ETV Bharat / state

Explainer: 'ମିଶନ ଶକ୍ତି'ରୁ 'ସୁଭଦ୍ରା', ଓଡ଼ିଶାରେ ମହିଳା ସଶକ୍ତିକରଣରେ ଯୁଗାନ୍ତକାରୀ ପଦକ୍ଷେପ - WOMEN WELFARE SCHEMES ODISHA

ଓଡ଼ିଶାରେ ମହିଳା ସଶକ୍ତିକରଣ । ଅଢ଼େଇ ଦଶନ୍ଧିରେ ରାଜ୍ୟରେ ଏକାଧିକ ମହିଳା କୈନ୍ଦ୍ରୀକ ଯୋଜନା । ସାମାଜିକ ଓ ଆର୍ଥିକ କ୍ଷେତ୍ରରେ କେତେ ସଶକ୍ତ ମହିଳା ? ପଢ଼ନ୍ତୁ ଏହି ରିପୋର୍ଟ ।

Empowering Women in Odisha
Empowering Women in Odisha (ETV Bharat Odisha)
author img

By ETV Bharat Odisha Team

Published : April 14, 2025 at 4:29 PM IST

Updated : April 14, 2025 at 5:25 PM IST

9 Min Read

Women empowerment programs Odishaଏପ୍ରିଲ ୧୧ ତାରିଖ, ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଏବଂ ସ୍ବାସ୍ଥ୍ଯ ସେବା କ୍ଷେତ୍ରରେ ମନେ ରଖିବା ଭଳି ଦିନଟିଏ । କେନ୍ଦ୍ର ସରକାର ଦୀର୍ଘ ୮ ବର୍ଷ ଧରି ଯେଉଁ ପ୍ରୟାସ କରି ଆସୁଥିଲା, ତାହା ଓଡ଼ିଶାରେ ସାକାର ହେଲା । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଦ୍ବାରା ଐତିହାସିକ ସହର କଟକରେ, ଶୁଭାରମ୍ଭ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ପୂର୍ବରୁ ଓଡ଼ିଶାରେ ଚାଲୁଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ର ସ୍ଥାନ ନେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB PM JAY) । ବିଏସକେୱାଇ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ସମେତ ମୋଟ ସାଢ଼େ ତିନି କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି । ଏହା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ଉପଲବ୍ଧି । କେବଳ ସ୍ବାସ୍ଥ୍ୟ ସୁରକ୍ଷା ନୁହେଁ, ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଓଡିଶା ନେଇଛି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଆସନ୍ତୁ ନଜର ପକାଇବା ଓଡ଼ିଶାରେ କଣ ରହିଛି ପ୍ରମୁଖ ମହିଳା କୈନ୍ଦ୍ରୀକ ଯୋଜନା ? କେତେ ସଶକ୍ତ ହୋଇଛନ୍ତି ଆମ ଓଡ଼ିଆ ମହିଳା ?

Census 2011
Census 2011 (ETV Bharat)

Odisha Government Schemes For Women:

ଓଡ଼ିଶାରେ ମହିଳା ଯୋଜନା : ୨୦୧୧ରେ ଶେଷ ଥର ପାଇଁ ହୋଇଥିଲା ଜନଗଣନା । ଏହି ଅନୁସାରେ ସେତେବେଳେ ଓଡ଼ିଶାର ଜନସଂଖ୍ୟା ଥିଲା ୪.୨ କୋଟି । ୨୦୧୧ ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟା ୪,୧୮,୭୪,୨୧୮ ଥିବା ବେଳେ, ସେଥିରୁ ପୁରଷ ସଂଖ୍ୟା ୨, ୧୨, ୧୨,୧୩୬ ଏବଂ ମହିଳା ସଂଖ୍ୟା ୨, ୦୭,୬୨, ୦୮୨ । ରାଜ୍ୟରେ ପୁରୁଷ ଜନସଂଖ୍ୟା ପ୍ରତିଶତ ୫୦.୫୪ % ଏବଂ ମହିଳା ଜନସଂଖ୍ୟା ପ୍ରତିଶତ ୪୯.୪୬ % । ଅର୍ଥାତ ଓଡ଼ିଶାରେ ପୁରୁଷ ଏବଂ ମହିଳାଙ୍କ ସଂଖ୍ୟାରେ ନାହିଁ ବେଶୀ ଫରକ । ରାଜ୍ୟରେ ମହିଳାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଭିନ୍ନ ଭିନ୍ନ ମହିଳା କୈନ୍ଦ୍ରୀୟ ଯୋଜନା । ସେଥିରୁ ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ ରହିଛି 'ସୁଭଦ୍ରା ଯୋଜନା' , 'ମିଶନ ଶକ୍ତି', 'ମମତା' ଏବଂ 'ଖୁସି ଯୋଜନା' ।

