ETV Bharat / state

EDକୁ ଭାଙ୍ଗିବାର ସମୟ ଆସିଯାଇଛି, ଜାତିଗତ ଜନଗଣନା ହେବା ଉଚିତ: ଅଖିଳେଶ - AKHILESH YADAV ON ED

ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଯଥାଶୀଘ୍ର ରଦ୍ଦ ହେବା ଉଚିତ । ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାକୁ ଲଢ଼େଇ କରୁଛୁ । କହିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।

Akhilesh Yadav odisha visit
Akhilesh Yadav odisha visit (ETV Bharat Odisha)
author img

By ETV Bharat Odisha Team

Published : April 16, 2025 at 5:42 PM IST

2 Min Read

ଭୁବନେଶ୍ୱର: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି । ଏପଟେ ଇଡି ଉପରେ ଅସନ୍ତୋଷ ଝାଡିଛି କଂଗ୍ରେସ । ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଓ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ନାମରେ ମିଛ ଅଭିଯୋଗ ଫର୍ଦ୍ଦ ଦାୟର କରାଯାଇଅଛି ବୋଲି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ (ED Office) ଘେରାଉ କରାଯାଉଛି ।

ଆଉ ଏହା ମଧ୍ୟରେ ସମାଜବାଦୀ ପାର୍ଟି (ଏସପି) ସୁପ୍ରିମୋ ଅଖିଳେଶ ଯାଦବ ବୁଧବାର କହିଛନ୍ତି, ଆର୍ଥିକ ଅପରାଧର ମୁକାବିଲା ପାଇଁ ଇନକମ ଟ୍ୟାକ୍ସ ସମେତ ବିଭାଗ ରହିଛି । ଏହି ସମୟରେ ଇଡିର ଆବଶ୍ୟକ ନାହିଁ । ଇଡିକୁ ଭାଙ୍ଗିବା ସମୟ ଆସିଯାଇଛି ।

ଆଜି ଭୁବନେଶ୍ୱରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ମୋ ବୁଝିବାରେ, ଇଡି ଭଳି ବିଭାଗକୁ ରଦ୍ଦ କରାଯିବା ଦରକାର । ଅନେକ ସଂସ୍ଥା ଅଛି ଯିଏ ଆର୍ଥିକ ଅପରାଧକୁ ତଦାରଖ କରୁଛି । ଇଡି ରହିବାର ଆବଶ୍ୟକତା ନାହିଁ । ଯେଉଁ କଂଗ୍ରେସ ଇଡି ତିଆରି କରିଥିଲା ସେହି ଇଡି ଆଜି କଂଗ୍ରେସ ଉପରେ ନାଲିଆଖି ଦେଖାଉଛି ।"

ଏହା ବି ପଢନ୍ତୁ- ଓଡ଼ିଶାରେ ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କ ସହ ମୁଲାକାତ ନେଇ ଚର୍ଚ୍ଚା - AKHILESH YADAV MEETS SRIKANT JENA

ସେ କହିଛନ୍ତି ଯେ କଂଗ୍ରେସ କାର୍ଯ୍ୟକାଳ ମଧ୍ୟରେ ଅନେକ ଦଳ ଇଡି ପ୍ରତିଷ୍ଠାକୁ ବିରୋଧ କରିଥିଲେ ଏବଂ ଭବିଷ୍ୟତରେ ଏହା ସେମାନଙ୍କୁ ଅସୁବିଧାରେ ପକାଇପାରେ ବୋଲି କହିଥିଲେ ।

ଯାଦବ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସ ନିଜେ ଏହି ଇଡି ଆଇନ ପ୍ରଣୟନ କରିଥିଲା । ସେତେବେଳେ ଅନେକ ଦଳ ଏହାକୁ ବିରୋଧ କରି କଂଗ୍ରେସକୁ କହିଥିଲେ ଯେ ଆପଣ ଏପରି ଏକ ଆଇନ ଆଣିଛନ୍ତି ଯାହା ଶେଷରେ ଆପଣଙ୍କୁ ଅସୁବିଧାରେ ପକାଇପାରେ ।"

ଏହା ସହିତ ଅଖିଳେଶ ଯାଦବ କହିଛନ୍ତି, ସାମାଜିକ ନ୍ୟାୟ ଓ ସମ୍ବିଧାନର ରକ୍ଷା କରିବା ଆମର ଲକ୍ଷ୍ୟ । ଜାତିଗତ ଜନଗଣନା ହେବା ଉଚିତ । ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବାକୁ ଲଢ଼େଇ କରୁଛୁ ।"

ଏପଟେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ (ED Office) ଘେରାଉ ହୋଇଥିଲା । ଦଳ ସୋସିଆଲ ମିଡିଆ ଏକ୍ସରେ ଲେଖିଛି କି, "ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ ଓ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ନାମରେ ମିଛ ଅଭିଯୋଗ ଫର୍ଦ୍ଦ ଦାୟର କରାଯାଇଅଛି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଓଡ଼ିଶା ପକ୍ଷରୁ ଆଜି ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ (ED Office) ଘେରାଉ ।"

ଏହା ବି ପଢନ୍ତୁ- ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ କଲା ED, ସୋନିଆ ଏବଂ ରାହୁଲ ଗାନ୍ଧିଙ୍କ ନାଁ ସାମିଲ - NATIONAL HERALD CASE

ସୂଚନା ଥାଉ କି, ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତାର ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ସହିତ ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କ ନାଁ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି ଚାର୍ଜସିଟ୍ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଦାଖଲ କରାଯାଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ କରିବା ସମୟରେ, ଇଡି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ମୁଖ୍ୟ ଅଭିଯୁକ୍ତ ଏବଂ ରାହୁଲ ଗାନ୍ଧିଙ୍କୁ ସହ-ଅଭିଯୁକ୍ତ ଭାବେ ନାମିତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.