ETV Bharat / state

ଚାଲିଥିଲା ହାତୀଦାନ୍ତ ଡିଲ୍‌, ୪ ଜଣଙ୍କୁ ମାଡିବସିଲା ବନ ବିଭାଗ - ELEPHANT TUSKS SMUGGLING

ରାଜ୍ୟ ବାହାରକୁ ଚାଲାଣ ବେଳେ ୨ ହାତୀଦାନ୍ତ ଜବତ ୪ ଗିରଫ, ଆନ୍ତଃରାଜ୍ୟ ଅପରାଧୀ ସାମିଲ ।

Elephant Tusks Smuggling
Elephant Tusks Smuggling (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 7:51 PM IST

ରାଇରଙ୍ଗପୁର (ମୟୁରଭଞ୍ଜ): ରାଜ୍ୟ ବାହାରକୁ ହାତୀଦାନ୍ତ ଚାଲାଣ ବେଳେ ମାଡି ବସିଲା ବନ ବିଭାଗ ଟିମ୍‌ । ଘଟଣାସ୍ଥଳରୁ 2ଟି ହାତୀଦାନ୍ତ ଜବତ କରିବା ସହ ସମ୍ପୃକ୍ତ 4 ଟସ୍କରଙ୍କୁ ଗିରଫ କଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଆନ୍ତଃରାଜ୍ୟ ଅପରାଧୀ ଥିବା ବନ ବିଭାଗ ସୂଚନା ଦେଇଛି ।

  • ପୋଲିସ କବଜାରେ ଦୁଇ ଝାଡଖଣ୍ଡୀ ଟସ୍କର :

ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବସୁଲ ଗ୍ରାମର ବିର୍ଷା ମୁର୍ମୁ, ପଟଗଡ଼ିଆ ଗ୍ରାମର ଯୋଗେଶ୍ୱର ନାଏକ । ଏହାସହ ଅନ୍ୟ ଦୁଇ ଅଭିଯୁକ୍ତ ଝାଡଖଣ୍ଡ ପଶ୍ଚିମ-ସିଂହଭୁମ୍‌ ଜିଲ୍ଲାର ଗଣ୍ଡାନେଟା ଅଞ୍ଚଳର ମଙ୍ଗଲ ସୋରେନ ଓ ଚାକୁଳିଆ ଥାନା ଅଞ୍ଚଳର କାଣିମହୁଲୀ ଗ୍ରାମର ବିଜୟ ହାଁସଦା । ସେମାନଙ୍କୁ ବନ ବିଭାଗ ଜେରା କରୁଛି ।

Elephant Tusks Smuggling (ETV Bharat Odisha)
  • ଦାନ୍ତ ଜବତ:

ବାରିପଦା ବନଖଣ୍ଡ ଅତିରିକ୍ତ ବନ ସଂରକ୍ଷକ ରବି ନାରାୟଣ ମହାନ୍ତି କହିଛନ୍ତି, "ହାତୀଦାନ୍ତ ଚାଲାଣ ନେଇ ବନ ବିଭାଗକୁ ଖବର ମିଳିଥିଲା । ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ନିର୍ଦ୍ଦେଶକ୍ରମେ ଦେଉଳି ବନାଞ୍ଚଳ ରେଞ୍ଜ କର୍ମଚାରୀ ଓ ବନ ବିଭାଗର ଏନଫୋର୍ସମେଣ୍ଟ ଟିମ୍‌ ଚଢାଉ କରିଥିଲେ । ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଲା ନିକଟସ୍ଥ ଗୋଷାଣୀ ଛକରେ ଜାତୀୟ ରାଜପଥ ୪୯ରେ ଚଢ଼ାଉ ହୋଇଥିଲା । ହାତୀଦାନ୍ତ ବିକ୍ରି କରିବା ପାଇଁ ରାଜ୍ୟ ବାହାରକୁ ହାତୀଦାନ୍ତ ଚାଲାଣ କରୁଥିବା ବେଳେ 4 ଜଣଙ୍କୁ ଧରିଥିଲେ । ଗୋଟିଏ ବାଇକରେ ୨ ଜଣ ୨ଟି ହାତୀଦାନ୍ତକୁ ଗାମୁଛାରେ ବାନ୍ଧି ଏକ ବ୍ୟାଗରେ ନେଉଥିଲେ । ସେମାନଙ୍କୁ ସୁରକ୍ଷା ଦେଇ ଅନ୍ୟ ଏକ ବାଇକରେ ୨ ଜଣ ସେମାନଙ୍କ ସହିତ ଯାଉଥିଲେ । ୨ଟି ହାତୀଦାନ୍ତ ଓ ଗୋଟିଏ ବାଇକ ଜବତ କରାଯାଇଛି । ଗୋଟିଏ ଦାନ୍ତର ଓଜନ ୧ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟଟି ୧ କିଲୋ ୨୦ ଗ୍ରାମ ବୋଲି ଜଣାପଡିଛି ।"

ଏହା ବି ପଢନ୍ତୁ...ଢିଲା ପାଟ୍ରୋଲିଂ ବେଳେ ଗଞ୍ଜେଇ ଚାଲାଣ, ଚନ୍ଦକାରୁ ଧରା ପଡିଲା 10 ଲକ୍ଷ ମୂଲ୍ୟର ଗଞ୍ଜେଇ

ଏହା ବି ପଢନ୍ତୁ...ହାତୀଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ, ୭ ଗିରଫ - ELEPHANT TUSKS SEIZED

  • ହାତୀ ଦାନ୍ତ ଚାଲାଣ ରାକେଟର ପର୍ଦ୍ଦାଫାସ:

ପ୍ରାଥମିକ ତଦନ୍ତ ପରେ ହାତୀଦାନ୍ତ ଦୁଇଟିକୁ ଯାଞ୍ଚ ପାଇଁ ଓୟୁଏଟି ସ୍ଥିତ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ହାତୀର ପ୍ରକୃତ ବୟସ ଓ ତଥ୍ୟ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ଜାରି ରହିଥିବା ନେଇ ବାରିପଦା ବନଖଣ୍ଡ ଅତିରିକ୍ତ ବନ ସଂରକ୍ଷକ ରବିନାରାୟଣ ମହାନ୍ତି ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି । ହାତୀଦାନ୍ତ ଚୋରା ଚାଲାଣର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.