ଜଣେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ । ପିନାକୀ ମିଶ୍ର କେବଳ ସୁପ୍ରିମକୋର୍ଟରେ ନୁହେଁ ବରଂ ଦେଶର ପ୍ରାୟ ସମସ୍ତ ହାଇକୋର୍ଟରେ ପ୍ରମୁଖ ପ୍ରସଙ୍ଗରେ ଓକିଲାତି କରିଛନ୍ତି । ଦେଶର ସବୁଠାରୁ ଧନୀ ସାଂସଦ ଥିବା ପିନାକୀ ମିଶ୍ରଙ୍କ ରିପୋର୍ଟ ଅନୁଯାୟୀ, ପିନାକୀ ମିଶ୍ରଙ୍କର ଅନେକ ହୋଟେଲ ଏବଂ ରିସର୍ଟ ସମ୍ବନ୍ଧୀୟ କମ୍ପାନୀ ଅଛି । ତାଙ୍କର ଅନେକ ବଡ଼ ବଡ଼ କମ୍ପାନୀରେ ନିବେଶ ମଧ୍ୟ ଅଛି ।

ପୁରୀ ଲୋକସଭା ଆସନରୁ 4ଥର ଜିତିଛନ୍ତି ପିନାକୀ-
ପରେ ପିନାକୀ ବିଜେଡି ଟିକେଟରୁ ପୁରୀରୁ କ୍ରମାଗତ ୩ ଥର ବିଜୟୀ ହୋଇଥିଲେ । ୨୦୨୪ ରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା । ୨୦୨୪ରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା । ୧୯୫୯ ମସିହା ଅକ୍ଟୋବର ୨୩ରେ ଜନ୍ମ ଗ୍ରହଣ କରିଥିବା ପିନାକୀ ମିଶ୍ର ଜଣେ ଭେଟରାନ ରାଜନେତା ଓ ବରିଷ୍ଠ ଓକିଲ । ପିନାକୀଙ୍କ ରାଜନୀତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ସେ ୧୯୯୬ରେ ପ୍ରଥମଥର କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ । ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପୁରୀରୁ ଲୋକସଭାକୁ ଯାଇଥିଲେ ।

ଇଟିଭି ଭାରତ, ପୁରୀ/ ଭୁବନେଶ୍ୱର