Census 2011
Census 2011 (ETV Bharat)

୨୦୦୧ରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି ଯୋଜନା । ୨୦୧୮ରେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ ନେଇ 'ଖୁସି ଯୋଜନା'ର ଶୁଭାରମ୍ଭ ହୋଇଥିଲା । ସେହିପରି ଗର୍ଭବତୀ ମଆ ବା ପ୍ରସୂତୀ ମହିଳାଙ୍କ ସ୍ବାସ୍ଥ୍ଯକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୨୦୨୧ରେ 'ମମତା ଯୋଜନା' ଆଣିଥିଲେ ତତକାଳୀନ ରାଜ୍ୟ ସରକାର । ଓଡ଼ିଶାରେ ଅନ୍ୟତମ ଲୋକପ୍ରିୟ ଆର୍ଥିକ ପ୍ରୋତ୍ସାହନ ରାଶି ସମ୍ବଳିତ ମହିଳା ଯୋଜନା ହେଉଛି 'ସୁଭଦ୍ରା ଯୋଜନା' । ରାଜ୍ୟରେ ବିଜେପି ସରକାର ଆସିବା ପରେ ୨୦୨୪ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା ।

Schemes For Uplifting Women In Odisha
Schemes For Uplifting Women In Odisha (ETV Bharat Odisha)

Schemes For Uplifting Women In Odisha:

ମହିଳା ସଶକ୍ତିକରଣରେ ଓଡ଼ିଶା : ମହିଳାଙ୍କ ବିକାଶ ଦିଗରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଓଡ଼ିଶା ସରକାର । ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ । ତେଣୁ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା, ରୋଜଗାରକ୍ଷମ କରିବା, ଆର୍ଥିକ ସ୍ୱାଧୀନତା ପ୍ରଦାନ କ୍ଷେତ୍ରରେ ସାହାଯ୍ୟ କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଆସୁଛି । ମହିଳା ସଶକ୍ତିକରଣ ପାଇଁ ୨୦୦୧ରେ ତତକାଳୀନ ସରକାର ଆରମ୍ଭ କରିଥିଲେ 'ମିଶନ ଶକ୍ତି' କାର୍ଯ୍ୟକ୍ରମ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs)କୁ ପ୍ରୋତ୍ସାହନ ଦିଗରେ ଏହି ଯୋଜନକା ଏକ ପ୍ରମୁଖ ରଣନୀତି ଭାବରେ ଗ୍ରହଣ କରାଯାଇଥିଲା। "ମିଶନ ଶକ୍ତି" ହେଉଛି ଏପରି ଏକ କାର୍ଯ୍ୟକ୍ରମ, ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଗୁଡ଼ିକୁ ବିଭିନ୍ନ ସାମାଜିକ-ଆର୍ଥିକ କାର୍ଯ୍ୟକଳାପରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ୨୦୦୧ ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସୁପ୍ରିମୋ ନବୀନ ପଟନାୟକ 'ମିଶନ ଶକ୍ତି ' ଯୋଜନାର ଶୁଭାରମ୍ଭ କରିଥିଲେ ।

Mission Shakti Odisha:

