ଭୁବନେଶ୍ବର/ଅନୁଗୋଳ: ଠକର ଟଙ୍କା ମାଗିବାର ତରିକା ଭିନ୍ନ । ସିଏମ ଅଫିସରୁ କହୁଛି, ଦୁଇ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି । ନିଜକୁ ଦେଉଥିଲା ସିଏମଓ କାର୍ଯ୍ୟାଳୟର ବୋଲି ପରିଚୟ । ଫୋନ କରା ସିଧା ସରକାରୀ କର୍ମଚାରୀଙ୍କୁ ମାଗୁଥିଲା ଲାଞ୍ଚ । ନଚେତ୍ ବଦଳି କରିଦେବାର ଦେଉଥିଲା ଧମକ । ତେବେ ଅନୁଗୋଳ PWDର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲଙ୍କ ଅଭିଯୋଗ ଆଧାରରେ ଭିମଟାଙ୍ଗିର ଜାନକୀ ବଲ୍ଲଭ ମହାପାତ୍ରକୁ ଗିରଫ କରିଛି କମିଶନରେଟ ପୋଲିସ ।
ଜାନକୀ ବଲ୍ଲଭ ଗିରଫ:
କମିସନରେଟ ପୋଲିସର ଏୟାରଫିଲ୍ଡ ଥାନାରେ ଏନେଇ ଅଭିଯୋଗ କରିଥିବା ପ୍ରତାପ କୁମାର ହରିପାଲଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୨୦୧/୨୫ରେ କେସ କରି BNSର ଧାରା 256(b),351(2),308(4),308(5)ରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଏବେ ଝାରପଡ଼ା ଜେଲରେ ରହିଛି ।
କଣ ଥିଲା ଅଭିଯୋଗ:
ଏନେଇ ଅଭିଯୋଗ ଅନୁସାରେ, ପ୍ରତାପ କୁମାର ହରିପାଲ ଅନୁଗୋଳ R&B ଡିଭିଜନରେ ସୁପରିଟେଣ୍ଡ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । କିଛି ଦିନ ପୂର୍ବେ ଅଭିଯୁକ୍ତ ଜାନକୀ ବଲ୍ଲଭ ମହାପାତ୍ର ବାରମ୍ବାର କଲ କରିଥିଲା । ସେ ନିଜକୁ ସିଏମଓ ଅଫିସର କର୍ମଚାରୀ ବୋଲି ପରିଚୟ ଦେଇ ଦୀର୍ଘ ଏକ ମାସ ଧରି ତାଙ୍କୁ ୨ଲକ୍ଷ ଟଙ୍କା ମାଗିଥିଲା ଲାଞ୍ଚ । ନଚେତ ମାଲକାନଗିରି ଟ୍ରାନ୍ସଫର କରିଦେବାର ମଧ୍ୟ ଧମକ ଦେଇଥିଲା । ଟ୍ରାନ୍ସଫର ହେବାର ଡରରେ ଦୁଇ ଲକ୍ଷ ଟଙ୍କା ନେଇ ତାଙ୍କୁ ଭିମଟାଙ୍ଗି ସ୍ଥିତ ବାସଭବନରେ ଦେଇ ଆସିଥିଲେ । ପରେ ୨ ତାରିଖରେ ମଧ୍ୟ ପୁଣି କଲ କରି ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲା । କୌଣସି ଅସୁବିଧା କଲେ ବା କେଉଁଠି କହିଲେ ଅସୁବିଧା ହେବ କହି ଧମକ ଦେଇ ତାଙ୍କୁ ସିଧା ଆଣି ଭିମଟାଙ୍ଗିରେ ଟଙ୍କା ଦେବା ପାଇଁ ଧମକ ଦେଇଥିଲା ।
ଏନେଇ ପ୍ରତାପ କୁମାର ହରିପାଲ ଏୟାରଫିଲ୍ଡ ଥାନାରେ ଗତ 3 ତାରିଖରେ ରାତି ୧୨ଟାରେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା । ଏହା ଜଣେ ଠକ ଓ ସେ ଏପରି ଠକେଇ ପାଇ ନିଜକୁ ଏପରି ପରିଚୟ ଦେଇ ଠକାମି କରିଥାଏ । ଅଭିଯୋଗ ଆଧାରରେ ତାକୁ ଗିରଫ କରିଛି ପୋଲିସ । ତେବେ ଏହି ଘଟଣାରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଅଧିକ୍ଷଣ ଯନ୍ତ୍ରୀ । ଅଭିଯୋଗର ତଦନ୍ତ ଚାଲିଛି କହି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।
ଇଟିଭି ଭାରତ, ଅନୁଗୋଳ ଓ ଭୁବନେଶ୍ବର