ETV Bharat / state

ନକଲିକୁ ବାନ୍ଧିଲା ଅସଲି ପୋଲିସ, ହୋମଗାର୍ଡ ଚାକିରି ନାଁରେ ଠକେଇ ଉଦ୍ୟମ

ହୋମଗାର୍ଡ ଚାକିରି ଦେବା ନାଁରେ ଠକେଇ ଉଦ୍ୟମ । କଟକରୁ ନକଲି ପୋଲିସ ଗୁଣ୍ଡିଚା ଦଳେଇକୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ ।

FAKE POLICE INSPECTOR ARRESTED
FAKE POLICE INSPECTOR ARRESTED (ETV Bharat Odisha)
author img

By ETV Bharat Odisha Team

Published : April 2, 2025 at 8:47 PM IST

2 Min Read
Choose ETV Bharat

FAKE POLICE INSPECTOR ARRESTED IN CUTTACK କଟକ: ହୋମଗାର୍ଡ ଚାକିରି ଦେବା ନାଁରେ ଟଙ୍କା ମାଗି ଫସିଗଲା ନକଲି ପୋଲିସ । ଏଭଳି ଅଭିଯୋଗ ଆସିବା ପରେ ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ । ଖାକି ପୋଷାକ ପିନ୍ଧି ଠକେଇ କରିବା ପୂର୍ବରୁ ସବୁ ଯୋଜନା ପଣ୍ଡ କରି, ହାତରେ ହ୍ୟାଣ୍ଡକପ୍ ପକାଇଲା କମିଶନରେଟ ପୋଲିସ । ହୋମଗାର୍ଡ ଚାକିରି କରେଇ ଦେବା କହି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ନକଲି ପୋଲିସ ଇନ୍ସପେକ୍ଟରକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଗିରଫ ନକଲି ପୋଲିସ ଜଣକ ହେଉଛି ଗୁଣ୍ଡିଚା ଦଳେଇ ।

FAKE POLICE INSPECTOR ARRESTED (ETV Bharat Odisha)

ଚାକିରି ନାଁରେ ଠକେଇ :

ଗୁଣ୍ଡିଚା ଦଳେଇ ସେ ନିଜକୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସର ଜଣେ ଇନ୍ସିପେକ୍ଟରର ପରିଚୟ ଦେଇ ଆଶାୟୀଙ୍କୁ ଲୁଟିବାକୁ ଯୋଜନା କରିଥିଲା । ବିଶେଷକରି ହୋମଗାର୍ଡ ଚାକିରି ପାଇଁ ଆଶାୟୀ ଥିବା ଯୁବକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା ଏହି ନକଲି ପୋଲିସ ଅଧିକାରୀ । ତେବେ ଜିତାନସୁ ଶେଖର ପରିଡା ନାମକ ଜଣେ ଅଭିଯୋଗକାରୀ ଠକେଇର ଶିକାର ହେବା ନେଇ ଜାଣିବା ପରେ ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ଆଜି ଅଭିଯୁକ୍ତ ନକଲି ପୋଲିସ ଗୁଣ୍ଡିଚା ଦଳେଇକୁ ଅସଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜିତାନସୁ ବାଦାମବାଡ଼ି CNBT ବସ ଷ୍ଟାଣ୍ଡରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରନ୍ତି । ବର୍ତ୍ତମାନ ହୋମଗାର୍ଡ ଚାକିରି ପାଇଁ ନିଯୁକ୍ତି ବାହାରିଥିବା ବେଳେ ଚାକିରି କରେଇ ଦେବା ବାହାନାରେ ଅଭିଯୋଗକାରୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟିଥିଲା ନକଲି ପୋଲିସ ଗୁଣ୍ଡିଚା ଦଳେଇ ।