ମହିଳାଙ୍କ ଶକ୍ତି 'ମିଶନ ଶକ୍ତି': ୨୦୦୧ରେ ଆରମ୍ଭ ହୋଇଥିଲା 'ମିଶନ ଶକ୍ତି' ଯୋଜନା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା- (1) ମହିଳାମାନଙ୍କୁ କମ୍ ସୁଧରେ ଋଣ ପ୍ରଦାନ, (2), ବଜାର ସଂଯୋଗ ପ୍ରଦାନ ସହ ଲାଭଦାୟକ କାର୍ଯ୍ୟକଳାପ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରାଇବା , (3) ମିଶନ ଶକ୍ତି ଅଧିନରେ ଥିବା SHG ମାଧ୍ୟମରେ ମହିଳାମାନଙ୍କ ବିକାଶ କରାଇବା । (୪) ଅଧିକରୁ ଅଧିକ ମହିଳାଙ୍କୁ SHGରେ ସାମିଲ କରାଇବା । ମିଶନ ଶକ୍ତିକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ୨୦୧୭ରେ ଆଉ ଏକ ବଡ଼ ପଦକ୍ଷେପ ନେଇଥିଲେ ତତକାଳୀନ ନବୀନ ସରକାର । ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ଅଧୀନରେ ଏପ୍ରିଲ ୨୦୧୭ରେ ମିଶନ ଶକ୍ତି ନାଁରେ ଏକ ପୃଥକ ନିର୍ଦ୍ଦେଶାଳୟ (separate Directorate of Mission Shakti)ସୃଷ୍ଟି କରାଗଲା । ରାଜ୍ୟରେ SHG ଅଭିଯାନକୁ ଆଗକୁ ବଢାଇବା ଏବଂ SHG ଆନ୍ଦୋଳନର ପ୍ରୟାସକୁ ଏକୀକୃତ ଏବଂ ସୁଦୃଢ଼ କରିବା ପାଇଁ, ୨୦୧୯ରେ ମିଶନ ଶକ୍ତି ନାମରେ ଏକ ପୃଥକ ବିଭାଗ ମଧ୍ୟ ଖୋଲାଗଲା ।

ଓଡ଼ିଶାରେ SHG ?

୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ଓଡ଼ିଶାରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂଖ୍ୟା ୫,୭୯,୫୦୨ । ୨୦୨୫ ଫେବ୍ରୁଆରୀ ୨୮ ସୁଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଆର୍ଥିକ ସହାୟତା ରାଶି ପରିମାଣ - ୩,୫୩୧.୧୬ କୋଟି ।

SHG In Odisha
SHG In Odisha (ETV Bharat)
  1. ଏସଏଚଜି ଜରିଆରେ ବିଭିନ୍ନ ବ୍ୟବସ୍ଥା
  2. ୨୦୧୩ରେ ଏସଏଚଜିଗୁଡ଼ିକୁ ବାର୍ଷିକ ୨% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା
  3. ୨୦୧୫ରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ୧% କୁ ହ୍ରାସ
  4. ୨୦୧୯ରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ୦% କୁ ହ୍ରାସ ବା ବିନା ସୁଧରେ ୩ ଲକ୍ଷ ଟଙ୍କା ଋଣ ପ୍ରଦାନ । ସର୍ତ୍ତ , ଯେଉଁ ଏସଏଚଜି ସଠିକ ସମୟରେ ଋଣ ଟଙ୍କା ପରିଶୋଧ କରିବେ, ସେମାନଙ୍କୁ ହିଁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ଏହା ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ SHG ପାଇଁ ଲାଗୁ ।
  5. ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଇଣ୍ଟରେଷ୍ଟ ସଭେନସନ ସ୍କିମକୁ "ମିଶନ ଶକ୍ତି ଲୋନ" ନାମରେ ନାମିତ କଲେ ।

Subhadra scheme Odisha:

ସୁଭଦ୍ରା ଯୋଜନା: ୨୦୦୧ରେ ନବୀନ ପଟ୍ଟନାୟକ ପ୍ରଣୟନ କରିଥିଲେ 'ମିଶନ ଶକ୍ତି' ଯୋଜନା । ୨୦୨୪ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଣିଲେ ଆଉ ଏକ ମହିଳା କୈନ୍ଦ୍ରୀୟ ଯୋଜନା , ଯାହାର ନାମ "ସୁଭଦ୍ରା" । ନିର୍ବାଚନୀ ଇସ୍ତାହାର ଦେଇଥିବା ବିଜେପି, କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଓଡ଼ିଶାରେ ଶୁଭାରମ୍ଭ ହେଲା ସୁଭଦ୍ରା ଯୋଜନା । ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି, ମହିଳାଙ୍କୁ ସଶକ୍ତ କରିବା ଏବଂ ଲକ୍ଷପତି ବନାଇବା ଲକ୍ଷ୍ୟରେ କାର୍ଯ୍ୟକାରୀ ହୋଇଛି ଏହି ଯୋଜନା । ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ, ୨୦୨୪ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫ୍ଲାଗସିପ୍ ଯୋଜନାର ଶୁଭାରମ୍ଭ କରିଥିଲେ ।

'ସୁଭଦ୍ରା' ପାଇଁ ଯୋଗ୍ୟତା:

