ଯାଜପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାଜନୀତିକ ହିଂସା । ବିଜେଡି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଉଦ୍ୟମ । ଧର୍ମଶାଳା ବ୍ଲକ୍ ଆରୁହା ଗ୍ରାମରେ ମା' ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା । ପୋଲିସ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ।

ପୂର୍ବତନ ବିଜେଡି ବିଧାୟକଙ୍କ ଉପରେ ଆକ୍ରମଣ:
ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗ ଅନୁସାରେ, ଧର୍ମାଶାଳା ବ୍ଲକ ଆରୁହା ଗ୍ରାମରେ ମା' ହିଙ୍ଗୁଳାଙ୍କ ଯାତ୍ରାରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପ୍ରଣବ ଆଜି ଦିନ 1ଟା ସମୟରେ ଆରୁହା ଗାଁରେ ପହଞ୍ଚିବା କ୍ଷଣି କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଗାଡ଼ିକୁ ଭଙ୍ଗାରୁଜା ରୁଜା କରିବା ସହ ମରଣାସ୍ତ୍ର ଧରି ଜୀବନରୁ ମାରି ଦେବା ପାଇଁ ଉଦ୍ୟାମ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ପୋଲିସ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଗ୍ରାମବାସୀ ଓ ପୋଲିସ ପ୍ରଣବ ବଳବନ୍ତରାୟଙ୍କୁ ମନ୍ଦିର ଦର୍ଶନ କରାଇଥିଲେ । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଏବେ ସେ ଧର୍ମଶାଳା ଆଇ.ଟି.ଆଇ. ସ୍ଥିତ ନିଜ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପୋଲିସ ସେଠାରେ ପହଞ୍ଚି ପଚରା ଉଚରା କରୁଛି ।
'ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ':
ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, "ଆରୁହା ଗାଁରେ ମା' ହିଙ୍ଗୁଳାଙ୍କ ଯାତ୍ରା ପାଇଁ ମୋତେ ନିମନ୍ତ୍ରଣ କରାଯାଇଥିଲା । ଦିନ 1ଟା ବେଳେ ମୁଁ ସେଠାରେ ପହଞ୍ଚିବା ପରେ ଧର୍ମଶାଳା ବିଧାୟକଙ୍କ ସମର୍ଥକମାନେ ମୋତେ ଜୀବନରୁ ମାରିବା ପାଇଁ ଉଦ୍ୟମ କରିଥଲେ । ବିଧାୟକଙ୍କ ଗୁଣ୍ଡା, ଯେଉଁମାନେ ଖଣି ଚଲାଉଛନ୍ତି ମୋ ଉପରେ ଆକ୍ରମଣ କରିବେ ବୋଲି 2 ଦିନ ପୂର୍ବରୁ ଯୋଜନା କରିଥିବା ନେଇ ମୁଁ ଶୁଣିବାକୁ ପାଇଥିଲି । ଏଭଳି କିଛି ଘଟଣା ଘଟିବାକୁ ଯାଉଛି ବୋଲି ଏନେଇ ମୁଁ ଏଟାକୁ ଆସିବା ପୂର୍ବରୁ ଯାଜପୁର ଏସପିଙ୍କୁ ଜଣାଇଥିଲି ।"

ଏହା ମଧ୍ୟ ପଢ଼ନ୍ତୁ.. ପୁଣି ବିବାଦରେ ବାବା ସାରଥୀ, ପାଦୁକା ସତସଙ୍ଗ ବେଳେ ଅଣ୍ଡାମାଡ଼ ଶ୍ରୀମନ୍ଦିର ସମ୍ମୁଖରେ ସାମ୍ବାଦିକାଙ୍କୁ ସେବାୟତଙ୍କ ଆକ୍ରମଣ, ଅସଦାଚାରଣ ସହ ମାଡ଼ ମାରିଥିବା ଅଭିଯୋଗ |
"ମୁଁ ପହଞ୍ଚିବା ପରେ ଗୁଣ୍ଡା ଲଗାଇ ମାରିବା ପାଇଁ ଉଦ୍ୟମ କରିଥିଲେ । ଗାଡ଼ି ଭଙ୍ଗାରୁଜା କରିବା ସହ ଲୋକଙ୍କୁ ମାରପିଟ କରିଛନ୍ତି । ସବୁ ଘଟଣାର ଭିଡିଓ ରହିଛି । ସବୁ ଘଟଣା ପୋଲିସ ସାମ୍ନାରେ ଘଟିଛି । ଏହା ଏକ ନିନ୍ଦନୀୟ ଘଟଣା । ଏସବୁ ଘଟଣା ପାଇଁ ପୋଲିସ ପ୍ରଶାସନ ଦାୟୀ । ଯଦି ପୋଲିସ ସଠିକ ସମୟରେ ସଠିକ କାର୍ଯ୍ୟନୁଷ୍ଠାନ ନିଅନ୍ତେ ଆଜି ଏଭଳି ହୋଇ ନଥାନ୍ତି । ଶାନ୍ତ ଧର୍ମଶାଳା ଏବେ ଅଶାନ୍ତ ହୋଇଯାଇଛି । ବ୍ୟକ୍ତିଗତ ଭାବରେ ମୁଁ ଏଫଆଇଆର ଦେବିନାହିଁ । କାରଣ ଯାଜପୁର ପୋଲିସ ଉପରେ ମୋ ଭରସା ନାହିଁ ।"

ଇଟିଭି ଭାରତ, ଯାଜପୁର