୩ଟି ଖାକି ପୋଷାକ ଜବତ:
ଏନେଇ କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି," ଏହି ଅଭିଯୋଗ ପାଇ ବାଦାମବାଡ଼ି ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନକଲି ପୋଲିସକୁ ବାନ୍ଧିଛି । ଗିରଫ ସମୟରେ ୩ଟି ଖାକି ପୋଷାକ , ଫେକ ଆଇକାର୍ଡ, ଏକ ଲ୍ୟାପଟପ , ୫ ମୋବାଇଲ ଜବତ କରିଛି ପୋଲିସ । ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଫ୍ରିଜ କରଯାଇଛି । ତଦନ୍ତ ସମୟରେ ଯେଉଁମାନେ ଠକେଇର ଶିକାର ହୋଇଥିବେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ । ଏହି ସିଣ୍ଡିକେଟରେ ପାଖାପାଖି ୪୦ ଜଣ ଶିକାର ହୋଇଛନ୍ତି । କଟକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିଲା ଠକେଇ ସିଣ୍ଡିକେଟ । ବର୍ତ୍ତମାନ ସୁଧା ଜଣଙ୍କଠୁ ମାମଲା ହସ୍ତଗତ ହୋଇଛି । ଗୁଣ୍ଡିଚା ଦଳେଇର ଶିକ୍ଷାଗତ ଯୋଗ୍ୟତା ଡିଗ୍ରୀ ପାସ । କେବଳ ପୋଲିସ ଚାକିରି ନୁହେଁ , ଆରଆଇ ଏବଂ ଅମିନ ଚାକିରି କରିବା ନାଁରେ ମଧ୍ୟ ଠକେଇ କରିଥିଲା । ବର୍ତ୍ତମାନ ପୋଲିସ ଡ୍ରେସ ମାର୍କେଟରେ ଉପଲବ୍ଧ ରହୁଛି । ତେଣୁ ଏହାର ସୁଯୋଗ ନେଇ ଗୁଣ୍ଡିଚା ଏପରି କାର୍ଯ୍ୟ କରିଛି । ବିଶେଷକରି ଯୁବକମାନଙ୍କୁ ସେ ଟାର୍ଗେଟ କରୁଥିଲା ।"

ଏହା ମଧ୍ୟ ପଢନ୍ତୁ...ଆଧିପତ୍ୟ ବିସ୍ତାର ବିବାଦରୁ କବିସୂର୍ଯ୍ୟନଗର ବିଜେପି ନେତାଙ୍କୁ ହତ୍ୟା, 5 ଗିରଫ - GANJAM KABISURYANAGAR MURDER

ଏହା ମଧ୍ୟ ପଢନ୍ତୁ...ତୁଟିଲା ପ୍ରଯୋଜକ କଳି; ଟୁଟୁ ନାୟକଙ୍କୁ ହାଇକୋର୍ଟଙ୍କ ଶକ୍ତ ପ୍ରହାର, ନକଲି ଆସୋସିଏସନ ପଞ୍ଜିକରଣ ରଦ୍ଦ - UCCC ON HIGH COURT STAY ORDER

ରିମାଣ୍ଡରେ ଆସିବ ନକଲି ପୋଲିସ ଗୁଣ୍ଡିଚା ଦଳେଇ :

ଏମିତିକି ସେ ପୋଲିସ ୟୁନିଫର୍ମ ପିନ୍ଧି ଫଟୋ ଉଠାଇ ପିଲାମାନଙ୍କୁ ଛାଡୁଥିଲା । ପରେ ଚାକିରି କରେଇ ଦେବା ବାହାନାରେ ସଫଳ ହେବା ପରେ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ତେବେ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ଆଗମୀ ଦିନରେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି । ଅନ୍ୟ କେଉଁମାନେ ଏହିଭଳି ଠକେଇର ଶିକାର ହୋଇଛନ୍ତି, ସେନେଇ ଅଧିକ ତଥ୍ୟ ହାସଲ କରିବ ପୋଲିସ ।ଏହିଭଳି ଠକେଇର ଶିକାର ନ ହେବାକୁ ଡିସିପି ପରାମର୍ଶ ଦେଇଛନ୍ତି । ବିଶେଷକରି ଯେଉଁମାନେ ଚାକିରି କରାଇଦେବା ପାଇଁ ଟଙ୍କା ଡିମାଣ୍ଡ କରୁଛନ୍ତି, ସେମାନଙ୍କ ବିରୋଧରେ ପୋଲିସକୁ ଜଣାଇବାକୁ ନିବେଦନ କରିଛନ୍ତି କଟକ ଡିସିପି ।



ଇଟିଭି ଭାରତ, କଟକ