  1. ବୟସ ୨୧ ରୁ ୬୦ ବର୍ଷ ବୟସ
  2. ୨୦୨୪-୨୦୨୫ରୁ ୨୦୨୮-୨୦୨୯ ପାଞ୍ଚ ବର୍ଷିଆ ଯୋଜନା
  3. ଆଧାର ଲିଙ୍କ ବାଧ୍ୟତାମୂଳକ
  4. DBT ଜରିଆରେ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ ଟ୍ରାନଜାକ୍ସନ

ଓଡ଼ିଶାରେ ଲକ୍ଷପତି ଦିଦି:

ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଓଡ଼ିଶା । ମିଶନ ଶକ୍ତି ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହିତ କରିବା ହେଉ କିମ୍ବା ସୁଭଦ୍ରା ଯୋଜନା ଜରିଆରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ସହ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ହେଉ, ରାଜ୍ୟରେ ମହିଳା ସଶକ୍ତିକରଣ ଅଭିଯାନରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଓଡ଼ିଶା ସରକାର । ୨୦୨୫ ମାର୍ଚ୍ଚରେ ରାଜ୍ୟରେ ସମସ୍ତ ୩୦ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ଲକ୍ଷପତି ଦିଦି କର୍ମଶାଳା । ଏହି ଅସରରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ " ଓଡ଼ିଶା ଲକ୍ଷପତି ଦିଦି ଗଢିବାରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ଲକ୍ଷପତି ଦିଦିଙ୍କୁ ଆମେ ପାଇ ସାରିଛୁ । "

Schemes for Uplifting Women in Odisha
Schemes for Uplifting Women in Odisha (ETV Bharat)

Mamata scheme Odisha:

ମମତା ଯୋଜନା: ପ୍ରସୂତୀଙ୍କ ପାଇଁ ସହାୟତା ରାଶି । ଗର୍ଭଧାରଣ ସହାୟତା ବା ମେଟରନିଟି ବେନିଫିଟ ସ୍କିମ (Maternity Benefit Scheme)। ମାତୃ ଏବଂ ଶିଶୁ ପୁଷ୍ଟିହୀନତା ସମସ୍ୟା ଦୂର କରିବା ଲକ୍ଷ୍ୟରେ ୨୦୧୧ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ମମତା ଯୋଜନା । ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନକାରୀ ମାଆଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ହିତାଧିକାରୀଙ୍କୁ ସର୍ତ୍ତମୂଳକ ନଗଦ ଟଙ୍କା ସ୍ଥାନାନ୍ତର କରାଯାଏ । ଗର୍ଭବତୀ ଏବଂ ସ୍ତନ୍ୟପାନକାରୀ ମହିଳାମାନଙ୍କୁ ଉନ୍ନତ ପୁଷ୍ଟିସାର ଯୋଗାଣ ଏବଂ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଯୋଜନାର ମୂଖ୍ୟ ଲକ୍ଷ୍ୟ । ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ (W&CD Department) ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଯୋଜନା ।

ମମତା ଯୋଜନା ପ୍ରୋତ୍ସାହନ

  1. ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କା
  2. ପ୍ରଥମ କିସ୍ତି: ଗର୍ଭଧାରଣର ୬ ମାସ ପରେ ୬,୦୦୦ ଟଙ୍କା
  3. ଦ୍ବିତୀୟ କିସ୍ତି : ନବଜାତ ଶିଶୁକୁ ୧୦ ମାସ ହେବା ପରେ ୪,୦୦୦ ଟଙ୍କା

ମୋହନ ମାଝୀ ସରକାରଙ୍କ ନୂଆ 'ମମତା' ସହାୟତା

ବର୍ତ୍ତମାନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜେପି ସରକାର ଏହି ଯୋଜନାରେ ଅଧିକ ସହାୟତା ରାଶି ଯୋଡ଼ିଛନ୍ତି । ସରକାରଙ୍କ ସମନ୍ବିତ ଯୋଜନାରେ, ଶିଶୁ ପୁତ୍ର ଜନ୍ମ ହେଲେ, ପ୍ରସୂତୀଙ୍କୁ ୧୦,୦୦୦ ଟଙ୍କା ଏବଂ ଶିଶୁ କନ୍ୟା ଜନ୍ମହେଲେ ମାଆକୁ ମିଳିବ ୧୨,୦୦୦ ଟଙ୍କା ।

ଯୋଗ୍ୟତା:

  1. ୧- ମହିଳା ଜଣକ ଓଡ଼ିଶାର ବାସିନ୍ଦା ହୋଇଥିବେ
  2. ୨-ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ
  3. ୩- ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ବୟସ ୧୯ ବର୍ଷ କିମ୍ବା ଅଧିକ ହୋଇଥିବ
  4. ୪- ମହିଳାଙ୍କ ପ୍ରଥମ ଦୁଇଟି ଜୀବିତ ଶିଶୁ ପାଇଁ ଉଦ୍ଦିଷ୍ଟ
  5. ୫- ମହିଳାଙ୍କ ସ୍ବାମୀ ସରକାରୀ (କେନ୍ଦ୍ର କିମ୍ବା ରାଜ୍ୟ) କିମ୍ବା ସରକାରୀ ଉଦ୍ୟୋଗ କର୍ମଚାରୀ ହୋଇନଥିବେ

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ 'ମମତା' ମିଶ୍ରଣ:

ଓଡ଼ିଶାରେ ମମତା ଯୋଜନା ୨୦୧୧ରୁ ଚାଲିଥିବା ବେଳେ, ବର୍ତ୍ତମାନର ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି । ୨୦୨୫ରେ ଓଡ଼ିଶା ସରକାର ମମତା ଯୋଜନାକୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା( PMMVY)ରେ ମିଶ୍ରଣ କରିଛନ୍ତି ।

ଖୁସି ଯୋଜନା: ସ୍କୁଲ ଛାତ୍ରୀଙ୍କୁ ସାନିଟାରୀ ନାପକିନ

୨୦୧୮ ମସିହାରେ ଖୁସି ଯୋଜନା ଆରମ୍ଭ କରିଥିଲେ ଓଡ଼ିଶା ସରକାର । ଏହା ଏକ ଋତୁସ୍ରାବ ସମୟ ଜନିତ ଯୋଜନା, ଯେଉଁଥିରେ ସ୍କୁଲ ଛାତ୍ରୀମାନଙ୍କୁ ମାଗଣାରେ ପ୍ୟାଡ ଯୋଗାଣ । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ସ୍କୁଲ ଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ଆରମ୍ଭ ହୋଇଥିଲା ଏହି ଯୋଜନା । ଏହି ସରକାରୀ ଯୋଜନାର ମୁଖ୍ୟ ଲକ୍ଷ୍ୟ, ସରକାରୀ ସ୍କୁଲରେ ପଢ଼ୁଥିବା ଝିଅମାନଙ୍କୁ ମାଗଣା ସାନିଟାରୀ ନାପକିନ ଯୋଗାଇବା ଏବଂ ସେମାନଙ୍କୁ ସ୍ବଚ୍ଛତାର ବାର୍ତ୍ତା ଦେବା । ମହିଳାମାନଙ୍କ ପାଇଁ ସାନିଟାରୀ ନାପକିନ ଉପରେ ସବସିଡି ପ୍ରଦାନ କରିବା ଏବଂ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବା ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବା । ବିଶେଷ କରି ସରକାରୀ ବିଦ୍ୟାଳୟଗୁଡ଼ିକରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଝିଅମାନେ ଏବଂ ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ମାଗଣାରେ ସାନିଟାରୀ ନାପକିନ ପ୍ରଦାନ କରିବା ।

ମିଶନ ଶକ୍ତି ଓ ସୁଭଦ୍ରା ଯୋଜନା ସଫଳ: ସମାଜସେବୀ

ଓଡ଼ିଶାରେ ମହିଳା ସଶକ୍ତିକରଣ ଯୋଜନାକୁ ନେଇ ସମାଜସେବୀ ଅନୁରାଧା ମହାନ୍ତି କହିଛନ୍ତି, "ଉଭୟ ଯୋଜନା ଫଳପ୍ରଦ ହୋଇଛି । ନୂଆ ଯୋଜନାରେ ନୂଆ କିଛି ଯୋଡ଼ା ଯାଇଛି । ନୂଆ ନୂଆ ଯୋଜନା ହେବା ଦରକାର । ପରିବର୍ତ୍ତିତ ପରିସ୍ଥିତିରେ ନୂଆ ନୂଆ ବ୍ୟବସ୍ଥାକୁ ଯୋଡ଼ା ଯିବା ଦରକାର । ଯୋଜନା ସହ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରିବା ଦରକାର । ବର୍ତ୍ତମାନ ମହିଳାଙ୍କୁ ସଫ୍ଟ ବିଜନେସରେ ଦେଖିବାକୁ ପାଉଛେ । ମହିଳାଙ୍କୁ କୃଷି ସଂପର୍କିତ ଶିଳ୍ପରେ ଆମେ ଦେଖିବାକୁ ପାଉନାହାନ୍ତି । କିନ୍ତୁ କୃଷିରେ ମହିଳାଙ୍କ ସମ୍ପୃକ୍ତି ଅଧିକ ରହିଛି । ମହିଳାଙ୍କୁ ଟ୍ରାକ୍ଟର ଲୋନ ମିଳୁନାହିଁ । ମହିଳାଙ୍କୁ ବୈଷୟିକ ଜ୍ଞାନକୌଶଳ ଦିଗରେ ପ୍ରେରିତ କରିବାକୁ ପଡିବ । ଫଳରେ ସେମାନେ ପ୍ରତିଯୋଗିତାରେ ଆଗକୁ ଆସିବେ ।"

ଅନୁରାଧା ଆହୁରି ମଧ୍ୟ କହିଛନ୍ତି, "ନୂଆ ସରକାର ଆସିଲେ ନୂଆ ଯୋଜନା କରନ୍ତି । ପରିସ୍ଥିତି ପରିବର୍ତ୍ତନ ସହ ଆଡଅନ୍ କରିବାକୁ ପଡ଼ିବ । ଇକୋ ଫ୍ରେଣ୍ଡଲି ଓ ଗ୍ରୀନ ଏଣ୍ଟ୍ରୋପ୍ରିନିୟର କଥା ଆସିଗଲାଣି । ଟ୍ରେନିଂ କ୍ୟାପାସିଟି ସେମାନଙ୍କର ବଢ଼ାଇବାକୁ ପଡିବ । ବିଜନେସ ମଡ୍ୟୁଲରେ ମହିଳା ଲିଡର ବା ମ୍ୟାନେଜମେଣ୍ଟ ଦାଇତ୍ୱକୁ ଆସିବା ଦରକାର । କ୍ୟାପାସିଟି ଥିବା ମହିଳାଙ୍କୁ ଗ୍ରୁପ ଚୟନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଦରକାର । ଅନ୍ୟମାନଙ୍କ ଉପରେ ନିର୍ଭର କରି ମହିଳା କାର୍ଯ୍ୟକାରୀ ଦାଇତ୍ୱରେ ରହୁଛନ୍ତି । ସେମାନଙ୍କର ଦକ୍ଷତା ବିକାଶ ହେଲେ ମାର୍କେଟ ବାବଦରେ ଜାଣି ପାରିବେ ଓ ନିଜ ଜିନିଷର ମାର୍କେଟ କରିପାରିବେ । ଇ - ମାର୍କେଟିଂକୁ ପ୍ରବେଶ କରିବେ ।"

ଦେଶରେ ମହିଳା ସଶକ୍ତିକରଣ ଯୋଜନା

ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI)"ଭାରତରେ ମହିଳା ଏବଂ ପୁରୁଷ ୨୦୨୩ " ଶୀର୍ଷକ ପ୍ରକାଶନର ୨୫ତମ ସଂଖ୍ୟାରେ ଦେଶରେ ମହିଳା ଏବଂ ପୁରୁଷଙ୍କ ହାରାହାରି ସଂଖ୍ୟା ଉଲ୍ଲେଖ ରହିଛି । ୨୦୧୧ ଜନଗଣନା ଅନୁସାରେ ଦେଶରେ ମହିଳାଙ୍କ ପ୍ରତିଶ୍ରତ ମୋଟ ଜନସଂଖ୍ୟାର ୪୮.୫ % ଥିଲା । ୨୦୩୬ ବେଳକୁ ଦେଶର ଜନସଂଖ୍ୟା ୧୫୨.୨ କୋଟି ଆକଳନ କରାଯାଉଥିବା ବେଳେ, ମହିଳାଙ୍କ ହାରାହାରି ପ୍ରତିଶତ ସାମାନ୍ୟ ବୃଦ୍ଧି ପାଇ ୪୮.୮%ରେ ପହଞ୍ଚିପାରେ । ଅର୍ଥାତ ୨୦୧୧ରୁ ୨୦୩୬ ମଧ୍ୟରେ ୧୫ ବର୍ଷ ଭିତରେ ମହିଳାଙ୍କ ପ୍ରତିଶତ ସାମାନ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଦେଶରେ ମହିଳାଙ୍କ ସଂଖ୍ୟା ପାଖାପାଖି ଅଧା ରହିଥିବା ବେଳେ, ସେମାନଙ୍କୁ ସଶକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ବିଭିନ୍ନ ମହିଳା କୈନ୍ଦ୍ରୀକ ବିକାଶମୂଳକ ଯୋଜନା କାର୍ଯ୍ୟକ୍ଷମ କରିଛନ୍ତି ।

Schemes for Uplifting Women in Odisha
Schemes for Uplifting Women in Odisha (ETB Bharat)

ରାଜ୍ୟୱାରୀ ମହିଳା ଯୋଜନା :

ଏବେ ନଜର ପକାଇବା ମହିଳା ସଶକ୍ତିକରଣ ପାଇଁ କେଉଁ ରାଜ୍ୟରେ ଚାଲିଛି କେଉଁ ଯୋଜନା ? ଓଡ଼ିଶାରେ ପୂର୍ବରୁ ବିଭିନ୍ନ ମହିଳା କୈନ୍ଦ୍ରୀକ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଥିବା ବେଳେ, ସବୁଠୁ ସଫଳ ଥିଲା 'ମିଶନ ଶକ୍ତି' । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଣୀତ ଏହି ଯୋଜନା ମହିଳାମାନଙ୍କୁ ଘରର ଚାରିକାନ୍ଥ ଭିତରୁ ବାହାରକୁ ବାହାର କରିବା ସହ ଅର୍ଥନୈତିକ ସ୍ବାବଲମ୍ବୀ କରିବାରେ ବଡ଼ ଭୂମିକା ବହନ କରିଥିଲା । ଓଡ଼ିଶାରେ ବର୍ତ୍ତମାନର ବିଜେପି ସରକାର ମହିଳାଙ୍କ ପାଇଁ ଆରମ୍ଭ କରିଛନ୍ତି ଆଉ ଏକ ଲୋକାଭିମୁଖୀ ଯୋଜନା 'ସୁଭଦ୍ରା ' । ଯେଉଁଥିରେ ପାଞ୍ଚ ବର୍ଷରେ ଜଣେ ମହିଳା ହାତାଧିକାରୀ ପାଇବେ ମୋଟ ୫୦, ୦୦୦ ଟଙ୍କା । ବର୍ଷକୁ ଦୁଇଟି କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ଭାବେ ମୋଟ ୧୦,୦୦୦ ଟଙ୍କା ପାଇବେ ।

Women Schemes In India:

କେଉଁ ରାଜ୍ୟରେ କେଉଁ 'ମହିଳା' ଯୋଜନା: ଏବେ ଜାଣିବା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମହିଳା ଯୋଜନା ସଂପର୍କରେ । ମଧ୍ୟପ୍ରଦେଶ ସରକାର ୨୦୨୩ ଜାନୁଆରୀ ୨୮-ଆରମ୍ଭ କରିଥିଲେ 'ଲାଡଲି ବେହେନା ଯୋଜନା' । ଯେଉଁଥିରେ ରାଜ୍ୟ ବିଜେପି ସରକାର ପ୍ରତ୍ୟେକ ମହିଳାଙ୍କୁ ମାସକୁ ପ୍ରଦାନ କରୁଛନ୍ତି ୧୨୫୦ ଟଙ୍କା । ସେହିପରି କର୍ଣ୍ଣାଟକରେ କଂଗ୍ରେସ ସରକାର ମହିଳାଙ୍କ ପାଇଁ କରିଛନ୍ତି 'ଗୃହଲକ୍ଷ୍ମୀ ଯୋଜନା ' । ୨୦୨୩ ଅଗଷ୍ଟ ୩୦ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତି ମହିଳା ହିତାଧିକାରୀଙ୍କୁ ମାସକୁ ମିଳୁଛି ୨୦୦୦ ଟଙ୍କା ।

ମହାରାଷ୍ଟ୍ରରେ ମହାୟୁକ୍ତି ମହାମେଣ୍ଟ ସରକାର ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ କରିଥିଲେ ମହିଳା ଯୋଜନା । ଯାହାର ନାମ ' ମାଝୀ ଲଡକି ବହିନ ଯୋଜନା' । ୨୦୨୪ ଅଗଷ୍ଟ ୧୭ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ମହିଳାଙ୍କୁ ମାସକୁ ମିଳୁଛି ୧୫୦୦ ଟଙ୍କା । ସେହିପରି ପଶ୍ଟିମବଙ୍ଗ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସରକାର ୨୦୨୧ରେ ଆରମ୍ଭ କରିଥିଲେ 'ଲକ୍ଷ୍ମୀ ଭଣ୍ଡାର ଯୋଜନା' । ଏଥିରେ ପ୍ରତି ମହିଳା ହିତାଧିକାରୀଙ୍କୁ ମାସକୁ ୧୫୦୦ ଟଙ୍କା ପ୍ରଦାନ କରାଯାଉଛି । ୨୦୨୩ ସେପ୍ଟେମ୍ବର ୧୫ରେ ତାମିଲନାଡୁର ଡିଏମକେ ସରକାର ଲଞ୍ଚ୍ କରିଥିଲେ 'ମାଗାଲିର ଉରିମାଇ ସମ୍ମାନ' । ଏଥିରେ ପ୍ରତି ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଦିଆଯାଉଛି । ଝାଡ଼ଖଣ୍ଡର ଜେଏମଏମ ସରକାର ମଧ୍ୟ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରିଥିଲେ ମହିଳା ଯୋଜନା 'ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ' ଯୋଜନା । ୨୦୨୪ ଅଗଷ୍ଟରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା ପ୍ରତି ମହିଳା ମାସକୁ ପାଉଛନ୍ତି ୧୦୦୦ ଟଙ୍କା । ହରିୟାଣାରେ ବିଜେପି ସରକାର ୨୦୨୫ରେ 'ଲାଡୋ ଲକ୍ଷ୍ମୀ ଯୋଜନା' ଅଧିନରେ ପ୍ରତି ମହିଳା ହିତାଧିକାରୀଙ୍କୁ ମାସକୁ ଦେଉଛନ୍ତି ୨୧୦୦ ଟଙ୍କା । ଛତିଶଗଡ଼ରେ ବିଜେପି ସରକାର ମହିଳାଙ୍କ ପାଇଁ ଆରମ୍ଭ କରିଛନ୍ତି 'ମେହତାରି ବନ୍ଦନା ଯୋଜନା' । ୨୦୨୪ ମାର୍ଚ୍ଚ ୧୦ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ମାସକୁ ୧୦୦୦ ଟଙ୍କା ପାଉଛନ୍ତି ପ୍ରତି ମହିଳା ହିତାଧିକାରୀ ।

Empowering Women
Empowering Women (ETV Bharat)

'ମିଶନ ଶକ୍ତି'ରୁ 'ସୁଭଦ୍ରା' । ଦୀର୍ଘ ଅଢ଼େଇ ଦଶନ୍ଧି ମଧ୍ୟରେ ଗୋଟିଏ ପରେ ଗୋଟିିଏ ମହିଳା ସଶକ୍ତିକରଣ ଯୋଜନା ହାତକୁ ନେଇଛନ୍ତି ଓଡ଼ିଶା ସରକାର । ସରକାରୀ ସ୍ତରରେ ଯୁଗାନ୍ତକାରୀ ପଦକ୍ଷେପ, ମହିଳାମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ପ୍ରଗତୀରେ ନିଶ୍ଚିତ ଭାବେ ଗୁରୁତ୍ସବପୂର୍ଣ୍ଣ ଭୂମିକା ବହନ କରିଛି ।

ଦିନେ ହାଣ୍ଡିଶାଳରେ ଥିଲେ ସୀମିତ, ଏବେ ସ୍ବାବଲମ୍ବୀ ସହ ପରିବାର ପ୍ରତିପୋଷଣରେ ବଡ଼ ଭୂମିକା

କେମିତି ହେବେ ଲକ୍ଷପତି ଦିଦି ? ଗଞ୍ଜାମ ମହିଳା କହିଲେ ସଫଳତାର ମନ୍ତ୍ର

ଆଜିଠୁ ଆରମ୍ଭ ହେଲା ସୁଭଦ୍ରା ଯୋଜନା ପଞ୍ଜୀକରଣ, ଜାଣନ୍ତୁ କିପରି ଓ କେଉଁଠି କରିବେ ଆବେଦନ

Referrences:

https://www.myscheme.gov.in/schemes/mbobocwwb

https://sansad.in/getFile/annex/267/AU3335_ZWUQSo.pdf?source=pqars

https://missionshakti.odisha.gov.in/about-

us/overview#:~:text=Formation%20and%20strengthening%20of%20WSHGs,around%2070%20lakh%20women%20members.&text=Linking%20women%20wit

https://pib.gov.in/PressReleaseIframePage.aspx?PRID=2044607#:~:text=By%202036%2C%20population%20of%20India,substantially%20increase%20during%20this%20period.

https://www.census2011.co.in/census/state/orissa.html

ସୌଜନ୍ୟ-RKC

Last Updated : April 14, 2025 at 5:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.